Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ର ଓ ହରିଆଣା ନିର୍ବାଚନ – କୁଆଡେ ଗଲେ ଜନମତର ବେପାରୀ ଓ ଏଗଜିଟ ପୋଲ ବିଶେଷଜ୍ଞମାନେ?
ବିଶେଷ ଖବର

ମହାରାଷ୍ଟ୍ର ଓ ହରିଆଣା ନିର୍ବାଚନ – କୁଆଡେ ଗଲେ ଜନମତର ବେପାରୀ ଓ ଏଗଜିଟ ପୋଲ ବିଶେଷଜ୍ଞମାନେ?

October 25, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Maharashtra Chief Minister Devendra Fadnavis with other party leaders celebrating their victory in Maharashtra Assembly election, outside the party office in Mumbai on Thursday. UNI PHOTO-83U

କେଦାର ମିଶ୍ର

ଗତକାଲି ହରିଆଣା ଓ ମହାରାଷ୍ଟ୍ର ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ପ୍ରକାଶ ପାଇଲା ପରେ, କିଏ ଜିତିଲା ବା ହାରିଲା, ସେ କଥା ସ୍ପଷ୍ଟ ହୋଇଯାଇଛି। ଏ ଦୁଇ ରାଜ୍ୟରେ ବିଜେପିର ଶାସନ ରହିଥିଲା, ତେଣୁ ସ୍ଵାଭାବିକ ଭାବରେ ବିଜେପି ର ପ୍ରଦର୍ଶନକୁ ନେଇ ସେଠି ଉତ୍କଣ୍ଠା ରହିଥିଲା। ତେବେ ରାଜନୈତିକ ଦଳଙ୍କ ହାର ଜିତ ଅପେକ୍ଷା ଏ ନିର୍ବାଚନରେ ସବୁଠୁ ଭୟଙ୍କର ପରାଜୟ ବରଣ କରିଛି ଆମଦେଶର ଟେଲିଭିଜନ ଗଣମାଧ୍ୟମ। ପ୍ରାୟ ନବେ ଭାଗ ଗଣମାଧ୍ୟମ ଏହି ଦୁଇଟି ରାଜ୍ୟର ନିର୍ବାଚନ ବିଜେପି ସପକ୍ଷରେ ଏକପାଖିଆ ହାୱାର ନିର୍ବାଚନ ବୋଲି କହି ଆସୁଥିଲେ। ଜନମତ ସର୍ଭେ ଗୁଡିକରେ ବିଜେପି ନବେ ଭାଗରୁ ଅଧିକ ଆସନରେ ଜିତିବ ବୋଲି କୁହାଯାଉଥିଲା। ଗତ ୨୧ ତାରିଖ ଦିନ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ସରିବା ପରେ ପରେ ଆମର ଟିଭି ଚାନେଲ ଗୁଡିକ ତାଙ୍କର ବୁଥ ବାହୁଡା ଆକଳନ ବା ଏଗଜିଟ ପୋଲସର୍ଭେରେ ମଧ୍ୟ ଏହି ଦୁଇ ରାଜ୍ୟରେ ବିଜେପି ଦୁଇ ତୃତୀଯାଂଶ ଆସନ ଜିତି ସରକାର ଗଢିବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହା ସହିତ ଉଭୟ ରାଜ୍ୟରେ କଂଗ୍ରେସ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିବ ବୋଲି କହିଥିଲେ।

ଏବେ ଫଳାଫଳ ବାହାରି ସାରିଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ମହାରାଷ୍ଟ୍ରରେ ବିଜେପି ୧୦୫, ଶିବସେନା ୫୬, କଂଗ୍ରେସ ୪୪ ଓ ରାଷ୍ଟ୍ରବାଦୀ କଂଗ୍ରେସ ୫୪ ଆସନ ପାଇଛନ୍ତି। ତେବେ ଏଗଜିଟ ପୋଲ କରିଥିବା ପ୍ରାୟ ସବୁ ସଂସ୍ଥା (କେବଳ ଇଣ୍ଡିଆ ଟୁଡେ ଏହାର ବ୍ୟତିକ୍ରମ ଥିଲା) ବିଜେପି ଓ ଶିବସେନା ୨୪୦-୨୫୦ ଆସନ ପାଇବେ ବୋଲି କହିଥିଲେ। ବିଜେପି-ଶିବସେନା ମେଣ୍ଟକୁ ଟାଇମ୍ସ ନାଓ-୨୩୦, ନ୍ୟୁଜ୧୮-୨୪୩, ଏବିପି-୨୦୪, ରିପବ୍ଲିକ-୨୧୬-୨୩୦ ଓ  ନ୍ୟୁଜ ଏକ୍ସ-୧୮୮ -୨୦୦ ଆସନ ଦେଇଥିଲେ। ବାସ୍ତବରେ କିନ୍ତୁ ବିଜେପି ଓ ଶିବସେନାକୁ ମିଳିଲା ୧୬୧ ଆସନ। କେବଳ ଇଣ୍ଡିଆ ଟୁଡେ-ଆକ୍ସିସ ସର୍ଭେରେ ବିଜେପି ମେଣ୍ଟ ୧୬୬-୧୯୪ ଆସନ ପାଇବା ବୋଲି କୁହାଯାଇଥିଲା।

