Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶର ଗ୍ରାମାଞ୍ଚଳରେ ଲୋକଙ୍କର କ୍ରୟ ଶକ୍ତି କମୁଛି, ଏହି ତଥ୍ୟକୁ ସରକାର ଲୁଚାଇବାକୁ ଚାହୁଁଛନ୍ତି କାହିଁକି?
ବିଶେଷ ଖବର

ଦେଶର ଗ୍ରାମାଞ୍ଚଳରେ ଲୋକଙ୍କର କ୍ରୟ ଶକ୍ତି କମୁଛି, ଏହି ତଥ୍ୟକୁ ସରକାର ଲୁଚାଇବାକୁ ଚାହୁଁଛନ୍ତି କାହିଁକି?

December 4, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀତ ପଣ୍ଡା

ଗତ ନଭେମ୍ବର ୧୪ ତାରିଖ ଦିନ ବିଜନେସ ଷ୍ଟାଣ୍ଡାର୍ଡ ନାମକ ଏକ ଇଂରାଜୀ ଖବର କାଗଜରେ ଏକ ଚିନ୍ତାଜନକ ଖବର ପ୍ରକାଶିତ ହେଇଥିଲା। ଏହି ଖବର ଅନୁସାରେ ଆମ ଦେଶରେ ଗ୍ରାମାଞ୍ଚଳ ଲୋକଙ୍କ ଖାଇବା ଉପରେ ଖର୍ଚ୍ଚ ୨୦୧୧-୧୨ ଏବଂ ୨୦୧୭-୧୮ ମଧ୍ୟରେ ୮.୮ ପ୍ରତିଶତ ହ୍ରାସ ପାଇଛି। ଏହା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ଏକ ପ୍ରଘଟ ହେଇଥିବା ରିପୋର୍ଟ ଆଧାରରେ କୁହାଯାଇଛି। ଉକ୍ତ ରିପୋର୍ଟ ଭାରତ ସରକାରଙ୍କ ଦ୍ଵାରା ଆନୁଷ୍ଠାନିକ ଭାବରେ ପ୍ରକାଶ କରାଯାଇନଥିଲା।ଏହି ଖବର ପ୍ରକାଶିତ ହେବା ପରେ ଭାରତ ସରକାର ଗୁଣାତ୍ମକ ତଥ୍ୟ ନଥିବା ଦର୍ଶାଇ ରିପୋର୍ଟକୁ ପ୍ରକାଶ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହି ରିପୋର୍ଟ ଅନୁସାରେ ୨୦୧୧-୧୨ରେ ମାସିକ ହାରାହାରି ଖର୍ଚ୍ଚ ଯାହା ୧୫୦୧ ଟଙ୍କା ଥିଲା ତାହା ୨୦୧୭-୧୮ରେ ହ୍ରାସ ପାଇ ୧୪୪୬ କୁ ପହଞ୍ଚିଛି। ଏହି ସମୟରେ ସହରାଞ୍ଚଳରେ ଖାଦ୍ୟ ଉପରେ ହାରାହାରି ଖର୍ଚ୍ଚ୨ ପ୍ରତିଶତ ବୃଦ୍ଧି ପାଇଛି। ଗତ ଚାରି ଦଶକରେ ପ୍ରଥମ ଥର ପାଇଁ ଲୋକଙ୍କ ଖାଇବା ଉପରେ ଖର୍ଚ୍ଚ ହ୍ରାସ ହେଇଛି। ସବୁଠୁ ଚିନ୍ତାଜନକ ବିଷୟ ହେଲା ଅନ୍ନ ଜାତୀୟ ଖାଦ୍ୟ ଯେମିତିକି ଚାଉଳ, ଗହମ ଉପରେ ଖର୍ଚ୍ଚ ହ୍ରାସ ସର୍ବାଧିକ ୨୦.୪ ପ୍ରତିଶତଯାହାକି ଗରିବ ଲୋକଙ୍କ ଖାଦ୍ୟର ସିଂହଭାଗ। ଏହା ଛଡା ତେଲ, ଲୁଣ,ଚିନିଉପରେ ଖର୍ଚ୧୬.୬ ପ୍ରତିଶତ ଏବଂ ଡାଲି ଜାତୀୟ ଖାଦ୍ୟ ପଦାର୍ଥରେ ୧୫.୪ ପ୍ରତିଶତ ହ୍ରାସ ପାଇଛି। ଏହି ପରିସଂଖ୍ୟାନ ଦେଖିଲେ ଲାଗୁଛି ଗ୍ରାମାଞ୍ଚଳରେ ଦାରିଦ୍ର‌୍ୟରମାତ୍ରାବୃଦ୍ଧିପାଉଛି ଏବଂ ଭୋକ ଏବଂ କୁପୋଷଣ ବଢିବାର ସମ୍ଭାବନାକୁ ଏଡାଇଯାଇପାରିବ ନାହିଁ।

