Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଣି ଜଣେ ଓଡିଆ ଉଚ୍ଚ ପଦବୀରେ, ଗିରୀଶ ଚନ୍ଦ୍ର ମୁର୍ମୂ ହେଲେ ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ
ବିଶେଷ ଖବର

ପୁଣି ଜଣେ ଓଡିଆ ଉଚ୍ଚ ପଦବୀରେ, ଗିରୀଶ ଚନ୍ଦ୍ର ମୁର୍ମୂ ହେଲେ ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ

October 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Expenditure Secy G C Murmu to be new Lt-Governor of J&K, Malik moved to Goa

ସମୀକ୍ଷା ବ୍ୟୁରୋ

ପୁଣି ଜଣେ ଓଡିଆ ଜାତୀୟ ସ୍ତରର ଏକ ଉଚ୍ଚ ପଦବରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଓଡିଶାର ଗିରୀଶ ଚନ୍ଦ୍ର ମୂର୍ମୂ। ଗିରୀଶ ନୂଆ କରି ସୃଷ୍ଟି ହୋଇଥିବା ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଯୋଗ ଦେବା ପାଇଁ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଭବନ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଗିରୀଶ ଜାମ୍ମୁର ଉପରାଜ୍ୟପାଳ ହେବେ। ସେ ପ୍ରଥମ ଉପରାଜ୍ୟପାଳ ଭାବେ ଯୋଗଦେବେ। କାରଣ ପୂର୍ବରୁ ଜାମ୍ମୁ କାଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଥିବା ବେଳେ ସେତେବେଳଠାରୁ ସତ୍ୟପାଲ ମଲ୍ଲିକ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି। ଧାରା 370 ଉଚ୍ଛେଦ ପରେ ଲଦାଖ ଏବଂ ଜାମ୍ମୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଗିରୀଶ ଜାମ୍ମୁକାଶ୍ମୀର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ ହେବେ। ସେହିପରି ସତ୍ୟପାଳ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ବଦଳି କରାଯାଇଛି।

ମୟୁରଭଂଜର ବେତନଟୀରେ ଜନ୍ମିତ ଗିରୀଶ ହେଉଛନ୍ତି 1985 ବ୍ୟାଚ ଗୁଜୁରାଟ କ୍ୟାଡରର ଆଇଏଏସ। ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୈତିକ ବିଜ୍ଞାନରେ ପିଜି କରିଥିବା ଗିରିଶ ଗୁଜୁରାଟ ସରକାରଙ୍କ ବହୁ ଉଚ୍ଚ ପଦବୀରେ କାର୍ଯ୍ୟ କରିଛନ୍ତି। ମୁଖ୍ୟତଃ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ତାଙ୍କର ପ୍ରମୁୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ। ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଗିରିଶଙ୍କୁ ମଧ୍ୟ କେନ୍ଦ୍ରରେ କାର୍ଯ୍ୟ କରିବା ପାଇଁ ବଦଳି କରାଯାଇଥିଲା। ବର୍ତ୍ତମାନ ଗିରିଶ ଅର୍ଥ ବିଭାଗର ଖର୍ଚ୍ଚ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଆଉ ଜଣେ ଓଡିଆ ପ୍ରମୋଦ ମହାପାତ୍ର ଯେକି ବର୍ତ୍ତମାନ ମୋଦୀଙ୍କ ପ୍ରମୁଖ ସଚିବ ଅଛନ୍ତି ସେ ଅବସର ନେବା ପରେ ସେହି ପଦବୀରେ ଗିରିଶ ଯିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ମୋଦୀ ପ୍ରମୋଦଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପରେ ଗିରିଶ ସେହି ପଦବୀକୁ ଯାଇପାରି ନ ଥିଲେ। ହେଲେ ସେ ମୋଦୀଙ୍କ ଗୁଡ ବୁକରେ ରହି ଆସିଛନ୍ତି। ଗିରିଶ ଆସନ୍ତା 30 ତାରିଖରେ ଅବସର ନେବା ପରେ 31 ତାରିଖରେ ଉପରାଜ୍ୟପାଳ ଭାବେ ଯୋଗଦେବେ।

ସେହିପରି ଲଦାଖର ଉପରାଜ୍ୟପାଳ ଭାବେ ଯୋଗଦେବେ ପୂର୍ବତନ ପ୍ରତିରକ୍ଷା ସଚିବ ରାଧାକୃଷ୍ଣ ମାଥୁର ଉପରାଜ୍ୟପାଳ ଭାବେ ଯୋଗେ ଦେବେ। ତାଙ୍କ ନାମ ମଧ୍ୟ ରାଷ୍ଟ୍ରପତି ଭବନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ମାସରେ 370 ଧାରା ଉଚ୍ଛେଦ ହେବା ପରେ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ହେଲେ ତାହା ଚଳିତ ଅକ୍ଟୋବର 31 ତାରିଖରେ କାର୍ଯ୍ୟକାରୀ ହେବ। ସେହିଦିନ ଉଭୟ ଗିରୀଶ ଏବଂ ମାଥୁର ଉପରାଜ୍ୟପାଳ ଭାବେ ଉଭୟ ଯୋଗଦେବେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026
Latest News

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

March 10, 2026

ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

March 10, 2026

ତେଲ ଅଭାବ ମଧ୍ୟରେ ଭାରତ କାହିଁକି ବାଂଲାଦେଶକୁ ଯୋଗାଇଲା ୫ ହଜାର ଟନ୍ ଡିଜେଲ?: ଜାଣନ୍ତୁ

March 10, 2026

ଚଳନ୍ତା ବସରୁ ଖସି ଯୁବକଙ୍କ ମୃତ୍ୟୁ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.