Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାକିସ୍ତାନରେ ପିଆଜ ଓ ମାଂସ ଦର ବିଷୟରେ ଓଡିଆ ଟେଲିଭିଜନ ଓ ଖବର କାଗଜର ଏତେ ମୁଣ୍ଡ ବିନ୍ଧୁଛି କାହିଁକି?
ବିଶେଷ ଖବର

ପାକିସ୍ତାନରେ ପିଆଜ ଓ ମାଂସ ଦର ବିଷୟରେ ଓଡିଆ ଟେଲିଭିଜନ ଓ ଖବର କାଗଜର ଏତେ ମୁଣ୍ଡ ବିନ୍ଧୁଛି କାହିଁକି?

October 4, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପାକିସ୍ତାନରେ ପିଆଜ ଓ ମାଂସ ଦର ବିଷୟରେ ଓଡିଆ ଟେଲିଭିଜନ ଓ ଖବର କାଗଜର ଏତେ ମୁଣ୍ଡ ବିନ୍ଧୁଛି କାହିଁକି?

କେଦାର ମିଶ୍ର

ଗତକାଲି ଓଡିଶାର ଏକ ପ୍ରମୁଖ ଟେଲିଭିଜନ ଚାନେଲର ଖବର ଥିଲା- ପାକିସ୍ତାନ ଓ ବାଂଲାଦେଶକୁ ପିଆଜ ଚିନ୍ତା। ବଡ ବିଚିତ୍ର ଖବର। ଯେତେବେଳେ ଆମ ନିଜ ଦେଶରେ ପିଆଜ ଉତ୍ପାଦନ, ବିତରଣ ଓ ବଜାରର ସ୍ଥିତି ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି, ସେତେବେଳେ ପାକିସ୍ତାନ ଓ ବାଂଲାଦେଶର ଚିନ୍ତା ଆମକୁ ଏତେ ପାଗଳ କରୁଛି କାହିଁକି? ଏ ପ୍ରକାର ଖବର ପଛରେ କି ଉଦ୍ଦେଶ୍ୟ ଥାଇପାରେ? ଆମ ଦେଶରେ ପିଆଜ ମହଙ୍ଗା ହେବା ଏକ ସାଧାରଣ ଘଟନା, ହେଲେ ପାକିସ୍ତାନରେ ପିଆଜ ମହଙ୍ଗା ହେବା ଅସ୍ଵାଭାବିକ ବୋଲି ଆମର ଗଣମାଧ୍ୟମ ଭାବୁଛି କି? ପାକିସ୍ତାନର ପିଆଜ ଦରକୁ ନେଇ ପଞ୍ଜାବ, କାଶ୍ମୀର,ରାଜସ୍ଥାନ ବା ଗୁଜରାଟ ଗଣମାଧ୍ୟମରେ ଚର୍ଚ୍ଚା ହେଲେ, ତାର କିଛି କାରଣ ଅଛି ବୋଲି ଆମେ ବୁଝିବା। ଏ ସବୁ ରାଜ୍ୟ ପାକିସ୍ତାନକୁ ଲାଗିକି ଅଛନ୍ତି ଓ ପାକିସ୍ତାନର ବଜାର ମୂଲ୍ୟ ସହିତ ଏମାନେ କିଛିଟା ପ୍ରଭାବିତ ହେବାର ସମ୍ଭାବନା ରହିଛି। ହେଲେ ଓଡିଶାରେ ଆମ ସାମ୍ବାଦିକମାନେ ପାକିସ୍ତାନୀ ପିଆଜକୁ ନେଇ ଏତେ ମାତିଛନ୍ତି କାହିଁକି?

