Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଯୋଧ୍ୟା ରାୟ : ଐତିହାସିକ ଓ ନ୍ୟାୟିକ ତଥ୍ୟ
ବିଶେଷ ଖବର

ଅଯୋଧ୍ୟା ରାୟ : ଐତିହାସିକ ଓ ନ୍ୟାୟିକ ତଥ୍ୟ

November 9, 2019No Comments6 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ରାୟ ପ୍ରକାଶ ପାଇଲା । ମୁଖ୍ୟ ନ୍ୟାୟାଧୀଶଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପାଞ୍ଚଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି । ଏହି ଖଣ୍ଡପୀଠରେ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇ ,ଏସ ଏ ବୋବଡେ, ଡି ୱାଇ ଚନ୍ଦ୍ରଚୂଡ ,ଅଶୋକ ଭୂଷଣ ଏବଂ ଅବଦୁଲ ନଜିର ରହିଥିଲେ । ଏହି ଖଣ୍ଡପୀଠ ଧର୍ମୀୟ ଭାବନା ଅନୁସାରେ ନିଜର ରାୟ ପ୍ରକାଶ ନ କରି ପ୍ରତ୍ନତାତ୍ତ୍ବିକ ବିଭାଗର ରିପୋର୍ଟ ଅନୁସାରେ ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ ବିବାଦୀୟ ସ୍ଥଳକୁ ହିନ୍ଦୁଙ୍କ ସପକ୍ଷରେ ରାୟ ଦେଇ ଏହି ବିବାଦୀୟ ଜମିକୁ ଏକ ଟ୍ରଷ୍ଟକୁ ପ୍ରଦାନ କରି ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ସେହିପରି ଅଯୋଧ୍ୟାରେ ଏକ ପ୍ରମୁଖ ସ୍ଥାନରେ ମୁସଲିମ୍‌ ପକ୍ଷଙ୍କୁ ମସଜିଦ୍‌ ନିର୍ମାଣ କରିବାକୁ ୫ ଏକର ଜମି ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଉଚ୍ଚତମ ନ୍ୟାୟାଳୟ କୌଣସି ଧର୍ମୀୟ ଭାବନାକୁ ଆଘାତ ନ ପହଞ୍ଚାଇ ନିରପେକ୍ଷତାର ସହ ଏହି ମାମଲାର ଶୁଣାଣି କରିଛନ୍ତି ।

