Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିଆଜ ଦର ବଢୁଛି କାହିଁକି ଓ କାହା ପାଇଁ, କାହାକୁ ଜଣା ନାହିଁ!! 
ବିଶେଷ ଖବର

ପିଆଜ ଦର ବଢୁଛି କାହିଁକି ଓ କାହା ପାଇଁ, କାହାକୁ ଜଣା ନାହିଁ!! 

November 30, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପିଆଜ ଦର ବଢୁଛି କାହିଁକି ଓ କାହା ପାଇଁ, କାହାକୁ ଜଣା ନାହିଁ!! 

କେଦାର ମିଶ୍ର 

ଆମେ ଗୋଟେ ଅଦ୍ଭୁତ ସମୟରେ ବଞ୍ଚୁଛୁ। ଆମ ପାଖରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ନାହିଁ। ତାର ଏକ ଛୋଟିଆ ଉଦାହରଣ ହେଉଛି, ଦେଶସାରା ବଢି ଚାଲିଥିବା ନିଆଁଲଗା ପିଆଜ ଦର। ଆଜିର ତାରିଖରେ ଭୁବନେଶ୍ବରରେ ପିଆଜ ଦର କିଲୋ ପିଛା ୯୦ ରୁ ୧୦୦ ଟଙ୍କା। ଏହା କେବଳ ଓଡିଶାରେ ସୀମିତ ନୁହେଁ। ସାରା ଦେଶରେ ପିଆଜ ଦର କିଲୋ ପିଛା ୯୦ ରୁ ୧୦୦ ଭିତରେ ରହିଛି। ତେବେ ଏହାକୁ ନେଇ କୌଣସି ରାଜନୈତିକ ପ୍ରତିକ୍ରିୟା ଦେଖିବାକୁ ମିଲୁନି କାହିଁକି? ସଂସଦର ଅଧିବେଶନ ଚାଲିଛି। ପିଆଜର ଏହି ଅହେତୁକ ଦରବୃଦ୍ଧିକୁ ନେଇ ସଂସଦରେ ଆଲୋଚନା ହେଲାଣି କି? ଗୋଡସେ ଭଳି ଅପରାଧୀକୁ ନେଇ ଦୁଇ ଦିନ ଚର୍ଚ୍ଚା କରୁଥିବା ଆମର ସାଂସଦ, ପ୍ରତ୍ୟେକ ସାଧାରଣ ଲୋକକୁ କନ୍ଦାଉଥିବା ପିଆଜ ଦର ବିଷୟରେ ଆଲୋଚନା କରୁନି କାହିଁକି? କୌଣସି ବି ରାଜନୈତିକ ଦଳ ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଳାଇବାର କେହି ଦେଖିଛନ୍ତି କି? କଣ ପାଇଁ ଏହାକୁ ଆମେ ଏତେ ସହଜରେ ଗ୍ରହଣ କରି ନେଇଛୁ? ପିଆଜ ଦର ବଢୁଥିବାରୁ ଏହା ପିଆଜ ଚାଷୀଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆନୁଛି କି? ମୁଁ ଯଦି କିଲେ ପିଆଜକୁ ୧୦୦ ଟଙ୍କାରେ କିଣୁଛି, ତାର ୭୦-୮୦ ଟଙ୍କା ଚାଷୀ ପାଉଛି କି? ଯଦି ଚାଷୀ ପାଖକୁ ସେ ପଇସା ଯାଆନ୍ତା, ତାହେଲେ ଖାଉଟି ପଇସା ଦେବାର ଲାଭ ଅଛି ବୋଲି କହିହେବ। ତାହା ବି ହେଉନାହିଁ। ପିଆଜ ଦର କାହିଁକି ବଢୁଛି, ସେ ସମ୍ପର୍କରେ କେନ୍ଦ୍ର ସରକାର ବା ରାଜ୍ୟ ସରକାର, କେହି କିଛି କହୁନାହାନ୍ତି। କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କର କୌଣସି ବକ୍ତବ୍ୟ ଏ ପ୍ରସଙ୍ଗରେ ଶୁଣିବାକୁ ମିଳୁନାହିଁ। ପ୍ରଧାନମନ୍ତ୍ରୀ ତ ବଡ ଲୋକ, ସେ ପିଆଜ ଭଳି ଛୋଟ କଥାରେ ମୁଣ୍ଡ କାଇଁ ପୁରାଇବେ!

