Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଡସ୍‌ଠାରୁ ଅଧିକ ମାରାତ୍ମକ ସିଫିଲିସ୍‌, ଜାଣନ୍ତୁ ଏହାର କାରଣ ଓ ନିରାକରଣ
ବିଶେଷ ଖବର

ଏଡସ୍‌ଠାରୁ ଅଧିକ ମାରାତ୍ମକ ସିଫିଲିସ୍‌, ଜାଣନ୍ତୁ ଏହାର କାରଣ ଓ ନିରାକରଣ

October 21, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଏଡସ୍‌ ପରି ମାରାତ୍ମକ ରୋଗ ପରେ ଦୁନିଆରେ ତୀବ୍ର ଗତିରେ ବଢି ଚାଲିଛି ଏହି ରୋଗ। ୨୦୧୬ରେ ସାରା ଦୁନିଆରେ ନବଜାତଙ୍କ ମୃତ୍ୟୁର ପ୍ରମୁଖ କାରଣ ଏହି ରୋଗ ହିଁ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଭୟାବହ ରୋଗ ସମ୍ପର୍କରେ। ଏଡସ୍‌ ଏପରି ଏକ ଦୁରାରୋଗ୍ୟ, ଯାହାର ଚିକିତ୍ସା ଆଜି ବି ଅସମ୍ଭବ । ତେବେ ଏଡସ୍‌ଠାରୁ ଆହୁରି ମାରାତ୍ମକ ରୋଗ ଆମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଡସ୍‌ ପରି ମଧ୍ୟ ଏହି ରୋଗର ପ୍ରମୁଖ କାରଣ ଅସୁରକ୍ଷିତ ଯୌନ ସମ୍ବନ୍ଧ। ଏହି ରୋଗର ନାମ ହେଉଛି ସିଫିଲିସ୍‌। କୁହାଯାଉଛି ଯେ, ଗତ ଦଶକ ମଧ୍ୟରେ ଏହି ରୋଗର ପ୍ରକୋପ ଅଧିକ ବଢିଯାଇଛି । ଖାସ୍‌ କରି ଏହି ରୋଗ ୟୁରୋପରେ ଅଧିକ ପରିମାଣରେ ଦେଖାଯାଉଛି। ୨୦୦୦ ମସିହା ପରେ କିଛି ଦେଶରେ ଏଚ୍‌ଆଇଭି ତୁଳନାରେ ଏହି ରୋଗ ଅଧିକ ବଢିଛି।

ୟୁରୋପର ରୋଗ ନିବାରଣ ଓ ନିୟନ୍ତ୍ରଣ କେନ୍ଦ୍ରର ରିପୋର୍ଟ ଅନୁସାରେ ଏହି ରୋଗର ନିୟନ୍ତ୍ରଣ ପାଇଁ ସୁରକ୍ଷିତ ଯୌନ ସମ୍ବନ୍ଧ ଅତ୍ୟନ୍ତ ଆବଶ୍ୟକୀୟ । ସମଲିଙ୍ଗୀ ପୁରୁଷଙ୍କ ମଧ୍ୟରେ ବି ଅସୁରକ୍ଷିତ ଯୌନ ସମ୍ବନ୍ଧ କାରଣରୁ ଏହି ରୋଗ ବ୍ୟାପକ ହୋଇଥାଏ। ୨୦୧୦ ମସିହା ପରେ ଅସୁରକ୍ଷିତ ଯୌନ ସମନ୍ଧ କାରଣରୁ ଏହି ରୋଗ ୭୦ ପ୍ରତିଶତ ବୃଦ୍ଧି ପାଇଥିଲା।

