Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ବଚ୍ଛ ଭାରତ ମିଶନ ଶହେ ପ୍ରତିଶତ ସଫଳ ବୋଲି ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ କେବେ ଦିନେ ସନ୍ଧ୍ୟାରେ ଆମ ଗଞ୍ଜାମ ରାସ୍ତାରେ ବୁଲିଦେଇ ଯିବେ କି??  
ବିଶେଷ ଖବର

ସ୍ବଚ୍ଛ ଭାରତ ମିଶନ ଶହେ ପ୍ରତିଶତ ସଫଳ ବୋଲି ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ କେବେ ଦିନେ ସନ୍ଧ୍ୟାରେ ଆମ ଗଞ୍ଜାମ ରାସ୍ତାରେ ବୁଲିଦେଇ ଯିବେ କି??  

October 3, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସ୍ବଚ୍ଛ ଭାରତ ମିଶନ ଶହେ ପ୍ରତିଶତ ସଫଳ ବୋଲି ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ କେବେ ଦିନେ ସନ୍ଧ୍ୟାରେ ଆମ ଗଞ୍ଜାମ ରାସ୍ତାରେ ବୁଲିଦେଇ ଯିବେ କି??

କେଦାର ମିଶ୍ର

ମୁଁ କାହାକୁ ବିଶ୍ଵାସ କରିବି- ନିଜକୁ ନା ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ? ଗତକାଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବାପୁଙ୍କ ସାବରମତି ଆଶ୍ରମରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହିଲେ, ତାକୁ ଅବିଶ୍ଵାସ କଲେ, ପ୍ରଧାନମନ୍ତ୍ରୀଙ୍କ ଭକ୍ତମାନେ ଆମକୁ ଦେଶଦ୍ରୋହୀ ବୋଲି କହିବାର ସମ୍ଭାବନା ଅଧିକ। ବାପୁଙ୍କ ସାବରମତି ଆଶ୍ରମରୁ ପ୍ରଧାନମନ୍ତ୍ରୀ ଆମକୁ କହିଲେ ଯେ ଆଜି ଦେଶର ୬୯୯ ଜିଲାର ୬ ଲକ୍ଷ ଗାଁ ମେଲାରେ ଶୌଚ କରିବାର ଅଭ୍ୟାସ ପରିତ୍ୟାଗ କରିଛନ୍ତି। ଭାରତର ପ୍ରତ୍ୟେକ ଗାଁ ଆଜି ମେଲାରେ ମଳ ତ୍ୟାଗ କରିବାର ଅଭ୍ୟାସକୁ ଆପେ ଆପେ ପରିତ୍ୟାଗ କରିଛନ୍ତି ବୋଲି ଉଚ୍ଚ କଣ୍ଠରେ ପ୍ରଧାନମନ୍ତ୍ରୀ ଘୋଷଣା କରୁଛନ୍ତି। ଷାଠିଏ କୋଟି ଲୋକଙ୍କ ଲାଗି ଷାଠିଏ ମାସରେ ୧୧ କୋଟି ଶୌଚାଳୟ ତିଆରି କରିବା କମ ବଡ ସଫଳତା ନୁହେଁ। ତେବେ “ଷାଠିଏ ମାସରେ ଷାଠିଏ କୋଟି ଲୋକଙ୍କ ଲାଗି ଏଗାର କୋଟି” କଥା ଶୁଣିଲା ବେଳେ ଅଶି ଦଶକରେ ଗୋଟେ ଓଡିଆ ସ୍ଲୋଗାନ ମୋର ମାନେ ପଡିଗଲା। ଅଶି ଦଶକରେ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଆମକୁ ସେତେବେଳେ କହୁଥିଲେ- “ହଜାରେ ଦିନରେ ହଜାରେ କୋଟି ଟଙ୍କାରେ ହଜାରେ ଟି ଶିଳ୍ପ”।  ଜାନକୀ ବାବୁଙ୍କ ଏହି ସ୍ଲୋଗାନକୁ କଟାକ୍ଷ କରି ସେତେବେଳେ କେହି କେହି ତାଙ୍କୁ ହଜାରୀ ପଟ୍ଟନାୟକ ବୋଲି ମଧ୍ୟ କହୁଥିଲେ। ତେବେ ନରେନ୍ଦ୍ର ମୋଦୀଙ୍କୁ ସେ ପ୍ରକାର କଟାକ୍ଷ କଲେ, ତାଙ୍କର ଭକ୍ତମାନେ ବିରୁଡି ଭଳି ମାଡି ଆସିବାର ସମ୍ଭାବନା ଅଧିକ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣାନାମା ଯଦି ସତ୍ୟ ହୁଅନ୍ତା, ତାହେଲେ ଆମେ ଖୁସି ହୁଅନ୍ତୁ ନିଶ୍ଚୟ। ମୁଁ ନିଜ ଆଖି ଆଗରେ ଦେଖୁଛି ଆଜି ମଧ୍ୟ ଗଞ୍ଜାମ ଜିଲାର ରାଜପଥ କଡେ କଡେ ଶହ ଶହ ଲୋକ ମେଲାରେ ମଳତ୍ୟାଗ କରୁଥିବାର ବିକଳ ଦୃଶ୍ୟ। ଗତ ୨୨ ସେପ୍ଟେମ୍ବରରୁ ୨୫ ସେପ୍ଟେମ୍ବର ଚାରି ଦିନ ବ୍ୟାପୀ ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ଗାଁ ମୁଁ ବୁଲିଛି। ୨୨ ତାରିଖ ସାଢେ ୩ ଟାରେ ଆମେ ଭୁବନେଶ୍ୱର ଛାଡିଲୁ। ସାଢେ ପାଞ୍ଚଟା ବେଳକୁ ଆମେ ପହଞ୍ଚିଥିଲୁ ଖଲ୍ଲିକୋଟରେ। ସେଠାରୁ କୋଦଳା, କବିସୂର୍ୟନଗର, ଆସ୍କା ଓ ସୋରଡା ଯାଏଁ ରାସ୍ତାର ଉଭୟ ପାର୍ଶ୍ଵରେ ଖୋଲା ମେଲାରେ ଶୌଚ କରୁଥିବାର ଦୃଶ୍ୟ ମୁଁ ଦେଖି ଦେଖି ଆସିଛି। ଏହି ରାସ୍ତାରେ କେଉଁଠି ଅଟକିବା ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ମିଶନ ଏ ବିଷୟରେ କିଛି ଜାଣନ୍ତି କି?

