Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୀର୍ଘ ବର୍ଷର ଅବହେଳା ଓ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାର ଦାବୀକୁ ଆଡେଇ, ଗୀତା ମେହେଟାଙ୍କୁ ଏବେ ପଦ୍ମଶ୍ରୀ ଦେବାର ମାନେ କଣ?
ବିଶେଷ ଖବର

ଦୀର୍ଘ ବର୍ଷର ଅବହେଳା ଓ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାର ଦାବୀକୁ ଆଡେଇ, ଗୀତା ମେହେଟାଙ୍କୁ ଏବେ ପଦ୍ମଶ୍ରୀ ଦେବାର ମାନେ କଣ?

January 26, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ  ଦୀର୍ଘ ବର୍ଷ ଧରି ଓଡିଶାର ଜନ ସାଧାରଣ ଦାବି କରି ଆସୁଛନ୍ତି। ଜୀବନ କାଳ ଭିତରେ ବିଜୁ ବାବୁଙ୍କୁ ଭାରତ ସରକାର କୌଣସି ସମ୍ମାନ ପ୍ରଦାନ କରିନଥିଲେ। ତାଙ୍କ ଅବର୍ତ୍ତମାନରେ ଓଡିଆଙ୍କର ସ୍ମୃତିରେ ବିଜୁ ବାବୁ ଆଜି ମଧ୍ୟ ଜୀବିତ ଥିବାବେଳେ ଭାରତ ସରକାର ବିଜୁଙ୍କ ପ୍ରତି କ୍ରମାଗତ ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି। ଚଳିତ ବର୍ଷ ନାନାଜି ଦେଶମୁଖଙ୍କ ପରି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଜଣେ ପ୍ରଚାରକଙ୍କୁ ଏ ଉପାଧି ପ୍ରଦାନ କରାଯାଇଛି। ନାନାଜି ଦେଶମୁଖଙ୍କୁ କେବଳ ଜରୁରୀ କାଳୀନ ପରିସ୍ଥିତି ସମୟରେ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦୀ ରାଜନୀତି ବିରୋଧରେ ସଂଘର୍ଷ କରିବାର ଆମେ ଜାଣିଛୁ । ତେବେ ଇମର୍ଜେନ୍ସି ବିରୋଧୀ ଆଂଦୋଳନର ବହୁ ତୁଙ୍ଗ ନେତାଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯାଇ ନାହିଁ। ଏପରିକି ପରବର୍ତ୍ତୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଚନ୍ଦ୍ରଶେଖର ଙ୍କୁ ମଧ୍ୟ ଏଥିଲାଗି ଯୋଗ୍ୟ ବିବେଚିତ କରାଗଲା ନାହିଁ। ସବୁ ପ୍ରକାର ଆରୋପ ଏବଂ ଅଭିଯୋଗ ସତ୍ତ୍ୱେ ପି ଭି ନରସିଂହ ରାଓ ଦେଶର ଅର୍ଥନୀତିରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନର ସୂତ୍ରପାତ କରିଥିଲେ। ସେଥିପାଇଁ ତାଙ୍କୁ ଏ ଜାତି କୌଣସି ଶ୍ରଦ୍ଧା ବା ସମ୍ମାନ ଦେଇନାହିଁ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ଏ ତାଲିକାରେ ରକ୍ଷା ଯାଇପାରିବ।

ତେବେ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପ୍ରସଙ୍ଗକୁ ଅଣଦେଖା କରି ତାଙ୍କର ଝିଅ ଗୀତା ମେହେଟାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଗୀତା ମେହେଟା ଲେଖିକା ଭାବରେ ସତୁରୀ ଦଶକରୁ ସକ୍ରିୟ ରହିଛନ୍ତି। ତାଙ୍କର ଚର୍ଚ୍ଚିତ ବହି କର୍ମା କୋଲା(୧୯୭୯) , ରାଜ  (୧୯୮୯), ଏ ରିଭର ସୂତ୍ର ( ୧୯୯୩), ସ୍ନେକ୍ସ ଆଣ୍ଡ ଲାଡ଼ର୍ସ (୧୯୯୭) ଓ ଏଟର୍ନାଲ ଗଣେଶ, ଫ୍ରମ ବାର୍ଥ ଟୁ ରିବାର୍ଥ (୨୦୦୬) ରେ ପ୍ରକାଶ ପାଇ ବେଶ ଚର୍ଚ୍ଚିତ ହୋଇଛି। କର୍ମା କୋଲା ଓ ରାଜଗୋଟେ ସମୟରେ ଭାରତର ସବୁଠୁ ଚର୍ଚ୍ଚିତ ପୁସ୍ତକ ଭାବରେ ପରିଗଣିତ ହୋଇଥିଲା। ତେବେ ଗତ ବର୍ଷ ବର୍ଷ ଧରି ତାଙ୍କୁ ପଦ୍ମ ପୁରଷ୍କାର ଦିଆ ଯାଇନଥିବା ବେଳେ ଚଳିତ ନିର୍ବାଚନ ବର୍ଷରେ ଏ ନିଷ୍ପତ୍ତି କାହିଁକି?

