Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଫିଲ୍ମ ହେଉ ଅଥବା ରାଜନୀତି, ସବୁଠି ଚର୍ଚ୍ଚିତ କମଲ୍‌ ହାସନ୍‌ : ୬୫ ବର୍ଷରେ ଭାରତୀୟ ସିନେ ଅଭିନେତା କମଲ୍‌ ହାସନ୍‌
ବିଶେଷ ଖବର

ଫିଲ୍ମ ହେଉ ଅଥବା ରାଜନୀତି, ସବୁଠି ଚର୍ଚ୍ଚିତ କମଲ୍‌ ହାସନ୍‌ : ୬୫ ବର୍ଷରେ ଭାରତୀୟ ସିନେ ଅଭିନେତା କମଲ୍‌ ହାସନ୍‌

November 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ତାମିଲ ସୁପରଷ୍ଟାର କମଲ ହାସନ୍‌ ଆଜି ୬୫ ବର୍ଷରେ ପହଞ୍ଚିଛନ୍ତି । ଜଣେ ଅଭିନେତା , ନିର୍ଦ୍ଦେଶକ, କାହାଣୀ ଲେଖକ, ପ୍ରଯୋଜକ, ଗାୟକ, ସମାଜସେବୀ ତଥା ରାଜନେତା ଭାବରେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି କମଲହାସନ୍‌। ଭାରତୀୟ ଚଳଚ୍ଚିତ୍ର ଜଗତରେ ନିଜର ଉଲ୍ଲେଖନୀ ଅବଦାନ ପାଇଁ ବହୁ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ଏହି ମହାନ କଳାକାର ଜଣକ । ୧୯୫୪ ମସିହା ନଭେମ୍ବର ୭ ତାରିଖ ତାମିଲନାଡୁଠାରେ କମଲହାସନ ଜନ୍ମଗ୍ରହଣ କରିଥିଲେ । ମାତ୍ର ୬ ବର୍ଷ ବୟସରୁ ‘କାଲାଥୁର କନ୍ନମା’ ଫିଲ୍ମରେ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ  କମଲ ହାସନ। ଏହି ଫିଲ୍ମ ପାଇଁ ରାଷ୍ଟ୍ରପତି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି କମଲ୍‌।  ତେଲୁଗୁ, ମାଲାୟଲମ, କନ୍ନଡ, ବେଙ୍ଗଲୀ ଏବଂ ହିନ୍ଦୀ ଆଦି ଭାଷାରେ ୨୦୦ରୁ ଅଧିକ ଫିଲ୍ମରେ ନିଜର ଅଭିନୟର ପରାକାଷ୍ଠା ଦେଖାଇଛନ୍ତି କମଲ ହାସନ୍‌। ନିଜର ଉଚ୍ଚକୋଟୀର ଅଭିନୟ ପାଇଁ ଫିଲ୍ମ କ୍ୟାରିଅର ମଧ୍ୟରେ ୪ ଥର ଜାତୀୟ ପୁରସ୍କାର ହାସଲ କରିଛନ୍ତି କମଲ୍‌। ଶ୍ରେଷ୍ଠ ଅଭିନେତା ପାଇଁ ତିନି ତିନି ଥର ଜାତୀୟ ପୁରସ୍କାର ହାସଲ କରିଥିବାବେଳେ ପ୍ରଯୋଜକ ଭାବରେ ଥରେ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି  କମଲ ହାସନ। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟର ରହିଛି  ‘ମୁନ୍ଦରାମ ପିରାଇ( ୧୯୮୩), ନାୟଗନ(୧୯୮୭), ‘ସଦ୍‌ମା’,  ’ଏକ ଦୁଜେ କେ ଲିୟେ’, ଇଣ୍ଡିଆନ୍‌ (୧୯୯୬),  ଚାଚୀ୪୨୦ (୧୯୯୬), ହେ ରାମ (୨୦୦୦), ଭୀରୁମଣ୍ଡି (୨୦୦୪),  ଦଶାବଥାରମ୍‌  (୨୦୦୮), ଏବଂ ବିଶ୍ବରୂପମ୍‌ (୨୦୧୩) ଚଳଚିତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଭାରତୀୟ ସିନେମା ଜଗତରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ।  କମଲ୍‌ ହାସନ ସିନେମାର ପର୍ଦ୍ଦାରେ ଯେତିକି ରଙ୍ଗ ଦେଖାଇଛନ୍ତି,  ତା’ଠୁ ଖୁବ୍‌ କମ୍‌ ସମୟରେ ରାଜନୀତିର ମଇଦାନରେ ସେତିକି ଚର୍ଚ୍ଚିତ ହୋଇଛନ୍ତି ।

ଭାରତୀୟ ଚଳଚ୍ଚିତ୍ର ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୯୯୦ରେ ପଦ୍ମଶ୍ରୀ ଓ ୨୦୧୪ରେ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଛନ୍ତି କମଲ ହାସନ୍‌। ୨୦୧୩ ମସିହାରେ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ୍‌ରେ କମଲ୍‌ ହାସନଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନିତ କରାଯାଇଥିବା ବେଳେ ୨୦୧୬ରେ ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଅଡ୍ରେ ଡେସ୍‌ ଆର୍ଟସ୍‌ ଏଟ୍‌ ଡେସ୍‌ କେଭ୍‌ଲିୟର ସମ୍ମାନରେ ସମ୍ମାନିତ କରାଯାଇଥିଲା। ରିଲ୍‌ ଲାଇଫ୍‌ରେ କମଲ୍‌ ଯେତିକି ଚର୍ଚ୍ଚିତ, ତା’ଠୁ ଅଧିକ ଚର୍ଚ୍ଚିତ ନିଜ ରିଲ୍‌ ଲାଇଫ୍‌କୁ ନେଇ। ଜୀବନରେ ତିନି ତିନି ଥର ବିବାହ କରିଥିବାବେଳେ ତାଙ୍କର ଦୁଇଟି କନ୍ୟା ସନ୍ତାନ ରହିଛନ୍ତି । ଅକ୍ଷରା ଓ ଶ୍ରୁତିହାସନ ମଧ୍ୟ ପିତାଙ୍କ ପଦାଙ୍କ ଅନୁସରଣ କରି ଭାରତୀୟ ଚଳଚ୍ଚିତ୍ର ଜଗତରେ ବେଶ୍‌ ଚର୍ଚ୍ଚିତ । ରାଜନୀତି ଦୁନିଆରେ ପାଦ ଥାପି ସେ ‘ମକ୍କଲ ନିଧି ମୟମ୍‌’ ଦଳ ଗଢିଛନ୍ତି । ନିକଟରେ ସେ  ବିବାଦୀୟ ବୟାନ ଦେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ଗଡ୍‌ସେ, କାଶ୍ମୀର ଓ ନିକଟରେ ସେ ହିନ୍ଦୀଭାଷାକୁ ନେଇ ବେଶ୍‌ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି । ଭାରତୀୟ ସିନେମା ଜଗତର ଜଣେ ଲୋକପ୍ରିୟ କଳାକାରଙ୍କୁ ୬୫ତମ ଜନ୍ମଦିବସରେ ଅଶେଷ ଅଶେଷ ଅଭିନନ୍ଦନ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025
Latest News

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ପରୀ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ଯାଜପୁରରେ ଟିମ୍

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.