Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେୟାର ହସପିଟାଲ ଓ ଏହାର ତଥାକଥିତ ପାକିସ୍ତାନୀ ଲିଙ୍କ,ଏହାର ଉତ୍ତର କେନ୍ଦ୍ର ସରକାର ଦେବେ ନା ରାଜ୍ୟ ସରକାର? 
ବିଶେଷ ଖବର

କେୟାର ହସପିଟାଲ ଓ ଏହାର ତଥାକଥିତ ପାକିସ୍ତାନୀ ଲିଙ୍କ,ଏହାର ଉତ୍ତର କେନ୍ଦ୍ର ସରକାର ଦେବେ ନା ରାଜ୍ୟ ସରକାର? 

November 29, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେୟାର ହସପିଟାଲ ଓ ଏହାର ତଥାକଥିତ ପାକିସ୍ତାନୀ ଲିଙ୍କ,ଏହାର ଉତ୍ତର କେନ୍ଦ୍ର ସରକାର ଦେବେ ନା ରାଜ୍ୟ ସରକାର? 

କେଦାର ମିଶ୍ର 

କେୟାର ହସପିଟାଲର ପାକିସ୍ତାନ ଲିଙ୍କ, ଏକଥା ଶୁଣିବାକୁ ବଡ ଚାଞ୍ଚଲ୍ୟକର ମନେ ହେଉଛି। ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେ, ଏ ହସପିଟାଲ କୁଆଡେ ଜଣେ ପାକିସ୍ତାନୀ ନାଗରିକ କିଣିବାକୁ ଯାଉଛନ୍ତି। ଏହାର ସୂତ୍ର କଣ, କେଉଁଠୁ ଏ ତଥ୍ୟ ଆସିଲା, ସେକଥା ଆମକୁ ଜଣାନାହିଁ। ତେବେ ଭୁବନେଶ୍ୱର କେୟାର ହସପିଟାଲ ଗୋଟେ ଅଲଗା ଅନୁଷ୍ଠାନ ନୁହଁ। ଏହା ହାଇଦରାବାଦ ସ୍ଥିତ କ୍ଵାଲିଟି କେୟାର ଇଣ୍ଡିଆ ଲିମିଟେଡ ନାମକ ଏକ କମ୍ପାନୀ ଦ୍ଵାରା ପରିଚାଳିତ ଅନୁଷ୍ଠାନ। ତେଣୁ ଏହି ସଂସ୍ଥାରେ କିଏ କିଏ ନିର୍ଦ୍ଦେଶକ ଅଛନ୍ତି, ଏଥିରେ କେଉଁ ସଂସ୍ଥାର ଆନ୍ତର୍ଜାତିକ ପୁଞ୍ଜି ଲାଗିଛି ଓ ଏହାର ସେୟାର ବିଶ୍ଵ ବଜାରରେ କେଉଁ କେଉଁ କମ୍ପାନୀ ହାତକୁ ଯାଇଛି, ତାର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ। ଓଡିଶା ସରକାର ଚାହିଁଲେ ମଧ୍ୟ କେୟାରର ପୁଞ୍ଜିଲଗାଣ ସମ୍ପର୍କିତ ସଠିକ ତଥ୍ୟ ପାଇରିବେ ନାହିଁ।

ତେବେ ଏ ସମ୍ପର୍କିତ କିଛି ବିଭ୍ରାନ୍ତିକୁ ଦୂର କରିବା ହେଉଛି ପ୍ରଥମ ଆବଶ୍ୟକତା। ବିଭିନ୍ନ ଖବର କାଗଜରେ କେୟାର କମ୍ପାନୀ ଯେଉଁ ଆରିଫ ମାସୁଦ ନକଭିଙ୍କୁ ବିକ୍ରି ହେବାକୁ ଯାଉଛି ବୋଲି କୁହାଯାଉଛି, ତାଙ୍କ ପାଖରେ ୨୦୧୬ ମସିହାରୁ କେୟାର ହସପିଟାଲର ୭୨% ଅଂଶଧନ ବିକ୍ରି ହୋଇସାରିଛି। ୧୪, ଜାନୁଆରୀ,୨୦୧୬ରେ ପ୍ରକାଶିତ “ଦି ଇକୋନମିକ ଟାଇମ୍ସ’ର ଖବର ଅନୁଯାୟୀ କେୟାର ହସ୍ପିଟାଲ ପାଇଁ ପୁଞ୍ଜି ବିନିଯୋଗକାରୀ ଆଡଭେଣ୍ଟ ଇଣ୍ଟରନେସନାଲ ଠାରୁ ଦୁବାଇର ଅବ୍ରାଜ ଗୃପ ୨୦୦୦ କୋଟି ଟଙ୍କା ବିନିମୟରେ ଏହାର ୭୨% ଅଂଶଧନ ଖରିଦ କରିଥିଲେ। ୨୦୧୬ରେ ଏକ ବିରାଟ ଆନ୍ତର୍ଜାତିକ ପୁଞ୍ଜିଲଗାଣକାରୀ କମ୍ପାନୀ ଭାବରେ ଉଭା ହୋଇଥିବା ଅବ୍ରାଜ ଗୃପ ତିନି ବର୍ଷ ଭିତରେ ଏକ ଠକ ବ୍ୟବସାୟୀ ସଂସ୍ଥା ଭାବରେ ବଦନାମ ହେବା ସହିତ ଏହାର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅରିଫ ମାସୁଦ ନକଭି ଦୁବାଇ ଓ ଲଣ୍ଡନ ସ୍ଥିତ ବିଭିନ୍ନ ଅଦାଲତରୁ ଦଣ୍ଡିତ ହୋଇସାରିଛନ୍ତି।

