Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କର୍ଣ୍ଣାଟକରେ ବିଜେପି ସରକାର ଗଢିବା ଲାଗି ଅମିତ ଶାହ ପ୍ରତ୍ୟକ୍ଷ ଭାବରେ କଂଗ୍ରେସ ଓ ଜେଡିଏସ ବିଧାୟକଙ୍କ ବିକାକିଣାରେ ସାମିଲ ଥିଲେ- ବି.ଏସ. ୟେଦିୟୁରାପ୍ପା
ବିଶେଷ ଖବର

କର୍ଣ୍ଣାଟକରେ ବିଜେପି ସରକାର ଗଢିବା ଲାଗି ଅମିତ ଶାହ ପ୍ରତ୍ୟକ୍ଷ ଭାବରେ କଂଗ୍ରେସ ଓ ଜେଡିଏସ ବିଧାୟକଙ୍କ ବିକାକିଣାରେ ସାମିଲ ଥିଲେ- ବି.ଏସ. ୟେଦିୟୁରାପ୍ପା

November 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କର୍ଣ୍ଣାଟକରେ ବିଜେପି ସରକାର ଗଢିବା ଲାଗି ଓ କୁମାରସ୍ଵାମୀ ସରକାରର ପତନ ଲାଗି ବିଜେପି ଅଧ୍ୟକ୍ଷ ଅମିତ ଶାହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିଲେ ଓ ତାଙ୍କର ନିର୍ଦ୍ଦେଶରେ ହିଁ କଂଗ୍ରେସ ଓ ଜେଡିଏସର ବିଧାୟକମାନେ ଦଳବଦଳ କରିଥିଲେ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦିୟୁରାପ୍ପା ସ୍ଵୀକାର କରିଛନ୍ତି। ଏବେ ପ୍ରଘଟ ହୋଇଥିବା ଏକ ଭିଡିଓ କ୍ଲିପ ରେ ଶୁଣିବାକୁ ମିଳୁଛି ଯେ ୟେଦିୟୁରାପ୍ପା ଏହି ସମଗ୍ର କାଣ୍ଡ ପଛରେ ଅମିତ ଶାହ ରହିଛନ୍ତି ବୋଲି ତାଙ୍କ କର୍ମୀମାନଙ୍କୁ କହୁଛନ୍ତି। ଯେ କୌଣସି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ସାଂଘାତିକ ଅଭିଯୋଗ। ପୂର୍ବରୁ ଏ ପ୍ରକାର ଅଭିଯୋଗ କାରଣରୁ ଅନେକ ନେତା ଜେଲ ମଧ୍ୟ ଯାଇଛନ୍ତି।ହେଲେ ବିଜେପି ସରକାର ଅମଳରେ ଏ ପ୍ରକାର ଅନୈତିକ ବ୍ୟବସ୍ଥା ଗ୍ରହଣୀୟ ହୋଇ ଯାଇଛି।

ଏ ପ୍ରସଙ୍ଗରେ ସବୁଠୁ ବଡ ପ୍ରଶ୍ନ ହେଉଛି, ଦେଶର ଗୃହମନ୍ତ୍ରୀ ଥିବା ବ୍ୟକ୍ତି ଦଳବଦଳକୁ ପ୍ରୋତ୍ସାହନ ଦେବା ଓ ବିଧାୟକ ବିକାକିଣା କାରବାରରେ ସମ୍ପୃକ୍ତ ରହିବା, କେତେ ଦୂର ନୈତିକ? ଯଦି ଖୋଦ ଦେଶର ଗୃହମନ୍ତ୍ରୀ ଏ ପ୍ରକାର ବେଆଇନ ଓ ଅନୈତିକ କାର୍ୟରେ ସମ୍ପୃକ୍ତ ଥିବାର ପ୍ରମାଣ ମିଳେ, ତାହେଲେ ଏହାର ପରିଣତି ଅତ୍ୟନ୍ତ ଜଟିଳ। ଯଦିଓ ଗଣମାଧ୍ୟମରେ ବିଜେପିର ଏ ପ୍ରକାର ରଣନୀତିକୁ ଏକପ୍ରକାର ବଡ ସଫଳତା ବୋଲି କୁହାଯାଉଛି, ଆଇନ ଓ ନୀତି ଦୃଷ୍ଟିରୁ ଏହା ଆଦୌ ଗ୍ରହଣୀୟ ନୁହେଁ।

ଏହି ଟେପର ତଦନ୍ତ ଏବେ ଜରୁରୀ ନୁହେଁ କି? ସିବିଆଇ ଏ ପ୍ରସଙ୍ଗରେ ତଦନ୍ତ କରିବା ଉଚିତ ହେବନାହିଁ କି? ତେବେ ଗୃହମନ୍ତ୍ରୀଙ୍କ ଅଧୀନରେ ପୋଲିସ ଓ ତଦନ୍ତକାରୀ ସଂସ୍ଥା ସବୁ ରହିଥିବାରୁ, ଏହାର ସଠିକ ତଦନ୍ତ ହେବ କେମିତି?

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026

Flood Situation: ତିନୋଟି ରାଜ୍ୟର ବନ୍ୟା ସ୍ଥିତି ରହିଛି ଗମ୍ଭୀର, ଓଡିଶାରେ ସାମାନ୍ୟ ସୁଧାର

August 2, 2026

ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଦୌରାତ୍ମା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ବ୍ଲକ ଅଧିକାରୀ

August 2, 2026

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026
Latest News

ବାଣପୁର କୁମାରାଙ୍ଗ କୃଷି ସେବା ସମବାୟ ମାଧ୍ୟମରେ ଚାଷୀଙ୍କୁ ରିହାତି ଦରରେ ସାର ବଣ୍ଟନ

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026

Flood Situation: ତିନୋଟି ରାଜ୍ୟର ବନ୍ୟା ସ୍ଥିତି ରହିଛି ଗମ୍ଭୀର, ଓଡିଶାରେ ସାମାନ୍ୟ ସୁଧାର

August 2, 2026

ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଦୌରାତ୍ମା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ବ୍ଲକ ଅଧିକାରୀ

August 2, 2026

ପାଣି କମୁଛି, ହେଲେ ବଢୁଛି ଦୁର୍ଦ୍ଦଶା; ଭଦ୍ରକ-ଯାଜପୁରରେ ବନ୍ୟା ପରେ ଅସହାୟ ଚିତ୍ର

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.