ଗ୍ରାମାଞ୍ଚଳ ଅର୍ଥନୀତି ଉପରେ କାମ କରୁଥିବା ବିଶେଷଜ୍ଞମାନେଏହି ରିପୋର୍ଟର ତଥ୍ୟ ଉପରେ ବିଶେଷ ଆଶ୍ଚର‌୍ୟ୍ୟ ହେଇନାହାନ୍ତି। ଡାଃ ହିମାଂଶୁ ଗ୍ରାମୀଣ ଅର୍ଥନୀତି ଉପରେ ଲଗାତର ଗବେଷଣା କରୁଥିବା ଏବଂ ଲେଖୁଥିବା ଅର୍ଥନୀତିଜ୍ଞ ମଧ୍ୟରୁ ଅନ୍ୟତମ। ସେ ଗତ କିଛି ବର୍ଷ ଧରି ଗ୍ରାମୀଣ ଆର୍ଥିକ ଅବସ୍ଥାର ଖରାପ ଅବସ୍ଥା ବିଷୟରେ ସରକାରଙ୍କ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଯୋରଦେଇଆସୁଛନ୍ତି। ସେ ନିଜ ଗବେଷଣା ମାଧ୍ୟମରେ ଦର୍ଶାଇଛନ୍ତି ୨୦୦୭-୦୮ ରୁ ୨୦୧୪-୧୫ ଭିତରେ ଗ୍ରାମୀଣ ମଜୁରି ଦର ବାର୍ଷିକ ୬ ପ୍ରତିଶତ ହାରରେ ବୃଦ୍ଧି ପାଉଥିଲା କିନ୍ତୁ ୨୦୧୪-୧୫ ରୁ ୨୦୧୭-୧୮ ଜମାରୁ ବୃଦ୍ଧି ପାଇନାହିଁ ଅଥବା ବାର୍ଷିକ ୧ ରୁ ୧.୫ ପ୍ରତିଶତ ହାରରେ ବୃଦ୍ଧି ପାଇଅଛି। ଯଦି ଗ୍ରାମୀଣ ମଜୁରି ହାର ନ ବଢିବ ଲୋକ ନିଜ ଖର୍ଚ କାଟ କରିବା ବାହୁଲ୍ୟ ଏବଂ ଯେହେତୁ ଗ୍ରାମୀଣ ଲୋକ ତାଙ୍କ ଆୟର ସିଂହଭାଗ ଖାଦ୍ୟରେଖର୍ଚ୍ଚ କରନ୍ତି,ତେବେଖାଦ୍ୟଉପରେ ହିଁ ଖର୍ଚ୍ଚକାଟ କରିବାକୁ ବାଧ୍ୟ ହେଇଛନ୍ତି।

