Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆପଣ ଦନ୍ତ ସମସ୍ୟାରେ ପୀଡ଼ିତ କି ? ଚୁଇଁଗମ୍‌ କରିବ ଏହାର ସମାଧାନ
ବିଶେଷ ଖବର

ଆପଣ ଦନ୍ତ ସମସ୍ୟାରେ ପୀଡ଼ିତ କି ? ଚୁଇଁଗମ୍‌ କରିବ ଏହାର ସମାଧାନ

November 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Chewing sugar-free gum may prevent dental cavity
Chewing sugar-free gum may prevent dental cavity

ସମୀକ୍ଷା ବ୍ୟୁରୋ

ଆପଣଙ୍କ ଦାନ୍ତ ପୋକ ଖାଉଛି କି !! ଯଦି ହଁ ତେବେ ଚୁଇଁଗମ ଖାଇଲେ ଦାନ୍ତ ପୋକ ଖାଇବାରୁ ରକ୍ଷା ମିଳିଥାଏ। ଏହିପରି କିଛି ତଥ୍ୟ ଆବିଷ୍କାର କରିଛନ୍ତି ବୈଜ୍ଞାନିକମାନେ। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ମଧ୍ୟ ରହିଛନ୍ତି। ସେମାନେ ପରୀକ୍ଷା ନିରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ମିଠାମୁକ୍ତ ବା ସୁଗାର ଫ୍ରି  ଚୁଇଁଗମ ଖାଇଲେ ବଡ ଲୋକ ଏବଂ ଛୁଆମାନଙ୍କଠାରେ ଦାନ୍ତ ମୂଳରେ ମାଂସ ବଢିବା ତଥା ଅନ୍ୟାନ୍ୟ ଦନ୍ତ କ୍ଷୟ ଭଳି ରୋଗ ଦେଖାଯାଏ ନାହିଁ।

କିଙ୍ଗସ୍‌ କଲେଜ ଲଣ୍ଡନରୁ ପ୍ରକାଶିତ ହେଉଥିବା ଜର୍ନାଲ ଅଫ ଡେନ୍ଟାଲ ରିସର୍ଚ୍ଚରେ କୁହାଯାଇଛି ଯେ ଚୁଇଁଗମ ଚୋବାଇଲେ ଦାନ୍ତ ମୂଳରେ ମାଂସ ବୃଦ୍ଧି ହୁଏ ନାହିଁ ଏବଂ ତା’ସହିତ ଅନ୍ୟାନ୍ୟ ମୁଖରୋଗରୁ ମଧ୍ୟ ରକ୍ଷା କରିଥାଏ। ବେଳେବେଳେ ନିୟମିତ ବ୍ରସ କରିବାଠାରୁ ମଧ୍ୟ ଉପକାରୀ ହୋଇଥାଏ ଚୁଇଁଗମ।

ଲଣ୍ଡନ କିଙ୍ଗସ୍‌ କଲେଜର ପ୍ରାଧ୍ୟାପକ ତଥା ଏହି ବିଷୟ ଉପରେ ଗବେଷଣା କରୁଥିବା ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଅଭିଜିତ ବାନାର୍ଜୀଙ୍କ କହିବା ଅନୁସାରେ ଚୁଇଁଗମ ଚୋବାଇବା ଦ୍ଵାରା ମୁହଁରେ ଥିବା  ଲାଳର ଚଳପ୍ରଚଳ ପ୍ରାକୃତିକ ଭାବେ ଦାନ୍ତକୁ କ୍ଷୟ ହେବାରୁ ରୋକିଥାଏ ଏବଂ ଦାନ୍ତ ମୂଳରେ ବଢୁଥିବା ମାଂସକୁ ମଧ୍ୟ ରୋକିଥାଏ। ଜିଲିଟୋଲ ଏବଂ ସର୍ବିଟୋଲ ସହ ମିଠା ମୁକ୍ତ ଚୁଇଁଗମ ଦାନ୍ତ ପାଇଁ ଆଣ୍ଟି ବ୍ୟକ୍ଟେରିଆଲ ଭଳି କାର୍ଯ୍ୟ କରିଥାଏ।

ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ ଏହା ପୂର୍ବରୁ କୌଣସି ସନ୍ଦର୍ଭରେ ମିଠା ମୁକ୍ତ ବା ସୁଗାର ଫ୍ରି ଚୁଇଁଗମ ଚୋବାଇବା ଦ୍ବାରା ଦାନ୍ତ ମୂଳରେ ମାଂସ ବଢିବା ଭଳି ସମସ୍ୟା ଦେଖାଯାଇଥିବାର ସୂଚନା ନାହିଁ। ଏହି ଗବେଷଣାରେ ଗତ ୫୦ ବର୍ଷ ଧରି ପ୍ରକାଶିତ ହୋଇଥିବା ବିଭିନ୍ନ ସନ୍ଦର୍ଭ ଗୁଡିକୁ ବିଶ୍ଳେଷଣ କରା ଯାଇଥିଲା। ସେଥିମଧ୍ୟରୁ ୧୨ ଟି ସନ୍ଦର୍ଭରେ ଛୋଟ ଓ ବଡ଼ ପିଲାଙ୍କ ଚୁଇଁଗମ୍‌ ଚୋବାଇବାର ପ୍ରଭାବକୁ ନିରୀକ୍ଷଣ କରାଯାଇଥିଲା।

