Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ର ରାଜନୀତି ; ତୁରନ୍ତ ନିଷ୍ପତ୍ତି ନେଇ ନ ପାରିବାର ଦୁର୍ବଳତା କଂଗ୍ରେସର ସବୁଠୁ ବଡ ଶତ୍ରୁ
ବିଶେଷ ଖବର

ମହାରାଷ୍ଟ୍ର ରାଜନୀତି ; ତୁରନ୍ତ ନିଷ୍ପତ୍ତି ନେଇ ନ ପାରିବାର ଦୁର୍ବଳତା କଂଗ୍ରେସର ସବୁଠୁ ବଡ ଶତ୍ରୁ

November 12, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କଂଗ୍ରେସର ମନ୍ତ୍ରଣା ଚାଲିଛି ଯେ ଚାଲିଛି। ଗୋଟେ ପରେ ଗୋଟେ ବୈଠକ ବସୁଛି, ହେଲେ ନିଷ୍ପତ୍ତି ହୋଇପାରୁନି। ଏହାହିଁ କଂଗ୍ରେସର ସଂସ୍କୃତି। ଯେ କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ କଂଗ୍ରେସ ନେତୃତ୍ଵ ସମୟର ଅପଚୟ କରିବା ଫଳରେ କଂଗ୍ରେସ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ ଗୋଆ ଏବଂ ମଣିପୁରରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇ ମଧ୍ୟ ସରକାର ଗଠନ କରି ନ ପାରିବା ତାର ଉଦାହରଣ। ସମ୍ପ୍ରତି ମହାରାଷ୍ଟ୍ରରେ କଂଗ୍ରେସ ହାତରେ ପରବର୍ତ୍ତୀ ସରକାର ଗଠନର ଚାବିକାଠି ରହିଛି। ଉଭୟ ହରିଆଣା ଓ ମହାରାଷ୍ଟ୍ରରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ବୋଲି ଦଳର ଆତ୍ମବିଶ୍ଵାସ ନଥିଲା। ତେବେ ଘଟଣାକ୍ରମେ ଦୁଇଟି ଯାକ ରାଜ୍ୟରେ କଂଗ୍ରେସକୁ ଆଶାତୀତ ସଫଳତା ମିଳିଛି। ତେବେ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟାକୁ କଂଗ୍ରେସ ନେତୃତ୍ଵ ଝୁଲାଇ ରଖିବାର ପରିଣତି, ଦଳ ଲାଗି କ୍ଷତିକାରକ ହୋଇପାରେ।

ମହାରାଷ୍ଟ୍ରରେ ଆଜିର ରାଜନୈତିକ ବାସ୍ତବତା ହେଉଛି, ବିଜେପିର ବିକଳ୍ପ ସରକାର ଗଠନ। ବିଜେପି ଓ ଶିବସେନା ଭିତରେ ନିର୍ବାଚନ ପରବର୍ତ୍ତୀ ମତଭେଦ କଂଗ୍ରେସ ଓ ଏହାର ସହଯୋଗୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ଏକ ବିରଳ ସୁଯୋଗ ଦେଇଛି। ତାହାକୁ ଝୁଲାଇ ରଖିଲେ, ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରିହେବ ଓ ଆଗାମୀ ଦିନରେ ପୁଣିଥରେ ବିଜେପି-ଶିବସେନା ମେଣ୍ଟ ଲାଗି ବାଟ ଫିଟିବ। ବିଜେପି ସହିତ ଶିବସେନାର ମେଣ୍ଟରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାର ଭରପୂର ଫାଇଦା ଉଠାଇବା ପରିବର୍ତ୍ତେ କଂଗ୍ରେସର ପୁରୁଣା ରୋଗ ଏହାକୁ ଗ୍ରାସ କରିଛି। ଏବେ ତିନୋଟି ଯାକ ଦଳ ପାଖରେ ବିକଳ୍ପ ସରକାର ଗଠନ ଲାଗି ମାତ୍ର ଅଳ୍ପ କେଇ ଘଣ୍ଟା ବାକି ଅଛି। ତେଣୁ କଂଗ୍ରେସର ତୁରନ୍ତ ନିଷ୍ପତ୍ତି ଏ କ୍ଷେତ୍ରରେ ନିତାନ୍ତ ଜରୁରୀ।

