Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଇ 100 ଶକ୍ତିଶାଳି ଭାରତୀୟ ତାଲିକାରେ ପ୍ରଥମ ସ୍ଥାନରେ ମୋଦି, ଦ୍ବିତୀୟରେ ସାହଙ୍କ ସହ ଓଡିଶାରୁ 4 ଜଣ ସାମିଲ
ବିଶେଷ ଖବର

ଆଇ 100 ଶକ୍ତିଶାଳି ଭାରତୀୟ ତାଲିକାରେ ପ୍ରଥମ ସ୍ଥାନରେ ମୋଦି, ଦ୍ବିତୀୟରେ ସାହଙ୍କ ସହ ଓଡିଶାରୁ 4 ଜଣ ସାମିଲ

September 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
NEW YORK, SEP 25 (UNI):- Prime Minister Narendra Modi addressing at the Bloomberg Global Business Forum- 2019, in New York, USA on Wednesday. UNI PHOTO-32F

ସମୀକ୍ଷା ବ୍ୟୁରୋ

ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ପକ୍ଷରୁ 100 ଜଣ ଲୋକପ୍ରିୟ ଭାରତୀୟଙ୍କ ତାଲିକା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଶ୍ରେଷ୍ଠ 10 ଜଣଙ୍କ ମଧ୍ୟରେ ସର୍ବାଧିକ ବିଜେପି ଏବଂ ଆରଏସ୍‌ଏସ୍‌ କର୍ମୀ ରହିଥିବା ବେଳେ କେବଳ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏବଂ ମୁକେଶ ଅମ୍ବାନୀ ଅଣ ରାଜନୈତିକ ବ୍ୟକ୍ତି ଭାବରେ ଶ୍ରେଷ୍ଠ 10ରେ ସ୍ଥାନ ପାଇଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା ମୋଦିଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ତୃତୀୟ ସ୍ଥାନରେ ରହିଛନ୍ତି । ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ପଞ୍ଚମ ସ୍ଥାନରେ ରହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଷଷ୍ଠ , ଏନ୍‌ଏସ୍‌ଏ ମୁଖ୍ୟ ଅଜିତ୍‌ ଡୋଭାଲ୍‌ ସପ୍ତମ, ଅର୍ଥମନ୍ତ୍ରୀ ନିର୍ମଳା ସିୀତାରମଣ ଅଷ୍ଟମ, ପରିବହନ ମନ୍ତ୍ରୀ ନୀତିନ ଗଡକରୀ ନବମ ଏବଂ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଦଶମ ସ୍ଥାନରେ ରହିଛନ୍ତି । କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ମୋଦି ଏବଂ ଶାହା ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ସେହିପରି ଶ୍ରେଷ୍ଠ 20 ମଧ୍ୟରେ କେବଳ ଦୁଇ ଜଣ ବିରୋଧୀ ଦଳ ନେତା ସ୍ଥାନ ପାଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ଏହି ତାଲିକାରେ ଯଥାକ୍ରମେ 15 ଏବଂ 17 ତମ ସ୍ଥାନରେ ରହିଛନ୍ତି । ମୋଦି ସରକାର ଦ୍ବିତୀୟ ଥର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ବିପକ୍ଷ ଦଳର ନେତୃବୃନ୍ଦଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି ।

2018ରେ ଷଷ୍ଠ ସ୍ଥାନରେ ରହିଥିବା ମମତା ବାନାର୍ଜୀ 21 ତମ ସ୍ଥାନରେ ପହଞ୍ଚିଛନ୍ତି । ମାୟାବତୀ ଏବଂ ଅଖିଳେଶ ଯାଦବ 70କୁ ଖସି ଆସିଥିବା ବେଳେ ଲାଲୁ ପ୍ରସାଦ ଯାଦବ ଶ୍ରେଷ୍ଠ 100ରୁ ବାଦ ପଡିଛନ୍ତି । ବର୍ଷ ତମାମ ଖବରରେ ରହୁଥିବା ହାର୍ଦ୍ଦିକ ପଟେଲ ଏବଂ ଜିଗ୍ନେଶ ମେଓ୍ବାନୀ ଏହି ତାଲିକାରୁ ବାଦ ପଡୁଛନ୍ତି ।

ତେବେ ଏହି ତାଲିକାରେ ଏଥର ଓଡିଶାରୁ 4 ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ 14 ତମ ସ୍ଥାନରେ ଧର୍ମେନ୍ଦ୍ର ପ୍ରଧାନ, 19 ତମ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ପି.କେ ମିଶ୍ର, 29ତମ ସ୍ଥାନରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ମିଶ୍ର ଏବଂ 39ତମ ସ୍ଥାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Share. Facebook Twitter LinkedIn Email WhatsApp Copy Link

Related Posts

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନିତ ଚାରି ଓଡିଆଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

January 25, 2026

ଅଭିଷେକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ: ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତର ବଡ଼ ବିଜୟ ହାସଲ

January 25, 2026

ସ୍କୁଲ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

January 25, 2026

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ ଚାରି ଓଡିଆଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

January 25, 2026
Latest News

ଆଜି ଜାନୁୟାରୀ ୨୬ ତାରିଖ ସୋମବାରରେ ପାଞ୍ଚୋଟି ରାଶି ପାଇବେ ଶୁଭ ଖବର, ଖୁସି ହୋଇଯିବେ

January 26, 2026

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନିତ ଚାରି ଓଡିଆଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

January 25, 2026

ଅଭିଷେକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ: ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତର ବଡ଼ ବିଜୟ ହାସଲ

January 25, 2026

ଏକତା ପରିଷଦ ଟ୍ରଷ୍ଟ ଓ ଓଡ଼ିଆର୍ଟର ମିଳିତ ଉଦ୍ୟମରେ ରାଷ୍ଟ୍ରୀୟ ପର୍ଯ୍ୟଟନ ଦିବସ ପାଳିତ

January 25, 2026

ସ୍କୁଲ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.