Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିପିଲି ରାଜନୀତିରେ ବିଜେପି ପାଇଁ ଭଲ ସୁଯୋଗ ରହିଛି, ହେଲେ ଏଥିପାଇଁ ନିରନ୍ତର ରାଜନୈତିକ ଉଦ୍ୟମ ଓ ପରିଶ୍ରମ ଦରକାର
ବିଶେଷ ଖବର

ପିପିଲି ରାଜନୀତିରେ ବିଜେପି ପାଇଁ ଭଲ ସୁଯୋଗ ରହିଛି, ହେଲେ ଏଥିପାଇଁ ନିରନ୍ତର ରାଜନୈତିକ ଉଦ୍ୟମ ଓ ପରିଶ୍ରମ ଦରକାର

November 28, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଓଡିଶା ରାଜନୀତିରେ ପିପିଲି ରାଜନୀତି ସବୁଠୁ ଅଲଗା। କେବଳ ଏହା ରାଜଧାନୀର ସବୁଠୁ ନିକଟତମ ନିର୍ବାଚନ ମଣ୍ଡଳୀ ଭାବରେ ନୁହଁ, ବରଂ ରାଜନୀତିର ସବୁ ନକାରାତ୍ମକ ଗୁଣର ପ୍ରୟୋଗଶାଳା ଭାବରେ ପିପିଲି ପରିଚିତ। ଏକଦା ଗାନ୍ଧୀ ଆନ୍ଦୋଳନ ଓ କଂଗ୍ରେସ ସତ୍ୟାଗ୍ରହର ପେଣ୍ଠସ୍ଥଳ ଭାବରେ ପରିଚିତ ପିପିଲି, ପରବର୍ତ୍ତୀ ସମୟରେ ହିଂସାର ରାଜନୀତି ଓ ନାଟକୀୟ ଯୁଦ୍ଧ ଭୂମି ଭାବରେ ଅଧିକ ବିଖ୍ୟାତ ହୋଇଛି। ଗୋଟେ ସମୟରେ ପ୍ରଖ୍ୟାତ ଗାନ୍ଧୀବାଦୀ ନେତା ଜୟକୃଷ୍ଣ ମହାନ୍ତି ଓ ତାଙ୍କ ପତ୍ନୀ କିରଣଲେଖା ମହାନ୍ତି ପିପିଲିରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏକଥା ଆଜିର ପିପିଲିକୁ ଦେଖି ବିଶ୍ଵାସ କରିବା ସମ୍ଭବ ନୁହେଁ। ୧୯୮୫ ରୁ ଏହି ନିର୍ବାଚନ ମଣ୍ଡଳୀର ରାଜନୀତି ଦୁଇଜଣ ବାହୁବଳି ରାଜନେତାଙ୍କ କବଜାରେ ରହିଆସିଛି। ୧୯୮୫ ରୁ ୨୦୧୯, ସାତୋଟି ନିର୍ବାଚନରେ, ୬ ଥର ଜନତାଦଳ/ବିଜୁ ଜନତା ଦଳରୁ ପ୍ରଦୀପ ମହାରଥୀ ଜିତିଥିବା ବେଳେ,ଗୋଟିଏ ଥର କଂଗ୍ରେସରୁ ଯୁଧିଷ୍ଠିର ସାମନ୍ତରାୟ ଜିତିଛନ୍ତି। ତେବେ ଜିତିବା ହାରିବା ଅପେକ୍ଷା, ଏଠିକାର ରାଜନୀତି ଦୁଇଜଣ ନେତାଙ୍କ ହାତରେ କବଳିତ ହୋଇ ରହିଛି। ସେଥିଲାଗି ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ କହିଥିଲେ- ଏଠି କେବଳ ମହାରଥୀ ଓ ସାମନ୍ତରାୟ-ତୃତୀୟ ଲୋକର ଏଠି ଜାଗା ନାହିଁ।

୨୦୧୯ ବିଧାନସଭା ନିର୍ବାଚନରେ ମହାରଥୀ ବନାମ ସାମନ୍ତରାୟ ଯୁଦ୍ଧର ଏକପ୍ରକାର ସମାପ୍ତି ଘଟିଥିଲା। କଂଗ୍ରେସ ପିପିଲିରେ ନୂଆ ପ୍ରାର୍ଥୀ ଭାବେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିଲା, ଯିଏ ମାତ୍ର ୫.୬୩% ଭୋଟ ପାଇଥିଲେ। ବିଜୟୀ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ୫୦.୬୬% ଭୋଟ ପାଇଥିବା ବେଳେ, ତାଙ୍କର ନିକଟତମ ପ୍ରତିଯୋଗୀ ଭାବରେ ବିଜେପିର ଆଶ୍ରିତ ପଟ୍ଟନାୟକ ୪୧.୬୨% ଭୋଟ ପାଇଥିଲେ। ମୋଟାମୋଟି ଦେଖିବାକୁ ଗଲେ ପିପିଲିରେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଥିଲା। କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କର ଏକ ବିକଳ୍ପ ଭାବରେ ବିଜେପି ପାଇଁ ପିପିଲି ଏକ ଭଲ ସୁଯୋଗ ବୋଲି କୁହାଯାଇପାରେ। ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ର ବିଭିନ୍ନ କ୍ଷେତ୍ରରେ ବିଜେପି ଚମକପ୍ରଦ ସଫଳତା ପାଇଛି। ପୁରୀ ଓ ବ୍ରହ୍ମଗିରି ଆସନ ବିଜେପି ଜିତିଥିବା ବେଳେ, ପିପିଲି, ସତ୍ୟବାଦୀ,ଚିଲିକା,ରଣପୁର ଓ ନୟାଗଡ ଆସନରେ ବିଜେପି ଦ୍ଵିତୀୟ ସ୍ଥାନରେ ରହିଛି। କେବଳ ପିପିଲି ନୁହଁ, ପୁରା ପୁରୀ ନିର୍ବାଚନ ମଣ୍ଡଳୀରେ ବିଜେପିର ଅଭିବୃଦ୍ଧି ଲାଗି ପ୍ରଶସ୍ତ ସମ୍ଭାବନା ଦେଖା ଦେଇଛି।

