Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାଶ୍ମୀର, ଧାରା ୩୭୦ ଉଚ୍ଛେଦର ଦୁଇ ମାସ ପରେ…….
ବିଶେଷ ଖବର

କାଶ୍ମୀର, ଧାରା ୩୭୦ ଉଚ୍ଛେଦର ଦୁଇ ମାସ ପରେ…….

October 6, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
  କାଶ୍ମୀର, ଧାରା ୩୭୦ ଉଚ୍ଛେଦର ଦୁଇ ମାସ ପରେ.......After Article 370

କେଦାର ମିଶ୍ର

ଭାରତର ସମ୍ବିଧାନ ଜାମ୍ମୁ କାଶ୍ମୀରକୁ ଧାରା ୩୭୦ ଅନୁଯାୟୀ ଯେଉଁ ସ୍ଵତନ୍ତ୍ର ମାନ୍ୟତା ଦେଇଥିଲା, ତାକୁ ପ୍ରତ୍ୟାହାର କରିବାର ଦୁଇ ମାସ ବିତିଯାଇଛି। କାଶ୍ମୀରର ସ୍ଵତନ୍ତ୍ର ମାନ୍ୟତା କେବଳ ଉଚ୍ଛେଦ ହୋଇନାହିଁ, ଏହାର ରାଜ୍ୟ ମାନ୍ୟତାକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। କାଶ୍ମୀରବାସୀଙ୍କ ସମ୍ପର୍କରେ ନିଷ୍ପତ୍ତି ନେବା ବେଳେ କାଶ୍ମୀରବାସୀଙ୍କୁ ଏକ ପ୍ରକାର ଗୃହବନ୍ଦୀ କରି ରଖାଯାଇଥିଲା। ତେବେ ଧାରା ୩୭୦ ଉଚ୍ଛେଦକୁ ନେଇ ସାରାଦେଶରେ ଗୋଟେ ଅଦ୍ଭୁତ ଉନ୍ମାଦନା ସୃଷ୍ଟି କରାଗଲା। ଏହି ଧାରା ଉଚ୍ଛେଦ ହେଲା କ୍ଷଣି ଆମର ଉତ୍ସାହୀ ଦେଶପ୍ରେମୀମାନେ କାଶ୍ମୀରରେ ଜାଗା କିଣିବାର ସ୍ଵପ୍ନ ଦେଖିଲେ ଓ ଆଉ କିଛି ବିଜେପି ନେତା କାଶ୍ମୀରରେ ନିଜ ପୁଅକୁ ବିଭା କରିବାର ପ୍ରସ୍ତାବ ରଖିଲେ। ଅସଲରେ କିନ୍ତୁ ଗୋଟେ ରାଜ୍ୟ ସହିତ ସାରା ଦେଶର ଯୋଗାଯୋଗ କାଟି ଦିଆଗଲା। ଇତିହାସରେ ଏମିତି ଉଦାହରଣ ନଥିବ, ଯେଉଁଠି ୭୦ ଲକ୍ଷ ଲୋକଙ୍କୁ ୨ ମାସ ଧରି ସବୁ ପ୍ରକାର ଯୋଗାଯୋଗରୁ ବଞ୍ଚିତ ରଖି, ସେମାନଙ୍କର ଆମ ସହିତ ବାସ୍ତବ ସଂହତି ସ୍ଥାପିତ ହୋଇଛି ବୋଲି କୁହାଯିବ।

ଗତ ଦୁଇ ମାସ ଭିତରେ କାଶ୍ମୀର କେବଳ ଭାରତରେ ଚର୍ଚ୍ଚାର ପ୍ରସଙ୍ଗ ହୋଇ ରହିନାହିଁ। ଆନ୍ତର୍ଜାତିକ ଗଣମାଧ୍ୟମରେ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତକୁ କଠୋର ସମାଲୋଚନା କରାଯାଉଛି। ଦେଶର ଗଣମାଧ୍ୟମ ସରକାରଙ୍କ ବୋଲ ମାନି କାଶ୍ମୀରକୁ ନ ଯାଇ କାଶ୍ମୀର ରେ ସବୁ ଭଲ ଅଛି ବୋଲି କୀର୍ତ୍ତନ କରୁଥିବା ବେଳେ ଆନ୍ତର୍ଜାତିକ ଗଣମାଧ୍ୟମରେ ଠିକ ଏହାର ବିପରୀତ ରିପୋର୍ଟ ପ୍ରକାଶିତ ହେଉଛି। ରାଜନୈତିକ ଦଳ, ନାଗରିକ ସମାଜ, ଗଣମାଧ୍ୟମ ଓ ମାନବ ଅଧିକାର କର୍ମୀଙ୍କୁ କାଶ୍ମୀରକୁ ପ୍ରବେଶ ଅଧିକାର ଦିଆ ଯାଉନାହିଁ। ବହୁ ରାଜନେତା ଓ ମାନବାଧିକାର କର୍ମୀଙ୍କୁ ଶ୍ରୀନଗର ବିମାନ ବନ୍ଦରରୁ ଜୋର କରି ଫେରାଇ ଦିଆଯାଉଛି। ଶେଷ ଖବର ଅନୁଯାୟୀ ପ୍ରଫେସର ସନ୍ଦିପ ପାଣ୍ଡେ, ପ୍ରଫୁଲ୍ଲ ସାମନ୍ତରାଙ୍କ ସମେତ ଚାରି ଜଣ ମାନବାଧିକାର କର୍ମୀଙ୍କୁ କାଶ୍ମୀରରେ ପ୍ରବେଶ ଅଧିକାର ଦିଆ ଯାଇନାହିଁ। ଏପରିକି ନିଜ ରାଜ୍ୟକୁ ଯିବାଲାଗି କଂଗ୍ରେସ ନେତା ଗୁଲାମ ନବି ଆଜାଦଙ୍କୁ ସୁପ୍ରିମ କୋର୍ଟଙ୍କ ଦ୍ଵାରସ୍ଥ ହେବାକୁ ପଡିଥିଲା।