ସୁଗାର ଫ୍ରି ଚୁଇଁଗମ ପ୍ରାୟ ୨୮ ପ୍ରତିଶତ ପର୍ଯ୍ୟନ୍ତ ଦାନ୍ତ ମୂଳରେ  ମାଂସ ବଢିବା ଭଳି ସମସ୍ୟା ରୋକି  ପାରିଥିବାର  ଦେଖା ଯାଇଥିଲା।

ବିଗତ ବର୍ଷ ଗୁଡିକରେ ଦାନ୍ତ ମୂଳରେ ମାଂସ ବଢିବା  ତଥା ଅନ୍ୟାନ୍ୟ ଦନ୍ତ ସମସ୍ୟାରୁ ରକ୍ଷା ପାଇବାକୁ ସୁଗାର ଫ୍ରି ଚୁଇଁଗମର ବହୁଳ ବ୍ୟବହାର ହେଉଥିବାର ଦେଖାଦେଇଛି। ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସନ୍ଦର୍ଭରେ ପ୍ରକାଶିତ ହୋଇଥିବା ପରିଣାମ ଏବଂ ପରୀକ୍ଷା ନିରୀକ୍ଷାରୁ ଆସିଥିବା ପରିଣାମ ମଧ୍ୟମ ଧରଣର ଅଟେ।

ଯାହା ବି ହେଉ ସୁଗାର ଫ୍ରି ଚୁଇଁଗମ ଏବଂ ଦାନ୍ତ ଉପରେ ତାର ପ୍ରଭାବକୁ ନେଇ ରହି ଆସିଥିବା ଧାରଣାରୁ ବାହାରି ଆମକୁ ଏହା ବିଷୟରେ ଅଧିକ ବିଶ୍ଳେଷଣ କରିବାକୁ ହେବ। ପରବର୍ତ୍ତୀ ସମୟରେ ଏଇ ଉପାୟ ଜନସ୍ୱାସ୍ଥ୍ୟ ଉପରେ କେତେ ମାତ୍ରାରେ ପ୍ରୟୋଗ କରାଯାଇପାରିବ ଏବଂ ତାର ନିଷ୍କର୍ଷ କଣ ହେବ ତାକୁ ଦୃଷ୍ଟି ଦିଆଯିବ ବୋଲି ବାନାର୍ଜୀ କହିଛନ୍ତି।

Cavity
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବାଧିକ ରନ ବ୍ୟବଧାନରେ ବିଜୟ ପାଇଁ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ

September 18, 2026

ଟ୍ୱିନ୍ ସିଟିରେ ବଢ଼ୁଛି ନଦୀକୁ ଡେଇଁ ଆତ୍ମହତ୍ୟା: ୫ ବର୍ଷରେ ଅକାଳରେ ଗଲାଣି ୫୫ ଜୀବନ

September 18, 2026

ଆଶୀର୍ବାଦର ଦୀପ- ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପ

September 17, 2026

ପୁଣି ଘୁଞ୍ଚିଲା ମହାନଦୀ ବିବାଦ ଶୁଣାଣି, ସେପ୍ଟେମ୍ବର ୨୮ରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି

September 17, 2026
Latest News

ସାବଧାନତାର ସହ ବ୍ୟବହାର କରନ୍ତୁ ବ୍ଲୁଟୁଥ୍ ନଚେତ୍‌ ହ୍ୟାକ୍ ହୋଇପାରେ ବ୍ଲୁଟୁଥ୍ ଡିଭାଇସ୍‌

September 18, 2026

ସର୍ବାଧିକ ରନ ବ୍ୟବଧାନରେ ବିଜୟ ପାଇଁ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ

September 18, 2026

କମ୍ ସୁଧରେ ପର୍ସନାଲ ଲୋନ୍! ସେପ୍ଟେମ୍ବରରେ କେଉଁ ବ୍ୟାଙ୍କର ରେଟ୍ କେତେ?

September 18, 2026

ଟ୍ୱିନ୍ ସିଟିରେ ବଢ଼ୁଛି ନଦୀକୁ ଡେଇଁ ଆତ୍ମହତ୍ୟା: ୫ ବର୍ଷରେ ଅକାଳରେ ଗଲାଣି ୫୫ ଜୀବନ

September 18, 2026

UPI ଚାର୍ଜକୁ ନେଇ ମାୟାବତୀଙ୍କ ଅସନ୍ତୋଷ, ସରକାରଙ୍କୁ କଲେ ଏହି ପ୍ରଶ୍ନ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.