Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାର୍ବଜନୀନ ହିଂସା ସପକ୍ଷରେ ଯୁକ୍ତି କରୁଥିବା ସାଂସଦମାନେ ଜାଣି ରଖନ୍ତୁ, ଏକ ହିଂସ୍ର ସମାଜ ଅଧିକ ଅପରାଧୀ ସୃଷ୍ଟି କରିଥାଏ
ବିଶେଷ ଖବର

ସାର୍ବଜନୀନ ହିଂସା ସପକ୍ଷରେ ଯୁକ୍ତି କରୁଥିବା ସାଂସଦମାନେ ଜାଣି ରଖନ୍ତୁ, ଏକ ହିଂସ୍ର ସମାଜ ଅଧିକ ଅପରାଧୀ ସୃଷ୍ଟି କରିଥାଏ

December 4, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦୁଇ ଦିନ ତଳେ ଆମର ସଂସଦରେ ଦେଶର ମାନ୍ୟବର ଲୋକ ପ୍ରତିନିଧିମାନେ ଦେଶରେ ବଢି ଚାଲିଥିବା ଗଣ ଧର୍ଷଣ ଓ ମହିଳାଙ୍କ ଉପରେ ହେଉଥିବା ବର୍ବରୋଚିତ ହିଂସାକାଣ୍ଡ ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି। ସେମାନଙ୍କ କ୍ରୋଧ ଓ ଉଦବେଗ ସହିତ ସାରା ଦେଶବାସୀଙ୍କର ଭାବନା ଜଡିତ ରହିଛି। ହାଇଦ୍ରାବାଦରେ ଡାକ୍ତର ପ୍ରିୟାଙ୍କା ରେଡ୍ଡୀଙ୍କୁ ଯେଉଁ ପ୍ରକାର ନୃଶଂସ ଗଣ ଧର୍ଷଣ ପୂର୍ବକ ଜୀଅନ୍ତା ପୋଡି ମାରି ଦିଆଗଲା, ତାହା ଅତ୍ୟନ୍ତ ଅମାନବୀୟ। ଏମିତି ଆହୁରି ଘଟଣା ଇତି ମଧ୍ୟରେ ଖବରର କେନ୍ଦ୍ରରେ ରହିଛି। ଓଡିଶାର ପୁରୀ ସହରରେ ମଧ୍ୟ ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି ଓ ଏହା ଆମର ବିବେକକୁ ବିଚଳିତ କରିଛି। କୌଣସି ସଭ୍ୟ ସମାଜ ଅମାନବୀୟ ଅପରାଧକୁ ଦେଖି ବିଚଳିତ ଓ କ୍ରୋଧିତ ହେବା ସ୍ଵାଭାବିକ। ତେବେ ଅପରାଧକୁ ନିୟନ୍ତ୍ରଣରେ ରଖିବାକୁ ରାଷ୍ଟ୍ର ଓ ବିଚାର ବ୍ୟବସ୍ଥା ମଧ୍ୟ ଅମାନବୀୟ ଓ ମଧ୍ୟଯୁଗୀୟ ହେଉ ବୋଲି ଦାବି କରିବା, ଆଉ ଏକ ପାଗଳାମିର ଲକ୍ଷଣ ବୋଲି କହିବାକୁ ଆମେ ବାଧ୍ୟ।

ଗୋଟେ ଖବର କାଗଜର ରିପୋର୍ଟ ଅନୁସାରେ ସଂସଦରେ ଆମର ମାନ୍ୟବର ଲୋକ ପ୍ରତିନିଧି ମାନଙ୍କର ଦାବି ଥିଲା “ପିଟି ପିଟି ମାରି ଦିଆଯାଉ, ଫାଶୀ ଦିଆଯାଉ, ନପୁଂଷକ କରି ଦିଆଯାଉ”। ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନ ପାଦେ ଆଗକୁ ଯାଇ କହିଲେ, ଏ ପ୍ରକାର ଅପରାଧୀଙ୍କୁ ରାସ୍ତାରେ ପିଟି ପିଟି ମାରିଦେବା ଉଚିତ। ଏହା କଣ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନ୍ୟାୟ ପାଇବାର ବାଟ? କିଏ ପିଟିବ, କେମିତି ପିଟିବ ଓ ପିଟି ପିଟି ମାରିଦେବା ପରେ କି ପ୍ରକାର ନ୍ୟାୟ ମିଳିବ? ଖୋଲାଖୋଲି ହିଂସାକୁ ସମର୍ଥନ କରୁଥିବା ଆମର ଲୋକ ପ୍ରତିନିଧିମାନେ ଭାବ ପ୍ରବଣ ହୋଇ ଏ ପ୍ରକାର ଯୁକ୍ତି ବାଢୁଛନ୍ତି ନା ସେମାନଙ୍କ ଭିତରେ ଆଇନକୁ ନେଇ ଭରସା ତୁଟି ଯାଇଛି?

