Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜନୀତିରେ ବାରମ୍ବାର ବାଟ ବଦଳାଇବାରେ ଅଭ୍ୟସ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ଅଣନିଃଶ୍ଵାସୀ ହୋଇ ପଡିଲେଣି କି?  
ବିଶେଷ ଖବର

ରାଜନୀତିରେ ବାରମ୍ବାର ବାଟ ବଦଳାଇବାରେ ଅଭ୍ୟସ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ଅଣନିଃଶ୍ଵାସୀ ହୋଇ ପଡିଲେଣି କି?  

November 13, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜନୀତିରେ ବାରମ୍ବାର ବାଟ ବଦଳାଇବାରେ ଅଭ୍ୟସ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ଅଣନିଃଶ୍ଵାସୀ ହୋଇ ପଡିଲେଣି କି?  
କେଦାର ମିଶ୍ର 

ଓଡିଶାରେ ସର୍ବାଧିକ ଥର ଭୁଲ ରାଜନୈତିକ ନିଷ୍ପତ୍ତି ନେବାରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କର ବିଶେଷ ଖ୍ୟାତି ରହିଛି। ସେ ଓଡିଶାର ପ୍ରାୟ ସବୁ ରାଜନୈତିକ ଦଳରେ କିଛି କିଛି ଦିନ ରହି ସାରିଛନ୍ତି। କଂଗ୍ରେସ, ବିଜେପି, ଏନସିପି ଓ ବିଜେଡି ଭଳି ଦଳରେ ତାଙ୍କର ଯୋଗଦାନ ଯେତିକି ଗୁରୁତ୍ୱପୂର୍ଣ୍ଣ ରହିଥିଲା, ସେସବୁ ଦଳକୁ ଛାଡିବାରେ ମଧ୍ୟ ସେ ଇତିହାସ ତିଆରି କରିଛନ୍ତି।ସେ ନିଜେ ଏକ ଆଞ୍ଚଳିକ ଦଳ ଗଢି ତାକୁ ଭାଙ୍ଗି ମଧ୍ୟ ସାରିଛନ୍ତି। ଏବେ ଅବଶ୍ୟ ସେ ବିଜେଡିରେ ଅଛନ୍ତି ଓ ବିଭିନ୍ନ ସଭା ସମିତିରେ ଆଜି ମଧ୍ୟ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କର ଭୂୟସୀ ପ୍ରଶଂସା କରୁଛନ୍ତି। ତେବେ ସୌମ୍ୟ ବାବୁଙ୍କର ଲେଖାଲେଖି ଓ ତାଙ୍କର ସାଧାରଣ ସଭା ଗୁଡିକର ଭାଷଣରେ ଏବେ ବିଜେଡି ପ୍ରତି ମୋହଭଙ୍ଗର ଆଭାସ ସ୍ପଷ୍ଟ ବାରି ହୋଇପଡୁଛି। ତାଙ୍କ ଅଧୀନରେ ରହିଥିବା ଓଡିଶାର ସର୍ବାଧିକ ପ୍ରସାରିତ ଖବର କାଗଜ ସମ୍ବାଦ ଓ ଟେଲିଭିଜନ ଚାନେଲ କନକ ଟିଭିରେ ସରକାର ବିରୋଧୀ ଓ ସରକାର ସପକ୍ଷବାଦୀ ଖବରର ତାଳମେଳ ଏବେ ଆଉ ଦେଖିବାକୁ ମିଳୁନାହିଁ।

ବହୁ ଦଳ ବୁଲି ବୁଲି ସେ ଯେତେବେଳେ ବିଜୁ ଜନତା ଦଳରେ ଯୋଗଦେଲେ ଓ ସିଧା ସଳଖ ରାଜ୍ୟସଭାକୁ ନିର୍ବାଚିତ ହେଲେ, ସେତେବେଳେ ଆଶା କରାଯାଉଥିଲା ଯେ, ଏବେ ବୋଧେ ସେ ଆଉ ବିଚଳିତ ହେବେନାହିଁ। ୧୫ ବର୍ଷରୁ ଅଧିକ ସମୟ ନବୀନ ପଟ୍ଟନାୟକଙ୍କର ତୀବ୍ର ସମାଲୋଚକ ରହି ଆସିଥିବା ସୌମ୍ୟ ବାବୁ, ହଠାତ ରୂପ ବଦଳ କରିବା ଅନେକଙ୍କୁ ଆଶ୍ଚର୍ୟ କରି ଦେଇଥିଲା। ଏପରିକି ତାଙ୍କର ଘନିଷ୍ଠ ସହଯୋଗୀମାନେ ମଧ୍ୟ ସୌମ୍ୟ ବାବୁଙ୍କୁ ବିଜେଡିରେ ଦେଖି ଚକିତ ହୋଇ ପଡିଥିଲେ।

