Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜନୀତିରେ ଦୁଇ ନୂଆ ରାଜା, ଜଣେ ପରିବାର ବିରୋଧରେ ଗଲେ, ତ ଆଉ ଜଣେ ବଦଳାଇ ଦେଲେ ପରମ୍ପରା
ବିଶେଷ ଖବର

ରାଜନୀତିରେ ଦୁଇ ନୂଆ ରାଜା, ଜଣେ ପରିବାର ବିରୋଧରେ ଗଲେ, ତ ଆଉ ଜଣେ ବଦଳାଇ ଦେଲେ ପରମ୍ପରା

October 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଚଳିତ ମହାରାଷ୍ଟ୍ର-ହରିୟାଣାର ନିର୍ବାଚନରେ ଦୁଇ ନୂଆ ରାଜନୈତିକ ଚେହେରା ସାମ୍ନାକୁ ଆସିଛନ୍ତି। ଜଣେ ହେଉଛନ୍ତି ମହାରାଷ୍ଟ୍ରର ଓ୍ବାର୍ଲି ଆସନରୁ ବିଜୟୀ ହୋଇଥିବା ଆଦିତ୍ୟ ଠାକ୍‌ରେ। ଆଉ ଜଣେ ହରିୟାଣାର ଦୁଷ୍ମନ୍ତ ଚୌତାଲା। ମହାରାଷ୍ଟ୍ର ରାଜନୀତିରେ ସର୍ବଦା ନିଜର ଦବଦବା ରଖି ଆସିଥିବା ଦଳ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେଙ୍କ ପୁତ୍ର ଆଦିତ୍ୟ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇ ବାଜିମାତ୍‌ କରି ମହାରାଷ୍ଟ୍ରର କିଙ୍ଗ୍‌ ବନିବା ପାଇଁ ଯୋଗାଡ଼ରେ ରହିଛନ୍ତି। ସେହିପରି ହରିୟାଣାର ଜେଜେପି ନେତା ଦୁଷ୍ମନ୍ତ ସିଂ ଚୌତାଲା ନିଜ ପରିବାରଠାରୁ ଅଲଗା ଯାଇ ଏକ ନୂତନ ଦଳ କରି ୧୦ଟି ଆସନ ଜିତି ହରିୟାଣା ରାଜନୀତିରେ କିଙ୍ଗମେକର୍‌ର ଭୂମିକା ନିଭାଇଛନ୍ତି। ଆଗାମୀ ରାଜନୀତି ପାଇଁ ଦୁହେଁ ବେଶ୍‌ ଲମ୍ବା ରାସ୍ତାର ପ୍ରସ୍ତୁତି କରିଛନ୍ତି ।

ପରିବାରଠାରୁ ବିରୋଧୀ ହୋଇ ପ୍ରସ୍ତୁତ କଲେ ନିଜ ରାସ୍ତା

ଚୌଧୁରୀ ଦେବୀଲାଲ୍‌ଙ୍କ ପାରମ୍ପରିକ ରାଜେନୖତିକ ଉତ୍ତରାଧିକାରୀକୁ ନେଇ ଓମ୍‌ ପ୍ରକାଶ ଚୌତାଲା ପୁଅଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିବାବେଳେ ‘ଇଣ୍ଡିଆନ ନ୍ୟାସନାଲ ଲୋକଦଳ’ (ଆଇଏନ୍‌ଏଲ୍‌ଡି)ର କମାଣ ବଡ଼ ପୁଅ ଅଭୟ ଚୌତାଲାଙ୍କ ହାତକୁ ଆସିଯାଇଥିବାବେଳେ ୨୦୧୮ ଡିସେମ୍ବରରେ ଚୌତାଲା ପରିବାର ମଧ୍ୟରେ ମତାନ୍ତର ପରେ ଦୁଷ୍ମନ୍ତ ଚୌତାଲା ନିଜ ଦମ୍‌ରେ ଏକ ଅଲଗା ପାର୍ଟି ନିର୍ମାଣ କରିଥିଲେ। ଜନନାୟକ ଜନତା ପାର୍ଟିର ଗଠନ କରି ହରିୟାଣାର ସମସ୍ତ ୯୦ଟି ଆସନ ଉପରେ ନିଜ ପ୍ରାର୍ଥୀଙ୍କୁ ଛିଡା କରାଇଥିଲେ। ଦୁଷ୍ମନ୍ତଙ୍କୁ ଜନତାଙ୍କ ସମର୍ଥନ ମିଳିଛି। ଦୁଷ୍ମନ୍ତ ୧୦ଟି ଆସନରେ ଜିତିଥିବାବେଳେ ଆଇଏନ୍ଏଲଡି ମାତ୍ର ଗୋଟିଏ ଆସନ ଜିତିଛି। ପରିବାରିକ ରାଜନୈତିକ ଉତ୍ତରାଧିକାର ନ ମିଳିବା ସତ୍ତ୍ବେ ନିଜ ଦମ୍‌ରେ ଏକ ଅଲଗା ରାଜେନୖତିକ ଦଳ ଜରିଆରେ ନିଜ ରାଜେନୖତିକ ବିଜେତା ଭାବେ ଦୁଷ୍ମନ୍ତ ନିଜକୁ ପ୍ରସ୍ତୁତ କରିଛନ୍ତି।

ରାଜା ହେବା ଦୌଡ଼ରେ ଆଦିତ୍ୟ ଠାକ୍‌ରେ

ଆଦିତ୍ୟ ନିଜ ପରିବାରର ପରମ୍ପରାକୁ ବଦଳାଇ ନିଜର ରାଜନୈତିକ ରାସ୍ତାକୁ ବେଶ୍‌ ସୁଦୃଢ କରିବାରେ ଲାଗିଛନ୍ତି। ଜଣ ଯୁବ ଚେହେରା ଭାବରେ ଓ୍ବାର୍ଲି ଆସନରୁ ପ୍ରାର୍ଥୀ ହୋଇ ଶିବସେନାର ୫୩ ବର୍ଷର ଇତିହାସକୁ ବଦଳାଇଛନ୍ତି। ଶିବସେନାର ସଂସ୍ଥାପକ ବାଲ୍‌ଠାକ୍‌ରେ ଓ ତାଙ୍କ ପୁତ୍ର ଉଦ୍ଧବ ଠାକ୍‌ରେ କେବେ ବି ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇନଥିବାବେଳେ ଆଦିତ୍ୟ ନିର୍ବାଚନକୁ ଓହ୍ଲାଇ ବାଜିମାତ୍‌ କରିଛନ୍ତି ।  ପାରିବାରିକ ରାଜନୀତିକୁ ସମ୍ଭାଳିବା ସହିତ ପ୍ରତ୍ୟକ୍ଷ ରାଜନୀତିରେ ନିଜର ଦବଦବା କାଏମ୍‌ ରଖିଛନ୍ତି ଆଦିତ୍ୟ। ଏବେ ଆଦିତ୍ୟ ଉପମୁଖ୍ୟମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026

ପଶ୍ଚିମ ଏସିଆ ସ୍ଥିତିକୁ ନେଇ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ସ୍ୱତଃପ୍ରବୃତ୍ତ ବିବୃତ୍ତି

March 9, 2026

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି କରିବ କି?: ନିର୍ମଳା ସୀତାରମଣ କହିଲେ…..

March 9, 2026

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026
Latest News

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026

ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

March 10, 2026

ଆଜି ମାର୍ଚ୍ଚ ୧୦ ତାରିଖ ମଙ୍ଗଳବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.