ନୂଆ ପୋକ୍ସୋ ଆଇନ ଆସିଲା ପରେ ଧର୍ଷଣକାରୀଙ୍କ ଦଣ୍ଡ ପ୍ରମାଣିତ ହେଲେ, ସେମାନଙ୍କୁ ଫାଶୀ ଦଣ୍ଡର ବ୍ୟବସ୍ଥା ରହିଛି। ତେବେ ତୁରନ୍ତ ଫାଶୀ ଦିଆଯାଉ ବୋଲି ଯାହା କୁହା ଯାଉଛି, ତାର ଅର୍ଥ ହେଉଛି, ଲୋକେ ଯାହା କହୁଛନ୍ତି ତାକୁ ମାନି ନେଇ ବିନା ବିଚାରରେ ଜଣକୁ ଫାଶୀ ରେ ଝୁଲାଇ ଦିଆଯାଉ। ଏହା କୌଣସି ଆଇନରେ ବିଶ୍ଵାସୀ ସମାଜ କହି ପାରିବ କି? ଧର୍ଷଣ ଭଳି ଜଘନ୍ୟ ଅପରାଧକୁ ହିଂସ୍ର ଦଣ୍ଡ ମାଧ୍ୟମରେ ଯଦି ରୋକା ଯାଇ ପାରୁଥାନ୍ତା, ତାହେଲେ ଏ କଥା ସମ୍ଭବ ହିଁ ହୁଅନ୍ତା ନାହିଁ। ଦେଶରେ ଆଇପିସି ଓ ସିଆରପିସି ଲାଗୁ ହେବା ଆଗରୁ ଏମିତି ଜଙ୍ଗଲ ଆଇନ ସବୁ ରହିଥିଲା। ଅପରାଧୀଙ୍କୁ ଶୂଳିରେ ଚଢାଇବା, ପଥର ଫିଙ୍ଗି ମାରିବା ଭଳି ଦଣ୍ଡ ବ୍ୟବସ୍ଥା ବହୁ ଆଗରୁ ଥିଲା। ସେଥିରେ ଅପରାଧ କମି ଯାଇଥିଲା କି?

ମଣିଷର ମନସ୍ତତ୍ତ୍ଵରେ ଅପରାଧର ଛାଇ ସବୁବେଳେ ରହି ଆସିଛି ଓ ରହିବ। ଏହାକୁ ସମୂଳେ ଲିଭାଇ ହେବନାହିଁ। ତେବେ ଏହାକୁ ନିୟନ୍ତ୍ରିତ କରିହେବ। ଅପରାଧୀକୁ ଦଣ୍ଡ ଦେବା ସହିତ ତାକୁ ସୁଧାରିବାର ଏକ ପ୍ରକ୍ରିୟା ଆଧୁନିକ ନ୍ୟାୟ ବ୍ୟବସ୍ଥାର ଅପରିହାର୍ୟ ଅଂଶ ବିଶେଷ। ଅପରାଧୀକୁ ସବୁଠୁ ବିରଳ ପରିସ୍ଥିତିରେ ମୃତ୍ୟୁଦଣ୍ଡ ଦିଆ ଯାଇଥାଏ। ଏହି ପ୍ରତିଷ୍ଠିତ ନ୍ୟାୟ ବ୍ୟବସ୍ଥାକୁ ସାମାଜିକ ଭାବ ପ୍ରବଣତାର ଚାପରେ ଖାରଜ କରିବା, ଏକ ଭୟଙ୍କର ଭୁଲ ହେବ। ଆମର ଭାବ ପ୍ରବଣତା ଅନେକ ସମୟରେ ଏକ ଭାସମାନ ଖବରକୁ ଆଧାର କରି ଗଢି ଉଠିଥାଏ। ଆମେ ପ୍ରିୟାଙ୍କା ରେଡ୍ଡୀଙ୍କ ଧର୍ଷଣ ଓ ହତ୍ୟାର ଖବର ପଢି କ୍ରୋଧିତ ଓ ବିଚଳିତ ହେଉଛୁ। ହେବା ସ୍ଵାଭାବିକ। ଏହାକୁ ନେଇ ଆମର ପ୍ରତିକ୍ରିୟା ମଧ୍ୟ ଅପରିହାର୍ୟ। ହେଲେ ଆମର ଭାବ ପ୍ରବଣତା ଅନୁସାରେ ଆଇନ ଚାଲୁ ବୋଲି ଆମେ ବାଧ୍ୟ କରିପାରିବା ନାହିଁ।

