
ସମୀକ୍ଷା ବ୍ୟୁରୋ
ଆଜି ଏସୀୟ ଦେଶମାନଙ୍କରେ ଭୂମିକମ୍ପ ମୁକାବିଲା ଲାଗି ଆୟୋଜିତ ସାଙ୍ଘାଇ ସମାବେଶରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଭାରତ ଯଥେଷ୍ଟ ସଫଳତା ଅର୍ଜନ କରିଛି। ଓଡ଼ିଶାରେ ବିଗତ ଦିନରେ ଆସିଥିବା ତିନୋଟି ବଡ଼ ବାତ୍ୟା ରେ ଲୋକଙ୍କ ଜୀବନ ବଞ୍ଚାଇବାରେ ସରକାର ସଫଳ ହୋଇଛନ୍ତି ବୋଲି ଶାହ କହିଛନ୍ତି। ତେବେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ରେ ରାଜ୍ୟ ସରକାରମାନଙ୍କ ଭୂମିକା ବିଷୟରେ ନୀରବ ରହଛନ୍ତି।
ଫାଇଲିନ, ହୁଡ଼ହୁଡ ଓ ଫନୀ ବାତ୍ୟା ରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ଓ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବାରେ ଓଡିଶା ସରକାରଙ୍କ ଉଲ୍ଲେଖନୀୟ ସଫଳତା କୁ ଶାହ ତାଙ୍କ ଭାଷଣରେ ରେଖାଙ୍କିତ କରିବା ପରିବର୍ତ୍ତେ ଏହା କେନ୍ଦ୍ର ସରକାରଙ୍କ ସଫଳତା ବୋଲି କହିଛନ୍ତି। ସଙ୍ଘୀୟ ବ୍ୟବସ୍ଥା ରେ ଏ ପ୍ରକାର ଆଚରଣ ଆଦୌ ଗ୍ରହଣୀୟ ନୁହେଁ।
Tags: