Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଦାଲତ ପରିସରରେ ଅସହାୟ ଆଇନ, ଓକିଲ ବନାମ ପୋଲିସ ସଙ୍ଘର୍ଷର ପରିଣତି କଣ ହେବ? 
ବିଶେଷ ଖବର

ଅଦାଲତ ପରିସରରେ ଅସହାୟ ଆଇନ, ଓକିଲ ବନାମ ପୋଲିସ ସଙ୍ଘର୍ଷର ପରିଣତି କଣ ହେବ? 

November 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅଦାଲତ ପରିସରରେ ଅସହାୟ ଆଇନ, ଓକିଲ ବନାମ ପୋଲିସ ସଙ୍ଘର୍ଷର ପରିଣତି କଣ ହେବ? 

କେଦାର ମିଶ୍ର

ଦୃଶ୍ୟଟି ଦେଖି ଭୟ ଲାଗୁଛି। ଜଣେ ବରିଷ୍ଠ ମହିଳା ପୋଲିସ ଅଧିକାରୀଙ୍କୁ ଦଳେ ଓକିଲ ଗୋଡେଇ ଗୋଡେଇ ବାଡଉଛନ୍ତି। ମହିଳା ଅଧିକାରୀ ଜଣକ ହାତ ଯୋଡି ଆଇନ ଶ୍ରୁଙ୍ଖଳା ନ ଭାଙ୍ଗିବାକୁ ନିବେଦନ କରୁଛନ୍ତି, ହେଲେ କଳା କୋଟ ପିନ୍ଧିଥିବା ଆମ ଆଇନର ମଙ୍ଗୁଆଳମାନେ ତାଙ୍କୁ ବାଡେଇ ଚାଲିଛନ୍ତି। ଏହା ପୁଣି ଘଟୁଛି ଭାରତର ରାଜଧାନୀ ନୂଆଦିଲ୍ଲୀର ପ୍ରାଣକେନ୍ଦ୍ରରେ ଥିବା ତିସ ହଜାରି ଅଦାଲତ ପରିସରରେ। ଗତ ସପ୍ତାହରେ ଏମିତି ଅନେକ ଦୃଶ୍ୟ ଆମେ ଟେଲିଭିଜନ ପରଦାରେ ଓ ସୋସିଆଲ ମିଡିଆରେ ଦେଖି ଆସୁଛୁ।ଅନ୍ୟ ଏକ ଦୃଶ୍ୟରେ ଦେଖାଯାଉଛି, ଜଣେ ପୋଲିସ ଅଧିକାରୀଙ୍କୁ ଦଳେ ଓକିଲ ଘେରିକି ମାରି ଚାଲିଛନ୍ତି। ପ୍ରାଣ ବିକଳରେ ସେ ମୋଟର ସାଇକଲ ଚଳାଇ ପଳାଉଥିବା ବେଳେ ତାଙ୍କୁ ହେଲମେଟ ବାଡେଇ ମରା ହେଉଛି। ଏହା ଦେଶର ରାଜଧାନୀରେ, ଆଇନର ମନ୍ଦିର ପରିସରରେ ଘଟିଛି। ଏହାକୁ ନେଇ ଏବେ ଦିଲ୍ଲୀରେ ପୋଲିସ ଓ ଓକିଲ ମୁହାଁମୁହିଁ ହେଉଛନ୍ତି। ଉଭୟ ଗୋଷ୍ଠୀ ପରଷ୍ପରକୁ ଦୋଷ ଦେଉଛନ୍ତି। ଅଦାଲତ ଏହାର ବିଚାର କଲାବେଳେ କେଉଁ ପକ୍ଷକୁ କଣ କହିବେ ବୁଝି ପାରୁନାହାନ୍ତି। ନ୍ୟାୟ ବ୍ୟବସ୍ଥାରେ ପୋଲିସ ଓ ଓକିଲଙ୍କର ସହଭାଗିତା ସମାନ। ଯେତେବେଳେ ନ୍ୟାୟର ମନ୍ଦିରରେ ଏହାର ଦୁଇ ସେବାୟତ ଗୋଷ୍ଠୀ ପିଟାମରା ହୁଅନ୍ତି, ସେଥିରେ ମନ୍ଦିର ଖାଲି ଅପବିତ୍ର ହୁଏନାହିଁ, ପୂରା ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ତୁଟିଯାଏ।

ତେବେ ଏ ଘଟଣା ଘଟିଲା କାହିଁକି? ଏହା ପଛରେ କିଛି ବଡ କାରଣ ରହିଛି କି? ନା, ଓକିଲ ଓ ପୋଲିସଙ୍କ ଭିତରେ ଏ ଭୟଙ୍କର ବେଆଇନ କାଣ୍ଡର କାରଣ ହେଉଛି ସାମାନ୍ୟ ପାର୍କିଂ ବ୍ୟବସ୍ଥା। ତିସହଜାରି ଅଦାଲତ ପରିସରରେ କିଏ କେଉଁଠି ଗାଡି ଥୋଇବ,ଏହି କଥାରୁ ଏତେବଡ ଲଙ୍କା କାଣ୍ଡ ଘଟିଛି। ଆଇନ ଓ ବ୍ୟବସ୍ଥା ସମ୍ପର୍କରେ ସଚେତନ ଥିବା ଦୁଇଟି ପେଷାଦାର ଅନୁଷ୍ଠାନ ଭିତରେ ଏହି କାରଣ ଯୋଗୁଁ ଝଗଡା ହେବା ଓ ସେଥିରେ ସୁପ୍ରିମ କୋର୍ଟ ପର୍ୟନ୍ତ କଥାଯିବା, ଏହା ପୃଥିବୀର ଆଇନ ଇତିହାସରେ ଏକ ବିସ୍ମୟ ନିଶ୍ଚୟ। ପୋଲିସକୁ ଗୋଡେଇ ଗୋଡେଇ ପିଟିବାକୁ ଓକିଲମାନେ ଯଥାର୍ଥ ବୋଲି କହିବେ କେମିତି? ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଯେଉଁ ପ୍ରକାର ଆକ୍ରମଣ କରାଯାଉଛି ସେ ଦୃଶ୍ୟ ତ କୌଣସି ବର୍ବର ସମାଜରେ ହିଁ ଦେଖିବାକୁ ମିଳେ। ଆଇନ ଜାଣିଥିବା ଲୋକେ କଣ ନିଜ ନିଜ ଭିତରେ ସମସ୍ୟାର ସମାଧାନ କରି ପାରୁନାହାନ୍ତି ଯେ, ସେମାନଙ୍କୁ ପୋଡାଜଳା, ମାରପିଟ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡୁଛି?

ତେବେ ନୂଆଦିଲ୍ଲୀ ଅଦାଲତ ପରିସରରେ ଏ ଘଟଣା କେବଳ ଏ ସପ୍ତାହରେ ଘଟିନାହିଁ। ଜୱାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କୁ ଜାମିନ ପାଇଁ ଅଦାଲତରେ ହାଜର କଲା ବେଳେ ଆଇନଜୀବୀମାନେ ଏମିତି ଅରାଜକତା ସୃଷ୍ଟି କରିଥିଲେ। ଅଦାଲତ ଭିତରେ କହ୍ନେୟାଙ୍କୁ ମାରପିଟ କରିବାର ଉଦ୍ୟମ ହୋଇଥିଲା। ଅଦାଲତ ବାହାରେ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ କେତେଜଣ ଓକିଲ ମାରପିଟ କରିଥିବାର ଘଟଣାକୁ ଚପେଇ ଦିଆଗଲା। ସେତେବେଳେ ଏହି ଘଟଣାର ତଦନ୍ତ କରିବାକୁ ସୁପ୍ରିମ କୋର୍ଟ ଯେଉଁ ବରିଷ୍ଠ ଆଇନଜୀବୀଙ୍କର ଏକ ପ୍ରତିନିଧି ମଣ୍ଡଳୀ ପଠାଇଥିଲେ, ସେମାନଙ୍କୁ ମଧ୍ୟ ଖୋଲାଖୋଲି ଓକିଲମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ସୁପ୍ରିମ କୋର୍ଟକୁ ଦେଇଥିବା ତାଙ୍କ ରିପୋର୍ଟରେ ବରିଷ୍ଠ ଓକିଲ ରାଜୀବ ଧାବନ ଏକଥା ସ୍ପଷ୍ଟ ଭାବରେ ଲେଖିଥିଲେ। ତଥାପି ସେ ଘଟଣାରେ କୌଣସି ଠୋସ କାର୍ୟାନୁଷ୍ଠାନ ହେଲାନାହିଁ। ସେତେବେଳେ ଆଇନ ଭାଙ୍ଗିଥିବା ଓକିଲମାନଙ୍କୁ ଦିଲ୍ଲୀ ପୋଲିସ ସୁରକ୍ଷା ଦେଇଥିବାର ପ୍ରମାଣ ଖୋଜିବାକୁ ପଡିବ ନାହିଁ। ଆଜି ଖୋଦ ପୋଲିସ ଉପରେ ଆକ୍ରମଣ ହେବାପରେ ସେମାନେ ନିଜର ପ୍ରତିକ୍ରିୟା ରଖୁଛନ୍ତି।

ପୋଲିସ ଓ ଓକିଲଙ୍କ ଭିତରେ କେବଳ ଦିଲ୍ଲୀରେ ଯେ ସମସ୍ୟା ଉପୁଜୁଛି ତାହା ନୁହେଁ, ଓଡିଶାରେ ମଧ୍ୟ ଆମେ ଏମିତି ଘଟଣା ଦେଖିଛୁ। ଜନୈକ ଓକିଲ ଓ ପୋଲିସ କନେଷ୍ଟବଳଙ୍କ ଭିତରେ ହୋଇଥିବା ମାରପିଟ ଘଟଣାର ପରିଣତିରେ ଓଡିଶାରେ ଓକିଲମାନେ ୭୮ ଦିନ କାର୍ୟବନ୍ଦ ଆନ୍ଦୋଳନ କରିବା କଥା ଆମର ମନେଅଛି। ୭୮ ଦିନ ଧରି କାମବନ୍ଦ ପରେ କାହାକୁ କଣ ମିଳିଲା ଏଯାଏ କାହାକୁ ଜଣାନାହିଁ। ତେବେ ୭୮ ଦିନ ଓକିଲଙ୍କ କାମବନ୍ଦ ହେବା ଯୋଗୁଁ ବହୁ ନିରୀହ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଲେ। ଆଇନ ଓ ନ୍ୟାୟ ବ୍ୟବସ୍ଥା ବିଡମ୍ବିତ ଓ ବିଳମ୍ବିତ ହେଲା। ଏଥିପାଇଁ ଉତ୍ତରଦାୟିତ୍ଵ କିଏ ନେବ?

ଏହି ସମୁଦାୟ ଘଟଣାକ୍ରମରେ ଯେଉଁ ମୁଖ୍ୟ ପ୍ରଶ୍ନଟି ମନକୁ ଆସୁଛି ତାହେଲେ- ଆଇନ ଅନୁଯାୟୀ ଲୋକଙ୍କୁ ନ୍ୟାୟ ଦେବାକୁ ଯେଉଁମାନେ ଅଧିକୃତ ସେମାନଙ୍କର ନିଜର ଆଇନ ଉପରେ ଭରସା ନାହିଁ କି? ପୋଲିସ ଅଧିକାରୀଙ୍କୁ ମାଡ ମାରିଥିବା ଓକିଲମାନେ ଅପରାଧୀ ଓ ସେମାନଙ୍କ ବିଚାର ଆଇନ ଦୃଷ୍ଟିରୁ ହେବା ଜରୁରୀ। ସେହିପରି ଯେଉଁ ପୋଲିସ ଅଧିକାରୀମାନେ ଆଇନ ବହିର୍ଭୂତ କାମ କରିଛନ୍ତି ବା ମାନବ ଅଧିକାରର ଉଲ୍ଲଂଘନ କରିଛନ୍ତି, ସେମାନଙ୍କୁ ମଧ୍ୟ ଉଚିତ ଦଣ୍ଡ ମିଳିବା ଦରକାର। ତେବେ ଏହାକୁ ଓକିଲ ଓ ପୋଲିସ ଆପୋଷ ସମାଧାନ କରି ପାରୁନାହାନ୍ତି କେମିତି। ପେଶା ଦୃଷ୍ଟିରୁ ଉଭୟଙ୍କ ଭିତରେ ସବୁବେଳେ ଭଲ ସମ୍ପର୍କ ରହୁଥିବା ବେଳେ, ବାରମ୍ବାର ଏ ପ୍ରକାର ହିଂସାକାଣ୍ଡ ଆମର ବିଚାର ବ୍ୟବସ୍ଥାକୁ କଳଙ୍କିତ କରୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026
Latest News

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.