Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଲିଉଡ୍‌ର ପ୍ରଥମ ସୁପରଷ୍ଟାରଙ୍କ କାହାଣୀ : କୁମୁଦଲାଲ୍‌ ଗାଙ୍ଗୁଲିରୁ ଅଭିନେତା ଅଶୋକ କୁମାର
ବିଶେଷ ଖବର

ବଲିଉଡ୍‌ର ପ୍ରଥମ ସୁପରଷ୍ଟାରଙ୍କ କାହାଣୀ : କୁମୁଦଲାଲ୍‌ ଗାଙ୍ଗୁଲିରୁ ଅଭିନେତା ଅଶୋକ କୁମାର

October 13, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବଲିଉଡ୍‌ର ପ୍ରଥମ ସୁପରଷ୍ଟାର୍‌ ଅଶୋକ କୁମାରଙ୍କ ଆଜି ହେଉଛି ୧୦୮ତମ ଜନ୍ମଦିବସ ।  ବିହାରର ଭାଗଲପୁରଠାରେ ୧୯୧୧ ମସିହାରେ ଆଜିର ଦିବସରେ ଜନ୍ମଗ୍ରହଣ କରିଥିଲେ ଅଶୋକ କୁମାର ।  ସ୍ବପ୍ନର ସହର ମୁମ୍ବାଇ ଜଣେ ଟେକ୍ନିସିଆନ୍‌ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ସମୟରେ ବଲିଉଡର ପ୍ରଥମ ସୁପରଷ୍ଟାର ପାଲଟି ଯାଇଥିଲେ । ଏହି ସୁପରଷ୍ଟାରଙ୍କର ଷ୍ଟାଇଲ୍‌, ଡାଇଲଗ୍‌ ଲୋକଙ୍କ ଭାଷା ପାଲଟି ଯାଇଥିଲା । ଜନ୍ମ ସମୟରେ ଅଶୋକ କୁମାରଙ୍କ ନାମ ‘କୁମୁଦଲାଲ୍‌ ଗାଗୁଲିଙ୍କ ଥିଲା । ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକେ ତାଙ୍କୁ ସ୍ନେହରେ ଦାଦା ମୁନି (ବଡ଼ ଭାଇ) ବୋଲି ଡାକୁଥିଲେ ।

ଅଶୋକ କୁମାର ପ୍ରାରମ୍ଭରେ ବମ୍ବେ ଟକିଜ୍‌ରେ ଲାବ୍‌ ଆସିଷ୍ଟାଣ୍ଟ ରୂପେ କାମ କରୁଥିଲେ ।  ୧୯୩୬ ମସିହାରେ ବମ୍ବେ ଟକିଜ୍‌ରେ ନିର୍ମାଣ ହେଉଥିବା ଫିଲ୍ମ ‘ଜୀବନ ନୈୟା’ ର ଶୁଟିଂ ଆରମ୍ଭ ହେବା ପୂର୍ବରୁ ଏହି ଫିଲ୍ମର ଲିଡ୍‌ ଆକ୍ଟେ୍ରସ୍‌ ଦେବିକା ରାନୀ ଓ ନଜମୁଲ୍‌ ହସନ୍‌ଙ୍କ ମଧ୍ୟରେ ମତଭେଦ ହୋଇଗଲା । ଏହି ମତଭେଦ କାରଣରୁ ଫିଲ୍ମର ପ୍ରଯୋଜକ ହିମାଂଶୁ ରାୟ ଅଭିନେତା ନଜମୁଲ୍‌ଙ୍କ ସ୍ଥାନରେ କୁମୁଦଲାଲ୍‌ (ଅଶୋକ କୁମାର)ଙ୍କୁ ଫିଲ୍ମରେ ସ୍ଥାନ ଦେଲେ । ଫିଲ୍ମର ଡାଇରେକ୍ଟର ଅଶୋକ କୁମାର ପ୍ରକୃତ ନାମ ‘କୁମୁଦଲାଲ’କୁ ନେଇ ଅସନ୍ତୁଷ୍ଟ ରହିଥିଲେ । ସେହି ଫିଲ୍ମରେ ପ୍ରଥମ ଥର ପାଇଁ କୁମୁଦଲାଲ ଗାଙ୍ଗୁଲିଙ୍କ ସ୍କ୍ରିନ୍‌ ନାମ ଅଶୋକ କୁମାର ରଖାଯାଇଥିଲା । ଏହାପରଠାରୁ କୁମୁଦଲାଲ ଅଶୋକ କୁମାର ନାମରେ ପରିଚିତି ହେବାକୁ ଲାଗିଲେ ।