କାଶ୍ମୀରର ସବୁ ରାଜନୈତିକ ଦଳର ନେତାଙ୍କୁ ବନ୍ଦୀ ବା ଗୃହ ବନ୍ଦୀ କରି ରଖାଯାଇଛି। ସେମାନଙ୍କୁ ସେମାନଙ୍କ ପରିବାର ସହିତ ମିଶିବାର ସୁଯୋଗ ଦିଆ ଯାଉନାହିଁ।ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ଝିଅ ନିଜ ମାଙ୍କୁ ଭେଟିବା ଲାଗି ସୁପ୍ରିମ କୋର୍ଟରେ ପ୍ରାର୍ଥନା କରିଥିଲେ। ରାଜ୍ୟର ସବୁଠୁ ବରିଷ୍ଠ ନେତା ଫାରୁକ ଅବଦୁଲ୍ଲାଙ୍କୁ ବନ୍ଦୀ କରି ରଖାଯାଇଛି। ଗୋଟେ ପଟେ ଧାରଣା ଦିଆଯାଉଛି ଯେ ଏଇ ନେତାମାନଙ୍କର କୌଣସି ପ୍ରଭାବ ଲୋକଙ୍କ ଉପରେ ନାହିଁ, ଅପର ପକ୍ଷରେ ସବୁ ପ୍ରକାର ରାଜନୈତିକ ଗତିବିଧି କାଶ୍ମୀରରେ ବନ୍ଦ ରହିଛି। କାଶ୍ମୀର ଲୋକଙ୍କର ମୌଳିକ ଅଧିକାର ଦୁଇମାସ ଧରି କ୍ଷୁଣ୍ଣ ହୋଇଥିବା ବେଳେ ଏ ପ୍ରସଙ୍ଗରେ ବିଚାର କରିବାକୁ ଆମର ସୁପ୍ରିମ କୋର୍ଟଙ୍କ ପାଖରେ ସମୟ ନାହିଁ।

ଗୋଟେ ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥା ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛି ଓ ଲୋକଙ୍କ ମୌଳିକ ଅଧିକାର ବୋଲି କିଛି ନାହିଁ- ଏହା ମାନ୍ୟବର ସୁପ୍ରିମ କୋର୍ଟଙ୍କ ପାଇଁ ଚିନ୍ତାର କାରଣ ନୁହେଁ। କାଶ୍ମୀରରେ ବହୁ ସଂଖ୍ୟକ ନାବାଳକଙ୍କୁ ଗିରଫ କରାଯାଇଥିବାର ଖବର ଭିନ୍ନ ଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହାକୁ ନେଇ ଆମ ନ୍ୟାୟ ବ୍ୟବସ୍ଥାର ନିରପେକ୍ଷତା ଉପରେ ଆନ୍ତର୍ଜାତିକ ଗଣମାଧ୍ୟମ ପ୍ରଶ୍ନ ଉଠାଉଛନ୍ତି। ହେଲେ ଆମର ସବୁ ବ୍ୟବସ୍ଥା ଏ ପ୍ରସଙ୍ଗରେ ସରକାରଙ୍କ ଅନ୍ଧ ଗୋଡାଣିଆଁ ହେବାକୁ ପସନ୍ଦ କରୁଛନ୍ତି। କାଶ୍ମୀର ଯଦି ଆମର, ତାହେଲେ କାଶ୍ମୀର ଯିବାକୁ ଆମକୁ ମନା କରାହେଉଛି କାହିଁକି? କାଶ୍ମୀରରେ ଯଦି ସବୁ ଠିକଠାକ ଚାଲିଛି, ତାହେଲେ ସେଠି ଏତେ ବାଧା ଓ ପ୍ରତିବନ୍ଧକ କାହିଁକି?

