Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ର ବଜେଟ-୨୦୧୯; ନରେନ୍ଦ୍ର ମୋଦୀଙ୍କ ଛୋଟ “କାଳିଆ” ଯୋଜନା
ବିଶେଷ ଖବର

କେନ୍ଦ୍ର ବଜେଟ-୨୦୧୯; ନରେନ୍ଦ୍ର ମୋଦୀଙ୍କ ଛୋଟ “କାଳିଆ” ଯୋଜନା

February 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆସନ୍ତା ମେ ମାସରେ ମୋଦୀ ସରକାରର କାର୍ୟକାଳ ପୂରିବାକୁ ଯାଉଥିବାରୁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାର ଅଧିକାର ତାଙ୍କର ନାହିଁ। ତେଣୁ ଏକ ମଧ୍ୟବର୍ତ୍ତୀ ବଜେଟକୁ ପୂର୍ଣ୍ଣାଙ୍ଗ ବଜେଟ ଭାବରେ ପରିବେଷଣ କରିବା ସହିତ ଏହାକୁ ନିର୍ବାଚନ ପ୍ରଚାରର ଏକ ଜରିଆ ଭାବରେ ସରକାର ବ୍ୟବହାର କରିଛନ୍ତି। ବଜେଟକୁ ନେଇ ବହୁ କଥା କୁହାଯାଇଛି ଓ ଏ ସମ୍ପର୍କରେ ଆଲୋଚନା ଦିନେ ଦୁଇ ଦିନ ଚାଲିଲା ପରେ ବନ୍ଦ ହୋଇଯିବ। କିନ୍ତୁ ବଜେଟରେ ଦିଆ ଯାଇଥିବା ପ୍ରତିଶୃତିଗୁଡିକ ପାଳନ ହେବ କେମିତି?ଚଳିତ ବର୍ଷ  ଜୁନ ମାସ ପର୍ୟନ୍ତ ଏ ବଜେଟର ବୈଧାନିକ ସମୟସୀମା ରହିଥିବାରୁ ପାଞ୍ଚ ଲକ୍ଷ ପର୍ଯନ୍ତ ଆୟକର ଛାଡ ଘୋଷଣାର ବାସ୍ତବ ରୂପାୟନକୁ ନେଇ ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବଜେଟର ସବୁ ଦିଗକୁ ନଯାଇ, ଏହାର ଗୋଟିଏ ଦିଗ ବିଷୟରେ ତର୍ଜମା କରିବାକୁ ଆମେ ଚାହୁଁଛୁ।

ବଜେଟରେ କୃଷି ଓ କୃଷକର କଲ୍ୟାଣ ଲାଗି ଏକ ବଡ ଯୋଜନାର ଘୋଷଣା ହୋଇଛି ବୋଲି ବିଜେପି ସରକାର କହୁଛନ୍ତି। କଂଗ୍ରେସର ଋଣଛାଡ ଅସ୍ତ୍ରକୁ ପ୍ରତିହତ କରିବାଲାଗି ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେବାକୁ ମୋଦୀ ସରକାର ତାଙ୍କର ଅନ୍ତରୀଣ ବଜେଟରେ ବ୍ୟବସ୍ଥା କରିଛନ୍ତି। ତେବେ ଏହି ଯୋଜନା ସିଧାସଳଖ ଓଡିଶା ସରକାରଙ୍କ “କାଳିଆ” ଯୋଜନାର ଅନୁସରଣରେ କରାଯାଇଥିବା ଭଳି ମାନେ ହେଉଛି। ଓଡିଶା ସରକାର ଦୁଇଟି କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ବର୍ଷକୁ ଦଶ ହଜାର ଟଙ୍କା ସହାୟତା ରାଶି ଦେବାର ବ୍ୟବସ୍ଥା କରି ପ୍ରଥମ କିସ୍ତିର ପାଞ୍ଚ ହଜାର ଟଙ୍କା ଲୋକଙ୍କ ପାଖରେ ପହଞ୍ଚାଇ ସାରିଥିବା ବେଳେ କେନ୍ଦ୍ର ସରକାର ଏ ବାବଦରେ ପିଛିଲା ତାରିଖରୁ ଘୋଷଣା କରି ତିନୋଟି କିସ୍ତିରେ ଛଅ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏ ସମ୍ପର୍କରେ କଂଗ୍ରେସ ସଭାପତି ନିଜର ପ୍ରତିକ୍ରିୟା ରଖି ଯାହା କହିଛନ୍ତି ସେଥିରେ ରାଜନୀତିର ଗନ୍ଧ ରହିଥିଲେ ମଧ୍ୟ ତାହା ହିଁ ହେଉଛି ଏ ବଜେଟର ବାସ୍ତବତା। ଦିନକୁ ମାତ୍ର ୧୭ ଟଙ୍କାର ସହାୟତା ରାଶି ଯୋଗାଇ ଚାଷୀର କି ପ୍ରକାର ସହାୟତା କରାଯାଇପାରିବ?

