30 ବର୍ଷରେ ପଦାର୍ପଣ କଲେ ଏମ୍ମା ଷ୍ଟୋନ୍‌

Published: Nov 6, 2019, 3:31 pm IST

ସମୀକ୍ଷା ବ୍ୟୁରୋ

ଆମେରିକୀୟ ଅଭିନେତ୍ରୀ ଏମ୍ମା ଷ୍ଟୋନ୍‌ ବୁଧବାର ଦିନ 30 ବର୍ଷରେ ପଦାର୍ପଣ କରିଛନ୍ତି । 6 ନଭେମ୍ବର 1988ରେ ଜନ୍ମିତ ଏମ୍ମାଙ୍କ ନାମ ଏମିଲି ଜିନ୍‌ ଏମ୍ମା ଷ୍ଟୋନ୍‌ ଥିଲା । ଏମ୍ମା ତିନିଥର ଓସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଥରେ  ଓସ୍କାର ଏବଂ ଗୋଲ୍ଡେନ୍‌ ଗ୍ଲୋବ୍‌ ପୁରସ୍କାର ହାସଲ କରିଛନ୍ତି । ଆରିଜୋନାର ସ୍କଟ୍‌ସଡେଲ୍‌ରେ ଜନ୍ମିତ ଏମ୍ମା ଷ୍ଟୋନ୍‌ 2000 ମସିହାରୁ ଶିଶୁ କଳାକାର ଭାବରେ କାମ ଆରମ୍ଭ କରିଥିଲେ । 2004ରେ ଟିଭି ଶୋ ପ୍ୟାଟ୍ରିଜ୍‌ ଫ୍ୟାମିଲି ପରେ 2007ରେ ନିଜର ପ୍ରଥମ ଫିଲ୍ମ ସୁପରବାର୍ଡ ଜରିଆରେ ପଦାର୍ପଣ କରିଥିଲେ ଏମ୍ମା । ଜୋମ୍ବିଲ୍ୟାଣ୍ଡ (2009), ଇଜି ଏ (2010), କ୍ରେଜି ଷ୍ଟୁପିଡ୍‌ ଲଭ୍‌ (2011) ଏବଂ ଦ ହେଲ୍ପ (2011) ଜରିଆରେ ବକ୍ସ ଅଫିସ୍‌ ସଫଳତା ହାସଲ କରିଥିଲେ । ମାତ୍ର 2012 ମସିହାରେ ରିଲିଜ୍‌ ଚଳଚିତ୍ର ଦ ଆମେଜିଙ୍ଗ ସ୍ପାଇଡରମ୍ୟାନ୍‌ ଏବଂ 2014ରେ ରିଲିଜ୍‌ ଏହାର ସିକ୍ବେଲ୍‌ ଜରିଆରେ ଏମ୍ମା ଦର୍ଶକଙ୍କ ଦ୍ବାରା ଆଦୃତ ହୋଇଥିଲେ । 2016ରେ ଏମ୍ମାଙ୍କ ଅଭିନୀତ ମ୍ୟୁଜିକାଲ୍‌ କମେଡି ଲା ଲା ଲ୍ୟାଣ୍ଡ ପାଇଁ ଏମ୍ମାଙ୍କୁ ଓସ୍କାର ମିଳିଥିଲା । 2018ରେ ଦ ଫେବ୍‌ରିଟ୍‌ ପାଇଁ ଏମ୍ମାଙ୍କୁ ଶ୍ରେଷ୍ଠ ପାର୍ଶ୍ବଭିନେତ୍ରୀ ଭୂମିକା ପାଇଁ ଓସ୍କାର ମନୋନୟନ ମିଳିଥିଲା ।


ଓସ୍କାର ଏବଂ ଗୋଲ୍‌ଡେନ୍‌ ଗ୍ଲୋବ୍‌ ବ୍ୟତୀତ ଏମ୍ମା 2017ରେ ହଲିଉଡ୍‌ର ସର୍ବାଧିକ ଆୟକାରୀ ଅଭିନେତ୍ରୀର ମାନ୍ୟତା ହାସଲ କରିଥିଲେ । 2013 ଏବଂ 2017ରେ ଫୋବର୍ସର ଶ୍ରେଷ୍ଠ 100 ସେଲିବ୍ରିଟି ତାଲିକାରେ ସ୍ଥାନ ପାଇଥିଲେ ଏମ୍ମା । ସେହିପରି 2018ରେ ଟାଇମ ମାଗାଜିନ୍‌ ପକ୍ଷରୁ ପ୍ରକାଶିତ ତାଲିକାରେ 100 ପ୍ରଭାବଶାଳୀ ବ୍ୟକ୍ତିତ୍ବ ତାଲିକାରେ ଏମ୍ମା ସ୍ଥାନ ପାଇଥିଲେ ।

Related posts