Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉପ ରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କୁ ସ୍ଵାଗତ କରିବା ଲାଗି ବିଜେପି ନେତାଙ୍କର ଏ ଲମ୍ବା ଧାଡି କାହିଁକି?
ବିଶେଷ ଖବର

ଉପ ରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କୁ ସ୍ଵାଗତ କରିବା ଲାଗି ବିଜେପି ନେତାଙ୍କର ଏ ଲମ୍ବା ଧାଡି କାହିଁକି?

October 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉପ ରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କୁ ସ୍ଵାଗତ କରିବା ଲାଗି ବିଜେପି ନେତାଙ୍କର ଏ ଲମ୍ବା ଧାଡି କାହିଁକି?

ସମୀକ୍ଷା ବ୍ୟୁରୋ

ଆମ ଦେଶରେ ସଂସଦୀୟ ଗଣତନ୍ତ୍ରର ଯେଉଁ ପରମ୍ପରା ରହିଛି, ତାର ମୂଳରେ କିଛି ଗଣତାନ୍ତ୍ରିକ ନୈତିକତାବୋଧ ମଧ୍ୟ ରହିଛି। ଆମର ରାଜନୈତିକ ନେତୃତ୍ଵ ଦଳୀୟ ବନ୍ଧନୀରୁ ଆସିଥିଲେ ମଧ୍ୟ, କିଛି ପଦ ପଦବୀ ରହିଛି, ଯେଉଁଠି ଦଳୀୟ ପରିଚୟ ଗୌଣ ହୋଇପଡେ। ଦେଶର ଦୁଇ ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ପଦବୀରେ ଆସୀନ ହେଉଥିବା ନେତାଙ୍କର, ଦଳୀୟ ପରିଚୟ ଆପେ ଆପେ ସମାପ୍ତ ହୋଇଯାଏ। କାରଣ ସେମାନେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ନେତା। ଉଚ୍ଚ ପଦାକୁ ଗଲାପରେ ନିଜର ଦଳୀୟ ପରିଚୟକୁ ପରିତ୍ୟାଗ କରିବାର ଏକ ପ୍ରତିଷ୍ଠିତ ପରମ୍ପରା ଆମର ରହିଛି। ସେହି ପରମ୍ପରାର ପୃଷ୍ଠଭୂମିରେ ଆଜି ଭାରତର ମାନ୍ୟବର ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଗସ୍ତ ବେଳେ ତାଙ୍କୁ ବିମାନ ବନ୍ଦରରେ ସ୍ଵାଗତ କରିବା ଲାଗି ଅପେକ୍ଷା କରିଥିବା ରାଜ୍ୟ ବିଜେପି ନେତାମାନଙ୍କର ଲାମ୍ବା ଧାଡି ଆମକୁ ଚକିତ କରିଥିଲା। ମାନ୍ୟବର ଉପ ରାଷ୍ଟ୍ରପତି ଦେଶର ଦ୍ଵିତୀୟ ସର୍ବୋଚ୍ଚ ପଦ ମର୍ୟାଦାର ଅଧିକାରୀ। ତାଙ୍କୁ ସ୍ଵାଗତ କରିବା ଲାଗି ଏକ ନିର୍ଦ୍ଦିଷ୍ଟ ପ୍ରୋଟୋକଲ ରହିଛି। ସେଥିରେ ଏକ ନିର୍ଦ୍ଦିଷ୍ଟ ଦଳର ନେତାଙ୍କ ସଂଖ୍ୟା ଉଲ୍ଲେଖ ରହିଛି କି?

