ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ହାଇଦ୍ରାବାଦରେ ହୋଇଥିବା ପର୍ଯ୍ୟଟନ ରୋଡ ସୋ ରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଦୁଇ ମହିଳାଙ୍କୁ ସାଥିରେ ନେଇ ବିବାଦ ବଢିବାରେ ଲାଗିଛି। ଗତକାଲି କଂଗ୍ରେସ ତରଫରୁ ଏହାକୁ ନେଇ ଅଭିଯୋଗ କରାଯାଇଥିବା ବେଳେ, ଆଜି ବିଧାନସଭାରେ ବିରୋଧୀ ଏ ପ୍ରସଙ୍ଗରେ ପ୍ରବଳ ହଙ୍ଗାମା କରିଥିଲେ। ତାରିଖରେ ହାଇଦ୍ରାବାଦରେ ଏକ ପାଇଁ ମନ୍ତ୍ରୀଙ୍କ ସହିତ ଦୁଇ ମହିଳା ଯାଇଥିଲେ। ତେବେ ସରକାରୀ ଖର୍ଚ୍ଚାରେ ଏହି ମହିଳା ଦ୍ବାୟ କିପରି ଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏହି ଦୁଇ ଜଣ ପର୍ଯ୍ୟଟନ ବିଭାଗ ସହିତ ସଂପର୍କ ନ ଥିବା ବେଳେ ମନ୍ତ୍ରୀ କିପରି ତାଙ୍କୁ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ନେଲେ ତାହା ବିବାଦ ସୃଷ୍ଟି କରିଛି।
ସେତେକି ନୁହେଁ ମନ୍ତ୍ରୀ ହାଇଦ୍ରାବାବ ବିମାନ ବନ୍ଦରରେ ଯେପରି ସେହି ମହିଳାଙ୍କ ସହିତ ସେଲଫି ଉଠାଇଲେ ତାହା ସନ୍ଦେହକୁ ଘନିଭୂତ କରିଦେଇଛି। ସେହିପରି ଜଣେ ମହିଳା ବିମାନରେ ଏକାଠି ବସିବାକୁ ନେଇ ମଧ୍ୟ ବିରୋଧୀ ପ୍ରଶ୍ନ କରିଛନ୍ତି। ବିରୋଧୀଙ୍କୁ ଉତ୍ତର ଦେଇ ମନ୍ତ୍ରୀ ଏହା ଏକ ମନଗଢା କଥା ବୋଲି କହିଥିଲେ। କୌଣସି ସରକାରୀ ଗସ୍ତରେ ବେସରକାରୀ ଲୋକ ଯାଇ ନାହାଁନ୍ତି ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ।ଏହି ଘଟଣା ପଦାକୁ ଆସିବା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପରେ ଖପ୍ପା ହୋଇପଡିଛନ୍ତି। ଖୁବ ଶିଘ୍ର ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।
ଏହି ଘଟଣାକୁ ନେଇ ମନ୍ତ୍ରୀ ଏବେ ହରଡ ଘଣାରେ ପଡିଯାଇଛନ୍ତି। ତାଙ୍କୁ ଶିଘ୍ର ମନ୍ତ୍ରୀ ପଦରୁ ବହିସ୍କାର କରାଯାଉ ବୋଲି ବିରୋଧୀ ଗୃହରେ ଅଡି ବସିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ନିଷ୍ପତି ନେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।