Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଇ 100 ଶକ୍ତିଶାଳି ଭାରତୀୟ ତାଲିକାରେ ପ୍ରଥମ ସ୍ଥାନରେ ମୋଦି, ଦ୍ବିତୀୟରେ ସାହଙ୍କ ସହ ଓଡିଶାରୁ 4 ଜଣ ସାମିଲ
ବିଶେଷ ଖବର

ଆଇ 100 ଶକ୍ତିଶାଳି ଭାରତୀୟ ତାଲିକାରେ ପ୍ରଥମ ସ୍ଥାନରେ ମୋଦି, ଦ୍ବିତୀୟରେ ସାହଙ୍କ ସହ ଓଡିଶାରୁ 4 ଜଣ ସାମିଲ

September 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
NEW YORK, SEP 25 (UNI):- Prime Minister Narendra Modi addressing at the Bloomberg Global Business Forum- 2019, in New York, USA on Wednesday. UNI PHOTO-32F

ସମୀକ୍ଷା ବ୍ୟୁରୋ

ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ପକ୍ଷରୁ 100 ଜଣ ଲୋକପ୍ରିୟ ଭାରତୀୟଙ୍କ ତାଲିକା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଶ୍ରେଷ୍ଠ 10 ଜଣଙ୍କ ମଧ୍ୟରେ ସର୍ବାଧିକ ବିଜେପି ଏବଂ ଆରଏସ୍‌ଏସ୍‌ କର୍ମୀ ରହିଥିବା ବେଳେ କେବଳ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏବଂ ମୁକେଶ ଅମ୍ବାନୀ ଅଣ ରାଜନୈତିକ ବ୍ୟକ୍ତି ଭାବରେ ଶ୍ରେଷ୍ଠ 10ରେ ସ୍ଥାନ ପାଇଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା ମୋଦିଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ତୃତୀୟ ସ୍ଥାନରେ ରହିଛନ୍ତି । ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ପଞ୍ଚମ ସ୍ଥାନରେ ରହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଷଷ୍ଠ , ଏନ୍‌ଏସ୍‌ଏ ମୁଖ୍ୟ ଅଜିତ୍‌ ଡୋଭାଲ୍‌ ସପ୍ତମ, ଅର୍ଥମନ୍ତ୍ରୀ ନିର୍ମଳା ସିୀତାରମଣ ଅଷ୍ଟମ, ପରିବହନ ମନ୍ତ୍ରୀ ନୀତିନ ଗଡକରୀ ନବମ ଏବଂ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଦଶମ ସ୍ଥାନରେ ରହିଛନ୍ତି । କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ମୋଦି ଏବଂ ଶାହା ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ସେହିପରି ଶ୍ରେଷ୍ଠ 20 ମଧ୍ୟରେ କେବଳ ଦୁଇ ଜଣ ବିରୋଧୀ ଦଳ ନେତା ସ୍ଥାନ ପାଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ଏହି ତାଲିକାରେ ଯଥାକ୍ରମେ 15 ଏବଂ 17 ତମ ସ୍ଥାନରେ ରହିଛନ୍ତି । ମୋଦି ସରକାର ଦ୍ବିତୀୟ ଥର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ବିପକ୍ଷ ଦଳର ନେତୃବୃନ୍ଦଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି ।

2018ରେ ଷଷ୍ଠ ସ୍ଥାନରେ ରହିଥିବା ମମତା ବାନାର୍ଜୀ 21 ତମ ସ୍ଥାନରେ ପହଞ୍ଚିଛନ୍ତି । ମାୟାବତୀ ଏବଂ ଅଖିଳେଶ ଯାଦବ 70କୁ ଖସି ଆସିଥିବା ବେଳେ ଲାଲୁ ପ୍ରସାଦ ଯାଦବ ଶ୍ରେଷ୍ଠ 100ରୁ ବାଦ ପଡିଛନ୍ତି । ବର୍ଷ ତମାମ ଖବରରେ ରହୁଥିବା ହାର୍ଦ୍ଦିକ ପଟେଲ ଏବଂ ଜିଗ୍ନେଶ ମେଓ୍ବାନୀ ଏହି ତାଲିକାରୁ ବାଦ ପଡୁଛନ୍ତି ।

ତେବେ ଏହି ତାଲିକାରେ ଏଥର ଓଡିଶାରୁ 4 ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ 14 ତମ ସ୍ଥାନରେ ଧର୍ମେନ୍ଦ୍ର ପ୍ରଧାନ, 19 ତମ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ପି.କେ ମିଶ୍ର, 29ତମ ସ୍ଥାନରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ମିଶ୍ର ଏବଂ 39ତମ ସ୍ଥାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Share. Facebook Twitter LinkedIn Email WhatsApp Copy Link

Related Posts

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Latest News

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍

July 3, 2026

ଏ ମାସ ଶେଷ ସୁଦ୍ଧା ବୋର୍ଡ, ନିଗମ ଘୋଷଣା

July 3, 2026

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026

ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର

July 2, 2026

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.