Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଫିଲ୍ମ ହେଉ ଅଥବା ରାଜନୀତି, ସବୁଠି ଚର୍ଚ୍ଚିତ କମଲ୍‌ ହାସନ୍‌ : ୬୫ ବର୍ଷରେ ଭାରତୀୟ ସିନେ ଅଭିନେତା କମଲ୍‌ ହାସନ୍‌
ବିଶେଷ ଖବର

ଫିଲ୍ମ ହେଉ ଅଥବା ରାଜନୀତି, ସବୁଠି ଚର୍ଚ୍ଚିତ କମଲ୍‌ ହାସନ୍‌ : ୬୫ ବର୍ଷରେ ଭାରତୀୟ ସିନେ ଅଭିନେତା କମଲ୍‌ ହାସନ୍‌

November 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ତାମିଲ ସୁପରଷ୍ଟାର କମଲ ହାସନ୍‌ ଆଜି ୬୫ ବର୍ଷରେ ପହଞ୍ଚିଛନ୍ତି । ଜଣେ ଅଭିନେତା , ନିର୍ଦ୍ଦେଶକ, କାହାଣୀ ଲେଖକ, ପ୍ରଯୋଜକ, ଗାୟକ, ସମାଜସେବୀ ତଥା ରାଜନେତା ଭାବରେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି କମଲହାସନ୍‌। ଭାରତୀୟ ଚଳଚ୍ଚିତ୍ର ଜଗତରେ ନିଜର ଉଲ୍ଲେଖନୀ ଅବଦାନ ପାଇଁ ବହୁ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ଏହି ମହାନ କଳାକାର ଜଣକ । ୧୯୫୪ ମସିହା ନଭେମ୍ବର ୭ ତାରିଖ ତାମିଲନାଡୁଠାରେ କମଲହାସନ ଜନ୍ମଗ୍ରହଣ କରିଥିଲେ । ମାତ୍ର ୬ ବର୍ଷ ବୟସରୁ ‘କାଲାଥୁର କନ୍ନମା’ ଫିଲ୍ମରେ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ  କମଲ ହାସନ। ଏହି ଫିଲ୍ମ ପାଇଁ ରାଷ୍ଟ୍ରପତି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି କମଲ୍‌।  ତେଲୁଗୁ, ମାଲାୟଲମ, କନ୍ନଡ, ବେଙ୍ଗଲୀ ଏବଂ ହିନ୍ଦୀ ଆଦି ଭାଷାରେ ୨୦୦ରୁ ଅଧିକ ଫିଲ୍ମରେ ନିଜର ଅଭିନୟର ପରାକାଷ୍ଠା ଦେଖାଇଛନ୍ତି କମଲ ହାସନ୍‌। ନିଜର ଉଚ୍ଚକୋଟୀର ଅଭିନୟ ପାଇଁ ଫିଲ୍ମ କ୍ୟାରିଅର ମଧ୍ୟରେ ୪ ଥର ଜାତୀୟ ପୁରସ୍କାର ହାସଲ କରିଛନ୍ତି କମଲ୍‌। ଶ୍ରେଷ୍ଠ ଅଭିନେତା ପାଇଁ ତିନି ତିନି ଥର ଜାତୀୟ ପୁରସ୍କାର ହାସଲ କରିଥିବାବେଳେ ପ୍ରଯୋଜକ ଭାବରେ ଥରେ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି  କମଲ ହାସନ। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟର ରହିଛି  ‘ମୁନ୍ଦରାମ ପିରାଇ( ୧୯୮୩), ନାୟଗନ(୧୯୮୭), ‘ସଦ୍‌ମା’,  ’ଏକ ଦୁଜେ କେ ଲିୟେ’, ଇଣ୍ଡିଆନ୍‌ (୧୯୯୬),  ଚାଚୀ୪୨୦ (୧୯୯୬), ହେ ରାମ (୨୦୦୦), ଭୀରୁମଣ୍ଡି (୨୦୦୪),  ଦଶାବଥାରମ୍‌  (୨୦୦୮), ଏବଂ ବିଶ୍ବରୂପମ୍‌ (୨୦୧୩) ଚଳଚିତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଭାରତୀୟ ସିନେମା ଜଗତରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ।  କମଲ୍‌ ହାସନ ସିନେମାର ପର୍ଦ୍ଦାରେ ଯେତିକି ରଙ୍ଗ ଦେଖାଇଛନ୍ତି,  ତା’ଠୁ ଖୁବ୍‌ କମ୍‌ ସମୟରେ ରାଜନୀତିର ମଇଦାନରେ ସେତିକି ଚର୍ଚ୍ଚିତ ହୋଇଛନ୍ତି ।

ଭାରତୀୟ ଚଳଚ୍ଚିତ୍ର ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୯୯୦ରେ ପଦ୍ମଶ୍ରୀ ଓ ୨୦୧୪ରେ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଛନ୍ତି କମଲ ହାସନ୍‌। ୨୦୧୩ ମସିହାରେ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ୍‌ରେ କମଲ୍‌ ହାସନଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନିତ କରାଯାଇଥିବା ବେଳେ ୨୦୧୬ରେ ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଅଡ୍ରେ ଡେସ୍‌ ଆର୍ଟସ୍‌ ଏଟ୍‌ ଡେସ୍‌ କେଭ୍‌ଲିୟର ସମ୍ମାନରେ ସମ୍ମାନିତ କରାଯାଇଥିଲା। ରିଲ୍‌ ଲାଇଫ୍‌ରେ କମଲ୍‌ ଯେତିକି ଚର୍ଚ୍ଚିତ, ତା’ଠୁ ଅଧିକ ଚର୍ଚ୍ଚିତ ନିଜ ରିଲ୍‌ ଲାଇଫ୍‌କୁ ନେଇ। ଜୀବନରେ ତିନି ତିନି ଥର ବିବାହ କରିଥିବାବେଳେ ତାଙ୍କର ଦୁଇଟି କନ୍ୟା ସନ୍ତାନ ରହିଛନ୍ତି । ଅକ୍ଷରା ଓ ଶ୍ରୁତିହାସନ ମଧ୍ୟ ପିତାଙ୍କ ପଦାଙ୍କ ଅନୁସରଣ କରି ଭାରତୀୟ ଚଳଚ୍ଚିତ୍ର ଜଗତରେ ବେଶ୍‌ ଚର୍ଚ୍ଚିତ । ରାଜନୀତି ଦୁନିଆରେ ପାଦ ଥାପି ସେ ‘ମକ୍କଲ ନିଧି ମୟମ୍‌’ ଦଳ ଗଢିଛନ୍ତି । ନିକଟରେ ସେ  ବିବାଦୀୟ ବୟାନ ଦେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ଗଡ୍‌ସେ, କାଶ୍ମୀର ଓ ନିକଟରେ ସେ ହିନ୍ଦୀଭାଷାକୁ ନେଇ ବେଶ୍‌ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି । ଭାରତୀୟ ସିନେମା ଜଗତର ଜଣେ ଲୋକପ୍ରିୟ କଳାକାରଙ୍କୁ ୬୫ତମ ଜନ୍ମଦିବସରେ ଅଶେଷ ଅଶେଷ ଅଭିନନ୍ଦନ ।

Share. Facebook Twitter LinkedIn Email WhatsApp Copy Link

Related Posts

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026
Latest News

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

ବିଶାଖାପାଟଣାଠାରେ ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ୨୦୨୬ ସମାପ୍ତ: ମିଳିତ ବିବୃତ୍ତି ଗୃହୀତ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.