Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ର ରାଜନୀତି ; ତୁରନ୍ତ ନିଷ୍ପତ୍ତି ନେଇ ନ ପାରିବାର ଦୁର୍ବଳତା କଂଗ୍ରେସର ସବୁଠୁ ବଡ ଶତ୍ରୁ
ବିଶେଷ ଖବର

ମହାରାଷ୍ଟ୍ର ରାଜନୀତି ; ତୁରନ୍ତ ନିଷ୍ପତ୍ତି ନେଇ ନ ପାରିବାର ଦୁର୍ବଳତା କଂଗ୍ରେସର ସବୁଠୁ ବଡ ଶତ୍ରୁ

November 12, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କଂଗ୍ରେସର ମନ୍ତ୍ରଣା ଚାଲିଛି ଯେ ଚାଲିଛି। ଗୋଟେ ପରେ ଗୋଟେ ବୈଠକ ବସୁଛି, ହେଲେ ନିଷ୍ପତ୍ତି ହୋଇପାରୁନି। ଏହାହିଁ କଂଗ୍ରେସର ସଂସ୍କୃତି। ଯେ କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ କଂଗ୍ରେସ ନେତୃତ୍ଵ ସମୟର ଅପଚୟ କରିବା ଫଳରେ କଂଗ୍ରେସ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ ଗୋଆ ଏବଂ ମଣିପୁରରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇ ମଧ୍ୟ ସରକାର ଗଠନ କରି ନ ପାରିବା ତାର ଉଦାହରଣ। ସମ୍ପ୍ରତି ମହାରାଷ୍ଟ୍ରରେ କଂଗ୍ରେସ ହାତରେ ପରବର୍ତ୍ତୀ ସରକାର ଗଠନର ଚାବିକାଠି ରହିଛି। ଉଭୟ ହରିଆଣା ଓ ମହାରାଷ୍ଟ୍ରରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ବୋଲି ଦଳର ଆତ୍ମବିଶ୍ଵାସ ନଥିଲା। ତେବେ ଘଟଣାକ୍ରମେ ଦୁଇଟି ଯାକ ରାଜ୍ୟରେ କଂଗ୍ରେସକୁ ଆଶାତୀତ ସଫଳତା ମିଳିଛି। ତେବେ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟାକୁ କଂଗ୍ରେସ ନେତୃତ୍ଵ ଝୁଲାଇ ରଖିବାର ପରିଣତି, ଦଳ ଲାଗି କ୍ଷତିକାରକ ହୋଇପାରେ।

ମହାରାଷ୍ଟ୍ରରେ ଆଜିର ରାଜନୈତିକ ବାସ୍ତବତା ହେଉଛି, ବିଜେପିର ବିକଳ୍ପ ସରକାର ଗଠନ। ବିଜେପି ଓ ଶିବସେନା ଭିତରେ ନିର୍ବାଚନ ପରବର୍ତ୍ତୀ ମତଭେଦ କଂଗ୍ରେସ ଓ ଏହାର ସହଯୋଗୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ଏକ ବିରଳ ସୁଯୋଗ ଦେଇଛି। ତାହାକୁ ଝୁଲାଇ ରଖିଲେ, ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରିହେବ ଓ ଆଗାମୀ ଦିନରେ ପୁଣିଥରେ ବିଜେପି-ଶିବସେନା ମେଣ୍ଟ ଲାଗି ବାଟ ଫିଟିବ। ବିଜେପି ସହିତ ଶିବସେନାର ମେଣ୍ଟରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାର ଭରପୂର ଫାଇଦା ଉଠାଇବା ପରିବର୍ତ୍ତେ କଂଗ୍ରେସର ପୁରୁଣା ରୋଗ ଏହାକୁ ଗ୍ରାସ କରିଛି। ଏବେ ତିନୋଟି ଯାକ ଦଳ ପାଖରେ ବିକଳ୍ପ ସରକାର ଗଠନ ଲାଗି ମାତ୍ର ଅଳ୍ପ କେଇ ଘଣ୍ଟା ବାକି ଅଛି। ତେଣୁ କଂଗ୍ରେସର ତୁରନ୍ତ ନିଷ୍ପତ୍ତି ଏ କ୍ଷେତ୍ରରେ ନିତାନ୍ତ ଜରୁରୀ।

କଂଗ୍ରେସ ନିଷ୍ପତ୍ତି ନେବାରେ ଯେତିକି ପଛୁଆ, ବିଜେପି ନିଷ୍ପତ୍ତି ନେବାରେ ସେତିକି କ୍ଷୀପ୍ର। ଯେ କୌଣସି ରାଜନୈତିକ ନିଷ୍ପତ୍ତିକୁ ତୁରନ୍ତ ଗ୍ରହଣ କରି ତାକୁ କାର୍ୟକାରୀ କରାଇବାର ସୂତ୍ର ଅମିତ ଶାହ ସଭାପତି ହେଲାପରେ ବିଜେପିକୁ ଆସିଛି। ବିଚାର ଆଲୋଚନା ଓ ବୈଠକ ରାଜନୀତିଠୁ ଅଲଗା ହୋଇ ତୁରନ୍ତ ନିଷ୍ପତ୍ତି ନେବା ଆଜିର ସମୟରେ ରାଜନୈତିକ ଆବଶ୍ୟକତା। ବିଜେପି ତତ୍ପରତାର ସହ ଯେଉଁ ପ୍ରକାର ରାଜନୈତିକ ନିଷ୍ପତ୍ତି ନେଇ ପାରୁଛି, କଂଗ୍ରେସ ସେହି ତୁଳନାରେ ପ୍ରବଳ ଅଳସୁଆ। କଂଗ୍ରେସ ଓ ବିଜେପି ଭିତରେ ଏହି ଗୋଟିଏ ପାର୍ଥକ୍ୟ ସବୁବେଳେ ବିଜେପିକୁ ଆଗୁଆ ରଖିବାରେ ସହାୟକ ହେଉଛି।

ଆଗାମୀ ତିନି ଘଣ୍ଟା ଭିତରେ ଯଦି କଂଗ୍ରେସ ନିଷ୍ପତ୍ତି ନେବାରେ ବିଫଳ ହୁଏ, ତାହେଲେ ହୁଏତ, କଂଗ୍ରେସ ନିଜର ପୁରୁଣା ସହଯୋଗୀ ଏନସିପିର ସହଯୋଗ ମଧ୍ୟ ହରାଇପାରେ। ମଉକାର ଫାଇଦା ଉଠାଇ ବିଜେପି ଯେ ଏନସିପିର ସହାୟତା ନ ନେବ, ଏକଥା କହି ହେବନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026

Flood Situation: ତିନୋଟି ରାଜ୍ୟର ବନ୍ୟା ସ୍ଥିତି ରହିଛି ଗମ୍ଭୀର, ଓଡିଶାରେ ସାମାନ୍ୟ ସୁଧାର

August 2, 2026
Latest News

ପୁଅକୁ ବଞ୍ଚାଇବାକୁ ଯାଇ ମହାନଦୀରେ ଭାସିଗଲେ ବାପା

August 2, 2026

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୧୪ ମୃତ

August 2, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.