Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଦାଲତ ପରିସରରେ ଅସହାୟ ଆଇନ, ଓକିଲ ବନାମ ପୋଲିସ ସଙ୍ଘର୍ଷର ପରିଣତି କଣ ହେବ? 
ବିଶେଷ ଖବର

ଅଦାଲତ ପରିସରରେ ଅସହାୟ ଆଇନ, ଓକିଲ ବନାମ ପୋଲିସ ସଙ୍ଘର୍ଷର ପରିଣତି କଣ ହେବ? 

November 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅଦାଲତ ପରିସରରେ ଅସହାୟ ଆଇନ, ଓକିଲ ବନାମ ପୋଲିସ ସଙ୍ଘର୍ଷର ପରିଣତି କଣ ହେବ? 

କେଦାର ମିଶ୍ର

ଦୃଶ୍ୟଟି ଦେଖି ଭୟ ଲାଗୁଛି। ଜଣେ ବରିଷ୍ଠ ମହିଳା ପୋଲିସ ଅଧିକାରୀଙ୍କୁ ଦଳେ ଓକିଲ ଗୋଡେଇ ଗୋଡେଇ ବାଡଉଛନ୍ତି। ମହିଳା ଅଧିକାରୀ ଜଣକ ହାତ ଯୋଡି ଆଇନ ଶ୍ରୁଙ୍ଖଳା ନ ଭାଙ୍ଗିବାକୁ ନିବେଦନ କରୁଛନ୍ତି, ହେଲେ କଳା କୋଟ ପିନ୍ଧିଥିବା ଆମ ଆଇନର ମଙ୍ଗୁଆଳମାନେ ତାଙ୍କୁ ବାଡେଇ ଚାଲିଛନ୍ତି। ଏହା ପୁଣି ଘଟୁଛି ଭାରତର ରାଜଧାନୀ ନୂଆଦିଲ୍ଲୀର ପ୍ରାଣକେନ୍ଦ୍ରରେ ଥିବା ତିସ ହଜାରି ଅଦାଲତ ପରିସରରେ। ଗତ ସପ୍ତାହରେ ଏମିତି ଅନେକ ଦୃଶ୍ୟ ଆମେ ଟେଲିଭିଜନ ପରଦାରେ ଓ ସୋସିଆଲ ମିଡିଆରେ ଦେଖି ଆସୁଛୁ।ଅନ୍ୟ ଏକ ଦୃଶ୍ୟରେ ଦେଖାଯାଉଛି, ଜଣେ ପୋଲିସ ଅଧିକାରୀଙ୍କୁ ଦଳେ ଓକିଲ ଘେରିକି ମାରି ଚାଲିଛନ୍ତି। ପ୍ରାଣ ବିକଳରେ ସେ ମୋଟର ସାଇକଲ ଚଳାଇ ପଳାଉଥିବା ବେଳେ ତାଙ୍କୁ ହେଲମେଟ ବାଡେଇ ମରା ହେଉଛି। ଏହା ଦେଶର ରାଜଧାନୀରେ, ଆଇନର ମନ୍ଦିର ପରିସରରେ ଘଟିଛି। ଏହାକୁ ନେଇ ଏବେ ଦିଲ୍ଲୀରେ ପୋଲିସ ଓ ଓକିଲ ମୁହାଁମୁହିଁ ହେଉଛନ୍ତି। ଉଭୟ ଗୋଷ୍ଠୀ ପରଷ୍ପରକୁ ଦୋଷ ଦେଉଛନ୍ତି। ଅଦାଲତ ଏହାର ବିଚାର କଲାବେଳେ କେଉଁ ପକ୍ଷକୁ କଣ କହିବେ ବୁଝି ପାରୁନାହାନ୍ତି। ନ୍ୟାୟ ବ୍ୟବସ୍ଥାରେ ପୋଲିସ ଓ ଓକିଲଙ୍କର ସହଭାଗିତା ସମାନ। ଯେତେବେଳେ ନ୍ୟାୟର ମନ୍ଦିରରେ ଏହାର ଦୁଇ ସେବାୟତ ଗୋଷ୍ଠୀ ପିଟାମରା ହୁଅନ୍ତି, ସେଥିରେ ମନ୍ଦିର ଖାଲି ଅପବିତ୍ର ହୁଏନାହିଁ, ପୂରା ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ତୁଟିଯାଏ।