କଂଗ୍ରେସ ନିଷ୍ପତ୍ତି ନେବାରେ ଯେତିକି ପଛୁଆ, ବିଜେପି ନିଷ୍ପତ୍ତି ନେବାରେ ସେତିକି କ୍ଷୀପ୍ର। ଯେ କୌଣସି ରାଜନୈତିକ ନିଷ୍ପତ୍ତିକୁ ତୁରନ୍ତ ଗ୍ରହଣ କରି ତାକୁ କାର୍ୟକାରୀ କରାଇବାର ସୂତ୍ର ଅମିତ ଶାହ ସଭାପତି ହେଲାପରେ ବିଜେପିକୁ ଆସିଛି। ବିଚାର ଆଲୋଚନା ଓ ବୈଠକ ରାଜନୀତିଠୁ ଅଲଗା ହୋଇ ତୁରନ୍ତ ନିଷ୍ପତ୍ତି ନେବା ଆଜିର ସମୟରେ ରାଜନୈତିକ ଆବଶ୍ୟକତା। ବିଜେପି ତତ୍ପରତାର ସହ ଯେଉଁ ପ୍ରକାର ରାଜନୈତିକ ନିଷ୍ପତ୍ତି ନେଇ ପାରୁଛି, କଂଗ୍ରେସ ସେହି ତୁଳନାରେ ପ୍ରବଳ ଅଳସୁଆ। କଂଗ୍ରେସ ଓ ବିଜେପି ଭିତରେ ଏହି ଗୋଟିଏ ପାର୍ଥକ୍ୟ ସବୁବେଳେ ବିଜେପିକୁ ଆଗୁଆ ରଖିବାରେ ସହାୟକ ହେଉଛି।

ଆଗାମୀ ତିନି ଘଣ୍ଟା ଭିତରେ ଯଦି କଂଗ୍ରେସ ନିଷ୍ପତ୍ତି ନେବାରେ ବିଫଳ ହୁଏ, ତାହେଲେ ହୁଏତ, କଂଗ୍ରେସ ନିଜର ପୁରୁଣା ସହଯୋଗୀ ଏନସିପିର ସହଯୋଗ ମଧ୍ୟ ହରାଇପାରେ। ମଉକାର ଫାଇଦା ଉଠାଇ ବିଜେପି ଯେ ଏନସିପିର ସହାୟତା ନ ନେବ, ଏକଥା କହି ହେବନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025
Latest News

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025

ICC ODI ବିଶ୍ୱକପର ନୂଆ ସୂଚୀ ଜାରି, ଜାଣନ୍ତୁ ଭାରତର ମ୍ୟାଚ୍ କେବେ ଏବଂ କେଉଁଠି ଖେଳାଯିବ

August 22, 2025

କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରୀଙ୍କ ଦ୍ୱାରା ଡାକ ସେବାର ଏକ ନୂତନ ଡିଜିଟାଲ୍ ଯୁଗର ଶୁଭାରମ୍ଭ

August 22, 2025

ଯୁବପିଢ଼ିଙ୍କୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି ଅନଲାଇନ୍ ଗେମିଂ: ପ୍ରତି ବର୍ଷ ୨୦ ହଜାର କୋଟି କ୍ଷତି

August 22, 2025

ICC ଟି-୨୦ ବ୍ୟାଟିଂ ଏବଂ ବୋଲିଂ ରାଙ୍କିଙ୍ଗରେ ଭାରତୀୟଙ୍କ ପ୍ରାଧାନ୍ୟ, ଶୀର୍ଷ ୧୦ ରେ ୭ ଖେଳାଳି

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.