ୟୁରୋପିଆନ୍‌ ସେଣ୍ଟର ଫର୍‌ ଡିଜିଜ୍‌ ପ୍ରୋଭିସନ୍‌ ଏଣ୍ଡ କଣ୍ଟ୍ରୋଲ୍‌ (ଇସିଡିସି)ରେ ଯୌନ ସଂକ୍ରମଣ ସମ୍ବନ୍ଧୀୟ  ବିଶେଷଜ୍ଞ ଏଣ୍ଡ୍ୟୁ  ଅମାତୋ ଗୋଚି  କହିଥିଲେ ଯେ, ୟୁରୋପ ସହିତ ଦୁନିଆର ଅନ୍ୟ ଦେଶରେ ଏହି ବେମାରୀ ବଢିବାର କାରଣ ହେଉଛି – ଅସୁରକ୍ଷିତ ଯୌନ ସମ୍ପର୍କ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁ ଏଚ୍‌ ଓ) ତରଫରୁ କୁହାଯାଇଛି ଯେ, ପ୍ରତିଦିନ ପାଖାପାଖି ଏକ ଲକ୍ଷରୁ ଅଧିକ ଲୋକ ଅସୁରକ୍ଷିତ ଯୌନ ସମ୍ପର୍କ କାରଣରୁ ଏହି ବେମାରୀରେ ପଡୁଛନ୍ତି।

ତେବେ ଆସନ୍ତୁ ଜାଣିବା ଏହି ରୋଗଟି କ’ଣ ?

ସିଫିଲିସ୍ ଏକ ଯୌନସଞ୍ଚାରିତ ସଂକ୍ରମଣ ରୋଗ ଯାହା ଟ୍ରେପୋନେମା ପାଲିଡମ୍ (ପାଲିଡମ୍ ଉପସ୍ପେସି) ନାମକ ଜୀବାଣୁ ଦ୍ୱାରା ହୁଏ। ସଞ୍ଚାରଣର ପ୍ରାଥମିକ ପଥ ହେଲା ଯୌନ ସ୍ପର୍ଶ; ଏହା ଗର୍ଭାବସ୍ଥାରେ ମାଆଠାରୁ ଫିଟସ୍ ବା ଗର୍ଭସ୍ଥ ଶିଶୁକୁ ସଞ୍ଚାରିତ ହୋଇ ଜନ୍ମଗତ ସିଫିଲିସ୍ ହୁଏ। ସମ୍ପର୍କୀୟ ଟ୍ରେପୋନେମା ପାଲିଡମ୍ ଯୋଗୁ ୟଜ୍ ରୋଗ (ପର୍ଟେନ୍ୟୁ ଉପବିଭାଗ) ଓ ବେଜେଲ ରୋଗ (ଏଣ୍ଡେମିକମ୍) ମଧ୍ୟ ହୁଏ। ଏହି ରୋଗର ଚିହ୍ନ ଓ ଲକ୍ଷଣ ସମୂହ ରୋଗର ଚାରୋଟି ପାବଚ୍ଛ ବା ସ୍ଟେଜ୍ (ପ୍ରାଇମେରି, ସେକଣ୍ଡାରି, ଲେଟେଣ୍ଟ ଓ ଟର୍ସିଆରି) ଉପରେ ଥିବା ଅବସ୍ଥା ଉପରେ ନିର୍ଭର କର । ପ୍ରଥମ ସ୍ଟେଜରେ ଗୋଟିଏ ସାଙ୍କର ଦେଖାଯାଏ ଯେଉଁଥିରେ ଗୋଟିଏ ଟାଣ, ଯନ୍ତ୍ରଣାବିହୀନ ଓ ଗଲୁ ନ ହେଉଥିବା ଚର୍ମ ଘାଆ ଦେଖାଯାଏ, କିନ୍ତୁ ଅନେକ ଗୁଡ଼ିଏ ଘାଆ ମଧ୍ୟ ଦେଖାଯାଏ। ଏହା ପୁରୁଷ ଯୌନାଙ୍ଗରେ, ମହିଳାଙ୍କ ପ୍ରଜନନ ପଥରେ, ପାଟିରେ ଓ ମଳଦ୍ୱାରରେ ହୁଏ। ପ୍ରଥମ ଜୀବାଣୁ ସଂସ୍ପର୍ଶରେ ଆସିବାର ୨୧ ଦିନ ପରେ ଏହି ରୋଗ ଆରମ୍ଭ ହୁଏ ଓ ଚିକିତ୍ସା ବିହୁନେ ୪ରୁ ୮ ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ। ଦ୍ୱିତୀୟକ ବା ସେକେଣ୍ଡାରି ସିଫିଲିସ୍‌ରେ ରାସ୍ ହୁଏ ଓ ଏହା ପାପୁଲି ଓ ପାଦରେ ହୁଏ। ପାଟି ଓ ଯୋନୀ ମଧ୍ୟରେ ଦେଖାଯାଏ। ଲୁକ୍କାୟିତ (ଲେଟେଣ୍ଟ) ସିଫିଲିସ୍‌ରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ଓ ଏହା ବର୍ଷ ବର୍ଷ ଧରି ରହିଥାଏ। ତୃତୀୟକ ବା ଟର୍ସିଆରି ସିଫିଲିସ୍‌ରେ ଗମାସମୂହ (ନରମ ଅଣ-କର୍କଟ ବୃଦ୍ଧି),ସ୍ନାୟୁ ରୋଗ କିମ୍ବା ହୃଦ୍ ରୋଗ ହୁଏ। ଏହି ରୋଗ ବିରାଟ ଅନୁକରଣୀୟ ରୋଗ ନାମରେ ମଧ୍ୟ ପରିଚିତ କାରଣ ଏହା ଅନିୟମିତ ଓ ଅନ୍ୟ ରୋଗମାନଙ୍କର ବିବିଧ ଲକ୍ଷଣ ଦେଖାଏ ।