କୋର୍ଟ ନିଜ ରାୟରେ କହିଛନ୍ତି ପ୍ରମାଣ ଏହା ମିଳିଛି ଯେ ମସଜିଦ ଖାଲି ସ୍ଥାନରେ ନିର୍ମାଣ ହୋଇନଥିଲା ଏବଂ ଖନନରେ ମସଜିଦ ତଳେ ଅଣ-ଇସଲାମିକ କାରୁକାର୍ଯ୍ୟ ମିଳିଥିଲା । କୋର୍ଟ କହିଛନ୍ତି ଏଏସଆଇର ରିପୋର୍ଟ ଅନୁସାରେ ମସଜିଦ ତଳେ ଦ୍ୱାଦଶ ଶତାବ୍ଦୀରେ ମନ୍ଦିର ଥିବାର ପ୍ରମାଣ ମିଳିଥିଲା । ସୁପ୍ରିମକୋର୍ଟ କହିଛନ୍ତି ହିନ୍ଦୁ ଅଯୋଧ୍ୟାକୁ ଭଗବାନ ରାମଙ୍କ ଜନ୍ମସ୍ଥାନ ମାନୁଛନ୍ତି, ଏହା ତାଙ୍କର ଧାର୍ମିକ ଭାବନା ଅଟେ । ମୁସଲିମ ଏହାକୁ ବାବରୀ ମସଜିଦ କହୁଛନ୍ତି । ହିନ୍ଦୁଙ୍କ ଏହା ବିଶ୍ୱାସ ଯେ ଭଗବାନ ରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା, ଏହା ଉପରେ କୌଣସି ବିବାଦ ନାହିଁ ।  ଐତିହାସିକ ତଥ୍ୟ ଏହା ପ୍ରମାଣିତ କରୁଛି ଯେ ଅଯୋଧ୍ୟାରେ ହିଁ ଭଗବାନ ରାମଙ୍କ ଜନ୍ମସ୍ଥାନ ଥିଲା । ସୁପ୍ରିମକୋର୍ଟ ରାୟରେ କହିଛନ୍ତି ଏହି କଥାର ପ୍ରମାଣ ରହିଛି ଯେ ସୀତା ରୋଷେଇ ଏବଂ ରାମ ତବୁତରେର ପୂଜା ଇଂରେଜଙ୍କ ଆସିବା ପୂର୍ବରୁ ହିନ୍ଦୁମାନେ କରିଥିଲେ । ରେକର୍ଡରୁ ଜଣା ପଡୁଛି ଯେ ବିବାଦୀୟ ପରିସରର ବାହାର ସ୍ଥାନରେ ହିନ୍ଦୁଙ୍କ ପକ୍ଷର ଅଧିକାର ଥିଲା ।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନିଷ୍ପତ୍ତି ପଢିବା ସମୟରେ କହିଛନ୍ତି, କୋର୍ଟଙ୍କୁ ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସକୁ ସ୍ବୀକାର କରିବା ଦରକାର । କୋର୍ଟକୁ ସନ୍ତୁଳନ ବଜାୟ ରଖିବା ଦରକାର ବୋଲି କହିଥିଲେ । ଉକ୍ତ ଖଣ୍ଡପୀଠ  ୨୦୧୦ ମସିହାରେ ଆଲ୍ଲାହାବାଦ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଆଗତ ହୋଇଥିବା ଅପିଲ ଗୁଡିକର ଶୁଣାଣି  କରୁଥିଲେ । ଯେଉଁଥିରେ ସମୁଦାୟ ବିବାଦୀୟ ଜମିକୁ ତିନି ଭାଗରେ ବିଭକ୍ତ କରି ଗୋଟିଏ ଭାଗ ମୁସଲମାନ ସମ୍ପ୍ରଦାୟ ଏବଂ ଅନ୍ୟ ଦୁଇ ଭାଗ ହିନ୍ଦୁଙ୍କୁ ଦେବାକୁ କୁହାଯାଇଥିଲା ।

ଯଦିଓ ପ୍ରଥମ ଜନସ୍ବାର୍ଥ ମାମଲା ୧୯୫୦ ମସିହା ରେ କରାଯାଇଥିଲା କିନ୍ତୁ ଏହାର ପ୍ରାସଙ୍ଗିକତା ଇଂରେଜ ଶାସନ କାଳରୁ ରହିଥିଲା । ସେତେବେଳେ ଅଯୋଧ୍ୟ ରେ ପୂଜାକୁ ନେଇ ହିନ୍ଦୁ ମୁସଲିମ ମଧ୍ୟରେ ବାଦବିବାଦ ହୋଇଥିଲା । ଏହାକୁ ଦୃଷ୍ଟି ରେ ରଖି ସେତେବେଳର ସରକାର ବାଡ ଦେଇ ଉଭୟ ସମ୍ପ୍ରଦାୟ କୁ ପୂଜା କରିବାକୁ ଅନୁମତି ଦେଇଥିଲେ । ମୁସଲମାନମାନେ ମସଜିଦରେ ପ୍ରାର୍ଥନା କରିବାବେଳେ ହିନ୍ଦୁ ମାନେ ମସଜିଦ ହତା ମଧ୍ୟରେ ଥିବା ରାମ ଚଉତରାରେ ପୂଜା କରୁଥିଲେ ।

ପଞ୍ଚଦଶ ଶତାବ୍ଦୀ ରେ ମୁଗଲ ରାଜା ବାବରଙ୍କ ସେନାପତି ମୀର ବାକୀଙ୍କ ଦ୍ଵାରା ବାବରୀ ମସଜିଦ୍‌ ନିର୍ମିତ ହୋଇଥିଲା । କିନ୍ତୁ ପୁରାଣ ଉପନିଷଦ ଅନୁଯାୟୀ ଅଯୋଧ୍ୟାକୁ ହିନ୍ଦୁମାନେ ଭଗବାନ ରାମଙ୍କ ଜନ୍ମସ୍ଥଳୀ ବୋଲି ମାନ୍ୟତା ଦେଇ ଆସିଛନ୍ତି । ଭଗବାନ ରାମ ହେଉଛନ୍ତି ଶ୍ରୀ ବିଷ୍ଣୁଙ୍କ ସପ୍ତମ ଅବତାର । ଏବଂଅଯୋଧ୍ୟା ରେ ମସଜିଦ୍‌ ପୂର୍ବରୁ ରାମଙ୍କ ମନ୍ଦିର ରହିଥିବା ହିନ୍ଦୁମାନେ ବିଶ୍ବାସ କରୁଥିଲେ । ସେଥିପାଇଁ ୧୮୮୫ ମସିହାରେ ଏହାକୁ ବିରୋଧ କରି ଫଇଜାବାଦ କୋର୍ଟରେ ଏହି ବିବାଦୀୟ ସ୍ଥଳର ବାହାରେ ଏକ ଆଶ୍ରୟ ସ୍ଥଳ ତିଆରି କରିବାକୁ ନେଇ ଏକ ମାମଲା ଦାୟର କରିଥିଲେ ମଧ୍ୟ ସେଥିରେ ସେ ସଫଳ ହୋଇ ନ ଥିଲେ ।

ବାଦବିବାଦ ମଧ୍ୟରେ ସବୁକିଛି ଚାଲିଥିବା ବେଳେ ୧୯୪୯ ମସିହା ରେ ମସଜିଦ୍‌ର ଗର୍ଭ ଗୃହରେ ରାମଙ୍କ ମୂର୍ତ୍ତିର ଆବିର୍ଭାବ ହୋଇଥିଲା ଯାହା ଘଟଣାବଳୀରେ ଏକ ନୂତନ ମୋଡ ଆଣିଥିଲା । ସେତେବେଳେ ଉକ୍ତ ମୂର୍ତ୍ତିକୁ ହିନ୍ଦୁମାନେ ପୂଜା କରିବାକୁ ଚାହୁଥିଲେ ।  କିନ୍ତୁ ମୁସଲିମ୍‌ ମାନେ କହିଲେ ଏହା ହିନ୍ଦୁ ମାନଙ୍କର ଏକ ଛଳନା କହିଥିଲେ ଏବଂ ଏହାକୁ ନେଇ ପୁଣିଥରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦର ସୂତ୍ରପାତ ହେଲା । ଏହାକୁ ଦେଖି ସେତେବେଳର ସରକାର ସମସ୍ତଙ୍କୁ ସେ ସ୍ଥାନରୁ ତଡି ଦେଇ ଉକ୍ତ ମୂର୍ତ୍ତି ସହ ବିବାଦୀୟ ସ୍ଥଳକୁ ଚାବି ପକେଇ ଦେଲେ । ଏବଂ ୧୯୮୬ ମସିହା ଯାଏଁ ସେଠାକୁ ଯିବାର ନିଷିଦ୍ଧ କରାଯାଇଥିଲା ପରେ ସେହିବର୍ଷ ୧ ଫେବୃଆରିରେ ଫଇଜାବାଦ ପ୍ରଶାସନ ହିନ୍ଦୁ ମାନଙ୍କୁ କେବଳ ଦର୍ଶନ କରବା ସର୍ତ୍ତରେ ସେ ସ୍ଥଳକୁ ଯିବାକୁ ଅନୁମତି ଦେଲେ ।

ରାମ ଜନ୍ମଭୂମିକୁ ନେଇ ବିଭିନ୍ନ ସମୟରେ ଅନେକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା ଭାରତରେ ସମ୍ବିଧାନ ଗଠିତ ହେବା ପୂର୍ବରୁ ୧୯୫୦ ମସିହା ରେ ହିନ୍ଦୁ ମହାସଭାର ଗୋପାଳ ସିଂ ବିଷାରଦ ଉକ୍ତ ବିବାଦୀୟ ସ୍ଥଳୀରେ ହିନ୍ଦୁଙ୍କର ପୂଜା କରିବାର ଅଧିକାରକୁ ନେଇ ଜନସ୍ବାର୍ଥ ମାମଲା ଦାୟର କାଲେ । ରାମଜନ୍ମ ଭୂମି ନ୍ୟାସର ମୁଖ୍ୟ ପରମହଂସ ରାମଚନ୍ଦ୍ର ଦାସ ମଧ୍ୟ ଉକ୍ତ ବିବାଦୀୟ ସ୍ଥଳରେ ମୂର୍ତ୍ତି ରଖି ପୂଜା କରିବାକୁ ନେଇ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ  ।