ଆମର ସାମ୍ବାଦିକଙ୍କ ଲାଗି ଗୋଟେ ସୂଚନା ଏଠି ମାର୍କଫେଡ ସୂତ୍ରରୁ ଦିଆଯାଇପାରେ। ପ୍ରତି ବର୍ଷ ସେପ୍ଟେମ୍ବର ମାସ ବେଳକୁ ଭାରତୀୟ ବଜାରରେ ପ୍ରାୟ ୬ ଲକ୍ଷ ମେଟ୍ରିକ ଟନ ପିଆଜ ମହଜୁଦ ରହିଥାଏ। ଏବେ ମାତ୍ର ୩.୧ ଲକ୍ଷ ମେଟ୍ରିକ ଟନ ପିଆଜ ମହଜୁଦ ରହିଛି। ଅର୍ଥାତ ଆବଶ୍ୟକତା ତୁଳନାରେ,ମାତ୍ର ୫୦% ପିଆଜ ଅଭାବ ରହିଛି। ୨.୯ ଲକ୍ଷ ମେଟ୍ରିକ ଟନ ପିଆଜର ଭରଣା ହେବ କେମିତି? ଆବଶ୍ୟକତା ଅନୁଯାୟୀ ପିଆଜ ମହଜୁଦ ନଥିବାରୁ ଏବେ ବଜାରରେ ପିଆଜ ଦର ୬୦ ରୁ ୮୦ ଟଙ୍କା ରହିଛି। ଆମ ଗଣମାଧ୍ୟମ ପାଇଁ ଏହା ବଡ ଖବର ନା ପାକିସ୍ତାନର ପିଆଜ ଦର ଆମ ଲାଗି ବେଶୀ ଗୁରୁତ୍ୱପୂର୍ଣ୍ଣ?

ଆଉ ଏକ ବଡ ଟିଭି ଚାନେଲ ଆଉ ପାଦେ ଆଗେଇ ଯାଇ ପାକିସ୍ତାନରେ କୁକୁଡା ମାଂସ ଦର ବହୁତ ବଢି ଯାଇଛି, ତେଣୁ ସେଠି ଆମିଷ କିଣିବାକୁ ଲୋକେ ହାହାକାର କରୁଛନ୍ତି ବୋଲି ଖବର ବାହାରିଛି। ପାକିସ୍ତାନର ପଲ୍ଟ୍ରି ବଜାରର ତଥ୍ୟ ଅନୁସାରେ ଭାରତୀୟ କୁକୁଡା ଓ ପାକିସ୍ତାନୀ କୁକୁଡା ମାଂସର ଦର ସମାନ ରହିଛି। ପାକିସ୍ତାନୀ ଟଙ୍କାରେ ସେଠି କୁକୁଡା ମାଂସ କିଲୋ ୨୮୦/୩୦୦ ରହିଛି। ଭାରତୀୟ ଟଙ୍କା ତୁଳନାରେ ପାକିସ୍ତାନୀ ଟଙ୍କା ହେଉଛି ୧;୨.୨୦ ଟଙ୍କା। ଏହି ହିସାବରେ ଭାରତ ଓ ପାକିସ୍ତାନରେ ଆମିଷର ଦର ପ୍ରାୟ ସମାନ। ତଥାପି ଏହା ଓଡିଆ ଟିଭିରେ ଏକ ବଡ ଖବର ହେବାର କାରଣ କଣ?

ସବୁଠୁ ବଡ କଥା ହେଲା, ପାକିସ୍ତାନରେ ପିଆଜ ଦର ବଢିଲେ ଆମର ବା ଯାଏ ଆସେ କଣ? ପାକିସ୍ତାନ ବଜାରକୁ ନେଇ ଓଡିଶାର ସାମ୍ବାଦିକଙ୍କ ମୁଣ୍ଡ ବିନ୍ଧୁଛି କାହିଁକି? ବୋଧହୁଏ, ଆମେ ଏଇଠି ଥାଇ ଭାବୁଛୁ, ପାକିସ୍ତାନୀମାନେ ଖାଇବାକୁ ନ ପାଇ ଭୋକରେ ମରି ଯାଉଛନ୍ତି। ଯଦି ତାହା ସତ ହୋଇଥାଏ, ତାକୁ ନେଇ ଆମେ ଉଲ୍ଲସିତ ହେବାର କୌଣସି କାରଣ ନାହିଁ। ଆମ ମୁଣ୍ଡ ଉପରେ ସମସ୍ୟାର ପାହାଡ ରହିଥିବା ବେଳେ ପଡୋଶୀର ସମସ୍ୟାକୁ ଦେଖାଇ ଆମେ କୁତ କୁତ ହେବାଟା ବଡ ଅଶ୍ଳୀଳ ଲାଗୁନାଇଁ କି?

