Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିର ସର୍ବଗିଳା ରାଜନୀତି, କୌଣସି ଆଞ୍ଚଳିକ ଦଳ ବିଜେପି ସହ ରହିବାକୁ ସୁରକ୍ଷିତ ମଣୁ ନାହାନ୍ତି
ବିଶେଷ ଖବର

ବିଜେପିର ସର୍ବଗିଳା ରାଜନୀତି, କୌଣସି ଆଞ୍ଚଳିକ ଦଳ ବିଜେପି ସହ ରହିବାକୁ ସୁରକ୍ଷିତ ମଣୁ ନାହାନ୍ତି

November 15, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭାରତୀୟ ରାଜନୀତିରେ ସବୁବେଳେ କିଛି ନା କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ରାଜନୀତିର କୂଟନୀତି ଭିତରେ ଏଠି କୌଣସି ଦଳ ଅନ୍ୟ ଦଳର ଶତ୍ରୁ ବା ମିତ୍ର ହୋଇନଥାନ୍ତି । କ୍ଷମତାର ନିଶା ଭିତରେ ସମେସ୍ତ ସମସ୍ତଙ୍କ ପ୍ରତି ଗୋଟିଏ ପ୍ରକାରର ଭାବ ପୋଷଣ କରିଥା’ନ୍ତି । ନିକଟରେ ବିଜେପି ଓ ଶିବସେନା ୩୦ ବର୍ଷର ସମ୍ପର୍କକୁ ତୁଟାଇଛନ୍ତି । ଜଣେ କ୍ଷମତାର ଅହମିକାରେ ଅନ୍ଧ ହୋଇ ଅନ୍ୟକୁ ନ୍ୟୁନ କରୁଥିବାବେଳେ ଅନ୍ୟ ଜଣେ ନିଜ ଶକ୍ତିକୁ ପ୍ରମାଣିତ କରିବା ପାଇଁ ଲାଗିପଡିଛି । ମହାରାଷ୍ଟ୍ରରେ ଏହି ଦୁଇ ଦଳ ଗତ ତିନି ଦଶନ୍ଧି ମିତ୍ର ରୂପେ ରହିଥିବାବେଳେ କ୍ଷମତାର ଜଟିଳ ଗଣିତ ପାଇଁ  ଦୁହିଁଙ୍କର ସମ୍ପର୍କରେ ଭଟ୍ଟା ପଡ଼ିଯାଇଛି ।  ଗତ ପାଞ୍ଚ ବର୍ଷ ଭିତରେ ବିଜେପି ନିଜକୁ ବାହୁବଳି ରୂପେ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି । କ୍ଷମତାର ନିଶାରେ କେବଳ ଶିବସେନା ନୁହଁ, ବିଜେପି ନିଜର ଅନେକ ସହଯୋଗୀ ଆଞ୍ଚଳିକ ଦଳଗୁଡିକୁ ଧ୍ଵଂସ କରିଦେବାର ଷଡଯନ୍ତ୍ର କରୁଛୁ ବୋଲି ଅଭିଯୋଗ ଆସୁଛି।

ବିଜେପି ୧୯୯୮ ମସିହାରେ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍‌ଡିଏ) ମେଣ୍ଟ ଗଠନ କରିଥିଲା । ୧୯୯୮ ଲୋକସଭା ନିର୍ବାଚନରେ ଦଳ ବହୁମତ ହାସଲରେ ବିଫଳ ହେବା ପରେ ଏକାଧିକ ଦଳ ସହିତ ମେଣ୍ଟ କରି ସରକାର ଗଠନ କରିଛି । ଏଥିରୁ ଅନେକ  ସଫଳ ହୋଇଥିବା ବେଳେ ଏକାଧିକ ମେଣ୍ଟ ବିଭିନ୍ନ କାରଣରୁ ବିଫଳ ହୋଇଛି । କିଛି ସହଯୋଗୀ ଦଳଙ୍କୁ ନିଜଠୁ ବିଜେପି ଦୂରେଇ ଦେଉଥିବା ବେଳେ ଅନେକ କ୍ଷେତ୍ରରେ ବିଜେପିର ହାତ ଛାଡୁଛନ୍ତି ଅନେକ ରାଜନୈତିକ ଦଳ । ମୋଦିଙ୍କ ଲୋକପ୍ରିୟତା କାରଣରୁ ବିଜେପିର ଭୋଟ ହାର ବଢୁଥିବାରୁ ମେଣ୍ଟରେ ବିଜେପି ସର୍ବଦା ସହଯୋଗୀ ଦଳଙ୍କୁ ଅଣଦେଖା କରୁଛି । ନିକଟରେ ବିଜେପି ସହିତ ସମ୍ପର୍କ ଛିନ୍ନ କରିଥିବା ଶିବସେନା ଏବଂ ପାଶ୍ଵାନଙ୍କ ଲୋକ ଜନଶକ୍ତି ପାର୍ଟି  ଏହାର ଜ୍ବଳନ୍ତ ଉଦାହରଣ ।