ଓଡିଶା ସରକାରଙ୍କ କାଳିଆ ଯୋଜନା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଶାନ ଯୋଜନାଠାରୁ ଯଥେଷ୍ଟ ବ୍ୟାପକ ଓ ଚାଷୀ ଉପଯୋଗୀ ହେବାର ସମ୍ଭାବନା ରହିଛି। ଯଦିଓ ଉଭୟ ଯୋଜନାରେ ନିର୍ବାଚନୀ ଗଣିତ ରହିଛି ତଥାପି ତୁଳନାତ୍ମକ ଭାବରେ ଓଡିଶା ସରକାର ନିଜ ଯୋଜନାରେ ଭୂମିହୀନ ଚାଷୀ, ଭାଗ ଚାଷୀ ଓ କୃଷି ଶ୍ରମିକଙ୍କୁ ସାମିଲ କରିଛନ୍ତି। କେନ୍ଦ୍ର ସରକାର କେବଳ ଦୁଇ ଏକରରୁ କମ ଜମି ଥିବା ଚାଷୀଙ୍କୁ ତାଙ୍କର ଏ ନାମମାତ୍ର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ତେବେ ଏ ବାବଦରେ ହିତାଧିକାରୀ କେବେ ଚିହ୍ନଟ ହେବେ, କିଏ ତାଙ୍କୁ ଚିହ୍ନଟ କରିବା ଓ କେମିତି ଚାଷୀଙ୍କ ଖାତାରେ ପଇସା ଜମା ହେବ ସେ ବିଷୟରେ ଏବେ ମଧ୍ୟ ଚିତ୍ର ଅସ୍ପଷ୍ଟ ରହିଛି। ଚଳିତ ମାସ କୌଣସି ବି ସମୟରେ ସାଧାରଣ ନିର୍ବାଚନ ଘୋଷଣା ହେବାକୁ ଥିବାରୁ, ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହା ଯେ କାର୍ୟକାରୀ ହୋଇପାରିବ ସେ ସମ୍ଭାବନା ବେଶ କ୍ଷୀଣ। ପୁନଶ୍ଚ ଏହାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ମାଧ୍ୟମରେ ଲାଗୁ କରିବେ ନା ସିଧାସଳଖ ଦିଲ୍ଲୀରୁ ଏହାକୁ ଲାଗୁ କରାଯିବ? କେନ୍ଦ୍ର ସରକାରଙ୍କ ପାଖରେ ଭୂମି ଅଧିକାର ଓ ଚୂଡାନ୍ତ ହିତାଧିକାରୀ ତାଲିକା ରହିଛି କି?

