Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ରରେ ମହା ଜନାଦେଶ ନୁହେଁ, ବରଂ ବିଜେପିର କ୍ଷମତା ଅହଂକାର ଉପରେ ପ୍ରଚଣ୍ଡ ପ୍ରହାର; ଶିବସେନା
ବିଶେଷ ଖବର

ମହାରାଷ୍ଟ୍ରରେ ମହା ଜନାଦେଶ ନୁହେଁ, ବରଂ ବିଜେପିର କ୍ଷମତା ଅହଂକାର ଉପରେ ପ୍ରଚଣ୍ଡ ପ୍ରହାର; ଶିବସେନା

October 25, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟର ବିଜୟକୁ “ମହା ଜନାଦେଶ” ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଯାହା କହିଥିଲେ, ତାକୁ ଆଜି ମେଣ୍ଟର ସହଯୋଗୀ ଶିବସେନା ପ୍ରବଳ ସମାଲୋଚନା କରିଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା ଏହି ବିଜୟକୁ ନିଜର ବଡ ଉପଲବ୍ଧି ଭାବରେ ବର୍ଣ୍ଣନା କରିଥିଲେ। ଆଜି ଶିବସେନାର ମୁଖପତ୍ର “ସାମ୍ନା” ରେ ପ୍ରକାଶିତ ସଂପାଦକୀୟରେ ଏହା ମହା ଜନାଦେଶ ନୁହେଁ, ବରଂ ବିଜେପିର କ୍ଷମତା ଅହଂକାର ଉପରେ ଲୋକମତର ପ୍ରଚଣ୍ଡ ପ୍ରହାର ବୋଲି କୁହାଯାଇଛି। ବିରୋଧୀ ଦଳକୁ ଭାଙ୍ଗି ଓ କ୍ଷମତାର ଅହଂକାର ପ୍ରଦର୍ଶନ କରି ନିର୍ବାଚନ ଜିଣିହେବ ନାହିଁ ଓ ଏହି କଥା ମହାରାଷ୍ଟ୍ର ନିର୍ବାଚନରେ ପ୍ରମାଣିତ ହୋଇଛି ବୋଲି ଶିବସେନା କହିଛି।

ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ବିଜେପି ଯେମିତି ଧ୍ଵଂସ କରିବାକୁ ଚେଷ୍ଟା କରିଥିଲା, ଲୋକେ ତାକୁ ସହଜରେ ଗ୍ରହଣ କଲେ ନାହିଁ। ସେଥିଲାଗି ପାୱାରଙ୍କ ଦଳ ୫୦ରୁ ଅଧିକ ଆସନ ପାଇବାକୁ ସକ୍ଷମ ହେଲା। ଏପରିକି ନେତୃତ୍ବର ଅନୁପସ୍ଥିତି ସତ୍ତ୍ୱେ କଂଗ୍ରେସକୁ ୪୪ ଆସନ ମିଳିଲା ଓ ଅନ୍ୟାନ୍ୟ ଛୋଟ ଛୋଟ ଦଳ ୨୫ ଆସନ ପାଇଲେ ବୋଲି ଶିବସେନା କହିଛି। ବିଜେପିର ଆସନ ଗତ ଥର ତୁଳନାରେ କମିଯାଇଥିବାରୁ ଏହାକୁ “ମହା ଜନାଦେଶ” ବୋଲି କହିବାର କୌଣସି କାରଣ ନାହିଁ ବୋଲି ଶିବସେନା ଆକ୍ଷେପ କରିଛି।

ସେହିପରି ଦଳବଦଳକାରୀ ଓ ସୁବିଧାବାଦୀମାନେ ଏହି ନିର୍ବାଚନରେ ଭଲ ପାନେ ପାଇଛନ୍ତି ବୋଲି “ସାମ୍ନା” ସମ୍ପାଦକୀୟରେ କୁହାଯାଇଛି। ସତାରା ଲୋକସଭା ଆସନରେ ବିଜେପି ଟିକଟରେ ଲଢୁଥିବା ଶିବାଜୀଙ୍କ ବଂଶଧର ଉଦୟନରାଜ ଭୋସଲେଙ୍କ ପରାଜୟ ଏହାର ଏକ ବଡ ଉଦାହରଣ ବୋଲି କୁହାଯାଇଛି। ମଇ ନିର୍ବାଚନରେ ଏହି ଆସନରୁ ଉଦୟନରାଜ ରାଷ୍ଟ୍ରବାଦୀ କଂଗ୍ରେସ ଟିକଟରେ ନିର୍ବାଚିତ ହୋଇଥିଲେ। ବିଜେପି ପ୍ରଲୋଭନରେ ସେ ଏନସିପି ଛାଡି ଲୋକସଭାରୁ ଇସ୍ତଫା ଦେଇଥିଲେ। ଉପ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଭାବେ ପରାସ୍ତ ହୋଇଛନ୍ତି। ବିରୋଧୀ ଦଳ ଗୁଡିକ ଭିତରେ ଭେଦ ସୃଷ୍ଟି କରି ବିଜେପିର କ୍ଷମତା ଦଖଲ ପ୍ରକ୍ରିୟାକୁ ଶିବସେନା ତୀବ୍ର ସମାଲୋଚନା କରିଛି।

ନିର୍ବାଚନ ଫଳ ପ୍ରକାଶ ପାଇଲା ପରେ ଶିବସେନା ହଠାତ ବିଜେପି ଉପରେ ପ୍ରବଳ ଚାପ ପ୍ରୟୋଗ ଆରମ୍ଭ କରିଛି। ଇତି ମଧ୍ୟରେ ଆଦିତ୍ୟ ଥାକରେଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପିତ କରି ବିରାଟକାୟ ପୋଷ୍ଟର ସବୁ ମୁମ୍ବାଇ ସହରରେ ଦେଖିବାକୁ ମିଳୁଛି। ଶିବସେନାର ଏ ପ୍ରକାର ଆଭିମୁଖ୍ୟ ଏବେ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025
Latest News

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ପରୀ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ଯାଜପୁରରେ ଟିମ୍

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.