ସାଧାରଣ ନାଗରିକ ଭାବରେ ଆସନ୍ତୁ, ଆମେ ଏହାର କାରଣ ଖୋଜିବା। ଅର୍ଥନୀତି ଓ ବଜାରର ଏକ ସାଧାରଣ ନିୟମ ହେଉଛି, ଯଦି ଖାଉଟିର ଦାବି ତୁଳନାରେ ଉତ୍ପାଦନ କମ ହୁଏ, ତାହେଲେ ଦର ବୃଦ୍ଧି ସ୍ଵାଭାବିକ। ଯେତିକି ପିଆଜ ଆମେ ଦରକାର କରୁଛୁ, ତାଠୁ ପିଆଜ ଉତ୍ପାଦନ ଯଦି କମ ହେଉଛି, ତାହେଲେ ଦର ବଢିବାର କାରଣ ବୁଝିହେବ। ହେଲେ ସରକାରୀ ତଥ୍ୟ କହୁଛି, ଆମର ଚାହିଦା ଠାରୁ ପିଆଜ ଉତ୍ପାଦନର ମାତ୍ରା ଢେର ଅଧିକ। ଇକୋନମିକ ଟାଇମ୍ସର ଏକ ରିପୋର୍ଟ ମୁତାବକ ଦେଶରେ ୨୦୧୮-୧୯ ବର୍ଷରେ ପିଆଜ ଉତ୍ପାଦନ ୨୩.୫ ନିୟୁତ ଟନ ହୋଇଥିବା ବେଳେ ଦେଶର ଚାହିଦା ହେଉଛି ୧୬ ନିୟୁତ ଟନ। ଅର୍ଥାତ ଆମ ଚାହିଦା ଠାରୁ ଆମେ ୭.୫ ନିୟୁତ ଟନ ଅଧିକ ଉତ୍ପାଦନ କରୁଛୁ। ବଳକା ପିଆଜକୁ ରପ୍ତାନି କରି ୨୦୧୮ରେ ୩୫୧୬ କୋଟି ଓ ଚଳିତ ବର୍ଷ ଜୁନ ସୁଦ୍ଧା ୧୮୪୦ କୋଟି ଟଙ୍କାର ଆୟ ହୋଇଛି। ତା ସତ୍ତ୍ୱେ ଘରୋଇ ବଜାରରେ ପିଆଜ ଦର ଏତେ ଅଧିକ ହେବାର କାରଣ କଣ? ଯେ କୌଣସି ଅର୍ଥଶାସ୍ତ୍ରୀ ବା ବଜାର ବିଶେଷଜ୍ଞ ଏହି ତଥ୍ୟକୁ ଦେଖି ମୂର୍ଚ୍ଛା ହୋଇପଡିବେ। ୭.୫ ନିୟୁତ ଟନ ବଳକା ପିଆଜ ଉତ୍ପାଦନ କରୁଥିବା ଦେଶରେ ପିଆଜ ସବୁଠୁ ଶସ୍ତା ହେବା କଥା। ଏହାର ବିପରୀତରେ ସବୁଠୁ ମହଙ୍ଗା ପିଆଜ କାହିଁକି?