ଗଞ୍ଜାମ ଖୋଲାମେଲାରେ ଶୌଚ ହେବା କିଛି ନୂଆ କଥା ନୁହେଁ। ଏହା ଅତି ସାଧାରଣ ଓ ଚଳନୀୟ ବ୍ୟାପାର। ତେବେ ସ୍ବଚ୍ଛ ଭାରତ ମିଶନ ପରେ ସ୍ଥିତି ବଦଳି ନାହିଁ କାହିଁକି? ପ୍ରଧାନମନ୍ତ୍ରୀ କହୁଛନ୍ତି ସବୁ ଗାଁ ରେ ସ୍ବଚ୍ଛ ଭାରତ ମିଶନ ସଫଳ ହୋଇଛି। ମୁଁ ଅତ୍ୟନ୍ତ ଦାୟିତ୍ଵର ସହ କହିପାରେ ଓଡିଶାରେ ଏହା ୫୦ ପ୍ରତିଶତ ବି ସଫଳ ହୋଇନାହିଁ। କେବଳ ଓଡିଶା ନୁହେଁ, ଏହା ଉତ୍ତର ପ୍ରଦେଶ ବା ବିହାର କି ଭାରତର ଅନ୍ୟ କେଉଁ ରାଜ୍ୟରେ ସଫଳ ହୋଇଛି ବୋଲି କହିବା ଆତ୍ମ ପ୍ରବଞ୍ଚନା ହେବ। ଆଜି ମଧ୍ୟ ଟ୍ରେନ ରେ ଗଲାବେଳେ ଧାଡିବାନ୍ଧି ଖୋଲାରେ ଶୌଚ ହେଉଥିବା ଲୋକଙ୍କ ସଂଖ୍ୟା କମିନାହିଁ।

