ସମୀକ୍ଷା ବ୍ୟୁରୋ
କର୍ମଜୀବୀଙ୍କ ଜୀବନରୁ ଚିନ୍ତା କେବେ କମ୍ ହୁଏ ନାହିଁ। ଆମ ଜୀବନ ଉପରେ ଆମ କାର୍ଯ୍ୟ କ୍ଷେତ୍ରରେ ପ୍ରଭାବ ଅଧିକ ପଡିଥାଏ। ଆମେ ଚିନ୍ତା ତଥା ଅବସାଦରୁ ମୁକ୍ତ ରହିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ମେଡ଼ିସିନ୍ରେ ବ୍ୟବହାର କରିଥାଉ। ଯାହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଯଦି ଆପଣ ଚିନ୍ତା ତଥା ଅବସାଦ ମୁକ୍ତ ଜୀବନ ଚାହୁଁଛନ୍ତି, ତାହା କିଛି ଖାସ୍ କଥାକୁ ଧ୍ୟାନ ଦିଅନ୍ତୁ।
ପ୍ରାୟତଃ ଲୋକେ କହିଥା’ନ୍ତି ମୋବାଇଲ୍ ଫୋନ୍ ଆସିବା ପରେ ବହୁତ ଚିନ୍ତା ବଢିଯାଇଛି। ଏହାର ବିକଳ୍ପରେ ଆମେ ମୋବାଇଲ୍କୁ ସ୍ବିଚ୍ ଅଫ୍ କରିଥାଉ। କିନ୍ତୁ ବାସ୍ତବରେ ଆମେ ମୋବାଇଲ୍ ଫୋନ୍ର ସ୍ବିଚ୍ ଅଫ୍ ନୁହେଁ, ନିଜକୁ ସ୍ବିଚ୍ ଅଫ୍ କରିବା ଜରୁରୀ। ଏଥିପାଇଁ ଦିନରେ ଆମକୁ କମ୍ ସେ କମ୍ ଥରେ ଏହି ଟ୍ରିକ୍କୁ ଆପଣାଇବା ଉଚିତ୍।
ଦିନକ ଭିତରେ ଏମିତି ଏକ ସମୟ ଦରକାର, ଯେଉଁ ସମୟରେ ଆମେ ଅଫିସ୍ କମ୍ ତଥା ଜୀବନର ଥିବା ସମସ୍ୟାକୁ ନ ଭାବିବା ଉଚିତ୍। ମନକୁ ଶାନ୍ତ ତଥା ମସ୍ତିଷ୍କକୁ ଥଣ୍ଡା କରିବା ଦରକାର। ଏଥିପାଇଁ ଆଖି ବନ୍ଦ କରି ଗମ୍ଭୀର ନିଃଶ୍ବାସ ନିଅନ୍ତୁ। ଏହାଦ୍ବାରା ଆପଣ ଭଲ ଅନୁଭବ କରିବା ସହିତ ଏହା ଧୀରେ ଧୀରେ ଆପଣଙ୍କ ବ୍ୟବହାରରେ ସାମିଲ୍ ମଧ୍ୟ ହୋଇଯିବ।
ଚିନ୍ତାରୁ ଦୂରରେ ରହିବା ପାଇଁ କରନ୍ତୁ ଏହି ଉପାୟ
– ଯଦି ଆପଣ ଲୋକଙ୍କ ଭିତରେ ରହି ନିଜକୁ ଏକଲା ଅନୁଭବ କରନ୍ତୁ, ତେବେ ଆପଣଙ୍କୁ ମାନସିକ ଅବସାଦ ପିଛା ଛାଡୁନି। ଏଥିପାଇଁ ଆପଣ କିଛି ଲେଖା ପଢା କରନ୍ତୁ। ପେଣ୍ଟିଂ ବି କରିପାରିବେ।
-ପ୍ରାୟ ସମୟରେ ଗବେଷଣାରୁ ଜଣାପଡିଛି ଯେ ଚିନ୍ତା (ଷ୍ଟ୍ରେସ୍)ରୁ ମୁକ୍ତ ପାଇଁ ସଙ୍ଗୀତ ବହୁତ ଲାଭଦାୟକ ହୋଇଥାଏ। ଚିନ୍ତାରୁ ମୁକ୍ତ ରହିବା ପାଇଁ ଆପଣ ନିଜ ଜୀବନରେ ସଙ୍ଗୀତକୁ ସାମିଲ୍ କରନ୍ତୁ।
-ସକାଳୁ ସକାଳୁ ଦୌଡ଼ାଦୌଡ଼ି କରନ୍ତୁ। ଖୋଲା ପବନରେ ନିଃଶ୍ବାସ ନେବା ଦ୍ବାରା ଏହା ମନ ତଥା ମସ୍ତିଷ୍କକୁ ଶାନ୍ତ କରିଥାଏ। ଏହାଦ୍ବାରା ଆପଣ କିଛି ସମସ୍ୟାକୁ ନେଇ ବିବ୍ରତ ହେବେ ନାହିଁ।
-ଅଫିସ ତଥା କାର୍ଯ୍ୟରୁ ମିଳୁଥିବା ଛୁଟିଦିନକୁ ଉପଯୋଗ କରନ୍ତୁ। ଏହି ଦିନଟିକୁ ‘ମି ଟାଇମ୍’ ରୂପେ ସେଲିବ୍ରେଟ୍ କରନ୍ତୁ। ଆପଣ ଚାହିଁଲେ ବନ୍ଧୁଙ୍କ ସହ ଫିଲ୍ମ ତଥା ଖେଳ କାର୍ଯ୍ୟକ୍ରମ ଦେଖି ନିଜକୁ ଅବସାଦ ତଥା ଚିନ୍ତାରୁ ଦୂରରେ ରଖିପାରିବେ।