ସିଫିଲିସ୍ ରୋଗ ଯୌନ କ୍ରିୟା ସମୟରେ ସଞ୍ଚାରିତ ହୁଏ। ଗର୍ଭାବସ୍ଥାରେ ବା ପ୍ରସବ ସମୟରେ ମାତାଠାରୁ ଶିଶୁକୁ ରୋଗ ସଞ୍ଚାରିତ ହୋଇ ଜନ୍ମଜ ସିଫିଲିସ୍ ରୋଗ ହୁଏ। ଏହି ରୋଗ ସାଧାରଣତଃ ରକ୍ତ ପରୀକ୍ଷା ଓ ଡାର୍କ ଫିଲ୍ଡ ମାଇକ୍ରୋସ୍କୋପିଦ୍ୱାରା ଜୀବାଣୁ ଚିହ୍ନଟ କରି ରୋଗ ନିର୍ଣ୍ଣୟ କରାଯାଏ।

ଯୌନ ସମ୍ପର୍କ ନ ରଖିବା ବା ଯଦି ରଖାଯାଏ ତା’ହେଲେ ଲେଟେକ୍ସ କଣ୍ଡୋମ ବ୍ୟବ‌ହାର କରିବାଦ୍ୱାରା ଏହି ସଂକ୍ରମଣ କମ କରିହୁଏ। ସିଫିଲିସ୍ ରୋଗ ଆଣ୍ଟିବାୟୋଟିକ ଚିକିତ୍ସାରେ ଭଲ ହୋଇଯାଏ।

ସନ ୨୦୧୩ରେ ୩୧୫,୦୦୦ ଲୋକଙ୍କୁ ସିଫିଲିସ ସଂକ୍ରମଣ ହୋଇଥିଲା। ସନ ୧୯୯୦ରେ ଏହି ରୋଗ ଯୋଗୁ ୨୦୨,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୦ରେ ଏହା କମିଯାଇ ୧୧୩,୦୦୦ ମୃତ୍ୟୁ ହୋଇଥିଲା। ୨୦୦୦  ମସିହା ପରେ ଏଚ.ଆଇ.ଭି ଯୋଗୁ ଏହାର ସଂଖ୍ୟା ପୁନଶ୍ଚ ବୃଦ୍ଧି ହେଉଛି। କିଛି ଅଂଶରେ ଏହାର କାରଣ ରୂପେ ଏକାଧିକ ଯୌନସାଥୀ, ବେଶ୍ୟାବୃତ୍ତି, କମ କଣ୍ଡୋମ ବ୍ୟବ‌ହାର ଓ ସମଲିଙ୍ଗି ପୁରୁଷ ସଙ୍ଗମକୁ ଦାୟୀ କରାଯାଉଛି। ବିଶେଷଙ୍କ ଅନୁସାରେ ସିଫିଲିସ୍‌ ବେମାରୀ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଏକପ୍ରକାରର ଗମ୍ଭୀର ସମସ୍ୟା ରୂପେ ଉଭା ହୋଇଥାଏ।