ବିଜେଡିରେ ତାଙ୍କର ଅବସ୍ଥାନକୁ ଦୁଇ ବର୍ଷ ମାତ୍ର ହୋଇଛି। ଦୁଇ ବର୍ଷ ଭିତରେ ସେ ରାଜ୍ୟସଭା କୁ ଯାଇ, ସେଠାରୁ ଇସ୍ତଫା ଦେଇ, ଅବିକା ବିଧାନସଭାର ସଦସ୍ୟ। ଦୀର୍ଘ ବର୍ଷ ଧରି ନିର୍ବାଚନୀ ରାଜନୀତିରେ ପରାଜୟ ଭୋଗିଥିବା ସୌମ୍ୟ ବାବୁଙ୍କୁ ପରିଶେଷରେ ଏକ ବିରାଟ ବିଜୟ ଉପହାର ସ୍ଵରୂପ ମିଳିଛି। ଖଣ୍ଡପଡାରେ ତାଙ୍କର ବିପୁଳ ବିଜୟ, ହୁଏତ ଗୋଟେ ବାର୍ତ୍ତା ଦେଇଥିଲା ଯେ ତାଙ୍କୁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିପାରେ। ନିର୍ବାଚନ ପରେ ପରେ ସୌମ୍ୟଙ୍କ ମନ୍ତ୍ରୀପଦ ଓ ତାଙ୍କୁ ବାଚସ୍ପତି କରାଯାଇପାରେ ବୋଲି ଉଡା ଖବର ଘୂରିବା, ତାଙ୍କ ଲାଗି ସବୁଠୁ ବଡ ଅଡୁଆ ପାଲଟିଗଲା। ମନ୍ତ୍ରୀମଣ୍ଡଳରେ ସୌମ୍ୟଙ୍କ ଯୋଗଦାନ ନିଶ୍ଚିତ ବୋଲି ଯେଉଁ ପ୍ରଚାର ଚାଲିଥିଲା, ସେଥିରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ପାଣି ଢାଳିଦେଲେ। ତାପରେ ସୌମ୍ୟଙ୍କ ରାଜନୀତିରେ ପୁରୁଣା ଅଭ୍ୟାସର ପୁନରାବୃତ୍ତି ଘଟୁଛି।