୧୯୫୯ ମସିହା ରେ ନିର୍ମୋହୀ ଆଖଡା ,୧୯୮୧ ରେ ଉତ୍ତରପ୍ରଦେଶ ସେଣ୍ଟ୍ରାଲ ସୁନ୍ନୀ ୱାକଫ ବୋର୍ଡ, ୧୯୮୯ ରେ ବିଶ୍ଵ ହିନ୍ଦୁ ପରିଷଦର ଦେଓକି ନନ୍ଦନ ଅଗ୍ରୱାଲ ମାନେ ମଧ୍ୟ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଠିକ ସେହି ବର୍ଷ ଇଲାହାବାଦ ହାଇକୋର୍ଟ ସମସ୍ତ ଚାରୋଟି ଜନସ୍ବାର୍ଥ ମାମଲାକୁ ଏକତ୍ର ଶୁଣାଣୀ କରିବାକୁ ନିଷ୍ପତ୍ତି ନେଲେ ଏବଂ ଉକ୍ତ ବିବାଦୀୟ ସ୍ଥଳ ରକ୍ଷଣାବେକ୍ଷଣ ନେବାକୁ ନିର୍ଦ୍ଦେଶ ଦେଲେ ଏପରିକି ଏହି ମାମଲାର ବିଚାର ଚଳୁଥିଲା ବେଳେ ରାମ ମନ୍ଦିର ପାଇଁ ସଂଘ ପରିବାର ଅଭିଯାନ ଆରମ୍ଭ କଲା । ୧୯୯୧ ମସିହା ରେ ବିଶ୍ଵ ହିନ୍ଦୁ ପରିଷଦ ବିବାଦୀୟ ସ୍ଥାନକୁ ଲାଗି ମୂଳଦୁଆ ଦେବାକୁ ଆରମ୍ଭ କଲେ । ଏବଂ ଉତ୍ତରପ୍ରଦେଶରେ ବିଜେପି ଶାସନକୁ ଆସିଲା ଏବଂ କଲ୍ୟାଣ ସିଂ ମୁଖ୍ୟମନ୍ତ୍ରୀ ହେଲେ । ସେ ମୁଖ୍ୟମନ୍ତ୍ରୀ ହେଲା ପରେ ରାମ ମନ୍ଦିର ଦାବି ଜୋର ଧରିଲା ଏବଂ ସଂଘ ପରିବାର କର ସେବକମାନଙ୍କୁ ମନ୍ଦିର ନିର୍ମାଣ କରିବାକୁ ଆହ୍ଵାନ ଦେଲେ ।  ଡିସେମ୍ବର ୬ ୧୯୯୨ ରେ କର ସେବକ ମାନେ ବାବରୀ ମସଜିଦ କୁ ଭାଙ୍ଗି ଦେଲେ । ଉତ୍ତରପ୍ରଦେଶରେ ସରକାର ଭାଙ୍ଗି ଗଲା । ପରେ ଏକ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ର ସରକାର ବିବାଦୀୟ ସ୍ଥଳ ସମେତ ତାହାର ଆଖପାଖ ଅଞ୍ଚଳ କୁ ନିଜ ଅକ୍ତିଆର ଆଣିବାକୁ ପ୍ରଚେଷ୍ଟା କଲେ । ଉକ୍ତ ଅଧ୍ୟାଦେଶ ରେ ବାବରୀ ମସଜିଦ ଥିବା ଜାଗା କୁ ମିଶାଇ ମୋଟ ୬୭.୭୦୩ ଏକର ଜମିକୁ ଅକ୍ତିଆରକୁ ଆଣି ସମୁଦାୟ ଜମିକୁ ଦୁଇ ସଂଗଠନ ମଧ୍ୟରେ ମନ୍ଦିର ଓ ମସଜିଦ ପାଇଁ ବାଣ୍ଟି ଦେବାକୁ ନିଷ୍ପତ୍ତି ନେଲେ ।