ସେହିପରି ହରିଆଣାରେ ସବୁ ସଂସ୍ଥା ନିଜର ଦୁର୍ବଳତା ପଦାରେ ପକାଇଛନ୍ତି। ମହାରାଷ୍ଟ୍ର ହୁଏତ ଏକ ବଡ ରାଜ୍ୟ ଓ ଏହାର ଭୌଗୋଳିକ-ରାଜନୀତିରେ ଭିନ୍ନତା ରହିଛି। ତେଣୁ ସେଠି ଭୁଲ ହେବାର ସମ୍ଭାବନା ଯଥେଷ୍ଟ ଅଧିକ। ହରିଆଣା ଏକ ଛୋଟ ରାଜ୍ୟ ଓ ଏହାର ବଡ ଅଂଶ ଦିଲ୍ଲୀକୁ ଲାଗି ରହିଛି। ଏହି ରାଜ୍ୟର ବିଧାନସଭା ଏଗଜିଟ ପୋଲ ଏତେ ଭୟଙ୍କର ଭାବରେ ଫ୍ଲପ ହୋଇଛି ଯେ, ଏଥିପାଇଁ ସମ୍ପୃକ୍ତ ଟେଲିଭିଜନ ସଂସ୍ଥାଗୁଡ଼ିକ ନିଜ ମୁହଁ ଦେଖାଇବାକୁ ବି ଲାଜ କରିବା କଥା। ହେଲେ ଆମ ଟେଲିଭିଜନ ଜଗତରେ ଏବେ ଲାଜ ବୋଲି ଆଉ କିଛି ନାହିଁ।

ସବୁ ଆକଳନକୁ ଭୁଲ ପ୍ରମାଣିତ କରି ହରିଆଣାରେ ଝୁଲା ବିଧାନସଭା ଆସିଛି। ଅଥଚ ଏଠାରେ କେବଳ ବିଜେପି ରହିବା ଓ କଂଗ୍ରେସ ସମେତ ବାକି ବିରୋଧୀ ଦଳ ସଫା ହୋଇଯିବେ ବୋଲି କୁହାଯାଇଥିଲା। ତେବେ ଅସଲ ଫଳ ଅନୁଯାୟୀ ହରିଆଣାରେ ବିଜେପି-୪୦, କଂଗ୍ରେସ-୩୧, ଜନନାୟକ ଜନତା ପାର୍ଟି ୧୦, ସ୍ଵାଧୀନ ୭ ଓ ଅନ୍ୟାନ୍ୟ ୨ଟି ଆସନ ପାଇଛନ୍ତି। ଏବେ ଆସନ୍ତୁ ଦେଖିବା ଏଗଜିଟ ପୋଲ କଣ କହିଥିଲା। ଟାଇମ୍ସ ନାଓ-ବିଜେପି ୭୧, କଂଗ୍ରେସ-୧୧, ନ୍ୟୁଜ ୧୮-୭୫-୧୦, ଏବିପି-୭୨-୮, ରିପବ୍ଲିକ୬୩-୨୯ ଓ ନ୍ୟୁଜ ଏକ୍ସ ୮୦-୯ ଆସନ ଦେଇଥିଲେ।

ଏଗଜିଟ ପୋଲ ଏବଂ ଜନମତ ସର୍ଭେ ଗୁଡିକ କେବଳ ଯେ ଜନମତର ବେପାର ଲାଗି ଉଦ୍ଦିଷ୍ଟ ଓ ଏହାର କୌଣସି ସତ୍ୟତା ନାହିଁ, ସେକଥା ବାରମ୍ବାର ପ୍ରମାଣିତ ହୋଇଛି। ଅନେକ ସମୟରେ ଶାସକ ଦଳର ପ୍ରରୋଚନାରେ ସଂଖ୍ୟା ଅଦଳ ବଦଳ ଅଭିଯୋଗ ମଧ୍ୟ ହୋଇଛି। ଭାରତରେ ଜନମତସର୍ବେକ୍ଷଣର ମୂଳ ସୂତ୍ରଧର ଯୋଗେନ୍ଦ୍ର ଯାଦବ ଅନେକ ସମୟରେ ଏହି ସର୍ଭେ ଗୁଡିକ ବିଜେପି ସପକ୍ଷରେ ହାୱା ସୃଷ୍ଟି ଲାଗି ଉଦ୍ଦିଷ୍ଟ ବୋଲି କହିଛନ୍ତି। ତେବେ ବାରମ୍ବାର ଭୁଲ ପ୍ରମାଣିତ ହେବାପରେ ମଧ୍ୟ ଏ ପ୍ରକାର ସର୍ଭେ କରିବାକୁ ଓ ଦେଖାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କେମିତି? ନିର୍ବାଚନ ସମୟରେ ଜନମତ ସର୍ବେକ୍ଷଣ ଓ ଏଗଜିଟ ପୋଲ ଆମ ନିର୍ବାଚନୀ ପ୍ରକ୍ରିୟାରେ କୌଣସି ସହାୟତା କରୁନାହାନ୍ତି। ତେଣୁ ଏ ସବୁର ପ୍ରସାରଣ ତୁରନ୍ତ ନିଷିଦ୍ଧ ହେବା ଉଚିତ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

‘ମିଶନ ପାୱାର’ ଅଧିନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ

November 18, 2025

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

Flight Fare Hike Case: ବିମାନ ଟିକେଟ ବୃଦ୍ଧି ନେଇ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

November 18, 2025
Latest News

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ ଗିଲ ଏବଂ କୁଲଦୀପ?: ଜାଣନ୍ତୁ ଗୌହାଟିରେ ଭାରତର ପ୍ଲେଇଂ ଇଲେଭେନ

November 18, 2025

ବିହାର ନିର୍ବାଚନରେ ୩୧ଟି ଆସନରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଫଳାଫଳ ଥିଲା ଆଶ୍ଚର୍ଯ୍ୟଜନକ

November 18, 2025

ଖୋର୍ଦ୍ଧା ରୋଡ ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳ ବାତିଲ

November 18, 2025

ଚିଲିକାରୁ ୪୪ ମୃତ ବିଦେଶୀ ପକ୍ଷୀ ଜବତ: ଦୁଇ ଶିକାରୀ ଗିରଫ

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.