Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ରର ବିଚିତ୍ର ରାଜନୀତି, ଶିବସେନା ଓ ବିଜେପି ମଧ୍ୟରେ ଶତୃତା ଯେତିକି ମିତ୍ରତା ବି ସେତିକି!! 
ବିଶେଷ ଖବର

ମହାରାଷ୍ଟ୍ରର ବିଚିତ୍ର ରାଜନୀତି, ଶିବସେନା ଓ ବିଜେପି ମଧ୍ୟରେ ଶତୃତା ଯେତିକି ମିତ୍ରତା ବି ସେତିକି!! 

October 8, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Maharashtra Chief Minister Devendra Fadnavis and Shiv Sena chief Uddhav Thackeray addressing a joint press conference of Mahayuti (mega alliance),in Mumbai on Friday.UNI PHOTO-144U

କେଦାର ମିଶ୍ର 

ଭାରତର ଅନ୍ୟ ସବୁ ରାଜ୍ୟ ତୁଳନାରେ ମହାରାଷ୍ଟ୍ର ରାଜନୀତି ପୂରାପୂରି ଅଲଗା। ମହାରାଷ୍ଟ୍ରର ରାଜନୀତି ସବୁବେଳେ ଚତୁର୍ମୁଖୀ ରହି ଆସିଛି। ଯଦିଓ ମେଣ୍ଟ ଜରିଆରେ କଂଗ୍ରେସ ସହିତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଓ ବିଜେପି ସହିତ ଶିବସେନାର ବନ୍ଧୁତା ରହିଛି, ଏହା କେବଳ ରାଜନୈତିକ ବାଧ୍ୟବାଧକତା ମାତ୍ର। ୨୦୧୪ ନିର୍ବାଚନରେ ଏହି ଚାରୋଟି ଯାକ ଦଳ ଅଲଗା ଅଲଗା ନିର୍ବାଚନ ଲଢିଥିଲେ। ସେତେବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ କାହାକୁ ବିଜେପି ଉପସ୍ଥାପିତ କରିନଥିଲା। ବିଜେପି ଭିତରେ ନେତୃତ୍ବକୁ ନେଇ ସେତେବେଳେ ଅନେକ ପ୍ରଶ୍ନବାଚୀ ରହିଥିଲା। ପଙ୍କଜା ମୁଣ୍ଡେ, ବିନୋଦ ତାଓଡେ,ଏକନାଥ ଖଡସେ ପ୍ରମୁଖ ବହୁ ନେତାଙ୍କ ନାଁ ସେତେବେଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଠୁଥିଲା। ଆବଶ୍ୟକ ସ୍ଥଳେ ନିତିନ ଗଦକାରୀ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ମଧ୍ୟ ଶୁଣା ଯାଉଥିଲା। ତେବେ ଦେବେନ୍ଦ୍ର ଫଡନବିସଙ୍କ ହାତକୁ କ୍ଷମତା ଆସିବା ପରେ ବର୍ତ୍ତମାନ ସମୟରେ ସେ ମହାରାଷ୍ଟ୍ର ବିଜେପିର ସର୍ବମାନ୍ୟ ନେତା ରୂପେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ୨୦୧୪ ରେ ଯେଉଁମାନେ ଫଡନବିସଙ୍କ ପ୍ରତିଯୋଗୀ ଥିଲେ ସେଥିରୁ ଅନେକଙ୍କୁ ଏଥର ବିଜେପି ଟିକେଟ ମଧ୍ୟ ଦେଇନାହିଁ। ୨୦୧୯ ନିର୍ବାଚନରେ ଦେବେନ୍ଦ୍ର ଫଡନବିସ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ନେତୃତ୍ଵ ନେଉଛନ୍ତି ଓ ନିକଟରେ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନ ର ଗଣିତ ଦେଖି ଲାଗୁଛି, ମହାରାଷ୍ଟ୍ରରେ ବିଜେପିର ସରକାର ପୁଣିଥରେ ସ୍ଥାପିତ ହେବାରେ ବିଶେଷ ଅସୁବିଧା ହେବନାହିଁ ।

ତେବେ ବିଜେପି ଓ ଶିବସେନା ମେଣ୍ଟର ସରକାର ପୁଣି ଥରେ ଆସୀନ ହେବ ନା ଏକାକୀ ବିଜେପି କ୍ଷମତାକୁ ଫେରିବ, ତାହା ଏକ ଅଲଗା ପ୍ରଶ୍ନ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଢିବା ଲାଗି ୧୪୪/୧୪୫ ଆସନର ଆବଶ୍ୟକତା ରହିଛି। ଗତ ଥର ବିଜେପି ୨୬୦ ଆସନରେ ନିର୍ବାଚନ ଲଢି ୧୨୨ ଆସନରେ ଜିତିଥିଲା। ଶିବସେନା ୨୮୨ ରୁ ୬୩, କଂଗ୍ରେସ ୨୮୭ ରୁ ୪୨ ଓ ରାଷ୍ଟ୍ରବାଦୀ କଂଗ୍ରେସ ୨୭୮ ରୁ ୪୧ ଆସନ ଜିତିଥିଲେ। ଗତଥର ପରି ଏଥର ବିଜେପି ଓ ଶିବସେନା ଅଲଗା ଅଲଗା ନିର୍ବାଚନ ଲାଢୁ ନାହାନ୍ତି। ଉଭୟ ଦଳ ଭିତରେ ମେଣ୍ଟ ହୋଇଛି ଓ ବିଜେପି ୧୬୪ ଓ ଶିବସେନା ଆସନରେ ନିର୍ବାଚନ ଲଢୁଛନ୍ତି। ଚଳିତ ଥର ଏକାକୀ ସରକାର ଗଢିବା ଅପେକ୍ଷା ମେଣ୍ଟ ସରକାର ସପକ୍ଷରେ କାମ କରିବାକୁ ବିଜେପି ଏକପ୍ରକାର ବାଧ୍ୟ। ୧୬୪ ଆସନରୁ ୧୪୪ ଜିତିବା ବିଜେପି ପକ୍ଷରେ ସହଜ କଥା ନୁହେଁ। ଗତଥର ସରକାର ଗଢିବା ଲାଗି ଶିବସେନା ସହିତ ବିଜେପିକୁ ଦୀର୍ଘ ସମୟ ମୂଲ ଚାଲ କରିବାକୁ ପଡିଥିଲା। ଏଥର ନିର୍ବାଚନ ପୂର୍ବରୁ ମେଣ୍ଟ ହୋଇଥିବାରୁ ସରକାର ଗଠନ ସହଜ ପ୍ରକ୍ରିୟା ହୋଇପାରେ।