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ସହିତ ଶିବସେନା ବିଜେପି ସହିତ ନିଜର ସମସ୍ତ ସମ୍ପର୍କ ଛିନ୍ନ କରିଛି।  ମୁଖ୍ୟମନ୍ତ୍ରୀତ୍ବକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଶିବସେନାର ଦାବିକୁ ବିଜେପି କର୍ଣ୍ଣପାତ ନ କରିବାରୁ ଏହି ପରିସ୍ଥିତି ଉପୁଜିଥିଲା । କେବଳ ଶିବସେନା ନୁହେଁ ଝାରଖଣ୍ଡ ନିର୍ବାଚନ ପୂର୍ବରୁ ଏଲ୍‌ଜେପି ମଧ୍ୟ ବିଜେପି ସହିତ ସମସ୍ତ ସମ୍ପର୍କ ତୁଟାଇଛି । ଏଠାରେ ମଧ୍ୟ ସମାନ ସମସ୍ୟା । ଆସନ ଆବଣ୍ଟନରେ ବିଜେପିର ଏହି ସହଯୋଗୀ ଦଳକୁ ଉପେକ୍ଷା କରାଯିବାରୁ ମେଣ୍ଟ ପରିତ୍ୟାଗ କରିଥିଲା ଏଲ୍‌ଜେପି ।

ପୂର୍ବରୁ ବିଜେପି ଜେଡିୟୁ, ଟିଡିପି, ଜେଡିଏସ୍‌, ଡିଏମ୍‌କେ, ଟିଏମ୍‌ସି, ଏଲ୍‌ଜେପି, ନ୍ୟାସନାଲ କନଫରେନ୍ସ,, ପିଡିପି, ଜେଏମ୍‌ଏମ୍‌, ଅପ୍‌ନା ଦଳ, ବିଜେଡି ଏବଂ ଆଇଏନ୍‌ଏଲ୍‌ଡି ପରି ଆଞ୍ଚଳିକ ଦଳ ସହିତ ମେଣ୍ଟ କରିଛି। ଏହି ସମସ୍ତ ଦଳ ମାନଙ୍କ ମଧ୍ୟରୁ କେବଳ ଜେଡିୟୁ ସହିତ ମେଣ୍ଟ ରହିଥିବା ବେଳେ ଅନ୍ୟ ସମସ୍ତ ଦଳଙ୍କ ସହିତ ବିଜେପିର ସମ୍ପର୍କ ଖରାପ ହୋଇ ସାରିଛି । ଏପରିକି କ୍ୟାବିନେଟ୍‌ ମନ୍ତ୍ରୀ ପଦକୁ ନେଇ ଜେଡିୟୁ ସହିତ ମଧ୍ୟ ବିଜେପିର ବିବାଦ ଲାଗି ରହିଛି ।

୨୦୧୪  ନିର୍ବାଚନରେ ଅପ୍‌ନା ଦଳ ଉତ୍ତର ପ୍ରଦେଶର ଏକ ପ୍ରମୁଖ ସହଯୋଗୀ ଦଳ ରହିଥିଲା । ଦଳର ମୁଖ୍ୟ ଅନୁପ୍ରିୟା ପଟେଲଙ୍କୁ ମନ୍ତ୍ରୀପଦ ମଧ୍ୟ ମିଳିଥିଲା । ମାତ୍ର ୨୦୧୯ରେ ଦଳର ଆସନ ସଂଖ୍ୟା ବୃଦ୍ଧି ଘଟିବାରୁ ଅପ୍‌ନା ଦଳର କ୍ୟାବିନେଟ୍ ମନ୍ତ୍ରୀ ପଦ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲା ବିଜେପି । ଏହାକୁ ନେଇ ଉଭୟ ଦଳର ମେଣ୍ଟରେ ଯବନିକା ପଡିଥିଲା । ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସହିତ ବିଜେପିର ମେଣ୍ଟ ରହିଥିଲେ ମଧ୍ୟ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ପ୍ରଦେଶ ଦାବି କରି ମେଣ୍ଟ ପରିତ୍ୟାଗ କରିଥିଲେ ନାଇଡୁ । ସେହିପରି ଜମ୍ମୁ କାଶ୍ମୀରରେ ପିଡିପି ସହଯୋଗରେ ସରକାର ଗଠନ କରିବା ପରେ ବିଭିନ୍ନ ବିଲ୍‌ ପାଶ କରିବା ସମୟରେ ପିଡିପିକୁ ବିରୋଧ କରିଥିଲା ବିଜେପି । ଶେଷରେ ଏହି ମେଣ୍ଟ ଭାଙ୍ଗିବା ସହିତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ସେହିପରି ଓଡିଶାରେ ଆଞ୍ଚଳିକ ଦଳ ବିଜେଡି ସହିତ ଦଳର ମେଣ୍ଟ ୯ବର୍ଷ ଧରି ଶାସନ କ୍ଷମତାରେ ରହିଥିଲା । ମାତ୍ର ବିଜେପିର ଉଗ୍ର ହିନ୍ଦୁତ୍ବବାଦୀ ଚିନ୍ତାଧାରା କାରଣରୁ ଏହି ମେଣ୍ଟ ସହ ସମ୍ପର୍କ ଛିନ୍ନ କରିଥିଲା ବିଜେଡି ।

ରାଜନୀତିରେ କିଛି ବି ସ୍ଥାୟୀ ନୁହେଁ । କ୍ଷମତାର ଅହଂରେ ସହଯୋଗୀ ଦଳଙ୍କ ପ୍ରତି ବିଜେପିର ଉପେକ୍ଷା ଯେ, ଭବିଷ୍ୟତରେ ବୁମେରାଂ ନହେବ ଏହା କହିବା ଅସମ୍ଭବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 18, 2025
Latest News

ପରୀ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ଯାଜପୁରରେ ଟିମ୍

December 20, 2025

ଆସାମରେ ପ୍ରାୟ ୧୫,୬୦୦ କୋଟିର ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

December 20, 2025

ଆଜି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

December 20, 2025

ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବୈଠକ ଅନୁଷ୍ଠିତ

December 20, 2025

ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.