Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଲିଉଡ୍‌ର ପ୍ରଥମ ସୁପରଷ୍ଟାରଙ୍କ କାହାଣୀ : କୁମୁଦଲାଲ୍‌ ଗାଙ୍ଗୁଲିରୁ ଅଭିନେତା ଅଶୋକ କୁମାର
ବିଶେଷ ଖବର

ବଲିଉଡ୍‌ର ପ୍ରଥମ ସୁପରଷ୍ଟାରଙ୍କ କାହାଣୀ : କୁମୁଦଲାଲ୍‌ ଗାଙ୍ଗୁଲିରୁ ଅଭିନେତା ଅଶୋକ କୁମାର

October 13, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବଲିଉଡ୍‌ର ପ୍ରଥମ ସୁପରଷ୍ଟାର୍‌ ଅଶୋକ କୁମାରଙ୍କ ଆଜି ହେଉଛି ୧୦୮ତମ ଜନ୍ମଦିବସ ।  ବିହାରର ଭାଗଲପୁରଠାରେ ୧୯୧୧ ମସିହାରେ ଆଜିର ଦିବସରେ ଜନ୍ମଗ୍ରହଣ କରିଥିଲେ ଅଶୋକ କୁମାର ।  ସ୍ବପ୍ନର ସହର ମୁମ୍ବାଇ ଜଣେ ଟେକ୍ନିସିଆନ୍‌ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ସମୟରେ ବଲିଉଡର ପ୍ରଥମ ସୁପରଷ୍ଟାର ପାଲଟି ଯାଇଥିଲେ । ଏହି ସୁପରଷ୍ଟାରଙ୍କର ଷ୍ଟାଇଲ୍‌, ଡାଇଲଗ୍‌ ଲୋକଙ୍କ ଭାଷା ପାଲଟି ଯାଇଥିଲା । ଜନ୍ମ ସମୟରେ ଅଶୋକ କୁମାରଙ୍କ ନାମ ‘କୁମୁଦଲାଲ୍‌ ଗାଗୁଲିଙ୍କ ଥିଲା । ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକେ ତାଙ୍କୁ ସ୍ନେହରେ ଦାଦା ମୁନି (ବଡ଼ ଭାଇ) ବୋଲି ଡାକୁଥିଲେ ।

ଅଶୋକ କୁମାର ପ୍ରାରମ୍ଭରେ ବମ୍ବେ ଟକିଜ୍‌ରେ ଲାବ୍‌ ଆସିଷ୍ଟାଣ୍ଟ ରୂପେ କାମ କରୁଥିଲେ ।  ୧୯୩୬ ମସିହାରେ ବମ୍ବେ ଟକିଜ୍‌ରେ ନିର୍ମାଣ ହେଉଥିବା ଫିଲ୍ମ ‘ଜୀବନ ନୈୟା’ ର ଶୁଟିଂ ଆରମ୍ଭ ହେବା ପୂର୍ବରୁ ଏହି ଫିଲ୍ମର ଲିଡ୍‌ ଆକ୍ଟେ୍ରସ୍‌ ଦେବିକା ରାନୀ ଓ ନଜମୁଲ୍‌ ହସନ୍‌ଙ୍କ ମଧ୍ୟରେ ମତଭେଦ ହୋଇଗଲା । ଏହି ମତଭେଦ କାରଣରୁ ଫିଲ୍ମର ପ୍ରଯୋଜକ ହିମାଂଶୁ ରାୟ ଅଭିନେତା ନଜମୁଲ୍‌ଙ୍କ ସ୍ଥାନରେ କୁମୁଦଲାଲ୍‌ (ଅଶୋକ କୁମାର)ଙ୍କୁ ଫିଲ୍ମରେ ସ୍ଥାନ ଦେଲେ । ଫିଲ୍ମର ଡାଇରେକ୍ଟର ଅଶୋକ କୁମାର ପ୍ରକୃତ ନାମ ‘କୁମୁଦଲାଲ’କୁ ନେଇ ଅସନ୍ତୁଷ୍ଟ ରହିଥିଲେ । ସେହି ଫିଲ୍ମରେ ପ୍ରଥମ ଥର ପାଇଁ କୁମୁଦଲାଲ ଗାଙ୍ଗୁଲିଙ୍କ ସ୍କ୍ରିନ୍‌ ନାମ ଅଶୋକ କୁମାର ରଖାଯାଇଥିଲା । ଏହାପରଠାରୁ କୁମୁଦଲାଲ ଅଶୋକ କୁମାର ନାମରେ ପରିଚିତି ହେବାକୁ ଲାଗିଲେ ।

