Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନ ଫଳାଫଳକୁ ନେଇ ନା ଅଛି ଉତ୍କଣ୍ଠା, ନା ରହିଛି ଉତ୍ତେଜନା; ଯେମିତି ସବୁକିଛି ପୂର୍ବ ନିର୍ଦ୍ଧାରିତ
ବିଶେଷ ଖବର

ନିର୍ବାଚନ ଫଳାଫଳକୁ ନେଇ ନା ଅଛି ଉତ୍କଣ୍ଠା, ନା ରହିଛି ଉତ୍ତେଜନା; ଯେମିତି ସବୁକିଛି ପୂର୍ବ ନିର୍ଦ୍ଧାରିତ

October 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ନିର୍ବାଚନ ଆଉ ଗଣିତ କି ଜ୍ୟୋତିଷ ହୋଇ ରହି ନାହିଁ, ଏବେ ନିର୍ବାଚନ ଏକ ପ୍ରକାର ପୂର୍ବ ନିର୍ଦ୍ଧାରିତ ଫର୍ମୁଲା। ନିର୍ବାଚନ ଲଢିବାକୁ କୌଣସି ପ୍ରସଙ୍ଗ ବା ଇସ୍ତାହାର ନୁହଁ, ବରଂ କିଛି ବିବାଦ ଦରକାର। ଯେମିତି କି, ଗାନ୍ଧୀ ହତ୍ୟାକାରୀ ଭାବେ ଅଭିଯୁକ୍ତ ଥିବା ସଭରକରଙ୍କୁ ଭାରତ ରତ୍ନ ଦିଆଯିବ କି ନାହିଁ। ଯେମିତିକି ଧାରା ୩୭୦ ହଟାଇଲା ପରେ ଭାରତ ବିଶ୍ଵ ଗୁରୁ ହୋଇଛି କି ନାହିଁ। ମୁଣ୍ଡ ଗଣ୍ଡି ନଥିବା ଏ ସବୁ ବିବାଦରେ ଲୋକଙ୍କ ଅସଲ ପ୍ରସଙ୍ଗ ଆଲୋଚିତ ହେବାର କୌଣସି ଅବକାଶ ନାହିଁ। ମହାରାଷ୍ଟ୍ର ନିର୍ବାଚନରେ କାଶ୍ମୀର ଓ ହରିୟାନା ନିର୍ବାଚନରେ ପାକିସ୍ତାନ ମୂଳ ପ୍ରସଙ୍ଗ। ଯେଉଁ ରାଜ୍ୟରେ ନିର୍ବାଚନ ହେଉଛି, ସେ ରାଜ୍ୟର ମୌଳିକ ସମସ୍ୟା କେଉଁଠି ଆଲୋଚିତ ହେଉନି। ପ୍ରଧାନମନ୍ତ୍ରୀ ସାଢେ ପାଞ୍ଚ ବର୍ଷ ଶାସନ କଲାପରେ ମଧ୍ୟ ବିରୋଧୀଙ୍କୁ ଗାଳି କରି କରି ଭୋଟ ମାଗୁଛନ୍ତି। “ଯାଓ ଡୁବ ମରୋ” ଭଳି ନିକୃଷ୍ଟ ଭାଷାରେ ବିରୋଧୀଙ୍କୁ ସମାଲୋଚନା କରୁଛନ୍ତି। ତେବେ ଏ ସବୁରୁ କିଛି ମିଳିବାର ନାହିଁ। ଦେଶର ଅର୍ଥନୀତି, ବ୍ୟାଙ୍କର ଦେବାଳିଆ ଅବସ୍ଥା, ବେରୋଜଗାରୀ, ଦରଦାମର ଆକାଶଛୁଆଁ ଅବସ୍ଥା ଇତ୍ୟାଦି ଆଉ ପ୍ରସଙ୍ଗ ନୁହେଁ। ପ୍ରସଙ୍ଗ ହେଉଛି, ପାକିସ୍ତାନ ଓ କାଶ୍ମୀର। ୭୦ ଲକ୍ଷ ଲୋକଙ୍କୁ ଗୃହବନ୍ଦୀ କରି ରଖିବା ଏକ ବଡ ସଫଳତା! ଆସାମରେ ୧୯ ଲକ୍ଷ ଲୋକଙ୍କ ନାଗରିକତା ରଦ୍ଦ କରିଦେଇ, ସେମାନେ ଏବେ କୁଆଡେ ଯିବେ ସେ କଥା ନ ଭାବିବା, ଆମର ନୂଆ ରାଷ୍ଟ୍ରନୀତି।

ହେଲେ ଏସବୁ କଥାର କୌଣସି ପ୍ରଭାବ ନିର୍ବାଚନରେ ପଡିବାର ନାହିଁ। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଫଳାଫଳ ଜଣା ପଡି ଯାଇଛି। ଶାସକ ଭାରତୀୟ ଜନତା ପାର୍ଟି ଏବେ ଏକ ପ୍ରକାର ବିଜୟ ମେସିନ। ଏହି ମେସିନରେ ହାରିବାର କୌଣସି ସମ୍ଭାବନା ନାଇଁ। କେବଳ ବିଜୟ ହିଁ ବିଜୟ। ଗଣତନ୍ତ୍ରରେ ଏ ପ୍ରକାର ବିଜୟ ମେସିନ ସବୁଠୁ ବଡ ବିପଦ ସୃଷ୍ଟି କରିଥାନ୍ତି। ହେଲେ ଆଜି ଦେଶରେ ଏହି ବିପଦ ହିଁ ସବୁଠୁ ବଡ ସମ୍ପଦ। ଯିଏ ଜିତୁଛି,ଜିତି ଚାଲିଛି। ସେଥିଲାଗି ବିଜେପିର ଜନୈକ ସାଧାରଣ ସମ୍ପାଦକ ରାମ ମାଧବ କିଛି ଦିନ ତଳେ କହିଲେ, ବିଜେପିର ପ୍ରଭାବ ଏବେ ଏତେ ବେଶୀ ଯେ ଆମେ ନିର୍ବାଚନ ନ ଜିତି ମଧ୍ୟ ସରକାର ଗଢିପାରିବୁ। ବିଚିତ୍ର ନୁହଁ! ଅରୁଣାଚଳ ପ୍ରଦେଶ, ଗୋଆ, କର୍ଣ୍ଣାଟକ ଓ ବିହାରରେ ଆମେ ତାର ପ୍ରମାଣ ପାଇ ସାରିଛୁ। ସରକାର ଗଢିବାକୁ ନିର୍ବାଚନ ଜିତିବା ଆଉ ଦରକାର ପଡୁନାଇଁ।