ଏବେ ସୌମ୍ୟବାବୁ ତାଙ୍କର ପୁରୁଣା ସଂପାଦକୀୟ ସ୍ତମ୍ଭ “ଆମ ଘରର ହାଲଚାଲ” ନିୟମିତ ଲେଖିବା ଆରମ୍ଭ କରିଛନ୍ତି। ଜଣେ ବିଚକ୍ଷଣ ଲେଖକ ଓ ସମ୍ପାଦକ ଭାବରେ ତାଙ୍କର ପ୍ରତିଭା ରହିଛି, ହେଲେ ଏହି ପ୍ରତିଭା ତାଙ୍କ ରାଜନୈତିକ ଜୀବନର ସବୁଠୁ ବଡ ଜଞ୍ଜାଳ ହେବା ଆରମ୍ଭ କରିଛି। ତାଙ୍କ ସଂପାଦକୀୟ ଅଗ୍ରଲେଖ ଗୁଡିକୁ ନେଇ ବିଜେପି ଓ ବିଜେପିର ପୃଷ୍ଠପୋଷକତାରେ ଚାଲିଥିବା କେତେକ ଗଣମାଧ୍ୟମ, ଏବେ ବଢିଆ ପ୍ରସଙ୍ଗ ପାଇ ଯାଇଛନ୍ତି। ଏଠି ଉଲ୍ଲେଖଯୋଗ୍ୟ ଯେ ୨୦୧୬-୧୭ ରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଲେଖା ଗୁଡିକୁ ବିଜେପି ଠିକ ଏଭଳି ବ୍ୟବହାର କରୁଥିଲା। ନବୀନଙ୍କ ବିରୋଧରେ ବିଜେଡ଼ିର ଜଣେ ବିଧାୟକଙ୍କ ଲେଖାରୁ ଜୀରା ରୁ ଶିରା କାଢିବାର ସୁଯୋଗ ଏବେ ବିଜେପି ନେଉଛି। ନେବା ସ୍ଵାଭାବିକ ମଧ୍ୟ। ଜଣେ ସମ୍ପାଦକ ଭାବରେ ସୌମ୍ୟ ବାବୁ ସରକାରର ସ୍ତାବକ ହୋଇ ପାରିବେ ନାହିଁ। ଏକ ସନ୍ତୁଳିତ ମତ ରଖିବାକୁ ଯାଇ ତାଙ୍କୁ ସରକାରକୁ କିଛିଟା ସମାଲୋଚନା ମଧ୍ୟ କରିବାକୁ ପଡିବ। ବାସ, ସେଇଠି ରହିଛି ଅସଲ ସମସ୍ୟା। ଆଜିକାଲିର ରାଜନୀତିରେ ସବୁକିଛି କଳା ନଚେତ ଧଳା। ମଝାମଝି ବୋଲି କିଛି ନାହିଁ। ଏବେ ବିଜେଡି ଭିତରେ ସୌମ୍ୟରଞ୍ଜନ ସବୁଠୁ ମୁଣ୍ଡବିନ୍ଧା ବୋଲି ଏକ ଧାରଣା କ୍ରମେ ସୃଷ୍ଟି ହୋଇ ଚାଲିବ ଓ ଏହାର ଆଧାରରେ ଅଳ୍ପ କିଛିମାସ ବା ବର୍ଷ  ପରେ ସୌମ୍ୟଙ୍କୁ ବିଜେଡ଼ିରୁ ବିଦା କରିବାର ବାଟ ପରିଷ୍କାର ହୋଇଯିବ।

ସୌମ୍ୟ ନିଜେ ଏ ପ୍ରକାର ଘଟୁ ବୋଲି ଚାହୁଁଛନ୍ତି ନା ତାଙ୍କ ବିରୋଧରେ ତାଙ୍କ ଲେଖାକୁ ପ୍ରୟୋଗ କରାଯାଉଛି, ତାହା ମଧ୍ୟ ଏକ ଜଟିଳ ପ୍ରଶ୍ନ। ସ୍ଵଭାବତଃ ଅସ୍ଥିର ସୌମ୍ୟରଞ୍ଜନଙ୍କ ରାଜନୀତିରେ ବିଜେଡି ପ୍ରତି ମୋହଭଙ୍ଗ ହେବା ଓ ଅନ୍ୟ ଦଳ ପ୍ରତି ଆସକ୍ତି ବଢିବା, କିଛି ନୂଆ କଥା ନୁହେଁ। ତେବେ ବିଜେଡିରେ ସୌମ୍ୟ ବାବୁ ଆଉ କେତେଦିନ ରହି ପାରୁଛନ୍ତି, ତାହାର ଅବଗଣନା, କେହି କେହି ଆରମ୍ଭ କରି ଦେଲେଣି!

SoumyaRanjanPatnaik
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟି ଟଙ୍କାର ଯୋଜନା

February 11, 2026

ଖଲିସ୍ତାନୀଙ୍କୁ ନିସ୍ତାର ନାହିଁ: ଡୋଭାଲଙ୍କ ଗସ୍ତ ପରେ SFJକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା କାନାଡା

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026
Latest News

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟି ଟଙ୍କାର ଯୋଜନା

February 11, 2026

ଟି-୨୦ ବିଶ୍ୱକପ୍ ମଧ୍ୟରେ ଭାରତୀୟ ଶିବିରରୁ ଖରାପ ଖବର: ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ

February 11, 2026

ଖଲିସ୍ତାନୀଙ୍କୁ ନିସ୍ତାର ନାହିଁ: ଡୋଭାଲଙ୍କ ଗସ୍ତ ପରେ SFJକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା କାନାଡା

February 11, 2026

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

February 11, 2026

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.