ଆମ ପାଇଁ ଯାହା ସତରେ ଖବର ହେବା କଥା ତାହାକୁ ନେଇ ଆମର ଚର୍ଚ୍ଚା ନାହିଁ।  ସକାଳୁ ସନ୍ଧ୍ୟା ପାକିସ୍ତାନ ପାକିସ୍ତାନ ଘୋଷି ହେଉଥିବା ଆମର ସାମ୍ବାଦିକମାନେ ଜାଣନ୍ତି କି, ଯଦି ଉଭୟ ଦେଶ ଭିତରେ ଆଜି ଯୁଦ୍ଧ ହୁଏ ତାହେଲେ ପ୍ରାୟ ସାଢେ ବାର କୋଟି ଲୋକ ଏହି ଯୁଦ୍ଧରେ ପ୍ରାଣ ହରାଇପାରନ୍ତି। ସାଢେ ବାର କୋଟି ଜୀବନ- କେହି କଳ୍ପନା କରିଛନ୍ତି? ଯୁଦ୍ଧ ଯୁଦ୍ଧ ବୋଲି ପାଗଳ ଭଳି ଚିତ୍କାର କରୁଥିବା ଲୋକ ଏହି ସାଢେ ୧୨ କୋଟି ଲୋକଙ୍କ ଭିତରେ ଯେ ନ ରହିବେ, ତାର ଗ୍ୟାରେଣ୍ଟି କିଏ ଦେବ? ଭାରତୀୟ ଉପ ମହାଦେଶର ସାଢେ ବାର କୋଟି ଲୋକଙ୍କ ଜୀବନକୁ ଆମେ ଖେଳଣା ବୋଲି ଭାବୁଛୁ କି? ଅର୍ଥନୈତିକ ମାନ୍ଦାବସ୍ଥାକୁ ଲୁଚାଇବା ପାଇଁ ଓ ଆଭ୍ୟନ୍ତରୀଣ ରାଜନୀତିର ବିଭାଜନକାରୀ ଶକ୍ତିମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ଯୁଦ୍ଧ ଉନ୍ମାଦନା ଓ ପଡୋଶୀ ଦେଶର ପିଆଜ କୁ ବଡ ଖବର ଭାବରେ ଆମେ ପ୍ରାଧାନ୍ୟ ଦେଉଛୁ। ନିର୍ଲ୍ଲଜ ସାମ୍ବାଦିକତାର ଏହା ବୋଧହୁଏ ସବୁଠୁ ବଡ ଉଦାହରଣ।

ପିଆଜ ଖବର ବିଷୟରେ ଆଉ ଏକ ସୂଚନା ଆମର ସାମ୍ବାଦିକଙ୍କ ପାଇଁ ଦେବାକୁ ଚାହୁଁଛୁ। ମାତ୍ର ୨ ମାସ ତଳେ ପିଆଜ ନାସିକର ଚାଷୀ ପିଆଜ କୁଇଣ୍ଟାଲ ପିଛା ୨୦୦ ଟଙ୍କାରେ ବିକ୍ରି କରିଛନ୍ତି। ଆଜି ସେଇ ପିଆଜ ମଣ୍ଡିରେ କୁଇଣ୍ଟାଲ ପିଛା ୪୪୦୦ ଟଙ୍କା ଓ ଖୋଲା ବଜାରରେ ୮୦୦୦ ଟଙ୍କାରେ ବିକ୍ରି ହେଉଛି। ସେଥିରୁ ଚାଷୀକୁ ମିଳିଲା କଣ? ଏବେ ପିଆଜ ଦରକୁ ନିୟନ୍ତ୍ରିତ କରିବାକୁ ଯାଇ କେନ୍ଦ୍ର ସରକାର ପିଆଜର ସର୍ବନିମ୍ନ ଦରକୁ ୧୦୦୦ ଟଙ୍କା କମାଇ ଦେଇଛନ୍ତି। ଏହାର ଅର୍ଥ ଚାଷୀ ବଜାର ରେ ଚଢା ମୂଲ୍ୟ ଥିବା ସମୟରେ ମଧ୍ୟ କ୍ଷତି ସହିବାକୁ ବାଧ୍ୟ।

ଦେଶୀ ପିଆକ ବିଷୟରେ ଏତେ କଥା ଖବର ପାଇଁ ରହିଥିବା ବେଳେ ପାକିସ୍ତାନୀ ପିଆଜକୁ ନେଇ ଛାତି ପିଟି ପିଟି ଚିତ୍କାର କରୁଥିବା ସାମ୍ବାଦିକମାନଙ୍କୁ ଆମେ କଣ କହିବା??

OnionPrice
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.