Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କର୍ଣ୍ଣାଟକରେ ବିଜେପି ସରକାର ଗଢିବା ଲାଗି ଅମିତ ଶାହ ପ୍ରତ୍ୟକ୍ଷ ଭାବରେ କଂଗ୍ରେସ ଓ ଜେଡିଏସ ବିଧାୟକଙ୍କ ବିକାକିଣାରେ ସାମିଲ ଥିଲେ- ବି.ଏସ. ୟେଦିୟୁରାପ୍ପା
ବିଶେଷ ଖବର

କର୍ଣ୍ଣାଟକରେ ବିଜେପି ସରକାର ଗଢିବା ଲାଗି ଅମିତ ଶାହ ପ୍ରତ୍ୟକ୍ଷ ଭାବରେ କଂଗ୍ରେସ ଓ ଜେଡିଏସ ବିଧାୟକଙ୍କ ବିକାକିଣାରେ ସାମିଲ ଥିଲେ- ବି.ଏସ. ୟେଦିୟୁରାପ୍ପା

November 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କର୍ଣ୍ଣାଟକରେ ବିଜେପି ସରକାର ଗଢିବା ଲାଗି ଓ କୁମାରସ୍ଵାମୀ ସରକାରର ପତନ ଲାଗି ବିଜେପି ଅଧ୍ୟକ୍ଷ ଅମିତ ଶାହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିଲେ ଓ ତାଙ୍କର ନିର୍ଦ୍ଦେଶରେ ହିଁ କଂଗ୍ରେସ ଓ ଜେଡିଏସର ବିଧାୟକମାନେ ଦଳବଦଳ କରିଥିଲେ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦିୟୁରାପ୍ପା ସ୍ଵୀକାର କରିଛନ୍ତି। ଏବେ ପ୍ରଘଟ ହୋଇଥିବା ଏକ ଭିଡିଓ କ୍ଲିପ ରେ ଶୁଣିବାକୁ ମିଳୁଛି ଯେ ୟେଦିୟୁରାପ୍ପା ଏହି ସମଗ୍ର କାଣ୍ଡ ପଛରେ ଅମିତ ଶାହ ରହିଛନ୍ତି ବୋଲି ତାଙ୍କ କର୍ମୀମାନଙ୍କୁ କହୁଛନ୍ତି। ଯେ କୌଣସି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ସାଂଘାତିକ ଅଭିଯୋଗ। ପୂର୍ବରୁ ଏ ପ୍ରକାର ଅଭିଯୋଗ କାରଣରୁ ଅନେକ ନେତା ଜେଲ ମଧ୍ୟ ଯାଇଛନ୍ତି।ହେଲେ ବିଜେପି ସରକାର ଅମଳରେ ଏ ପ୍ରକାର ଅନୈତିକ ବ୍ୟବସ୍ଥା ଗ୍ରହଣୀୟ ହୋଇ ଯାଇଛି।

ଏ ପ୍ରସଙ୍ଗରେ ସବୁଠୁ ବଡ ପ୍ରଶ୍ନ ହେଉଛି, ଦେଶର ଗୃହମନ୍ତ୍ରୀ ଥିବା ବ୍ୟକ୍ତି ଦଳବଦଳକୁ ପ୍ରୋତ୍ସାହନ ଦେବା ଓ ବିଧାୟକ ବିକାକିଣା କାରବାରରେ ସମ୍ପୃକ୍ତ ରହିବା, କେତେ ଦୂର ନୈତିକ? ଯଦି ଖୋଦ ଦେଶର ଗୃହମନ୍ତ୍ରୀ ଏ ପ୍ରକାର ବେଆଇନ ଓ ଅନୈତିକ କାର୍ୟରେ ସମ୍ପୃକ୍ତ ଥିବାର ପ୍ରମାଣ ମିଳେ, ତାହେଲେ ଏହାର ପରିଣତି ଅତ୍ୟନ୍ତ ଜଟିଳ। ଯଦିଓ ଗଣମାଧ୍ୟମରେ ବିଜେପିର ଏ ପ୍ରକାର ରଣନୀତିକୁ ଏକପ୍ରକାର ବଡ ସଫଳତା ବୋଲି କୁହାଯାଉଛି, ଆଇନ ଓ ନୀତି ଦୃଷ୍ଟିରୁ ଏହା ଆଦୌ ଗ୍ରହଣୀୟ ନୁହେଁ।

ଏହି ଟେପର ତଦନ୍ତ ଏବେ ଜରୁରୀ ନୁହେଁ କି? ସିବିଆଇ ଏ ପ୍ରସଙ୍ଗରେ ତଦନ୍ତ କରିବା ଉଚିତ ହେବନାହିଁ କି? ତେବେ ଗୃହମନ୍ତ୍ରୀଙ୍କ ଅଧୀନରେ ପୋଲିସ ଓ ତଦନ୍ତକାରୀ ସଂସ୍ଥା ସବୁ ରହିଥିବାରୁ, ଏହାର ସଠିକ ତଦନ୍ତ ହେବ କେମିତି?

Share. Facebook Twitter LinkedIn Email WhatsApp Copy Link

Related Posts

ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ

August 22, 2025

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025
Latest News

ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଉତ୍ସବ “ଆଗମନ୍- ୨୦୨୫”

August 22, 2025

ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ

August 22, 2025

ଭଞ୍ଜନଗର ପୋଲିସ୍ ଦ୍ଵାରା ବ୍ରାଉନ ସୁଗାର୍ ଜବତ: ୩ ଗିରଫ

August 22, 2025

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025

ICC ODI ବିଶ୍ୱକପର ନୂଆ ସୂଚୀ ଜାରି, ଜାଣନ୍ତୁ ଭାରତର ମ୍ୟାଚ୍ କେବେ ଏବଂ କେଉଁଠି ଖେଳାଯିବ

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.