Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆପଣ ଚିନ୍ତା ତଥା ଅବସାଦ ମୁକ୍ତ ଜୀବନ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଖାସ୍‌ କଥା
ବିଶେଷ ଖବର

ଆପଣ ଚିନ୍ତା ତଥା ଅବସାଦ ମୁକ୍ତ ଜୀବନ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଖାସ୍‌ କଥା

October 16, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କର୍ମଜୀବୀଙ୍କ ଜୀବନରୁ ଚିନ୍ତା କେବେ କମ୍‌ ହୁଏ ନାହିଁ। ଆମ ଜୀବନ ଉପରେ ଆମ କାର୍ଯ୍ୟ କ୍ଷେତ୍ରରେ ପ୍ରଭାବ ଅଧିକ ପଡିଥାଏ। ଆମେ ଚିନ୍ତା ତଥା ଅବସାଦରୁ ମୁକ୍ତ ରହିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ମେଡ଼ିସିନ୍‌ରେ ବ୍ୟବହାର କରିଥାଉ। ଯାହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଯଦି ଆପଣ ଚିନ୍ତା ତଥା ଅବସାଦ ମୁକ୍ତ ଜୀବନ ଚାହୁଁଛନ୍ତି, ତାହା କିଛି ଖାସ୍‌ କଥାକୁ ଧ୍ୟାନ ଦିଅନ୍ତୁ।

ପ୍ରାୟତଃ ଲୋକେ କହିଥା’ନ୍ତି ମୋବାଇଲ୍‌ ଫୋନ୍‌ ଆସିବା ପରେ ବହୁତ ଚିନ୍ତା ବଢିଯାଇଛି। ଏହାର ବିକଳ୍ପରେ ଆମେ ମୋବାଇଲ୍‌କୁ ସ୍ବିଚ୍‌ ଅଫ୍‌ କରିଥାଉ। କିନ୍ତୁ ବାସ୍ତବରେ ଆମେ ମୋବାଇଲ୍‌ ଫୋନ୍‌ର ସ୍ବିଚ୍‌ ଅଫ୍‌ ନୁହେଁ, ନିଜକୁ ସ୍ବିଚ୍‌ ଅଫ୍‌ କରିବା ଜରୁରୀ। ଏଥିପାଇଁ ଦିନରେ ଆମକୁ  କମ୍‌ ସେ କମ୍‌ ଥରେ ଏହି ଟ୍ରିକ୍‌କୁ ଆପଣାଇବା ଉଚିତ୍‌।

ଦିନକ ଭିତରେ ଏମିତି ଏକ ସମୟ ଦରକାର, ଯେଉଁ ସମୟରେ ଆମେ ଅଫିସ୍‌ କମ୍‌ ତଥା ଜୀବନର ଥିବା ସମସ୍ୟାକୁ ନ ଭାବିବା ଉଚିତ୍‌। ମନକୁ ଶାନ୍ତ ତଥା ମସ୍ତିଷ୍କକୁ ଥଣ୍ଡା କରିବା ଦରକାର। ଏଥିପାଇଁ ଆଖି ବନ୍ଦ କରି ଗମ୍ଭୀର ନିଃଶ୍ବାସ ନିଅନ୍ତୁ। ଏହାଦ୍ବାରା ଆପଣ ଭଲ ଅନୁଭବ କରିବା ସହିତ ଏହା ଧୀରେ ଧୀରେ ଆପଣଙ୍କ ବ୍ୟବହାରରେ ସାମିଲ୍‌ ମଧ୍ୟ ହୋଇଯିବ।

ଚିନ୍ତାରୁ ଦୂରରେ ରହିବା ପାଇଁ କରନ୍ତୁ ଏହି ଉପାୟ

– ଯଦି ଆପଣ ଲୋକଙ୍କ ଭିତରେ ରହି ନିଜକୁ ଏକଲା ଅନୁଭବ କରନ୍ତୁ, ତେବେ ଆପଣଙ୍କୁ ମାନସିକ ଅବସାଦ ପିଛା ଛାଡୁନି। ଏଥିପାଇଁ ଆପଣ କିଛି ଲେଖା ପଢା କରନ୍ତୁ। ପେଣ୍ଟିଂ ବି କରିପାରିବେ।

-ପ୍ରାୟ ସମୟରେ ଗବେଷଣାରୁ ଜଣାପଡିଛି ଯେ ଚିନ୍ତା (ଷ୍ଟ୍ରେସ୍‌)ରୁ ମୁକ୍ତ ପାଇଁ ସଙ୍ଗୀତ ବହୁତ ଲାଭଦାୟକ ହୋଇଥାଏ। ଚିନ୍ତାରୁ ମୁକ୍ତ ରହିବା ପାଇଁ ଆପଣ ନିଜ ଜୀବନରେ ସଙ୍ଗୀତକୁ ସାମିଲ୍‌ କରନ୍ତୁ।

-ସକାଳୁ ସକାଳୁ ଦୌଡ଼ାଦୌଡ଼ି କରନ୍ତୁ। ଖୋଲା ପବନରେ ନିଃଶ୍ବାସ ନେବା ଦ୍ବାରା ଏହା ମନ ତଥା ମସ୍ତିଷ୍କକୁ ଶାନ୍ତ କରିଥାଏ। ଏହାଦ୍ବାରା ଆପଣ କିଛି ସମସ୍ୟାକୁ ନେଇ ବିବ୍ରତ ହେବେ ନାହିଁ।

-ଅଫିସ ତଥା କାର୍ଯ୍ୟରୁ ମିଳୁଥିବା ଛୁଟିଦିନକୁ ଉପଯୋଗ କରନ୍ତୁ। ଏହି ଦିନଟିକୁ ‘ମି ଟାଇମ୍‌’ ରୂପେ ସେଲିବ୍ରେଟ୍‌ କରନ୍ତୁ। ଆପଣ ଚାହିଁଲେ ବନ୍ଧୁଙ୍କ ସହ ଫିଲ୍ମ ତଥା ଖେଳ କାର୍ଯ୍ୟକ୍ରମ ଦେଖି ନିଜକୁ ଅବସାଦ ତଥା ଚିନ୍ତାରୁ ଦୂରରେ ରଖିପାରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.