ଅଶୋକ କୁମାର ଏକାଧାରରେ ମୁଖ୍ୟ ନାୟକ, ମୁଖ୍ୟ ଖଳନାୟକ ତଥା ସହଯୋଗୀ କଳାକାର ଭାବେ ଅଭିନୟ କରି ଦର୍ଶକଙ୍କ ଆଦୃତି ଲାଭ କରିଛନ୍ତି । ନିଜର ଉଲ୍ଲେଖନୀୟ ଅଭିନୟ ପାଇଁ ୧୯୮୮ ମସିହାରେ ଦାଦାସାହେବ ଫାଲ୍‌କେ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଅଶୋକ କୁମାର । ୧୯୯୯ ମସିହାରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।  ୧୯୫୯ ମସିହାରେ ସଙ୍ଗୀତ ନାଟକ ଏକାଡେମୀସମ୍ମାନ,  ୧୯୬୯ରେ ଶ୍ରେଷ୍ଠ ଅଭିନେତାର ଜାତୀୟ ଫିଲ୍ମ ପୁରସ୍କାର, ଦୁଇ ଥର ଫିଲ୍ମଫେୟାର ସମ୍ମାନରେ ସମ୍ମାନିତ ହୋଇଛନ୍ତି ଏହି ଅଭିନେତା ଜଣକ ।

ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଜୀବନ ନୈୟା’, ‘ଅଛୁତ୍‌ କନ୍ୟା’,  ଜନ୍ମଭୂମି, ’ବନ୍ଧନ’, ‘ଝୋଲା’, ଅନ୍‌ଜାନ୍‌, କିସମତ୍‌, ମହଲ୍‌, ପରିଣୀତା, ଭାଇ – ଭାଇ, ଚଲ୍‌ତି କା ନାମ ଗାଡ଼ି, ହାଓ୍ବାଡା ବ୍ରିଜ୍‌, କାନୁନ୍‌, ଧର୍ମପୁତ୍ର, ଗୃହସ୍ଥୀ, ଗୁମ୍‌ରାହା, ଚିତ୍ରଲେଖା, ମମତା, ଜୁଏଲ୍‌ ଥିଫ୍‌, ଆବ୍‌ରୁ, ଆଶୀର୍ବାଦ, ଇନ୍ତେଖାମ୍‌, ଭିକ୍ଟୋରିଆ ନଂ ୨୦୩, ଛୋଟି ସି ବାତ୍‌, ମିଲି, ଆନନ୍ଦ ଆଶ୍ରମ, ସଫେଦ୍‌ ଝୁଟ୍‌, ଖଟା ମିଠା, ଖୁବସୁରତ୍‌, ସୌକିନ୍‌, ମିଷ୍ଟର, ଇଣ୍ଡିଆ, ସଂଗ୍ରାମ୍‌, ମେରା ଦାମାଦ୍‌, ବେକାବୁ ପ୍ରମୁଖ ।  ୯୦ ବର୍ଷ ବୟସରେ ୨୦୦୧ ଡିସେମ୍ବର ୧୦ ତାରିଖରେ ଏହି ମହାନ୍‌ କଳାକାର ଜଣକ ଆମଠାରୁ ବିଦାୟ ନେଇଥିଲେ ।

୧୯୪୩ ମସିହାରେ ଆସିଥିବା ଫିଲ୍ମ ‘କିସମତ୍’ ବକ୍ସ ଅଫିସ୍‌ରେ ସମସ୍ତ ରେକର୍ଡକୁ ଭଙ୍ଗ କରିଥିଲା ।  ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଅଭିନେତା ଅଶୋକ କୁମାର ଷ୍ଟାର୍‌ଡମ୍‌ ପାଇଥିଲେ ।  ଏହାପରଠାରୁ ଅଶୋକ କୁମାର ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଯାଇଥିଲେ ।  ’କିସମତ୍‌’ ପ୍ରଥମ ହିନ୍ଦୀ ଫିଲ୍ମ ଭାବେ ୧ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା ।  ଭାରତୀୟ ସିନେମାର ଜଣେ ନିଖୁଣ କଳାକାରଙ୍କ ୧୦୮ତମ ଜନ୍ମଦିବସ ଅବସରରେ ଆମର ଶ୍ରଦ୍ଧାସୁମନ ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026
Latest News

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.