ତେବେ ବିଜେପି ଓ ଶିବସେନାର ନିର୍ବାଚନୀ ମେଣ୍ଟ ସତ୍ତ୍ୱେ ଏ ଦୁଇ ଦଳ ଆଜି ମଧ୍ୟ ପରଷ୍ପର ବିରୋଧରେ ଠିଆ ହୋଇଛନ୍ତି। ମୁମ୍ବାଇ ମେଟ୍ରୋ ପାଇଁ ଆରେ କଲୋନୀର ଗଛ କଟାକୁ ନେଇ ବିଜେପି ଓ ଶିବସେନା ଭିତରେ ଶତୃତା ତୀବ୍ର ହୋଇଛି। ଶିବସେନା ନେତା ତଥା ଉଦ୍ଧବ ଥାକରେଙ୍କ ପୁଅ ଆଦିତ୍ୟ ଥାକରେଙ୍କ ନେତୃତ୍ବରେ ଗଛକଟାକୁ ବିରୋଧ କରାଯାଉଥିବା ବେଳେ ବିଜେପି ଗଛ କଟାକୁ ସମର୍ଥନ କରୁଛି। ଶିବସେନା ସରକାର ଆସିଲେ ଗଛ କାଟିବାକୁ ଦିଆଯିବ ନାହିଁ ବୋଲି ଆଦିତ୍ୟ କହୁଛନ୍ତି, ହେଲେ ସରକାର ତ ବିଜେପି-ଶିବସେନାର ହିଁ ରହିଛି ଓ ଆଗକୁ ମଧ୍ୟ ଉଭୟ ଦଳର ମେଣ୍ଟ ସରକାର ରହିପାରେ। ତାହେଲେ ଏ ବିରୋଧର କାରଣ କଣ? ବିଜେପି ଓ ଶିବସେନା ପରଷ୍ପରକୁ ଯେତେ ଶୋଧିଲେ ମଧ୍ୟ ଏକାଠି ରହିବାକୁ ବାଧ୍ୟ ହେବାର କାରଣ କଣ?

ଆଦର୍ଶଗତ କାରଣରୁ ବିଜେପି ଓ ଶିବସେନାର ସମାନ ପୃଷ୍ଠଭୂମି ରହିଛି। ତେବେ ବିଜେପି ଏବେ ନିଜର ପତିଆରା ଶିବସେନା ଠୁ ବ୍ୟାପକ କରିସାରିଛି। ଶିବସେନା ଏକଦା ନିଜକୁ ମହାରାଷ୍ଟ୍ରର ବାଘ ବୋଲି ଭାବୁଥିଲା। ଏବେ ଆଉ ସେ ସୁଯୋଗ ନାହିଁ। ଏବେ ମେଣ୍ଟ ରାଜନୀତିରେ ବିଜେପି ର କନିଷ୍ଠ ସହଯୋଗୀ ହେବାକୁ ଶିବସେନା ବାଧ୍ୟ। ମୁମ୍ବାଇ, କୋଙ୍କଣ ଓ ମରାଠାବାଡା ଅଞ୍ଚଳରେ ଶିବସେନାର ଉପସ୍ଥିତି ଓ ପ୍ରଭାବ ରହିଥିବା ବେଳେ ବିଦର୍ଭ – ନାସିକ ଅଞ୍ଚଳରେ ବିଜେପିର ପ୍ରଭାବ ପ୍ରବଳ। ଭୌଗୋଳିକ ରାଜନୀତି କାରଣରୁ ମଧ୍ୟ ଏମାନେ ଏକାଠି ରହିବାକୁ ଓ ନିର୍ବାଚନ ଲଢିବାକୁ ବାଧ୍ୟ।

ମହାରାଷ୍ଟ୍ର ରାଜନୀତିର ସବୁଠୁ ମଜା କଥା ହେଉଛି, ବିଜେପି ଓ ଶିବସେନା ଏକାଠି ସରକାର ଚଳାଉଛନ୍ତି, ଏକାଠି ନିର୍ବାଚନ ଲଢୁଛନ୍ତି – ହେଲେ ପରଷ୍ପରକୁ ଖୋଲାଖୋଲି ବିରୋଧ ମଧ୍ୟ କରୁଛନ୍ତି। ବୋଧହୁଏ ଏହା ହିଁ ଆମ ରାଜନୀତିର ବୈଚିତ୍ର୍ୟ!!

 

କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.