ଆଲାହାବାଦ ହାଇକୋର୍ଟ ଅଗଷ୍ଟ ୨୦୦୩ ରେ  ବିବାଦୀୟ ସ୍ଥଳ ଖନନ କରିବାକୁ ପ୍ରତ୍ନତାତ୍ଵିକ ବିଭାଗକୁ ନିର୍ଦ୍ଦେଶ ଦେଲେ । ଉକ୍ତ ରିପୋର୍ଟରେ ବାବ୍ରୀ ମସଜିଦ ଆଗରୁ ସେଠାରେ ମନ୍ଦିର ଭଳି କିଛି ଥିବା ନେଇ ଏ ଏସ ଆଇ ରିପୋର୍ଟ ଦେଇଥିଲେ ।

ସେପ୍ଟେମ୍ବର ୩୦ ୨୦୧୦ ଇଲାହାବାଦ ହାଇ କୋର୍ଟ ର ତିନି ଜଣିଆ ଖଣ୍ଡପୀଠ  ମାମଲାର ଶୁଣାଣି କରି ଉଭୟ ନିର୍ମୋହି ଆଖଡା ଏବଂ ୱାକଫ ବୋର୍ଡ କୁ ମଳିକାନସତ୍ତ୍ବ ପ୍ରଦାନ କଲେ । ଖଣ୍ଡପୀଠ ଙ୍କ ବିଶ୍ବାସ ହେଲା ଯେ ମୂର୍ତ୍ତି ମିଳିଥିବା ଗର୍ଭ ଗୃହ ହେଉଛି ରାମଙ୍କ ଜନ୍ମ ସ୍ଥାନ ଏବଂ ଏହାକୁ ନେଇ ସମସ୍ତେ ଅସନ୍ତୋଷ ବ୍ୟକ୍ତ କଲେ ଏବଂ ଉକ୍ତ ଜାଗ ର ସଂପୂର୍ଣ୍ଣ ମଳିକାନସତ୍ତ୍ବ  ଲାଗି ଶୀର୍ଷ କୋର୍ଟ କୁ ଯିବା ପାଇଁ ମନସ୍ଥ କଲେ । ଏବଂ ସୁପ୍ରିମକୋର୍ଟ ହାଇ କୋର୍ଟ ଦେଇଥିବା ନ୍ୟାୟକୁ ସ୍ଥଗିତ କରି ଆଉ ଥରେ ଶୁଣାଣି କରିବାକୁ ନିଷ୍ପତ୍ତି ନେଲେ । ଏଥିରେ ସେମାନକୁ ଛାଡି ଅନ୍ୟ କେତେକ ଦଳ ମଧ୍ୟ ଯୋଗ ଦେଲେ । ଶେଠୀ ମଧ୍ୟରେ ବିଜେପି ନେତା ସୁବ୍ରମନ୍ଯମ ସ୍ଵାମୀ ,୨୨ ଜଣ ମାନବାଧିକାର କର୍ମୀ ଏବଂ ୟୁ ପି ସିହା ୱାକଫ ବୋର୍ଡ ମଧ୍ୟ ଯୋଗ ଦେଲେ । ସୁବ୍ରମଣ୍ୟମ୍‌ ସ୍ଵାମୀ ଚାହୁଥିଲେ ଉକ୍ତ ସ୍ଥଳରେ ରାମ ମନ୍ଦିର ହେଉ । କିନ୍ତୁ ଶିହା ଏବଂ ସୁନ୍ନୀ ୱାକଫ ବୋର୍ଡ ମଧ୍ୟ ରେ ମସଜିଦ ନିର୍ମାଣ କୁ ନେଇ ବିବାଦ ଦେଖା ଦେବାରୁ ସୁପ୍ରିମକୋର୍ଟ ଏକ ମଧ୍ୟସ୍ଥି ନିଯୁକ୍ତ କରି ଏହାର ଫଳାଫଳ ବାହାର କରିବାକୁ ନିଷ୍ପତ୍ତି ନେଲେ

ଏହି ମଧ୍ୟସ୍ଥି ନିଯୁକ୍ତ କରିବା ବିଚାର ପ୍ରଥମେ ତତ୍କାଳୀନ ମୁଖ୍ୟ ନ୍ୟାୟାଧୀଶ ଯେ ଏସ କେହର ଦେଇଥିଲେ । ଏହାର ଦୁଇ ବର୍ଷ ପରେ ବର୍ତ୍ତମାନର ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇଙ୍କ ଅଧକ୍ଷତାରେ ମଧ୍ୟସ୍ଥତା ଲାଗି  ତିନି ଜଣିଆ ଖଣ୍ଡପୀଠ ଗଠନ କଲେ । ଏଥିରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର , ପୂର୍ବତନ ବିଚାରପତି କେ ଏମ ଆଇ କଳିଫୁଲ୍ଲା ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁ ରହିଲେ ।