ତେବେ ପୁରୀରେ ସଫଳତା ଲାଗି ପିପିଲି ବାଟରେ ବିଜେପିକୁ ଯିବାକୁ ପଡିବ। ମହାରଥୀ-ସାମନ୍ତରାୟ ବନ୍ଧନୀରେ ରହିଥିବା ପିପିଲି ରାଜନୀତିର ଚକ୍ରବ୍ୟୁହକୁ ବିଜେପି ଭାଙ୍ଗି ପାରିବ କି? ପ୍ରଥମଥର ଲାଗି ବିଜେପି ଏଠାରେ ଉଭୟ ମହାରଥୀ ଓ ସାମନ୍ତରାୟଙ୍କ ଉପରେ ସିଧା ସିଧା ଅଭିଯୋଗ ଆଣିଛି। ଉଭୟ ନେତା ସରକାରୀ ଜମି ହଡପ କରିଛନ୍ତି ବୋଲି ବିଜେପି କହିଛି। ତେବେ ଏହାର ଉତ୍ତର ରଖି ପ୍ରଦୀପ ମହାରଥୀ ଯଦି ବିଜେପି ପ୍ରମାଣ ଦେବ, ତାହେଲେ ମୁଁ ସବୁଦିନ ପାଇଁ ରାଜନୀତିରୁ ସନ୍ୟାସ ନେଇଯିବି ବୋଲି କହିଛନ୍ତି। ମହାରଥିଙ୍କର ଏହି ଚାଲେଞ୍ଜକୁ ବିଜେପି ଗ୍ରହଣ କରି ଆଇନଗତ ପଦକ୍ଷେପ ନେଇ ପାରିବ କି? କେବଳ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କଲେ ରାଜନୈତିକ ସଫଳତା ମିଳିବ ନାହିଁ।

ପିପିଲିର ରାଜନୀତି ଏକ ବିକଳ୍ପ ମୁହଁ ର ସନ୍ଧାନରେ ଅଛି। ତାର ସୁଯୋଗ ବିଜେପି କୁ ହୁଏତ ମିଳିପାରିବ। ଦୀର୍ଘ ବର୍ଷ କ୍ଷମତାରେ ରହିଥିବା ମହାରଥିଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ରହିଛି। ନିର୍ବାଚନୀ ହିଂସା, ଜମି ହଡପ, ବେବିନା ବେହେରା ଧର୍ଷଣ ଓ ହତ୍ୟାକାଣ୍ଡ ଭଳି ବହୁ ଦୁର୍ଘଟଣାରେ ମହାରଥିଙ୍କ ସମ୍ପୃକ୍ତି କଥା ଉଠିଛି। ତାକୁ ଉଠାଇବାରେ ବିଜେପି ସମର୍ଥ ହେବ କି?

ବିଜେପିର ପାରମ୍ପାରିକ ସାମ୍ପ୍ରଦାୟିକ ରାଜନୀତି ପୁରୀ ବା ପିପିଲିରେ କାମ କରିବ ନାହିଁ। କଂଗ୍ରେସ ଓ ବିଜେଡିରେ ନେତୃତ୍ବକୁ ନେଇ ଯେଉଁ ସ୍ଥିତାବସ୍ଥା ରହିଛି, ତାରି ବିରୋଧରେ ବିଜେପି ନିଜ ଲାଗି ସୁଯୋଗ ତିଆରି କରି ପାରିବ। ତେବେ ପୁରୀ ରାଜନୀତିରେ ଆଗାମୀ ଦିନରେ ନେତୃତ୍ଵ ବଦଳାଇବାକୁ ବିଜେଡି ମଧ୍ୟ ଚିନ୍ତା କରୁଛି। ମହେଶ୍ଵର ମହାନ୍ତି ପୁରୀରୁ ହାରିବା ପରେ ମହାରଥିଙ୍କର ବିକଳ୍ପ ବିଷୟରେ ବିଜେଡି ମଧ୍ୟ ଚିନ୍ତିତ। ସେହି ସମୟର ସଦୁପଯୋଗ  ବିଜେପି କରିପାରିବା ଉପରେ ସବୁକିଛି ନିର୍ଭର କରୁଛି।

BJP Odisha pipili politics
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026

ପାରାଦୀପ ବନ୍ଦରରେ ମାଲବାହୀ ଜାହାଜ ‘ଏମ୍‌ଟି ୟୁନିଟି’ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.