ଅଶୋକ କୁମାର ଏକାଧାରରେ ମୁଖ୍ୟ ନାୟକ, ମୁଖ୍ୟ ଖଳନାୟକ ତଥା ସହଯୋଗୀ କଳାକାର ଭାବେ ଅଭିନୟ କରି ଦର୍ଶକଙ୍କ ଆଦୃତି ଲାଭ କରିଛନ୍ତି । ନିଜର ଉଲ୍ଲେଖନୀୟ ଅଭିନୟ ପାଇଁ ୧୯୮୮ ମସିହାରେ ଦାଦାସାହେବ ଫାଲ୍‌କେ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଅଶୋକ କୁମାର । ୧୯୯୯ ମସିହାରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।  ୧୯୫୯ ମସିହାରେ ସଙ୍ଗୀତ ନାଟକ ଏକାଡେମୀସମ୍ମାନ,  ୧୯୬୯ରେ ଶ୍ରେଷ୍ଠ ଅଭିନେତାର ଜାତୀୟ ଫିଲ୍ମ ପୁରସ୍କାର, ଦୁଇ ଥର ଫିଲ୍ମଫେୟାର ସମ୍ମାନରେ ସମ୍ମାନିତ ହୋଇଛନ୍ତି ଏହି ଅଭିନେତା ଜଣକ ।

ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଜୀବନ ନୈୟା’, ‘ଅଛୁତ୍‌ କନ୍ୟା’,  ଜନ୍ମଭୂମି, ’ବନ୍ଧନ’, ‘ଝୋଲା’, ଅନ୍‌ଜାନ୍‌, କିସମତ୍‌, ମହଲ୍‌, ପରିଣୀତା, ଭାଇ – ଭାଇ, ଚଲ୍‌ତି କା ନାମ ଗାଡ଼ି, ହାଓ୍ବାଡା ବ୍ରିଜ୍‌, କାନୁନ୍‌, ଧର୍ମପୁତ୍ର, ଗୃହସ୍ଥୀ, ଗୁମ୍‌ରାହା, ଚିତ୍ରଲେଖା, ମମତା, ଜୁଏଲ୍‌ ଥିଫ୍‌, ଆବ୍‌ରୁ, ଆଶୀର୍ବାଦ, ଇନ୍ତେଖାମ୍‌, ଭିକ୍ଟୋରିଆ ନଂ ୨୦୩, ଛୋଟି ସି ବାତ୍‌, ମିଲି, ଆନନ୍ଦ ଆଶ୍ରମ, ସଫେଦ୍‌ ଝୁଟ୍‌, ଖଟା ମିଠା, ଖୁବସୁରତ୍‌, ସୌକିନ୍‌, ମିଷ୍ଟର, ଇଣ୍ଡିଆ, ସଂଗ୍ରାମ୍‌, ମେରା ଦାମାଦ୍‌, ବେକାବୁ ପ୍ରମୁଖ ।  ୯୦ ବର୍ଷ ବୟସରେ ୨୦୦୧ ଡିସେମ୍ବର ୧୦ ତାରିଖରେ ଏହି ମହାନ୍‌ କଳାକାର ଜଣକ ଆମଠାରୁ ବିଦାୟ ନେଇଥିଲେ ।

୧୯୪୩ ମସିହାରେ ଆସିଥିବା ଫିଲ୍ମ ‘କିସମତ୍’ ବକ୍ସ ଅଫିସ୍‌ରେ ସମସ୍ତ ରେକର୍ଡକୁ ଭଙ୍ଗ କରିଥିଲା ।  ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଅଭିନେତା ଅଶୋକ କୁମାର ଷ୍ଟାର୍‌ଡମ୍‌ ପାଇଥିଲେ ।  ଏହାପରଠାରୁ ଅଶୋକ କୁମାର ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଯାଇଥିଲେ ।  ’କିସମତ୍‌’ ପ୍ରଥମ ହିନ୍ଦୀ ଫିଲ୍ମ ଭାବେ ୧ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା ।  ଭାରତୀୟ ସିନେମାର ଜଣେ ନିଖୁଣ କଳାକାରଙ୍କ ୧୦୮ତମ ଜନ୍ମଦିବସ ଅବସରରେ ଆମର ଶ୍ରଦ୍ଧାସୁମନ ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026

ଶିକ୍ଷକମାନଙ୍କ ସମସ୍ୟା ସମାଧାନ ପାଇଁ ଗଠିତ କମିଟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଲେ ସାକ୍ଷାତ, କହିଲେ….

January 9, 2026

ଆଠ ଟିଏମସି ସାଂସଦଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ: ଗୃହ ମନ୍ତ୍ରଣାଳୟ ବାହାରେ କରୁଥିଲେ ପ୍ରତିବାଦ

January 9, 2026
Latest News

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

January 10, 2026

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026

ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଯୋଗୁଁ ବଢୁଛି ଚୀନ-ଭାରତ ସମ୍ପର୍କ: ବୃଦ୍ଧି ହେଲା ବାଣିଜ୍ୟ କାରବାର

January 10, 2026

ତମିମ ଇକବାଲ ଜଣେ “ଭାରତୀୟ ଏଜେଣ୍ଟ”: ବିବାଦ ସୃଷ୍ଟି କଲା ବିସିବି ଅଧିକାରୀଙ୍କ ଏହି ବୟାନ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.