ତେବେ ଏ ଘଟଣା ଘଟିଲା କାହିଁକି? ଏହା ପଛରେ କିଛି ବଡ କାରଣ ରହିଛି କି? ନା, ଓକିଲ ଓ ପୋଲିସଙ୍କ ଭିତରେ ଏ ଭୟଙ୍କର ବେଆଇନ କାଣ୍ଡର କାରଣ ହେଉଛି ସାମାନ୍ୟ ପାର୍କିଂ ବ୍ୟବସ୍ଥା। ତିସହଜାରି ଅଦାଲତ ପରିସରରେ କିଏ କେଉଁଠି ଗାଡି ଥୋଇବ,ଏହି କଥାରୁ ଏତେବଡ ଲଙ୍କା କାଣ୍ଡ ଘଟିଛି। ଆଇନ ଓ ବ୍ୟବସ୍ଥା ସମ୍ପର୍କରେ ସଚେତନ ଥିବା ଦୁଇଟି ପେଷାଦାର ଅନୁଷ୍ଠାନ ଭିତରେ ଏହି କାରଣ ଯୋଗୁଁ ଝଗଡା ହେବା ଓ ସେଥିରେ ସୁପ୍ରିମ କୋର୍ଟ ପର୍ୟନ୍ତ କଥାଯିବା, ଏହା ପୃଥିବୀର ଆଇନ ଇତିହାସରେ ଏକ ବିସ୍ମୟ ନିଶ୍ଚୟ। ପୋଲିସକୁ ଗୋଡେଇ ଗୋଡେଇ ପିଟିବାକୁ ଓକିଲମାନେ ଯଥାର୍ଥ ବୋଲି କହିବେ କେମିତି? ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଯେଉଁ ପ୍ରକାର ଆକ୍ରମଣ କରାଯାଉଛି ସେ ଦୃଶ୍ୟ ତ କୌଣସି ବର୍ବର ସମାଜରେ ହିଁ ଦେଖିବାକୁ ମିଳେ। ଆଇନ ଜାଣିଥିବା ଲୋକେ କଣ ନିଜ ନିଜ ଭିତରେ ସମସ୍ୟାର ସମାଧାନ କରି ପାରୁନାହାନ୍ତି ଯେ, ସେମାନଙ୍କୁ ପୋଡାଜଳା, ମାରପିଟ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡୁଛି?

ତେବେ ନୂଆଦିଲ୍ଲୀ ଅଦାଲତ ପରିସରରେ ଏ ଘଟଣା କେବଳ ଏ ସପ୍ତାହରେ ଘଟିନାହିଁ। ଜୱାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କୁ ଜାମିନ ପାଇଁ ଅଦାଲତରେ ହାଜର କଲା ବେଳେ ଆଇନଜୀବୀମାନେ ଏମିତି ଅରାଜକତା ସୃଷ୍ଟି କରିଥିଲେ। ଅଦାଲତ ଭିତରେ କହ୍ନେୟାଙ୍କୁ ମାରପିଟ କରିବାର ଉଦ୍ୟମ ହୋଇଥିଲା। ଅଦାଲତ ବାହାରେ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ କେତେଜଣ ଓକିଲ ମାରପିଟ କରିଥିବାର ଘଟଣାକୁ ଚପେଇ ଦିଆଗଲା। ସେତେବେଳେ ଏହି ଘଟଣାର ତଦନ୍ତ କରିବାକୁ ସୁପ୍ରିମ କୋର୍ଟ ଯେଉଁ ବରିଷ୍ଠ ଆଇନଜୀବୀଙ୍କର ଏକ ପ୍ରତିନିଧି ମଣ୍ଡଳୀ ପଠାଇଥିଲେ, ସେମାନଙ୍କୁ ମଧ୍ୟ ଖୋଲାଖୋଲି ଓକିଲମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ସୁପ୍ରିମ କୋର୍ଟକୁ ଦେଇଥିବା ତାଙ୍କ ରିପୋର୍ଟରେ ବରିଷ୍ଠ ଓକିଲ ରାଜୀବ ଧାବନ ଏକଥା ସ୍ପଷ୍ଟ ଭାବରେ ଲେଖିଥିଲେ। ତଥାପି ସେ ଘଟଣାରେ କୌଣସି ଠୋସ କାର୍ୟାନୁଷ୍ଠାନ ହେଲାନାହିଁ। ସେତେବେଳେ ଆଇନ ଭାଙ୍ଗିଥିବା ଓକିଲମାନଙ୍କୁ ଦିଲ୍ଲୀ ପୋଲିସ ସୁରକ୍ଷା ଦେଇଥିବାର ପ୍ରମାଣ ଖୋଜିବାକୁ ପଡିବ ନାହିଁ। ଆଜି ଖୋଦ ପୋଲିସ ଉପରେ ଆକ୍ରମଣ ହେବାପରେ ସେମାନେ ନିଜର ପ୍ରତିକ୍ରିୟା ରଖୁଛନ୍ତି।

