Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସିବିଆଇ ବନାମ ଓଡିଶା ପୋଲିସ; ତଦନ୍ତ ଆଳରେ ରାଜନୀତିର ଡାହିମାଙ୍କୁଡି ଖେଳ
ବିଶେଷ ଖବର

ସିବିଆଇ ବନାମ ଓଡିଶା ପୋଲିସ; ତଦନ୍ତ ଆଳରେ ରାଜନୀତିର ଡାହିମାଙ୍କୁଡି ଖେଳ

February 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜିକୁ ଚାରି ବର୍ଷ ନଅ ମାସ ତଳୁ ପୂର୍ବ ଭାରତୀୟ ରାଜ୍ୟ ଗୁଡିକରେ ଘଟିଥିବା ଚିଟ ଫଣ୍ଡ  ଦୁର୍ନୀତିର ତଦନ୍ତ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ କୁ ଦାୟିତ୍ଵ ଦେଇଥିଲେ। ପଶ୍ଚିମ ବଙ୍ଗ, ଓଡିଶା, ତ୍ରିପୁରା, ଆସାମ ଓ ଝାଡଖଣ୍ଡ ରାଜ୍ୟରେ ବ୍ୟାପକ ଭାବେ ଚାଲିଥିବା ବେଆଇନ ଚିଟଫଣ୍ଡ ଘୋଟାଲାର ତଦନ୍ତ ଗତ ପାଞ୍ଚ ବର୍ଷ ହେଲା ଚାଲିଛି ଯେ ଚାଲିଛି। ୨୦୧୪ ସାଧାରଣ ନିର୍ବାଚନରେ ଏହାକୁ ଏକ ବଡ ରାଜନୈତିକ ପ୍ରସଙ୍ଗ ଭାବେ ଉପସ୍ଥାପନ କରାଯାଇଥିଲା। ତେବେ ଏହି ଦୁର୍ନୀତିରେ ସେତେବେଳେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଓ ଓଡିଶାର ବିଜୁ ଜନତା ଦଳ ସରକାର ବିରୋଧରେ ଅଭିଯୋଗ ଉଠିଥିଲେ ମଧ୍ୟ, ସାଧାରଣ ଭୋଟର ଏହି ଉଭୟ ଦଳକୁ ଅବିଶ୍ଵାସ କରିନଥିଲେ। ସିବିଆଇ ତଦନ୍ତ ଆରମ୍ଭ ହେବାପରେ ଏହି ଦୁଇ ଦଳର ବହୁ ସାଂସଦ ଓ ବିଧାୟକ ଗିରଫ ହୋଇଥିଲେ। ତେବେ ଏହି ତଦନ୍ତର ଗତି ଏତେ ଜଟିଳ ଓ ଏଥିରେ ରାଜନୀତିର ପ୍ରଭାବ ଏତେ ତୀବ୍ର ଥିଲା ଯେ ଏହାକୁ ନେଇ କିଛି ଗୋଟାଏ ଆଶାଜନକ ଫଳ ବାହାରିବ ସେ ଆଶା ଆଉ ସାଧାରଣ ଲୋକଙ୍କ ଭିତରେ ନାହିଁ।