ଦର ବୃଦ୍ଧିର ଗୋଟେ କାରଣ କୁହାଯାଉଛି, ତାହେଲା ଦେଶର ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ଅସମୟ ବର୍ଷା। ଏଥିପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶ୍ଵାନ ବଡ ନିରୀହ ଭାବରେ କହିଛନ୍ତି, ପ୍ରକୃତି ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ। ଠିକ କଥା, ଅସମୟ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି। ହେଲେ ଏହା ଏକ ସାଧାରଣ ଘଟନା। ଆଗରୁ ସତର୍କତାମୂଳକ ଭାବରେ ପିଆଜ ମହଜୁଦ ରଖିବା କଥା। ସରକାରୀ ତଥ୍ୟ ତ କହୁଛି, ପିଆଜ ମହଜୁଦ ଅଛି। ତଥାପି ଦର ବଢୁଛି କେମିତି? ପାଶ୍ୱାନ ସାହେବ ଏହାର ଉତ୍ତର ଦେବାକୁ ଚାହୁଁ ନାହାନ୍ତି। ଗତ ସେପ୍ଟେମ୍ବର ମାସରେ ପିଆଜର ରପ୍ତାନି ଉପରେ ସରକାର କଟକଣା ଲାଗୁ କରିଥିଲେ। ତଥାପି ପରିସ୍ଥିତିରେ ସୁଧାର ଆସୁନାହିଁ। ପରିସ୍ଥିତି ସମ୍ଭାଳିବାକୁ ଏବେ ଇଜିପ୍ଟରୁ ୬୦୯୦ ଟନ ପିଆଜ ଆମଦାନୀ କରାଯାଉଛି। ଯଦି ପିଆଜ ମହଜୁଦ ଅଛି, ତାହେଲେ ଆମଦାନୀ ର ଆବଶ୍ୟକତା କଣ? ଏଠି କେହି ନା କେହି ତ ମିଛ କହୁଛି।

ପିଆଜ ର କଳା ବଜାର ପାଇଁ ବେଆଇନ ଭାବରେ ବ୍ୟବସାୟୀମାନେ ଏହାର ଯୋଗାଣକୁ ବ୍ୟାହତ କରୁଥିବାର ଅଭିଯୋଗ ଆସୁଛି। ସରକାରୀ ନିୟମ ଅନୁଯାୟୀ ଜଣେ ଖୁଚୁରା ପିଆଜ ବ୍ୟବସାୟୀ ୧୦୦ କୁଇଣ୍ଟାଲ ଓ ହୋଲସେଲର ୫୦୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ। ପିଆଜ ଗୋଦାମ ତଥା ବ୍ୟବସାୟୀଙ୍କ ଉପରେ ଚଢାଉ କରି ଏହି ନିୟମକୁ କଡାକଡି ଲାଗୁ କରିବାର ଦାୟିତ୍ଵ ରାଜ୍ୟ ସରକାରଙ୍କର ରହିଛି। ଓଡିଶାରେ ଏଥିପାଇଁ ଯୋଗାଣ ବିଭାଗ କିଛି କରୁଛନ୍ତି ନା କେବଳ ହାତକୁ ହାତ ବାନ୍ଧି ବସିଛନ୍ତି ତାହା ମଧ୍ୟ ଏକ ବଡ ପ୍ରଶ୍ନ।

ନଭେମ୍ବର ପ୍ରଥମ ସପ୍ତାହରେ ମହାରାଷ୍ଟ୍ର ଅହମଦନଗର ର ଜଣେ ପିଆଜ ଚାଷୀ କାନ୍ଦି କାନ୍ଦି କହୁଥିଲେ, ସେ ପିଆଜ କିଲୋ ମାତ୍ର ୮ ଟଙ୍କାରେ ବିକ୍ରି କରୁଛନ୍ତି। ଶ୍ରମିକଙ୍କୁ ମୂଲ ଦେବାଲାଗି ତାଙ୍କର ସାମର୍ଥ୍ୟ ନାହିଁ। ହେଲେ ଖାଉଟି ଶହେ ଟଙ୍କାରେ ପିଆଜ କିଣି ଖାଉଛି। ଚାଷୀର ୮ ଟଙ୍କା ଓ ଖାଉଟିର ୧୦୦ ଟଙ୍କା ଭିତରେ ଯେଉଁ ୯୨ ଟଙ୍କାର ମୁନାଫା, ତାକୁ ଖାଉଛି କିଏ? ଏ ପ୍ରଶ୍ନ ବା ପଚାରିବ କିଏ? ସରକାରକୁ ପ୍ରଶ୍ନ ପଚାରିବା ଯେହେତୁ ଦେଶଦ୍ରୋହ, ତେଣୁ ଏ ପ୍ରଶ୍ନ ନିଜେ ନିଜକୁ ହିଁ ପଚରାଯାଉ!!

kedarmishra OnionPrice କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.