Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉପ ରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କୁ ସ୍ଵାଗତ କରିବା ଲାଗି ବିଜେପି ନେତାଙ୍କର ଏ ଲମ୍ବା ଧାଡି କାହିଁକି?
ବିଶେଷ ଖବର

ଉପ ରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କୁ ସ୍ଵାଗତ କରିବା ଲାଗି ବିଜେପି ନେତାଙ୍କର ଏ ଲମ୍ବା ଧାଡି କାହିଁକି?

October 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉପ ରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କୁ ସ୍ଵାଗତ କରିବା ଲାଗି ବିଜେପି ନେତାଙ୍କର ଏ ଲମ୍ବା ଧାଡି କାହିଁକି?

ସମୀକ୍ଷା ବ୍ୟୁରୋ

ଆମ ଦେଶରେ ସଂସଦୀୟ ଗଣତନ୍ତ୍ରର ଯେଉଁ ପରମ୍ପରା ରହିଛି, ତାର ମୂଳରେ କିଛି ଗଣତାନ୍ତ୍ରିକ ନୈତିକତାବୋଧ ମଧ୍ୟ ରହିଛି। ଆମର ରାଜନୈତିକ ନେତୃତ୍ଵ ଦଳୀୟ ବନ୍ଧନୀରୁ ଆସିଥିଲେ ମଧ୍ୟ, କିଛି ପଦ ପଦବୀ ରହିଛି, ଯେଉଁଠି ଦଳୀୟ ପରିଚୟ ଗୌଣ ହୋଇପଡେ। ଦେଶର ଦୁଇ ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ପଦବୀରେ ଆସୀନ ହେଉଥିବା ନେତାଙ୍କର, ଦଳୀୟ ପରିଚୟ ଆପେ ଆପେ ସମାପ୍ତ ହୋଇଯାଏ। କାରଣ ସେମାନେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ନେତା। ଉଚ୍ଚ ପଦାକୁ ଗଲାପରେ ନିଜର ଦଳୀୟ ପରିଚୟକୁ ପରିତ୍ୟାଗ କରିବାର ଏକ ପ୍ରତିଷ୍ଠିତ ପରମ୍ପରା ଆମର ରହିଛି। ସେହି ପରମ୍ପରାର ପୃଷ୍ଠଭୂମିରେ ଆଜି ଭାରତର ମାନ୍ୟବର ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଗସ୍ତ ବେଳେ ତାଙ୍କୁ ବିମାନ ବନ୍ଦରରେ ସ୍ଵାଗତ କରିବା ଲାଗି ଅପେକ୍ଷା କରିଥିବା ରାଜ୍ୟ ବିଜେପି ନେତାମାନଙ୍କର ଲାମ୍ବା ଧାଡି ଆମକୁ ଚକିତ କରିଥିଲା। ମାନ୍ୟବର ଉପ ରାଷ୍ଟ୍ରପତି ଦେଶର ଦ୍ଵିତୀୟ ସର୍ବୋଚ୍ଚ ପଦ ମର୍ୟାଦାର ଅଧିକାରୀ। ତାଙ୍କୁ ସ୍ଵାଗତ କରିବା ଲାଗି ଏକ ନିର୍ଦ୍ଦିଷ୍ଟ ପ୍ରୋଟୋକଲ ରହିଛି। ସେଥିରେ ଏକ ନିର୍ଦ୍ଦିଷ୍ଟ ଦଳର ନେତାଙ୍କ ସଂଖ୍ୟା ଉଲ୍ଲେଖ ରହିଛି କି?

ଆଜି ଓଡିଶାର ସର୍ବ ପୁରାତନ ଦୈନିକ ଖବର କାଗଜ “ସମାଜ”  ର ଶତ ବାର୍ଷିକୀ ଉତ୍ସବ ତଥା “କିଟ” ପରିସରରେ ଆୟୋଜିତ ହେବାକୁ ଥିବା ବିଶ୍ବକବି ସମ୍ମିଳନୀର ଉଦଯାପନ ଉତ୍ସବରେ ଯୋଗଦେବାକୁ ଉପ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଥିଲେ। ତାଙ୍କୁ ପାଛୋଟି ଆଣିବାକୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ଉପସ୍ଥିତ ରହିଥିଲେ। ତେବେ ରାଜ୍ୟର ଦୁଇ ମୁଖିଆଙ୍କ ପରେ ଓଡିଶା ବିଜେପିର କିଛି ବିଧାୟକ ଓ କର୍ମକର୍ତ୍ତା ମଧ୍ୟ ଉପ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ଲାଗି ଛିଡା ହୋଇଥିଲେ। ଏହା ନିଶ୍ଚିତ ଭାବରେ ସାମ୍ବିଧାନିକ ପଦରେ ଥିବା ଜଣେ ମହାନୁଭବଙ୍କ ପ୍ରୋଟୋକଲ ର ବ୍ୟତିକ୍ରମ। ଉପ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ଲାଗି ବିଜେପି କର୍ମକର୍ତ୍ତା ଓ ମୁଖପାତ୍ରମାନେ ଉପସ୍ଥିତ ରହିବା ଗୋଟେ ବିଚିତ୍ର ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଉପ ରାଷ୍ଟ୍ରପତି ହେବା ପୂର୍ବରୁ ଶ୍ରୀଯୁକ୍ତ ଭେଙ୍କୟା ନାଇଡୁ ବିଜେପିର ରାଷ୍ଟ୍ରୀୟ ସଭାପତି ଦାୟିତ୍ବରେ ଅବଶ୍ୟ ଥିଲେ। ତେବେ ତାହା ଅତୀତର କଥା ମାତ୍ର। ଉପ ରାଷ୍ଟ୍ରପତି ତଥା ରାଜ୍ୟ ସଭାର ଅଧ୍ୟକ୍ଷ ଭାବରେ ସେ ଏବେ ସବୁ ଦଳ ପାଇଁ ସମାନ। ତାଙ୍କୁ ସ୍ଵାଗତ କରିବା ଲାଗି ଅନ୍ୟ ରାଜନୈତିକ ଦଳମାନଙ୍କୁ ମଧ୍ୟ ସୁଯୋଗ ଦିଆ ଯାଇଥିଲା କି? ରାଜ୍ୟ ବିଜେପିର ଉପ ସଭାପତି, ସୋସିଆଲ ମିଡିଆ ସଂଯୋଜକ ଓ ସାଧାରଣ ସମ୍ପାଦକ ଭଳି ନିହାତି ଦଳୀୟ ପଦବୀରେ ଥିବା କର୍ମକର୍ତ୍ତାମାନେ ବିମାନ ବନ୍ଦରରେ ଉପସ୍ଥିତ ରହି ମାନ୍ୟବର ଉପ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ଅନ୍ତତଃ ଏକ ଶୋଭନୀୟ ଦୃଶ୍ୟ ନୁହେଁ।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ଉପ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କେଉଁମାନେ ସ୍ଵାଗତ କରିବାର ସୁଯୋଗ ପାଇବେ, ସେ ପ୍ରୋଟୋକଲ ବାବଦରେ ନିଶ୍ଚୟ ଅବଗତ ଥିବେ। ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କ ସ୍ଵାଗତ ଲାଗି ଏକ ନିର୍ଦ୍ଦିଷ୍ଟ ଦଳର କର୍ମକର୍ତ୍ତାଙ୍କୁ ସୁଯୋଗ ଦେବା କେଉଁ ପ୍ରୋଟୋକଲ ରେ ଆସୁଛି, ସେକଥା ସାଧାରଣ ନାଗରିକ ଜାଣିବା ଉଚିତ!!

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.