ସିବିଆଇ ଭିନ୍ନ ଭିନ୍ନ ସମୟରେ ବହୁ ରାଜନେତା ଓ ପୋଲିସ ଅଧିକାରୀଙ୍କୁ ଏଥିପାଇଁ ନୋଟିସ କରିଛି। ଏ ପ୍ରସଙ୍ଗରେ ରାଜନେତାମାନଙ୍କୁ ସମୟ ଓ ସୁଯୋଗ ଦେଖି ଡକାଯାଉଛି ଓ ସେମାନଙ୍କୁ ଖସିଯିବାର ସୁଯୋଗ ସୃଷ୍ଟି କରାଯାଉଛି। ୨୦୧୪ ରୁ ଆଜି ଭିତରେ ଓଡିଶାର ତିନୋଟି ଯାକ ପ୍ରମୁଖ ଦଳର ନେତାଙ୍କୁ ସିବିଆଇ ଏହି ମାମଲାରେ ନୋଟିସ କରିଛି କିମ୍ବା ଗିରଫ କରିଛି। ତେବେ ନୋଟିସ ଓ ଗିରଫଦାରୀ ମାମଲାରେ ସିବିଆଇର ବାସ୍ତବ କାର୍ୟାନୁଷ୍ଠାନ ଅପେକ୍ଷା ଏହାକୁ ନେଇ ରାଜନୈତିକ ସୁଆଙ୍ଗ ରଚନା ଅଧିକ ଚର୍ଚ୍ଚା ରେ ରହିଛି। ଆଜି ଇଚ୍ଛା ହେଲା ତ ଏଇ ନେତାଙ୍କୁ ଡାକ, କାଲୀ ତାକୁ ବାନ୍ଧ, ପହର ଦିନ ତାଙ୍କୁ ଛାଡିଦିଅ,  ଏମିତି ବିଚିତ୍ର ଡାହିମାଙ୍କୁଡି ଖେଳ ସିବିଆଇ ଖେଳିଚାଲିଛି। ତେବେ ଇତି ମଧ୍ୟରେ ୨୦୧୪ ପୂର୍ବରୁ ସିବିଆଇ ତଦନ୍ତ କରିଥିବା ୨ଜି ଘୋଟାଲାର ଅଭିଯୁକ୍ତମାନେ ଅଦାଲତ ଦ୍ଵାରା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ସାରିଲେଣି। ଚିଟ ଫଣ୍ଡ ଘୋଟାଲାରେ ଅଭିଯୁକ୍ତ ହୋଇ ଗିରଫ ହୋଇଥିବା ଜଣେ ବି ରାଜନେତାଙ୍କ ବିରୋଧରେ ସିବିଆଇ ଉପଯୁକ୍ତ ତଥ୍ୟ ପ୍ରମାଣ ରଖି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିପାରିନାହିଁ। ଓଲଟି ଏହାକୁ ନେଇ କେନ୍ଦ୍ର ସରକାର ଓ ଶାସକ ବିଜେପି ନିକୃଷ୍ଟ ରାଜନୈତିକ ଖେଳ ଖେଳୁଛନ୍ତି।

ଚିଟଫଣ୍ଡ ଅଭିଯୁକ୍ତ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ରାୟ ବିଜେପିରେ ଯୋଗଦେବା ପରେ ତାଙ୍କ ଉପରେ ଆଉ କୌଣସି କାର୍ୟାନୁଷ୍ଠାନ  ଗ୍ରହଣ କରାଯାଉନାହିଁ। ଆସାମ ରେ ସାରଦା ଓ ରୋଜ ଭ୍ୟାଲି ଚିଟ ଫଣ୍ଡ ଦୁର୍ନୀତିରେ ଖୋଲାଖୋଲି ସାମିଲ ଥିବା ଜଣେ ପୂର୍ବତନ କଂଗ୍ରେସର ମନ୍ତ୍ରୀ ବିଜେପିକୁ ଆସି ଏବେ ଉତ୍ତରପୂର୍ବ ରାଜ୍ୟରେ ବିଜେପିର ବଡ ନେତା ହୋଇ ବୁଲୁଛନ୍ତି।  ଓଡିଶାରେ ବିଜେଡ଼ିର ସାଂସଦ ରାମଚନ୍ଦ୍ର ହାଂସାଦା, ବିଧାୟକ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ମଲ୍ଲିକ, ବିଜେପିର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି ପ୍ରମୁଖ ଗିରଫ ହୋଇ ଜାମିନରେ ଅଛନ୍ତି। ଆହୁରି ଗୁଡାଏ ନେତାଙ୍କୁ କେବଳ ଡାକି ପଚରା ଉଚୁରା କରାଯାଇଛି। ନେତାଙ୍କୁ ଡାକି ପଚରା ଉଚୁରା କରିବାର ରାଜନୈତିକ ନାଟକବାଜି କୁ ସିବିଆଇ ସର୍ବାଧିକ ଗୁରୁତ୍ଵ ଦେଲାପରି ମନେହେଉଛି।