ପୋଲିସ ଓ ଓକିଲଙ୍କ ଭିତରେ କେବଳ ଦିଲ୍ଲୀରେ ଯେ ସମସ୍ୟା ଉପୁଜୁଛି ତାହା ନୁହେଁ, ଓଡିଶାରେ ମଧ୍ୟ ଆମେ ଏମିତି ଘଟଣା ଦେଖିଛୁ। ଜନୈକ ଓକିଲ ଓ ପୋଲିସ କନେଷ୍ଟବଳଙ୍କ ଭିତରେ ହୋଇଥିବା ମାରପିଟ ଘଟଣାର ପରିଣତିରେ ଓଡିଶାରେ ଓକିଲମାନେ ୭୮ ଦିନ କାର୍ୟବନ୍ଦ ଆନ୍ଦୋଳନ କରିବା କଥା ଆମର ମନେଅଛି। ୭୮ ଦିନ ଧରି କାମବନ୍ଦ ପରେ କାହାକୁ କଣ ମିଳିଲା ଏଯାଏ କାହାକୁ ଜଣାନାହିଁ। ତେବେ ୭୮ ଦିନ ଓକିଲଙ୍କ କାମବନ୍ଦ ହେବା ଯୋଗୁଁ ବହୁ ନିରୀହ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଲେ। ଆଇନ ଓ ନ୍ୟାୟ ବ୍ୟବସ୍ଥା ବିଡମ୍ବିତ ଓ ବିଳମ୍ବିତ ହେଲା। ଏଥିପାଇଁ ଉତ୍ତରଦାୟିତ୍ଵ କିଏ ନେବ?

ଏହି ସମୁଦାୟ ଘଟଣାକ୍ରମରେ ଯେଉଁ ମୁଖ୍ୟ ପ୍ରଶ୍ନଟି ମନକୁ ଆସୁଛି ତାହେଲେ- ଆଇନ ଅନୁଯାୟୀ ଲୋକଙ୍କୁ ନ୍ୟାୟ ଦେବାକୁ ଯେଉଁମାନେ ଅଧିକୃତ ସେମାନଙ୍କର ନିଜର ଆଇନ ଉପରେ ଭରସା ନାହିଁ କି? ପୋଲିସ ଅଧିକାରୀଙ୍କୁ ମାଡ ମାରିଥିବା ଓକିଲମାନେ ଅପରାଧୀ ଓ ସେମାନଙ୍କ ବିଚାର ଆଇନ ଦୃଷ୍ଟିରୁ ହେବା ଜରୁରୀ। ସେହିପରି ଯେଉଁ ପୋଲିସ ଅଧିକାରୀମାନେ ଆଇନ ବହିର୍ଭୂତ କାମ କରିଛନ୍ତି ବା ମାନବ ଅଧିକାରର ଉଲ୍ଲଂଘନ କରିଛନ୍ତି, ସେମାନଙ୍କୁ ମଧ୍ୟ ଉଚିତ ଦଣ୍ଡ ମିଳିବା ଦରକାର। ତେବେ ଏହାକୁ ଓକିଲ ଓ ପୋଲିସ ଆପୋଷ ସମାଧାନ କରି ପାରୁନାହାନ୍ତି କେମିତି। ପେଶା ଦୃଷ୍ଟିରୁ ଉଭୟଙ୍କ ଭିତରେ ସବୁବେଳେ ଭଲ ସମ୍ପର୍କ ରହୁଥିବା ବେଳେ, ବାରମ୍ବାର ଏ ପ୍ରକାର ହିଂସାକାଣ୍ଡ ଆମର ବିଚାର ବ୍ୟବସ୍ଥାକୁ କଳଙ୍କିତ କରୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025
Latest News

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ପରୀ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ଯାଜପୁରରେ ଟିମ୍

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.