Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖେଳଣା ବନ୍ଧୁକରେ ଖେଳ ଚାଲିଛି, ଠିକ- ହେଲେ ଅସଲ ବନ୍ଧୁକର ଖେଳ ଖେଳିବାକୁ ବୈଜୟନ୍ତଙ୍କ ସାହସ ସତରେ ଅଛି କି?
ବିଶେଷ ଖବର

ଖେଳଣା ବନ୍ଧୁକରେ ଖେଳ ଚାଲିଛି, ଠିକ- ହେଲେ ଅସଲ ବନ୍ଧୁକର ଖେଳ ଖେଳିବାକୁ ବୈଜୟନ୍ତଙ୍କ ସାହସ ସତରେ ଅଛି କି?

January 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

୧୫ ଜାନୁଆରୀର ବଲାଙ୍ଗୀର ସଭାରେ ମୋଦୀ କେବଳ ଯେ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମକର୍ତ୍ତାଙ୍କୁ ନିରାଶ କରିଛନ୍ତି ତା ନୁହେଁ, ସେ ବିଜେପି ବାହାରେ ଥିବା ନବୀନ ବିରୋଧୀ ଶିବିରକୁ ମଧ୍ୟ ଭୀଷଣ ହତାଶ କରିଛନ୍ତି। ମୋଦୀଙ୍କ ବଲାଙ୍ଗୀର ସଭା ପରେ ପୂର୍ବତନ ସାଂସଦ ଓ ବିଜୁ ଜନତା ଦଳର ଭୂତପୂର୍ବ ନେତା ବୈଜୟନ୍ତ ପଣ୍ଡା ନିଜର ପ୍ରତିକ୍ରିୟାରେ କହିଛନ୍ତି- “ସେ ସବୁ କେବଳ ଖେଳଣା ବନ୍ଧୁକ। ପ୍ରତିପକ୍ଷର ଗୁଳି ଫୁଟୁଥିଲା କିନ୍ତୁ ସେ ଗୁଳି ବେଶ ବନ୍ଧୁତ୍ବପୂର୍ଣ୍ଣ। ଆମେ ଗୁଡାଏ ଆବାଜ ଓ ଚିତ୍କାର ହୁଏତ ଶୁଣୁଛୁ, ତେବେ ଏ ସବୁ କେବଳ ଆତସବାଜି, ଏଥିରେ ଆକ୍ରମଣ କାହିଁ? “ ବୈଜୟନ୍ତ ନିଛକ ସତ କଥା କହିଛନ୍ତି। ବିଜେଡି ଓ ବିଜେପି ଭିତରେ ଯେଉଁ ଆରୋପ ପ୍ରତ୍ୟାରୋପ ଚାଲିଛି, ସେସବୁ ଖେଳଣା ବନ୍ଧୁକର ଯୁଦ୍ଧ ନିଶ୍ଚୟ। କେବେ ଦିନେ କଟକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ଭାଷାରେ ଆକ୍ରମଣ କରିଥିଲେ, ସେକଥା ଏବେ ଗତ ଦିନର କଥା ମାତ୍ର। ଏବେ ତ ମୋଦୀ ନବୀନଙ୍କ ନାଁ ବି ଧରିବାକୁ ସାହସ କୁଳାଉ ନାହାନ୍ତି। ଏବେ ନବୀନ ସରକାରକୁ ଓପାଡି ଫୋପାଡି ଦେବାର ଯେଉଁ ଦାମ୍ଭିକତା ସେଟା ଦୂର ଦୂର ଯାଏଁ ଆଉ ଦୃଶ୍ୟମାନ ହେଉନି। ବରଂ ଏବେ ଲାଗୁଛି, ରାଜ୍ୟରେ ବିଜେପି ବିଜେଡ଼ିର ସାନଭାଇ ହୋଇ ରହିବାକୁ ବୋଧେ ସ୍ଥିର କରି ନେଇଛି। ହିନ୍ଦୀ କ୍ଷେତ୍ରରେ ବିଜେପିର ପରାଜୟ ଓ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମହାମେଣ୍ଟ ବିଜେପିର ସ୍ଵରକୁ କୋମଳ କରିବାକୁ ବାଧ୍ୟ କରିଛି।