ଆଇନ ସବୁବେଳେ ଅପରାଧୀକୁ ତାର ଅପରାଧ ପ୍ରମାଣିତ ହେବାଯାଏ, ଏକ ସୁଯୋଗ ଦେବା। ତାହାହିଁ ନ୍ୟାୟ ବ୍ୟବସ୍ଥାର ମାର୍ଗ। ତଳ ଅଦାଲତରୁ ସୁପ୍ରିମ କୋର୍ଟ ପର୍ୟନ୍ତ ଯାଇ ପାରିବାର ମୌଳିକ ଅଧିକାରରୁ କାହାକୁ ମଧ୍ୟ ବଞ୍ଚିତ କରି ହେବନାହିଁ। ତେବେ ଜଘନ୍ୟ ଅପରାଧ ସବୁର ତୁରନ୍ତ ବିଚାର ଲାଗି “ଫାଷ୍ଟ ଟ୍ରାକ କୋର୍ଟ” କଥା ଆମେ କହି ଆସୁଛୁ, ହେଲେ ତାହା କାର୍ୟକାରୀ ହେଉନାହିଁ। ଆମର ବିଚାର ବ୍ୟବସ୍ଥାରେ ଅନେକ ଗୁଡାଏ ବ୍ୟବସ୍ଥାଗତ ସମସ୍ୟା ରହିଛି। ତାକୁ ସୁଧାରିବା ପାଇଁ ଆମେ ଉଦ୍ୟମ କାରୁନାହୁଁ। ନିର୍ଭୟା ଘଟଣା ପରେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ.ବର୍ମା ଓ ଜଷ୍ଟିସ ଲୀଲା ସେଠ କମିଟି ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ସବୁ ଦେଇଥିଲେ ସେ ସମ୍ପର୍କରେ ସରକାର ଓ ସଂସଦ ନିଜର ସଠିକ ଦାୟିତ୍ଵ ତୁଲାଇନାହାନ୍ତି। ଯେତେବେଳେ ବି ଏମିତି କିଛି ଜଘନ୍ୟ ଅପରାଧ ଘଟୁଛି, ତାକୁ ନେଇ ଗୁଡାଏ ଭାବପ୍ରବଣ ପ୍ରତିକ୍ରିୟା ପ୍ରକାଶ ବ୍ୟତୀତ ଏହାର ନିରାକରଣ ବ୍ୟବସ୍ଥା ଆମେ କରି ପାରୁନାହୁଁ।

ଗଣ ଧର୍ଷଣ ଭଳି ଜଘନ୍ୟ ଅପରାଧ ପଛରେ ଆମର ଉଗ୍ର ପୁରୁଷ ତାନ୍ତ୍ରିକ ବ୍ୟବସ୍ଥା ଓ ନାରୀକୁ  ଉପଭୋଗର ସାମଗ୍ରୀ ବୋଲି ଭାବିବାର ମାନସିକତା ବିଶେଷ ଭାବରେ ଦାୟୀ। ଏ ପ୍ରକାର ଅପରାଧୀ ମାସିକତାକୁ ଆମର ସମାଜ, ରାଜନୀତି ଓ ସଂସ୍କୃତିରେ ବାରମ୍ବାର ସ୍ଵୀକୃତି ମିଳୁଛି। ଏହା ପ୍ରଥମେ ବଦଳିବା ଦରକାର। ନାରୀ ଜିଲାବି କି ଚିକେନ ଟିକ୍କା ଓ ସେ ଖାଦ୍ୟ ଯୋଗ୍ୟ ବୋଲି କହୁଥିବା ଗୀତକୁ ଆମେ କେବେ ବିରୋଧ କରିଛୁ କି? ନାରୀକୁ ବିଜ୍ଞାପନର ସବୁଠୁ ସହଜ ମାଧ୍ୟମ ବୋଲି କିଏ ଉପସ୍ଥାପନ କରୁଛି? ରାଜନୀତିରେ ମହିଳାଙ୍କର ସମାନ ଭାଗୀଦାରୀ ପାଇଁ ମହିଳା ସଂରକ୍ଷଣ ବିଲ କୁ କିଏ ବାରମ୍ବାର ବିରୋଧ କରୁଛି? ମନେ ରଖନ୍ତୁ, ରାଜନୈତିକ କ୍ଷମତା ବିନା ମହିଳାଙ୍କର ସାମୁହିକ ଶକ୍ତିର ବାସ୍ତବ ଉପଯୋଗ ସମ୍ଭବ ନୁହେଁ।

ଯେଉଁ ଆଇନ ଅଛି ତାର ସଠିକ ରୂପାୟନ କରି ପାରିଲେ, ଅପରାଧର ମାତ୍ରା କମିଯିବ। ଆଇନ ଓ ବିଚାର ବ୍ୟବସ୍ଥା ବିରୋଧରେ ଠିଆ ହୋଇ କୌଣସି ସମାଜ ଅପରାଧ କମାଇବାରେ ସମର୍ଥ ହୋଇନାହିଁ କି ହୋଇ ପାରିବ ନାହିଁ। ଯେଉଁ ସାଂସଦମାନେ ଏକ ହିଂସ୍ର ସମାଜ ଓ ନ୍ୟାୟ ବ୍ୟବସ୍ଥା ସପକ୍ଷରେ ଯୁକ୍ତି ବାଢୁଛନ୍ତି, ସେମାନେ ବୁଝିବା ଉଚିତ ଯେ, ଏକ ହିଂସ୍ର ସମାଜ ଅଧିକ ଅପରାଧୀ ତିଆରି କରିଥାଏ।

justice punishment rape
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.