ଏହି ତଦନ୍ତର ପାଞ୍ଚ ବର୍ଷ ପରେ ମଧ୍ୟ ସିବିଆଇ ସେଇ ସମାନ ନାଟକ କରି ଚାଲିଛି। ଏବେ ହଠାତ ନିର୍ବାଚନ ପୂର୍ବରୁ ବିଜେଡ଼ିର ଦୁଇଜଣ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ ପଠାଇଛି। ଏହାର ପ୍ରତି ଜବାବରେ ଓଡିଶା ପୋଲିସ ବିଜେପିର ଦୁଇ ଜଣ ନେତାଙ୍କୁ ଏକ ହତ୍ୟାକାଣ୍ଡ ଅଭିଯୋଗରେ ନୋଟିସ ପଠାଇଛି। ନିର୍ବାଚନ ପୂର୍ବରୁ ଉଭୟ ବିଜେପି ଓ ବିଜେଡ଼ିର ଏ ନୋଟିସ ପଠା ନାଟକରେ ସିବିଆଇ ତଥା ପୋଲିସ ଯେ ମୋହରା ଭାବେ ବ୍ୟବହୃତ ହେଉଛି, ଏଥିରେ ସନ୍ଦେହର କୌଣସି କାରଣ ନାହିଁ। ଗୋଟେ ଘଟନା ଘଟିବାର ସାତ ବର୍ଷପରେ ଅଭିଯୁକ୍ତଙ୍କୁ ଡାକି ତାଙ୍କଠୁ ପ୍ରମାଣ ଖୋଜିବା ତଦନ୍ତ ନା ନିର୍ବୋଧତା ତାର ଉତ୍ତର ଅବଶ୍ୟ ସିବିଆଇ ଦେବନାହିଁ।  ଲୋକ କିନ୍ତୁ ଜାଣନ୍ତି ସିବିଆଇ କଣ ଓ କାହାଲାଗି ଏ  ନାଟକ ଚାଲିଛି। ସେହିପରି ପ୍ରାୟ ବର୍ଷେ ତଳେ ବ୍ରହ୍ମପୁରର ଏକ ଭୟଙ୍କର ହତ୍ୟାକାଣ୍ଡର ଆସାମୀଙ୍କୁ ଦୁଇଜଣ ବିଜେପି ନେତା ଶରଣ ଦେଇଥିବାର ପ୍ରମାଣ ମିଳିଥିଲା। ସେତେବେଳେ ସେଥିରୁ ଜଣେ ନେତାଙ୍କୁ ଡାକି ପୋଲିସ ପଚରା ଉଚୁରା କରି ଛାଡିଦେଇଥିଲେ। ଏବେ ହଠାତ ପୁଣି ସେ ମାମଲା ଉଠିବାର କାରଣ, ସିବିଆଇ କୁ ଜବାବ ଦେବାର ଏହା ଏକ ମାଧ୍ୟମ ନୁହଁ ତ!!

ଚିଟ ଫଣ୍ଡ ମାମଲା ହେଉ କି ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ, ଏହାର ତଦନ୍ତ କରିବାକୁ ଯାଇ ସିବିଆଇ ତଥା ପୋଲିସ ରାଜନୈତିକ ପ୍ରତିଶୋଧ ର ମାଧ୍ୟମ ସାଜିବା ଅତ୍ୟନ୍ତ ଦୁଃଖର ବିଷୟ। ସିବିଆଇ ପାଞ୍ଚ ବର୍ଷ ଧଋ ଆଖି ବୁଜି ଶୋଇବା ପରେ ଏବେ ନୋଟିସ ପଠାଇବାର କୌଣସି ଅର୍ଥ ଇ ନାହିଁ। ସେହିପରି ଓଡିଶା ପୋଲିସ ବର୍ଷେତଳେ ଯେଉଁ ନେତାଙ୍କୁ ଡାକି ଛାଡି ଦେଇଥିଲା, ତାଙ୍କୁ ଡାକି ପୁଣି କି ତଥ୍ୟ ପାଇବ, ସେ  ମଧ୍ୟ ଏକ ପ୍ରଶ୍ନବାଚୀ। ତେବେ ନିର୍ବାଚନ ପୂର୍ବରୁ ମଇଦାନରେ ଭଲ ଡାଇଲଗ ମାରିବାକୁ ଏ ଘଟନା କିଛି ଟା ସୁଯୋଗ ଅବଶ୍ୟ ସୃଷ୍ଟି କରିଛି!!

cbi kedarmishra odishapolice
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026

ଶ୍ରୀନଗରର ଲାଲ ଚୌକରେ ପାକିସ୍ତାନ ବିରୋଧରେ ପ୍ରତିବାଦ: ପିଓକେ ପୁନଃ ଦଖଲ ପାଇଁ ଦାବି

June 11, 2026
Latest News

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.