ଜମି, ରାଜସ୍ୱ ଓ କୃଷି ସଙ୍କ୍ରାନ୍ତୀୟ ଡାଟା ରାଜ୍ୟ ସରକାରଗୁଡିକ ପାଖରେ ସହଜରେ ଉପଲବ୍ଧ। ଏହାକୁ ଏକ କେନ୍ଦ୍ରୀୟ ଡାଟା ଗ୍ରୀଡ ମାଧ୍ୟମରେ ପରିଚାଳିତ କରାଯାଇପାରିବ କି? ଏ ସଙ୍କ୍ରାନ୍ତରେ ବହୁ ପ୍ରଶ୍ନ ରହିଛି, ଯାହାର ଉତ୍ତର ଅର୍ଥମନ୍ତ୍ରୀଙ୍କ ଭାଷଣରେ ନାହିଁ। ଓଡିଶାରେ ବିଜେପି କାଳିଆ ଯୋଜନାକୁ ତୀବ୍ର ଗାଳି ଗୁଲଜ କରିଛି। ଏବେ କେନ୍ଦ୍ର ସରକାର ସେହି ଯୋଜନାର ଅନୁସରଣ କରିବା ପରେ ବିଜେପିର ରାଜ୍ୟ ନେତୃତ୍ୱ ଆଉ କଣ କହିବେ? ସେମାନେ ଏବେ ବଜେଟ ଓ ଜରୁରୀ କାଳୀନ ପାଣ୍ଠିରୁ ଟଙ୍କା ଆସିଥିବାକୁ ନେଇ କିଛି ପ୍ରଶ୍ନ ଉଠାଉଛନ୍ତି। ଜରୁରୀକାଳୀନ ପାଣ୍ଠିରୁ ଯେଉଁ ଅର୍ଥ ଯାଇଛି ତାହା ଆଇନ ଦୃଷ୍ଟିରୁ ଏଇ ସପ୍ତାହର ବଜେଟରେ ଭରଣା ହେବାକୁ ବାଧ୍ୟ। ତେଣୁ ତାକୁ ନେଇ ଅଯଥା ଯୁକ୍ତି କରିବାର କୌଣସି ଅର୍ଥ ନାହିଁ। ଏବେ କୃଷକଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେବାର ଯୋଜନା କେନ୍ଦ୍ର ସରକାର ଓଡିଶା ସରକାରଙ୍କଠାରୁ ଶିଖିଛନ୍ତି ବୋଲି ଆମକୁ କହିବାକୁ ପଡିବ।

ତେବେ ଅସଲ କଥା ହେଉଛି, ନିର୍ବାଚନ ପୂର୍ବରୁ ଏ ପ୍ରକାର ଆର୍ଥିକ ସହାୟତାରୁ ନିର୍ବାଚନୀ ଲାଭ ମିଳିବ କି? ଚାଷୀଙ୍କର ଯେଉଁ ମୌଳିକ ସମସ୍ୟା ଓ ହତାଶା ରହିଛି, ତାହା ଏ ପ୍ରକାର ଆର୍ଥିକ ସହାୟତା ଦ୍ଵାରା ସମାଧାନ ହେବନାହିଁ। ଜଳସେଚନ, ଉତ୍ପାଦନର ଯଥାର୍ଥ ମୂଲ୍ୟ, କୃଷି ବଜାର ଓ ଚାଷ କ୍ଷେତ୍ରରେ ପୁଞ୍ଜି ଲଗାଣ ଭଳି ଅନେକ ସମସ୍ୟା ରହିଛି ଯାହା ବିଷୟରେ ମୋଦୀ ସରକାର ଗତ ପାଞ୍ଚ ବର୍ଷ ଧରି ନୀରବ ରହି ଆସିଛନ୍ତି। ଆଜି ହଠାତ ଏ ଦୁଇ ହଜାର ଟଙ୍କାର ଲଲିପପ ଦେଖାଇ ଚାଷୀଙ୍କ ଭୋଟ କିଣା ଉଦ୍ୟମ ବିଷୟରେ କୃଷକ ଓ କୃଷକ ସଙ୍ଗଠନ ଗୁଡିକ ବେଶ ଭଲ ଭାବରେ ଜାଣନ୍ତି।

Budget2019 kalia thesamikhshya
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Latest News

ହ୍ୱାଟ୍ସଆପ୍‌ରେ ଭାରତୀୟ ନେତୃତ୍ୱ! କୁନାଲ ଶାହଙ୍କ ହାତରେ ବିଶ୍ୱର ସବୁଠାରୁ ବଡ଼ ମେସେଜିଂ ପ୍ଲାଟଫର୍ମର ଦାୟିତ୍ୱ

June 22, 2026

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.