Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ଟୋଲ୍‌ ଗେଟ୍‌ରେ ହେବନି ସମୟ ଅପଚୟ : ଡିସେମ୍ବର ୧୫ରୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ
ବିଶେଷ ଖବର

ଏଣିକି ଟୋଲ୍‌ ଗେଟ୍‌ରେ ହେବନି ସମୟ ଅପଚୟ : ଡିସେମ୍ବର ୧୫ରୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ

December 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଟୋଲ୍ ଗେଟ୍
ପ୍ରତିବାଦ କରି ଗେଟ୍ ଖୋଲିଦେଲେ ଟୋଲ୍ କର୍ମଚାରୀ: ଦୁଇ ଘଣ୍ଟାରେ କେତେ ରୋଜଗାର କରନ୍ତି ମାଲିକ?

ସମୀକ୍ଷା ବ୍ୟୁରୋ

ଆପଣଙ୍କୁ ଆଉ ଟୋଲଗେଟ୍‌ରେ ଟୋଲ ଫି ଦେବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି। ଫାସଟ୍ୟାଗ୍‌ ଜରିଆରେ ଅନଲାଇନରେ ଗାଡି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଟୋଲ୍ ଗେଟ୍ ପାଇଁ ଟଙ୍କା କଟିବ। ଫାସ ଟ୍ୟାଗ୍‌ ସ୍କାନ ହେବା ପରେ ଗାଡି ଚାଳକଙ୍କ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟିଯିବ। ଟୋଲ୍ ଗେ ରେ ଅପେକ୍ଷା ଦ୍ଵାରା ହେଉଥିବା ସମୟ ଅପଚୟକୁ କମ କରିବାକୁ  ଏହି ଫାସଟ୍ୟାଗ୍ କୁ ବାଧ୍ୟତାମୂଳକ କରାଯାଇଛି। ପ୍ରଥମେ ଏହି ଫାସ ଟ୍ୟାଗ କୁ ଡିସେମ୍ବର ପହିଲାରୁ ବାଧ୍ୟତାମୂଳକ କରଯାଇଥିଲା କିନ୍ତୁ ଏବେ ତାର ଅବଧି ଡିସେମ୍ବର ୧୫ ଯାଏଁ ବୃଦ୍ଧି କରା ଯାଇଛି। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ ପ୍ଲାଜାଗୁଡିକୁ ଫାସଟ୍ୟାଗରେ ପରିଣତ କରାଯିବ। ନଗଦ ଅର୍ଥ ଦେବା ପାଇଁ ମଧ୍ୟ ଗୋଟିଏ ଲେନ ରହିବ।

ଫାସ ଟ୍ୟାଗ ବ୍ୟବହାର କଲେ ନଗଦ ଅର୍ଥ ଠାରୁ ଅପେକ୍ଷାକୃତ କମ ଟଙ୍କା ପଇଠ କରିବାକୁ ହେବ। ଏହି ଫାସ ଟ୍ୟାଗ ନୂତନ ବାହନ ଗୁଡିକରେ ଆଗରୁ ଦିଆ ଯାଇଥିବ। ପୁରୁଣା ବାହନ ଗୁଡିକ ପାଇଁ ବାହାରେ ମଧ୍ୟ ଫାସ ଟ୍ୟାଗ ମିଳିପାରିବ। ଏହି ଫାସ ଟ୍ୟାଗ ପାଞ୍ଚ ବର୍ଷ ଲାଗି ବୈଧ ହେବ। ବୈଧତା ସରିଗଲା ପରେ ଆଉଥରେ ଫାସ ଟ୍ୟାଗ କିଣିବାକୁ ହେବ। ଫାସ ଟ୍ୟାଗ ରେ ଟଙ୍କା ଭରିବାକୁ ହେଲେ ମୋବାଇଲ ରିଚାର୍ଜ ଭଳି ଏହାକୁ ରିଚାର୍ଜ କରିବାକୁ ହେବ। ପେ ଟି ଏମ ଦ୍ଵାରା ମଧ୍ୟ ଏହି ଫାସ ଟ୍ୟାଗକୁ ରିଚାର୍ଜ କରି ହେବ।

ଫାସ ଟ୍ୟାଗ୍ ପାଇବା ଟୋଲ୍ ପ୍ଲାଜାଠାରେ ଥିବା ଏନଏଚଏଆଇର ବିଭିନ୍ନ କେନ୍ଦ୍ର ସହ ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ, ବ୍ୟାଙ୍କ୍ ଅଫ୍ ବରୋଦା, ଏକ୍ସିସ, ସିଟି ୟୁନିୟନ୍ ବ୍ୟାଙ୍କ୍ ଶାଖା ବା ଅନଲାଇନ୍ ସର୍ଭିସରୁ ଏହି ଫାଷ୍ଟ୍ୟାଗ୍ ସଂଗ୍ରହ କରିହେବ।