ଇସିଡିସିଙ୍କ ରିପୋର୍ଟ ଅନୁସାରେ ଏହି ରୋଗ ୫ଟି ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି। ସେହି ଦେଶ ମଧ୍ୟରେ ରହିଛି – ବ୍ରିଟେନ୍‌, ଜର୍ମାନୀ, ଆୟାର୍ଲାଣ୍ଡ, ଆଇସ୍‌ଲାଣ୍ଡ ଓ ମାଲ୍ଟା। ଏହି ଦେଶରେ ସିଫିଲିସ ସମସ୍ୟା ବିଶ୍ବ ସ୍ତରରେ ଦୁଇଗୁଣ ସ୍ତରରେ ବଢୁଥିବାର ଲକ୍ଷ୍ୟ କରାଯାଉଛି। କେବଳ ଏଷ୍ଟୋନିଆ ଓ ରୋମାନିଆ ପରି ଦୁଇଟି ଦେଶରେ, ଏହି ରୋଗର ରୋଗୀ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ କମୁଥିବାର ରେକର୍ଡ କରାଯାଇଛି ।  ୨୦୦୭ରୁ ୨୦୧୭ ମସିହାରେ ମଧ୍ୟରେ ଆସିଥିବା ସିଫିଲିସ୍‌ର ମୋଟ ମାମଲା ମଧ୍ୟରେ ଏହି ରୋଗ ଦୁଇ ତୃତୀୟାଂଶ ସମଲିଙ୍ଗୀ ପୁରୁଷ, ୨୩ ପ୍ରତିଶତ ମହିଳାଙ୍କ ସହ ଯୌନ ସମ୍ପର୍କ ରଖୁଥିବା ପୁରୁଷ ଓ ୧୫ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଦେଖଯାଇଥିଲା। ଏହି ସମସ୍ତ କାରଣ କେବଳ ଅସୁରକ୍ଷିତ ଯୌନ ସମ୍ବନ୍ଧ ରହିଥିଲା ।

ଦୁନିଆରେ ସବୁଠୁ ଅଧିକ ଏଡସ୍‌ ରୋଗୀ ଆଫ୍ରିକାରେ ଦେଖାଯାନ୍ତି। ଏଠାରେ ପ୍ରତ୍ୟେକ ୧୦ ଜଣେ ଜଣେ ବ୍ୟକ୍ତି ଏଚ୍‌ଆଇଭି ସଂକ୍ରମିତ ହୋଇଥାନ୍ତି ।  ଏଠାରେ ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ମାଗଣା କଣ୍ଡୋମ ବଣ୍ଟନ କରନ୍ତି।  ସେହିପରି ସୁରକ୍ଷିତ ଯୌନ ସମ୍ବନ୍ଧ ଉପରେ ଖୋଲାଖୋଲି କଥାବାର୍ତ୍ତା ହୁଏ ନାହିଁ। ପଶ୍ଚିମ ଦେଶ ଗୁଡ଼ିକରେ ଏହି ମାମଲରେ ବହୁତ ପଛରେ ରହିଥା’ନ୍ତି। ଏହି ରୋଗରୁ କେବଳ ସଚେତନତା ତଥା ସୁରକ୍ଷିତ ଯୌନ ସମ୍ପର୍କ ଦ୍ବାରା ଏହି ରୋଗରୁ କେତେକାଂଶରେ ମୁକ୍ତି ପାଇହେବ।

Share. Facebook Twitter LinkedIn Email WhatsApp Copy Link

Related Posts

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ବଜେଟ ପୂର୍ବରୁ କୃଷି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ, ରାଜ୍ୟଗୁଡ଼ିକୁ ଦିଆଗଲା ବଡ ନିର୍ଦ୍ଦେଶ

January 11, 2026

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

January 11, 2026
Latest News

କେରଳ କୌମୁଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ଅମିତ ଶାହ

January 12, 2026

ଆଜି ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 12, 2026

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.