ଏହି ପରିପର୍ତ୍ତିତ ପରିସ୍ଥିତିରେ ବିଜେପିର ପୁରୁଣା ସମର୍ପିତ ମିତ୍ର ବୈଜୟନ୍ତ ପଣ୍ଡା ଆହତ ହେବା ସ୍ଵାଭାବିକ। ବିଜେପିରେ ଯୋଗ ଦେବାଲାଗି ବୈଜୟନ୍ତଙ୍କ ବହୁ ସ୍ତରୀୟ ପ୍ରୟାସ ବିଫଳ ହେବା ପରେ, ସେ ଏବେ ବିଜେପିର ସମାଲୋଚନା କରିବା ଆରମ୍ଭ କରିଛନ୍ତି। ଆଖି ବୁଜି ମୋଦୀଙ୍କ ସବୁ କଥାକୁ ସମର୍ଥନ କରିଆସୁଥିବା ବୈଜୟନ୍ତ ଏବେ ବିଜେପିର ପୁରୁଣା ଶତୃଙ୍କ ସହ ହାତ ମିଳେଇ ନବୀନ ବିରୋଧୀ ମେଳି କୁ ସଂଗଠିତ କରି ଚାଲିଛନ୍ତି। ବୈଜୟନ୍ତ ମୋଦୀଙ୍କ ସହ ନବୀନଙ୍କ ଖେଳଣା ବନ୍ଧୁକ ଯୁଦ୍ଧକୁ କଟାକ୍ଷ କରିବା ନିଶ୍ଚିତ ଭାବରେ ଠିକ, ହେଲେ ବୈଜୟନ୍ତ ନିଜେ ଅସଲ ବନ୍ଧୁକ ଧରି ଲଢେଇ କରିବାକୁ ପ୍ରସ୍ତୁତ କି? ଗତ ଆଠ ମାସ ଧରି ସେ କେବଳ “ହେଇ ଯାଉ” ବୋଲି କହୁଛନ୍ତି ସିନା, ଅସଲରେ ତାଙ୍କର କିଛି ବି ହେଉନି। ଏବେ ବିଜେପିଠୁ ମୁହଁ ଫେରାଇ ବୈଜୟନ୍ତ ସମଦୂରତାରେ ରେ ରହି ନବୀନଙ୍କ ବିରୋଧୀ ମେଣ୍ଟ କରିବାର ଯୋଜନା କରୁଛନ୍ତି। ଗୋଟେ ପକ୍ଷରେ ବିଜେଡି ଉଭୟ କଂଗ୍ରେସ ଓ ବିଜେପିଠୁ ସମଦୂରତା ରକ୍ଷା ର ରଣନୀତି ଗ୍ରହଣ କରିଥିବା ବେଳେ ନବୀନଙ୍କୁ ହରାଇବାର ସ୍ଵପ୍ନ ଦେଖୁଥିବା  ବୈଜୟନ୍ତ ସମସ୍ତଙ୍କଠୁ ଦୂରରେ ଅଛନ୍ତି। ତାଙ୍କ ସହ ନା ବିଜେପି ନା କଂଗ୍ରେସ, କେହିବି ତାଙ୍କ ହାତ ଧରିବାକୁ ପ୍ରସ୍ତୁତ ନୁହନ୍ତି।

ତେବେ ନବୀନ ବିରୋଧୀ ମହାମେଣ୍ଟ ଗଢିବାରେ ବୈଜୟନ୍ତ ବାବୁଙ୍କର ଚାଣକ୍ୟ ଦାୟିତ୍ଵ ଏବେ ବାବୁ ଖାରବେଳ ସ୍ଵାଇଁ ନେଇଛନ୍ତି। ଖାରବେଳ ବାବୁ ଅସନ୍ତୁଷ୍ଟ ସଙ୍ଘୀ ଓ ସେ ବିଜେପିର ପତିତ ନେତା। ତେଣୁ ବୈଜୟନ୍ତଙ୍କ ପାଇଁ ତାଙ୍କର ସହଯୋଗ ସ୍ଵାଭାବିକ। ହେଲେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଦାମୋଦର ରାଉତ, ପଂଚାନନ କାନୁନଗୋ ଓ ବ୍ରଜ କିଶୋର ତ୍ରିପାଠୀ ପ୍ରମୁଖ ଭିନ୍ନ ଉପାଦାନର ନେତା। ଏମାନେ ଖୁଆଡରେ ରହି ବୈଜୟନ୍ତଙ୍କ ନେତୃତ୍ବକୁ ସ୍ଵୀକାର କରିବା ଲୋକ ନୁହନ୍ତି। ତେବେ ଏଇ ନେତାଙ୍କ ଭିତରୁ ଅନେକେ ଏବେ ଅସ୍ଥିରତା ଭିତରେ ଅଛନ୍ତି। ପଂଚାନନ କାନୁନଗୋ ତ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ଏକ ପ୍ରକାର ନିଷ୍ପତ୍ତି ଘୋଷଣା କରି ସାରିଛନ୍ତି।

ଏତେ ସବୁ ଅସ୍ଥିରତା ଭିତରେ ନବୀନଙ୍କ ଉପରେ ଅସଲ ଯୁଦ୍ଧ ଘୋଷଣା କରିବାକୁ ବୈଜୟନ୍ତଙ୍କର ସାହସ ମଧ୍ୟ ଆସୁନି। ଏକଦା ସଂଘ ଓ ଦକ୍ଷିଣପନ୍ଥୀ ବୁଦ୍ଧିଜୀବୀମାନଙ୍କର ଆଖିର ତାର ଥିବା ବୈଜୟନ୍ତ, ଏବେ ନା ବାମ ନା ଦକ୍ଷିଣ, କେଉଁ ଶିବିରରେ ବି ତାଙ୍କର ଜାଗା ଉଠି ଯାଇଛି। ତେଣୁ ବୈଜୟନ୍ତ ବି ଗୋଟେ ଖେଳଣା ବନ୍ଧୁକ କିଣି ସେଥିରେ ଆତସବାଜି ଶିଖିବା କ୍ଷତିକାରକ ହୁଏତ ହେବ ନାହିଁ!!

jayapanda odishanews thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.