Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିର ସର୍ବଗିଳା ରାଜନୀତି, କୌଣସି ଆଞ୍ଚଳିକ ଦଳ ବିଜେପି ସହ ରହିବାକୁ ସୁରକ୍ଷିତ ମଣୁ ନାହାନ୍ତି
ବିଶେଷ ଖବର

ବିଜେପିର ସର୍ବଗିଳା ରାଜନୀତି, କୌଣସି ଆଞ୍ଚଳିକ ଦଳ ବିଜେପି ସହ ରହିବାକୁ ସୁରକ୍ଷିତ ମଣୁ ନାହାନ୍ତି

November 15, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭାରତୀୟ ରାଜନୀତିରେ ସବୁବେଳେ କିଛି ନା କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ରାଜନୀତିର କୂଟନୀତି ଭିତରେ ଏଠି କୌଣସି ଦଳ ଅନ୍ୟ ଦଳର ଶତ୍ରୁ ବା ମିତ୍ର ହୋଇନଥାନ୍ତି । କ୍ଷମତାର ନିଶା ଭିତରେ ସମେସ୍ତ ସମସ୍ତଙ୍କ ପ୍ରତି ଗୋଟିଏ ପ୍ରକାରର ଭାବ ପୋଷଣ କରିଥା’ନ୍ତି । ନିକଟରେ ବିଜେପି ଓ ଶିବସେନା ୩୦ ବର୍ଷର ସମ୍ପର୍କକୁ ତୁଟାଇଛନ୍ତି । ଜଣେ କ୍ଷମତାର ଅହମିକାରେ ଅନ୍ଧ ହୋଇ ଅନ୍ୟକୁ ନ୍ୟୁନ କରୁଥିବାବେଳେ ଅନ୍ୟ ଜଣେ ନିଜ ଶକ୍ତିକୁ ପ୍ରମାଣିତ କରିବା ପାଇଁ ଲାଗିପଡିଛି । ମହାରାଷ୍ଟ୍ରରେ ଏହି ଦୁଇ ଦଳ ଗତ ତିନି ଦଶନ୍ଧି ମିତ୍ର ରୂପେ ରହିଥିବାବେଳେ କ୍ଷମତାର ଜଟିଳ ଗଣିତ ପାଇଁ  ଦୁହିଁଙ୍କର ସମ୍ପର୍କରେ ଭଟ୍ଟା ପଡ଼ିଯାଇଛି ।  ଗତ ପାଞ୍ଚ ବର୍ଷ ଭିତରେ ବିଜେପି ନିଜକୁ ବାହୁବଳି ରୂପେ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି । କ୍ଷମତାର ନିଶାରେ କେବଳ ଶିବସେନା ନୁହଁ, ବିଜେପି ନିଜର ଅନେକ ସହଯୋଗୀ ଆଞ୍ଚଳିକ ଦଳଗୁଡିକୁ ଧ୍ଵଂସ କରିଦେବାର ଷଡଯନ୍ତ୍ର କରୁଛୁ ବୋଲି ଅଭିଯୋଗ ଆସୁଛି।

ବିଜେପି ୧୯୯୮ ମସିହାରେ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍‌ଡିଏ) ମେଣ୍ଟ ଗଠନ କରିଥିଲା । ୧୯୯୮ ଲୋକସଭା ନିର୍ବାଚନରେ ଦଳ ବହୁମତ ହାସଲରେ ବିଫଳ ହେବା ପରେ ଏକାଧିକ ଦଳ ସହିତ ମେଣ୍ଟ କରି ସରକାର ଗଠନ କରିଛି । ଏଥିରୁ ଅନେକ  ସଫଳ ହୋଇଥିବା ବେଳେ ଏକାଧିକ ମେଣ୍ଟ ବିଭିନ୍ନ କାରଣରୁ ବିଫଳ ହୋଇଛି । କିଛି ସହଯୋଗୀ ଦଳଙ୍କୁ ନିଜଠୁ ବିଜେପି ଦୂରେଇ ଦେଉଥିବା ବେଳେ ଅନେକ କ୍ଷେତ୍ରରେ ବିଜେପିର ହାତ ଛାଡୁଛନ୍ତି ଅନେକ ରାଜନୈତିକ ଦଳ । ମୋଦିଙ୍କ ଲୋକପ୍ରିୟତା କାରଣରୁ ବିଜେପିର ଭୋଟ ହାର ବଢୁଥିବାରୁ ମେଣ୍ଟରେ ବିଜେପି ସର୍ବଦା ସହଯୋଗୀ ଦଳଙ୍କୁ ଅଣଦେଖା କରୁଛି । ନିକଟରେ ବିଜେପି ସହିତ ସମ୍ପର୍କ ଛିନ୍ନ କରିଥିବା ଶିବସେନା ଏବଂ ପାଶ୍ଵାନଙ୍କ ଲୋକ ଜନଶକ୍ତି ପାର୍ଟି  ଏହାର ଜ୍ବଳନ୍ତ ଉଦାହରଣ ।