ଏକଦା କଂଗ୍ରେସକୁ ଯେଉଁ ସବୁ ଦୁର୍ଗୁଣ ପାଇଁ ଭାରତର ଜନସାଧାରଣ ହତାଦର କରିବା ଆରମ୍ଭ କରିଥିଲେ, ଆଜି ସେ ସବୁ ବିଜେପିର ଭୂଷଣ ପାଲଟିଛି। ନିର୍ବାଚନରେ ବାହୁବଳ, ଧନ ବଳ ଓ ସରକାରୀ କଳର ଅପପ୍ରୟୋଗ କରି ଶାସକମାନେ ହିଁ ବାରମ୍ବାର ନିଜକୁ ବିଜୟୀ ସାବ୍ୟସ୍ତ କରୁଛନ୍ତି। ସେଇ କ୍ରମରେ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ମହାରାଷ୍ଟ୍ର ଓ ହରିୟାନା ବିଧାନସଭା ନିର୍ବାଚନରେ ଏକପାଖିଆ ଯୁଦ୍ଧ ହିଁ ଚାଲିଛି। ସବୁ ଗଣମାଧ୍ୟମ କହି ସାରିଛନ୍ତି, ଏ ଦୁଇ ରାଜ୍ୟରେ ପୁଣି ଥରେ ବିଜେପି ସରକାର ଆସିବ। ଯଦି ଏହା ହିଁ ନିଧାର୍ଯ୍ୟ, ତାହେଲେ ନିର୍ବାଚନର ମାନେ କଣ?

ଓଡିଶାରେ ମଧ୍ୟ ସେଇ ସମାନ ଅବସ୍ଥା। ଗତ କୋଡିଏ ବର୍ଷ ଭିତରେ ଓଡିଶାରେ ବିଜୁ ଜନତା ଦଳଏକ ବିଜେତା ମେସିନ ପାଲଟି ଯାଇଛି। କୌଣସି ନିର୍ବାଚନରେ ହାରିବା ଅବସ୍ଥା ବିଜେଡି ପାଇଁ ଆସୁ ନାହିଁ। ଦେଶ ସାରା ବିଜୟର ଫର୍ମୁଲା ଆୟତ୍ତ କରିଥିବା ବିଜେପି ଓଡିଶାରେ କିନ୍ତୁ ବାରମ୍ବାର ହାରୁଛି। ସମ୍ପ୍ରତି ବିଜେପୁର ଉପ ନିର୍ବାଚନରେ ଜୟ ପରାଜୟ ଆଉ ପ୍ରଶ୍ନ ହୋଇ ରହିନାହିଁ। ପ୍ରଶ୍ନ ହେଉଛି ବିଜେଡି କେତେ ଅଧିକ ଭୋଟ ବ୍ୟବଧାନରେ ଜିତିବ। ଗତ ଦୁଇଟି ନିର୍ବାଚନ ତୁଳନାରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କର ଭୋଟ ବ୍ୟବଧାନ ବଢିବ ନା କମିବ, ଏବେ ତାହା ହିଁ ସବୁଠୁ ବଡ ଚର୍ଚ୍ଚା। କେହି କହୁନାହାନ୍ତି ଯେ, ବିଜେପୁରରେ କଡା ମୁକାବିଲା ହେବ ବା ବିଜେପି କିମ୍ବା କଂଗ୍ରେସ ପ୍ରାର୍ଥୀ ସେଠି ଜିତି ଯାଇପାରନ୍ତି।

ମହାରାଷ୍ଟ୍ର ଓ ହରିଆନା ରେ ଯେମିତି ବିଜେପି ଜିତିବା ନିଧାର୍ଯ୍ୟ, ସେମିତି ବିଜେଡ଼ିର ବିଜେପୁର ବିଜୟ ମଧ୍ୟ ସୁନିଶ୍ଚିତ। ତେବେ ନିର୍ବାଚନ କେବଳ ଔପଚାରିକତା ମାତ୍ର??

Share. Facebook Twitter LinkedIn Email WhatsApp Copy Link

Related Posts

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026

ପଶ୍ଚିମ ଏସିଆ ସ୍ଥିତିକୁ ନେଇ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ସ୍ୱତଃପ୍ରବୃତ୍ତ ବିବୃତ୍ତି

March 9, 2026

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି କରିବ କି?: ନିର୍ମଳା ସୀତାରମଣ କହିଲେ…..

March 9, 2026

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026
Latest News

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026

ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

March 10, 2026

ଆଜି ମାର୍ଚ୍ଚ ୧୦ ତାରିଖ ମଙ୍ଗଳବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.