ଆଜି ଓଡିଶାର ସର୍ବ ପୁରାତନ ଦୈନିକ ଖବର କାଗଜ “ସମାଜ”  ର ଶତ ବାର୍ଷିକୀ ଉତ୍ସବ ତଥା “କିଟ” ପରିସରରେ ଆୟୋଜିତ ହେବାକୁ ଥିବା ବିଶ୍ବକବି ସମ୍ମିଳନୀର ଉଦଯାପନ ଉତ୍ସବରେ ଯୋଗଦେବାକୁ ଉପ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଥିଲେ। ତାଙ୍କୁ ପାଛୋଟି ଆଣିବାକୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ଉପସ୍ଥିତ ରହିଥିଲେ। ତେବେ ରାଜ୍ୟର ଦୁଇ ମୁଖିଆଙ୍କ ପରେ ଓଡିଶା ବିଜେପିର କିଛି ବିଧାୟକ ଓ କର୍ମକର୍ତ୍ତା ମଧ୍ୟ ଉପ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ଲାଗି ଛିଡା ହୋଇଥିଲେ। ଏହା ନିଶ୍ଚିତ ଭାବରେ ସାମ୍ବିଧାନିକ ପଦରେ ଥିବା ଜଣେ ମହାନୁଭବଙ୍କ ପ୍ରୋଟୋକଲ ର ବ୍ୟତିକ୍ରମ। ଉପ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ଲାଗି ବିଜେପି କର୍ମକର୍ତ୍ତା ଓ ମୁଖପାତ୍ରମାନେ ଉପସ୍ଥିତ ରହିବା ଗୋଟେ ବିଚିତ୍ର ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଉପ ରାଷ୍ଟ୍ରପତି ହେବା ପୂର୍ବରୁ ଶ୍ରୀଯୁକ୍ତ ଭେଙ୍କୟା ନାଇଡୁ ବିଜେପିର ରାଷ୍ଟ୍ରୀୟ ସଭାପତି ଦାୟିତ୍ବରେ ଅବଶ୍ୟ ଥିଲେ। ତେବେ ତାହା ଅତୀତର କଥା ମାତ୍ର। ଉପ ରାଷ୍ଟ୍ରପତି ତଥା ରାଜ୍ୟ ସଭାର ଅଧ୍ୟକ୍ଷ ଭାବରେ ସେ ଏବେ ସବୁ ଦଳ ପାଇଁ ସମାନ। ତାଙ୍କୁ ସ୍ଵାଗତ କରିବା ଲାଗି ଅନ୍ୟ ରାଜନୈତିକ ଦଳମାନଙ୍କୁ ମଧ୍ୟ ସୁଯୋଗ ଦିଆ ଯାଇଥିଲା କି? ରାଜ୍ୟ ବିଜେପିର ଉପ ସଭାପତି, ସୋସିଆଲ ମିଡିଆ ସଂଯୋଜକ ଓ ସାଧାରଣ ସମ୍ପାଦକ ଭଳି ନିହାତି ଦଳୀୟ ପଦବୀରେ ଥିବା କର୍ମକର୍ତ୍ତାମାନେ ବିମାନ ବନ୍ଦରରେ ଉପସ୍ଥିତ ରହି ମାନ୍ୟବର ଉପ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ଅନ୍ତତଃ ଏକ ଶୋଭନୀୟ ଦୃଶ୍ୟ ନୁହେଁ।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ଉପ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କେଉଁମାନେ ସ୍ଵାଗତ କରିବାର ସୁଯୋଗ ପାଇବେ, ସେ ପ୍ରୋଟୋକଲ ବାବଦରେ ନିଶ୍ଚୟ ଅବଗତ ଥିବେ। ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କ ସ୍ଵାଗତ ଲାଗି ଏକ ନିର୍ଦ୍ଦିଷ୍ଟ ଦଳର କର୍ମକର୍ତ୍ତାଙ୍କୁ ସୁଯୋଗ ଦେବା କେଉଁ ପ୍ରୋଟୋକଲ ରେ ଆସୁଛି, ସେକଥା ସାଧାରଣ ନାଗରିକ ଜାଣିବା ଉଚିତ!!

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025
Latest News

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜରେ ଖେଳିବେ ନାହିଁ ହାର୍ଦ୍ଦିକ ଏବଂ ବୁମରାହ: ଜାଣନ୍ତୁ କାରଣ

December 20, 2025

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.