ଇଲେକ୍ଟ୍ରୋନିକ୍ ଟୋଲ୍ କଲେକ୍ସନ ସିଷ୍ଟମ କିମ୍ବା ଫାଷ୍ଟ ଟ୍ୟାଗ୍ ସ୍କିମ୍ ଭାରତରେ ସର୍ବପ୍ରଥମେ ୨୦୧୪ରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା। ଏହାକୁ ଧିରେ ଧିରେ ସାରା ଦେଶରେ ଟୋଲ ପ୍ଲାଜା ମାନଙ୍କରେ ଲାଗୁ କରାଯାଉଛି। ଫାସ ଟ୍ୟାଗ ସିଷ୍ଟମ ସାହାଯ୍ୟରେ ଆପଣଙ୍କୁ ଟୋଲ୍ ପ୍ଲାଜାରେ ଟୋଲ୍ ଟ୍ୟାକ୍ସ ଦେବା ପାଇଁ ଆଉ ଅପେକ୍ଷା  କରିବାକୁ ପଡିବନି। ଫାସ ଟ୍ୟାଗ ସାହାଯ୍ୟରେ ଆପଣ ଟୋଲ୍ ପ୍ଲାଜାରେ ନଅଟକି ମଧ୍ୟ ନିଜ ଟୋଲ୍ ଟ୍ୟାକ୍ସ ଦେଇପାରିବେ। ବାହନର  ୱିଣ୍ଡୋସ୍କ୍ରିନରେ ଫାସ ଟ୍ୟାଗ ଲଗାଯିବ ଏବଂ ଏଥିରେ ରେଡିଓ ଫ୍ରିକ୍ୱେନ୍ସି ଆଇଣ୍ଡେଟିଫିକେସନ୍ ଲାଗିଥାଏ।

ଯେତେବେଳେ ଆପଣଙ୍କ ଗାଡି ଟୋଲ୍ ପ୍ଲାଜା ନିକଟକୁ ଆସିଯିବ, ସେତେବେଳେ ଟୋଲ୍ ପ୍ଲାଜାରେ ଲାଗିଥିବା ସେନ୍ସର ଆପଣଙ୍କ ବାହନର ୱିଣ୍ଡୋସ୍କ୍ରିନରେ ଲାଗିଥିବା ଫାସ ଟ୍ୟାଗ୍‌ ସମ୍ପର୍କରେ ଆସିଯାଏ ଏବଂ ଆପଣଙ୍କ ଫାସ ଟ୍ୟାଗ ଆକାଉଣ୍ଟରୁ ସେହି ଟୋଲ୍ ପ୍ଲାଜାରେ ଲାଗିବାକୁ ଥିବା ଶୁଳ୍କ କଟିଯିବ। ଫାସ ଟ୍ୟାଗ ଲାଗି ଥିବା ବାହନ  ଟୋଲ୍ ପ୍ଲାଜା ପାରି କରିବା ମାତ୍ରେ ଫାସ ଟ୍ୟାଗ ଆକାଉଣ୍ଟରୁ ଆପଣଙ୍କ ପଇସା କଟିଯିବ ଏବଂ ପଇସା କଟିବା ମାତ୍ରେ ଆପଣଙ୍କ ମୋବାଇଲ୍ ଫୋନରେ ଏକ ମେସେଜ୍ ଆସିଯିବ। ଏହି ଏସଏମଏସ୍ ମାଧ୍ୟମରେ ଆପଣ ଜାଣିପାରିବେ ଯେ ଆପଣଙ୍କ ଫାଷ୍ଟ ଟ୍ୟାଗ୍ ଆକାଉଣ୍ଟରେ କେତେ ପଇସା ଅଛି।

ଫାସ ଟ୍ୟାଗ୍‌ ବ୍ୟବହାର କଲେ ଅନେକ ସୁବିଧା ମିଳିପାରିବ। ଫାସ ଟ୍ୟାଗ ବ୍ୟବହାର କଲେ ଆପଣଙ୍କୁ ଟୋଲ ପ୍ଲାଜା ଆଗରେ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡିବନ। ଏହି ଟ୍ୟାଗ ବ୍ୟବହାର କରିବା ଦ୍ଵାରା କାଗଜର ବ୍ୟବହାର  କମ ହୋଇ ପାରିବ। ବାହନ ରାସ୍ତାରେ କମ ସମୟ ଅଟକିବା ଦ୍ଵାରା ପ୍ରଦୂଷଣ ମଧ୍ୟ କମିଯିବ। ବର୍ତ୍ତମାନ ଫାସ ଟ୍ୟାଗ ବ୍ୟବହାରକାରୀମାନଙ୍କୁ ସମ୍ପୃକ୍ତ ବ୍ୟାଙ୍କ ଦ୍ଵାରା କ୍ୟାସ ବ୍ୟାକ ମଧ୍ୟ ଦିଆ ଯାଉଛି।

ଫାସ ଟ୍ୟାଗକୁ ଆପଣ ଅନଲାଇନ୍‌ ମଧ୍ୟ କିଣି ପାରିବେ। ଏଥିପାଇଁ ପେଟିଏମ ଆପରେ ସୁବିଧା ରହିଛି। ଏଥିପାଇଁ  ଆପଣଙ୍କୁ ଆପଣଙ୍କ ସମସ୍ତ ତଥ୍ୟ ଦେବା ପରେ ଆପଣ ଘରେ ବସି ମଧ୍ୟ ଏହି ଫାସ ଟ୍ୟାଗକୁ ମଗେଇ ଗାଡିରେ ଲଗାଇ ବ୍ୟବହାର କରି ପାରିବେ।

fastag toll gate
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.