କିଏ ଏହି ଆରିଫ ମାସୁଦ ନକଭି ଓ ଅବ୍ରାଜ ଗୃପ?  

୨୦୧୬ରେ ଅବ୍ରାଜ ଗୃପ ଯେତେବେଳେ କେୟାର ହସ୍ପିଟାଲରେ ପୁଞ୍ଜି ବିନିଯୋଗ କଲେ,ସେତେବେଳେ ଏହାକୁ ଆରବୀୟ କ୍ଷେତ୍ରର ସବୁଠୁ ବଡ ପୁଞ୍ଜିଲଗାଣ ପ୍ରକଳ୍ପ ଓ ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଥିଲା।ପୃଥିବୀର ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପରେ ଏହି କମ୍ପାନୀ ୧ ବିଲିଅନ ଡଲାର ପୁଞ୍ଜିଲଗାଣ କରିବ ବୋଲି କହିଥିଲା। ୨୦୧୯ ବେଳକୁ ଏହି କମ୍ପାନୀରେ ପୁଞ୍ଜି ଖଟାଇଥିବା ବିଶ୍ଵ ବ୍ୟାଙ୍କ ଓ ବିଲ ଗେଟ୍ସ-ମିଲିଣ୍ଡାଗେଟ୍ସ ଫାଉଣ୍ଡେସନ ଅବ୍ରାଜ ବିରୋଧରେ ଆର୍ଥିକ କୁପରିଚାଳନା ଓ ଠକେଇର ଅଭିଯୋଗ ଆଣିଥିଲେ। ଏହାର ପରିଣତି ସ୍ୱରୂପ କମ୍ପାନୀ ଏକ ପ୍ରକାର ଦେବାଳିଆ ହୋଇ ଯାଇଥିଲା ଓ ଏହାର ନିର୍ଦ୍ଦେଶକମାନେ ବିଭିନ୍ନ ମକଦ୍ଦମାରେ ଜେଲ ଗଲେ। ୧୯୬୦ରେ ପାକିସ୍ତାନର କରାଚିରେ ଜନ୍ମ ହୋଇଥିବା ଆରିଫ ନକଭି ଆମେରିକା, ୟୁରୋପ ସମେତ ଭାରତରେ ଦୀର୍ଘ ବର୍ଷ ବିଭିନ୍ନ ବ୍ୟବସାୟରେ ପୁଞ୍ଜି ଖଟାଇ ଆସିଛନ୍ତି।

୨୦୧୬ କଥା ୨୦୧୯ରେ ଉଠୁଛି କାହିଁକି? 

 କେୟାର ହସପିଟାଲ ଗୃପରେ ଅବ୍ରାଜର ଟଙ୍କା ଲାଗିବା ପ୍ରସଙ୍ଗ ଆଜିର ନୁହେଁ। ବିନା କେନ୍ଦ୍ର ସରକାରଙ୍କ ଅନୁମତିରେ ଏତେ ଟଙ୍କାର ବିଦେଶୀ ପୁଞ୍ଜି ଲଗାଣ ସମ୍ଭବ ନୁହେଁ। ଏହାକୁ ନେଇ ଜାତୀୟ ସ୍ତରରେ ବିଜେପି କିଛି ପ୍ରତିବାଦ କରିଛି କି? ଏହି ପ୍ରସଙ୍ଗ ଓଡିଶା ରାଜ୍ୟର ପ୍ରସଙ୍ଗ ନୁହେଁ। ପୁଞ୍ଜି ଲଗାଣ ଓ ଆନ୍ତର୍ଜାତିକ ବ୍ୟବସାୟର ଅନୁମତି, କେନ୍ଦ୍ର ସରକାରଙ୍କ ଅଧିକାର। ତେଣୁ ଏ ସମ୍ପର୍କରେ ସିବିଆଇ ଅନୁସନ୍ଧାନ ପାଇଁ ବିଜେପି ଓ କଂଗ୍ରେସ ସଭ୍ୟମାନେ ଓଡିଶା ବିଧାନସଭାରେ ଏକ ସ୍ଵତନ୍ତ୍ର ପ୍ରସ୍ତାବ ଆଣିବେ କି? କେୟାର ହସ୍ପିଟାଲ ର ପୁଞ୍ଜି କେଉଁ କମ୍ପାନୀ ହାତରେ କେତେ ରହିଛି, ତାହାର ପୂରା ଚିତ୍ର ଭାରତ ସରକାରଙ୍କ କମ୍ପାନୀ ଓ କର୍ପୋରେଟ ବିଭାଗରୁ ମିଳିଯିବା। ଅବ୍ରାଜ କମ୍ପାନୀ ଦେବାଳିଆ ହେଲା ପରେ ଏହା ନିଜର ଅଂଶଧନକୁ ବିଭିନ୍ନ କମ୍ପାନୀକୁ ବିକ୍ରି କରିଦେଇଛି। ଅବ୍ରାଜ ପାଖରେ ଥିବା ଏକ ବିଲିଅନ ଡଲାର ହେଲଥ କେୟାର ଫଣ୍ଡ ଏବେ ଆମେରିକାର ପ୍ରସିଦ୍ଧ ପୁଞ୍ଜି ଲଗାଣକାରୀ ସଂସ୍ଥା ଟିପିଜି ହାତରେ ରହିଛି।

ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି, ପୁଞ୍ଜି ଲଗାଣ ସମ୍ପର୍କିତ ଏକ ପ୍ରସଙ୍ଗ, ଯାହାକି କେନ୍ଦ୍ର ସରକାରଙ୍କ ଅଧିକାରର ବିଷୟ ତାକୁ ଓଡିଶା ବିଧାନସଭାରେ ଉଠା ଯାଉଛି କାହିଁକି? କେୟାରରେ ଅବ୍ରାଜ ଗୃପର ପୁଞ୍ଜି ଲଗାଣ ବିଜେପି ସରକାରଙ୍କ ଅମଳରେ ହୋଇଛି। ଏହା ବେଆଇନ ବୋଲି ବିଜେପି ସ୍ଵୀକାର କରୁଛି କି? ବର୍ତ୍ତମାନ ଦେଶରେ ପୁଞ୍ଜି ଲଗାଣକୁ ନେଇ ହତାଶାଜନକ ସ୍ଥିତି ରହିଛି। ତେଣୁ ଉପସାଗରୀୟ ଦେଶ ସମୂହ ଯଥା- ଦୁବାଇ, କୁଏତ, ସାଉଦି ଆରବ ଭଳି ଦେଶର ପୁଞ୍ଜି ଲଗାଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଉତ୍ସାହିତ କରୁଛନ୍ତି। କେୟାରରେ ଅବ୍ରାଜର ପୁଞ୍ଜି ଲଗାଣ ସେଇ ବୃହତ୍ତର ଲକ୍ଷ୍ୟର ଅଂଶବିଶେଷ। ଏହା ଯଦି ଦେଶ ବିରୋଧୀ ବା ଏଥିରେ ଯଦି ପାକିସ୍ତାନ ଲିଙ୍କ ରହିଛି, ତାହେଲେ ଏଠି ପାଇଁ ଭାରତ ସରକାରଙ୍କ କର୍ପୋରେଟ ମନ୍ତ୍ରାଳୟ, ଅର୍ଥ ବିଭାଗ ଓ ବାଣିଜ୍ୟ ବିଭାଗ ଦାୟୀ ରହିବେ। ବିଜେପି ସରକାର କାହିଁକି ଜଣେ ପାକିସ୍ତାନୀ ନାଗରିକ ସ୍ଥାପନ କରିଥିବା କମ୍ପାନୀକୁ ଭାରତରେ ପୁଞ୍ଜି ଲଗାଣ ପାଇଁ ଅନୁମତି ଦେଲେ, ଏ ପ୍ରଶ୍ନ ବିଜେପି ନେତାମାନେ ତାଙ୍କ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ପଚାରିବେ କି?

 

assembly BJP
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026
Latest News

ମୋଦୀଙ୍କ ଜନ୍ମଦିନରେ ପ୍ରତ୍ୟେକ ଘରେ ‘ଆଶୀର୍ବାଦର ଦୀପ’ ଜଳାଇବାକୁ ଆହ୍ୱାନ କଲେ ଉପମୁଖ୍ୟମନ୍ତ୍ରୀ

September 12, 2026

ଭିଜିଲାନ୍ସ ନଜରରେ ଅବକାରୀ ଅଧୀକ୍ଷକ, ସ୍କର୍ପିଓରୁ ମିଳିଲା ୫ ଲକ୍ଷ

September 12, 2026

ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ଜୋରଦାର କଲା ପଞ୍ଚାୟତିରାଜ ବିଭାଗ

September 12, 2026

ଓଏସ୍ଏସ୍ଏଫ୍ ଯବାନଙ୍କ ପାଇଁ ଏସବିଆଇ ସହ ଓଡ଼ିଶା ପୋଲିସର ଏମ୍ଓୟୁ ସ୍ୱାକ୍ଷର

September 12, 2026

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.