ଏହି ଖଣ୍ଡପୀଠ ଉଭୟ ପକ୍ଷର ସହମତି ରେ ମଧ୍ୟସ୍ଥତା ଦ୍ଵାରା ସବୁଦିନ ପାଇଁ ଏହି ସମସ୍ୟାର ସମାଧାନ ଚାହୁଥିଲେ । ସେମାନେ ହୃଦବୋଧ କରିଥିଲେ ଯେ ଏହି ମାମଲା କେବଳ ବିବାଦୀୟ ଜମି କୁ ନେଇ ନୁହେଁ ବରଂ ସମସ୍ତଙ୍କ ଧର୍ମୀୟ ଭାବନା ସହ ଜଡିତ ହୋଇ ଅଛି । ତେଣୁ ଏହି ମାମଲାକୁ ସେମାନେ ଅତି ସତର୍କତାର ସହ ବିଚାର କରୁଥିଲେ ।

ରାମଜନ୍ମ ଭୂମି ର ମୂଳ ଦାବିଦାର ଗୋପାଳ ବିଷାରଦଙ୍କ ବଂଶଧର ରାଜେନ୍ଦ୍ର ସିଂ ଇତିମଧ୍ୟରେ ସୁପ୍ରିମ କୋର୍ଟର ଦ୍ଵାରସ୍ଥ ହୋଇ କହିଲେ ଯେ ମଧ୍ୟସ୍ଥି ଦ୍ଵାରା ଏହି ମାମଲା ସମାଧାନ ହେବାର କୌଣସି ଆଶା ଦେଖା ଯାଉ ନହିଁ । ଅଗଷ୍ଟ ୨ ରେ ମଧ୍ୟସ୍ଥତା କରୁଥିବା ଖଣ୍ଡପୀଠ କହିଲେ ଯେ ମଧ୍ୟସ୍ଥି ଦ୍ଵାରା ଏ ମାମଲାର ସମାଧାନ ସମ୍ଭବ ନୁହେଁ ।

ଏହା ପରେ ସୁପ୍ରିମକୋର୍ଟ ର ପାଞ୍ଚ ଜଣିଆ ଖଣ୍ଡପୀଠ ଅଗଷ୍ଟ ୬ ୨୦୧୯ରୁ ଏହି ଅଯୋଧ୍ୟା ମାମଲାର ସବୁଦିନ ଶୁଣାଣି କରିବାକୁ ନିଷ୍ପତ୍ତି ନେଲେ ।  ଏହି ମାମଲାର ଲଗାତାର ୪୦ ଦିନ ଧରି  ଶୁଣାଣି ଚାଲିଥିଲା ଯାହା ସୁପ୍ରିମକୋର୍ଟ ଇତିହାସରେ ଦ୍ଵିତୀୟ ଦୀର୍ଘତମ ଶୁଣାଣୀ । ଏହି ମାମଲା ଶୁଣାଣି ଅକ୍ଟୋବର ୧୬ରେ ଶେଷ ହୋଇଥିଲା  ଏବଂ ଖଣ୍ଡପୀଠ ରାୟକୁ ସଂରକ୍ଷିତ ରଖିଥିଲେ ।  ଭାରତ ବର୍ଷର ସବୁଠୁ ବିବାଦୀୟ ଜମି ବିବାଦ ମାମଲା ଇତି ମଧ୍ୟରେ ଶୁଣାଣି ହୋଇଯାଇଛି । ଉଚ୍ଚତମ ନ୍ୟାୟାଳୟ ଉଭୟ ପକ୍ଷଙ୍କ ସହ ନ୍ୟାୟ କରି ନିଷ୍ପତ୍ତି ନେଇଛନ୍ତି । ଏହି ମାମଲାର ଐତିହାସିକ ନିଷ୍ପତ୍ତି ପରେ ଆଗାମୀ ଦିନରେ ଭାରତୀୟଙ୍କ ଧର୍ମ, ଆସ୍ଥା, ଭଗବାନଙ୍କୁ ନେଇ ରାଜନୀତି ହେବ ନାହିଁ ବୋଲି ଆଶା କରାଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026
Latest News

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.