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ସହିତ ଶିବସେନା ବିଜେପି ସହିତ ନିଜର ସମସ୍ତ ସମ୍ପର୍କ ଛିନ୍ନ କରିଛି।  ମୁଖ୍ୟମନ୍ତ୍ରୀତ୍ବକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଶିବସେନାର ଦାବିକୁ ବିଜେପି କର୍ଣ୍ଣପାତ ନ କରିବାରୁ ଏହି ପରିସ୍ଥିତି ଉପୁଜିଥିଲା । କେବଳ ଶିବସେନା ନୁହେଁ ଝାରଖଣ୍ଡ ନିର୍ବାଚନ ପୂର୍ବରୁ ଏଲ୍‌ଜେପି ମଧ୍ୟ ବିଜେପି ସହିତ ସମସ୍ତ ସମ୍ପର୍କ ତୁଟାଇଛି । ଏଠାରେ ମଧ୍ୟ ସମାନ ସମସ୍ୟା । ଆସନ ଆବଣ୍ଟନରେ ବିଜେପିର ଏହି ସହଯୋଗୀ ଦଳକୁ ଉପେକ୍ଷା କରାଯିବାରୁ ମେଣ୍ଟ ପରିତ୍ୟାଗ କରିଥିଲା ଏଲ୍‌ଜେପି ।

ପୂର୍ବରୁ ବିଜେପି ଜେଡିୟୁ, ଟିଡିପି, ଜେଡିଏସ୍‌, ଡିଏମ୍‌କେ, ଟିଏମ୍‌ସି, ଏଲ୍‌ଜେପି, ନ୍ୟାସନାଲ କନଫରେନ୍ସ,, ପିଡିପି, ଜେଏମ୍‌ଏମ୍‌, ଅପ୍‌ନା ଦଳ, ବିଜେଡି ଏବଂ ଆଇଏନ୍‌ଏଲ୍‌ଡି ପରି ଆଞ୍ଚଳିକ ଦଳ ସହିତ ମେଣ୍ଟ କରିଛି। ଏହି ସମସ୍ତ ଦଳ ମାନଙ୍କ ମଧ୍ୟରୁ କେବଳ ଜେଡିୟୁ ସହିତ ମେଣ୍ଟ ରହିଥିବା ବେଳେ ଅନ୍ୟ ସମସ୍ତ ଦଳଙ୍କ ସହିତ ବିଜେପିର ସମ୍ପର୍କ ଖରାପ ହୋଇ ସାରିଛି । ଏପରିକି କ୍ୟାବିନେଟ୍‌ ମନ୍ତ୍ରୀ ପଦକୁ ନେଇ ଜେଡିୟୁ ସହିତ ମଧ୍ୟ ବିଜେପିର ବିବାଦ ଲାଗି ରହିଛି ।

୨୦୧୪  ନିର୍ବାଚନରେ ଅପ୍‌ନା ଦଳ ଉତ୍ତର ପ୍ରଦେଶର ଏକ ପ୍ରମୁଖ ସହଯୋଗୀ ଦଳ ରହିଥିଲା । ଦଳର ମୁଖ୍ୟ ଅନୁପ୍ରିୟା ପଟେଲଙ୍କୁ ମନ୍ତ୍ରୀପଦ ମଧ୍ୟ ମିଳିଥିଲା । ମାତ୍ର ୨୦୧୯ରେ ଦଳର ଆସନ ସଂଖ୍ୟା ବୃଦ୍ଧି ଘଟିବାରୁ ଅପ୍‌ନା ଦଳର କ୍ୟାବିନେଟ୍ ମନ୍ତ୍ରୀ ପଦ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲା ବିଜେପି । ଏହାକୁ ନେଇ ଉଭୟ ଦଳର ମେଣ୍ଟରେ ଯବନିକା ପଡିଥିଲା । ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସହିତ ବିଜେପିର ମେଣ୍ଟ ରହିଥିଲେ ମଧ୍ୟ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ପ୍ରଦେଶ ଦାବି କରି ମେଣ୍ଟ ପରିତ୍ୟାଗ କରିଥିଲେ ନାଇଡୁ । ସେହିପରି ଜମ୍ମୁ କାଶ୍ମୀରରେ ପିଡିପି ସହଯୋଗରେ ସରକାର ଗଠନ କରିବା ପରେ ବିଭିନ୍ନ ବିଲ୍‌ ପାଶ କରିବା ସମୟରେ ପିଡିପିକୁ ବିରୋଧ କରିଥିଲା ବିଜେପି । ଶେଷରେ ଏହି ମେଣ୍ଟ ଭାଙ୍ଗିବା ସହିତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ସେହିପରି ଓଡିଶାରେ ଆଞ୍ଚଳିକ ଦଳ ବିଜେଡି ସହିତ ଦଳର ମେଣ୍ଟ ୯ବର୍ଷ ଧରି ଶାସନ କ୍ଷମତାରେ ରହିଥିଲା । ମାତ୍ର ବିଜେପିର ଉଗ୍ର ହିନ୍ଦୁତ୍ବବାଦୀ ଚିନ୍ତାଧାରା କାରଣରୁ ଏହି ମେଣ୍ଟ ସହ ସମ୍ପର୍କ ଛିନ୍ନ କରିଥିଲା ବିଜେଡି ।

ରାଜନୀତିରେ କିଛି ବି ସ୍ଥାୟୀ ନୁହେଁ । କ୍ଷମତାର ଅହଂରେ ସହଯୋଗୀ ଦଳଙ୍କ ପ୍ରତି ବିଜେପିର ଉପେକ୍ଷା ଯେ, ଭବିଷ୍ୟତରେ ବୁମେରାଂ ନହେବ ଏହା କହିବା ଅସମ୍ଭବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026
Latest News

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026

ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.