ଆନ୍ତର୍ଜାତିକ ମଞ୍ଚରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଏକ ଘରିକିଆ ହୋଇଯାଇଛି ଓ ଅନ୍ୟ ଦେଶର ଲୋକେ ପାକିସ୍ତାନକୁ ଥୁ ଥୁ କରୁଛନ୍ତି ବୋଲି ଏକ ଧାରଣା ଆମର ଟେଲିଭିଜନ ସାମ୍ବାଦିକମାନେ ସୃଷ୍ଟି କରୁଛନ୍ତି। ହେଲେ ଗତ ଦୁଇମାସ ଭିତରେ ସବୁ ଆନ୍ତର୍ଜାତିକ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠୁଛି। ଜାତିସଂଘ ସୁରକ୍ଷା ପରିଷଦରେ ଏହାର ଆଲୋଚନା ଲାଗି ଚୀନ ପ୍ରଥମେ ଚାପ ପକାଇଥିଲା। ସେପ୍ଟେମ୍ବର ତୃତୀୟ ସପ୍ତାହରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ଭାରତକୁ ନିନ୍ଦିତ କରିବାକୁ ଚେଷ୍ଟା କରିଥିଲା ଓ ଏହାର ଦୃଢ ଜବାବ ଭାରତ ତରଫରୁ ରଖା ଯାଇଥିଲା। ତେବେ ତୁର୍କୀ ଓ ମାଲେସିଆ ଭଳି ଦୁଇଟି ରାଷ୍ଟ୍ର କାଶ୍ମୀରକୁ ନେଇ ଭାରତ ଉପରେ ଯେଉଁ ପ୍ରକାର ଆକ୍ରମଣ କଲେ, ତାହା ଆମକୁ ବିଚଳିତ କରିବା ଉଚିତ। ଆମେରିକା ସିନେଟରେ ପଚାଶରୁ ଅଧିକ ସାଂସଦ ଓ ବ୍ରିଟେନର ପୂରା ଶ୍ରମିକ ଦଳ କାଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ କରୁଛନ୍ତି। ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କାଶ୍ମୀରକୁ ଭାରତ ଆକ୍ରମଣ କରିଛି ବୋଲି କହିବା, ଚିନ୍ତାର ବିଷୟ।

ଆମକୁ ଗଲା ଦୁଇମାସ ଭିତରେ ସବୁକିଛି ଠିକ ଅଛି ବୋଲି କହୁଥିବା ସରକାର ଆନ୍ତର୍ଜାତିକ ଗଣମାଧ୍ୟମ ଓ ତୁର୍କୀ-ମାଲେସିଆ ଭଳି ଦେଶକୁ ଏହା ବୁଝାଇ ପାରୁନାହିଁ କାହିଁକି? ଜାତୀୟ ରାଜନୀତିରେ କାଶ୍ମୀର ଏବେ ବିଜେପି ସରକାର ଲାଗି “ଗିନିଆ ପିଗ” ର ଭୂମିକା ନିର୍ବାହ କରୁଛି। ଉଗ୍ର ରାଷ୍ଟ୍ରବାଦର ପରୀକ୍ଷା ଲାଗି ୭୦ ଲକ୍ଷ ଲୋକଙ୍କ ଜୀବନକୁ ଆଜି ଦୁର୍ବିସହ କରି ରଖାଯାଇଛି। ଦୁଇ ମାସ ଭିତରେ କାଶ୍ମୀର ଆମର କେତେ ନିକଟତର ହୋଇଛି ଓ କାଶ୍ମୀରର ଲୋକେ କେତେ ଅଗ୍ରଗତି କରିଛନ୍ତି- ତାର ହିସାବ ଆଜି କେହି କରିବେ ନାହିଁ।

ତେବେ ଗୋଟେ କଥା ୟା ଭିତରେ ନିଶ୍ଚୟ ଘଟିଛି। ଅଗଷ୍ଟ ମାସରେ ଯେଉଁମାନେ କାଶ୍ମୀରରେ ଜାଗା କିଣିବେ ବୋଲି ବାହାରୁଥିଲେ, ଏବେ ସେମାନେ ଆଉ କାଶ୍ମୀର ର ମାଟି ମାଡିବାକୁ ଚାହୁଁ ନାହାନ୍ତି!

article370 j&k
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

ବିଭିନ୍ନ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଉପାଧ୍ୟକ୍ଷଙ୍କ ନାମ, ସେମାନେ ହେଲେ..

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.