ଯେତେବେଳେ ଓଡିଶାର ମୁଖ୍ୟଧାରାରେ କାମ କରୁଥିବା କବି, ଲେଖକ, କଳାକାର ଓ ସମାଜସେବୀଙ୍କୁ ପଦ୍ମ ପୁରସ୍କାରରୁ ବଞ୍ଚିତ କରାଯାଉଛି ଓ ସାଧାରଣ ମଣିଷଙ୍କ ଭିତରେ କାମ କରୁଥିବା ଲୋକଙ୍କୁ ଏଥିପାଇଁ ବଛାଯାଉଛି, ସେତେବେଳେ ଗୀତା ମେହେଟାଙ୍କ ନାଁ ସହିତ ରାଜନୈତିକ ତୁଷ୍ଟିକରଣର ଗନ୍ଧ ବାରି ହୋଇ ପଡୁଛି। ଚଳିତ ବର୍ଷ ପ୍ରକାଶ ରାଓ, କମଳା ପୂଜାହାରି ଓ ଦୈତାରୀ ନାଏକଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରା ହୋଇଛି। ଏ ତିନିଜଣ ଯାକ ମୁଖ୍ୟଧାରାର ବାହାରେ ରହି ଲୋକଙ୍କ ପାଇଁ କାମ କରୁଛନ୍ତି। ତେଣୁ ସେମାନେ ଏ ସମ୍ମାନର ସବୁଠୁ ଯୋଗ୍ୟ । କିନ୍ତୁ ତାଙ୍କ ଭିତରେ ଗୀତା ମେହେଟା କାହିଁକି?

ଯଦି ଆସାମ ଓ ପଶ୍ଚିମ ବଙ୍ଗକୁ ସନ୍ତୁଷ୍ଟ କରିବାକୁ ଭୂପେନ ହଜାରିକା ଓ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନ ଦିଆଗଲା, ବିଜୁ ବାବୁଙ୍କୁ  କାହିଁକି ନୁହେଁ, ଏହାର ଉତ୍ତର ବିଜେପି ସରକାରକୁ ଲୋକ ନିଶ୍ଚୟ ପଚାରିବେ। ସେହିପରି ଗୀତା ମେହେଟାଙ୍କୁ ପଦ୍ମଶ୍ରୀ ଦେବା ତାଙ୍କ ପ୍ରତି ଯଥାର୍ଥ ସମ୍ମାନ ନା କେବଳ ନିର୍ବାଚନ ବର୍ଷରେ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ସନ୍ତୁଷ୍ଟ କରିବାର ଏହା ଏକ ଚତୁର ଉପାୟ? ବର୍ତ୍ତମାନ ପରିସ୍ଥିତିରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନବୀନ ପଟ୍ଟନାୟକଙ୍କୁ ସନ୍ତୁଷ୍ଟ କରି ରଖିବାକୁ ଚାହୁଛନ୍ତି। ଗୋଟିଏ ପରେ ଗୋଟିଏ ନିର୍ବାଚନୀ ସର୍ଭେ ରିପୋର୍ଟରେ ବିଜେପିର ପରାଜୟ ଜଳ ଜଳ ହୋଇ ଦିଶୁଥିବାରୁ ନବୀନ ଏବେ ବିଜେପିର ତ୍ରାଣକର୍ତ୍ତା ହୋଇ ପାରନ୍ତି। ତେଣୁ ନବୀନଙ୍କୁ ସନ୍ତୁଷ୍ଟ କରିବାକୁ  ଗୀତାଙ୍କୁ ପଦ୍ମଶ୍ରୀ ଦେବାର ଏ ଚତୁର  ପରିକଳ୍ପନା ନୁହେଁ ତ ? ଶେଷ ଖବର ଅନୁଯାୟୀ ଗୀତା ମେହେଟା ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।

padmashree thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026
Latest News

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.