ଯଦି ୧୧ କୋଟି ମାଗଣା ଶୌଚାଳୟ ତିଆରି ହୋଇଛି, ତାହେଲେ ତାହାର ସଠିକ ଉପଯୋଗ ହେଉନି କାହିଁକି? ପ୍ରାୟ ସବୁ ଗାଁରେ ଲୋକ କହିବେ, ଶୌଚାଳୟ ତିଆରି ହୋଇଛି, ହେଲେ ପାଣିର ବ୍ୟବସ୍ଥା ନାଇଁ। ବିନା ପାଣିରେ ଆଧୁନିକ ଶୌଚାଳୟର ଅର୍ଥ କିଛି ନାହିଁ। ଅନେକ ଜାଗାରେ ଶୌଚାଳୟକୁ ଲୋକେ ଗୋଦାମ ଘର ଭାବରେ ବ୍ୟବହାର କରୁଛନ୍ତି। ଆଉ କିଛି ଗାଁ ରେ ଶୌଚାଳୟ ନିର୍ମାଣ କାମ ଏତେ ନିମ୍ନ ମାନର ଯେ ତିଆରି ହେବାର ମାସେ ଭିତରେ ସେସବୁ ଭାଙ୍ଗି ଗଲାଣି। ଅଗତ୍ୟା ଲୋକେ ନିଜର ପାରମ୍ପରିକ ଖୋଲା ପଡିଆ ଓ ରାସ୍ତାକୁ ଫେରିବାକୁ ବାଧ୍ୟ ହେଉଛନ୍ତି।

କିଛି ଗାଁରେ ବିଜେପି କର୍ମୀମାନେ ଲୋକଙ୍କ ଉପରେ ଚାପ ପକାଇ ଏ ବ୍ୟବସ୍ଥାକୁ ବନ୍ଦ କରାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଶୌଚାଳୟ ନିର୍ମାଣରେ ହୋଇଥିବା ଅବ୍ୟବସ୍ଥା ସେମାନଙ୍କୁ ଅପଦସ୍ତ କରିଛି। ମେଲାରେ ମଳତ୍ୟାଗ ବ୍ୟବସ୍ଥା ଓଡିଶାର କେତେକ ଜିଲ୍ଲାରେ ଏକ ଭୟଙ୍କର ରୋଗ। ଗଞ୍ଜାମ ସେଥିରେ ଆଗୁଆ ବୋଲି ସମସ୍ତେ ଜାଣନ୍ତି। ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ଯୋଜନା ଓ ସଚେତନତା କାର୍ୟକ୍ରମ ଜରିଆରେ ଏହାକୁ ରୋକିବାର ଉଦ୍ୟମ ହୋଇଛି। ହେଲେ ଆଜି ମଧ୍ୟ ଏହା ସଫଳ ହୋଇନାହିଁ। କେବଳ ଗଞ୍ଜାମ ନୁହଁ, ଦେଶର ଶହ ଶହ ଜିଲାରେ ଏଇ ସମାନ କାହାଣୀ ଓ ସମାନ ବାସ୍ତବତା।

କେବଳ କାଗଜ ପତ୍ରରେ ସବୁକିଛି ସ୍ବଚ୍ଛ ବୋଲି ଦେଖେଇଦେଲେ ହୁଏତ ଆମେରିକାର ଗେଟ୍ସ ଫାଉଣ୍ଡେସନ ପ୍ରଧାନମନ୍ତ୍ରୀଙ୍କୁ ପୁରସ୍କାର ଦେଇପାରେ, ହେଲେ ସାଧାରଣ ନାଗରିକ ଭାବରେ ଆମେ ଦେଖୁଛୁ, ସ୍ବଚ୍ଛ ଭାରତ ଯୋଜନା ଯେଉଁଠି ଆରମ୍ଭ ହୋଇଥିଲା, ସେଠୁ ପାଦେ ବି ଆଗକୁ ଯାଇପାରି ନାହିଁ।

କେଦାର ମିଶ୍ର ସ୍ବଚ୍ଛ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026

“ଆମ ଦଳକୁ ବିଭାଜିତ କରିବାକୁ ଚେଷ୍ଟା, ବିଧାୟକଙ୍କୁ ୩୦ କୋଟି ଅଫର”: ଓମାର ଅବଦୁଲ୍ଲାଙ୍କ ଦାବି

July 11, 2026

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

July 11, 2026

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଡିଜିପି ଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

July 11, 2026
Latest News

ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 12, 2026

ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ: ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ

July 12, 2026

ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହୁଡକୋ ସହ ଓଡ଼ିଶାର ସହଭାଗିତା

July 12, 2026

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.