ଅନେକ ଅର୍ଥନୀତିଜ୍ଞମାନେଗ୍ରାମାଞ୍ଚଳ ଅର୍ଥନୀତିର ଏହି ଦୟନୀୟ ଅବସ୍ଥାକୁ ମୁଖ୍ୟତଃ ତିନୋଟି କାରଣକୁ ଦାୟୀ କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା ମୁଦ୍ରାସ୍ପୀତିର ଆବଶ୍ୟକତାରୁ ଅଧିକ କମ କରିବାକୁ ଚେଷ୍ଟା,ଏମ.ଜି.ଏନ.ଆର.ଇ.ଜି.ଏ.ର ଅବକ୍ଷୟ ଏବଂ ବିମୁଦ୍ରିକରଣ.। ୨୦୧୦ ରୁ ୧୪ ଭିତରେ ମୁଦ୍ରାସ୍ପୀତି ଦୁଇ ଅଙ୍କ ସ୍ପର୍ଶ କରିଥିଲା ଏବଂ ତାହା ଟଚଇ ସରକାର ପତନର ଅନ୍ୟତମ କାରଣ ବୋଲି ବି ଧରାଯାଏ। ଏନଡ଼ିଏ ସରକାର ଆସିଲା ପରେ ତା’କୁ କମକରିବାକୁ ଏବଂ ଖାସ କରି ରେଟିଂ ସଂସ୍ଥା ଓ ମଧ୍ୟବିତ୍ତ ଖାଉଟି ଶ୍ରେଣୀକୁ ଖୁସି କରିବାକୁ ଯାଇ ଖାଦ୍ୟ ପଦାର୍ଥମାନଙ୍କ ଦର ବଢିବାକୁ ଦେଲେ ନାହିଁ । ୨୦୧୪ -୧୫ ରୁ ୨୦୧୭-୧୮ ମଧ୍ୟରେ ସର୍ବନିମ୍ନ ସହାୟକ ଦର (msp)ର ବୃଦ୍ଧି କେବଳ ୩.୭ ରୁ ୫.୪ ପ୍ରତିଶତ ମଧ୍ୟରେ ସରକାର ସୀମିତ ରଖିଥିଲେ। ଏହି ସମୟରେ ନୋମିନାଲ ଫାର୍ମ ଆୟବା ମୁଦ୍ରାସ୍ପୀତିକୁ ହିସାବରେ ନେଲାପରେ ଯଦି ଚାଷୀର ପ୍ରକୃତ ଆୟ ଦେଖିବା ତାହେଲେ ସେଇଟା ନକରାତ୍ମକ ରହିଅଛି। ଅର୍ଥାତ ଚାଷୀ ଚାଷରେ ଲଗାଉଥିବା ନିଜ ପଇସା ହରେଇ ଚାଲିଛି। ଏଥିରେ ଅନେକ ଅସହମତ ହେଇପାରନ୍ତି ଅନେକେ ମତ ପୋଷଣ କରିବେ କି ଗାଁ’ରେ ମଜୁରି ଦର ନିୟମିତ ଭାବରେ ବୃଦ୍ଧି ପାଉଛି କିନ୍ତୁ ଆମେ ଭୁଲିଯିବା ଉଚିତ ନୁହଁ କି ଅଧିକାଂଶ ଚାଷୀ କ୍ଷୁଦ୍ର ଅଥବା ଭାଗ ଚାଷୀ ଯେଉଁମାନେ କି ନିଜ ଜମିରେ ହିଁ ଚାଷ କରିଥାନ୍ତି। ଆଉ ଯଦି ଚାଷରୁ ଆୟ କମୁଛି ତାହେଲେ ସେମାନେ ବହୁତ ମାତ୍ରରେ କ୍ଷତିର ସମ୍ମୁଖୀନହଉଛନ୍ତି ଏବଂ ତାହାର ପ୍ରଭାବ ଖାଦ୍ୟଊପରେ କମ ଖର୍ଚ୍ଚ କରିବା ପାଥେୟ।

ଏମଜିଏନଆରଇଜିଏର ଗ୍ରାମୀଣ ଅର୍ଥନୀତି ଉପରେ ପ୍ରଭାବ ଖାସ କରି ମଜୁରି ଦର ବୃଦ୍ଧି ଉପରେ ଅନେକ ତଥ୍ୟ ରହିଅଛି। ୨୦୦୭-୦୮ ରୁ ୨୦୧୪ ଭିତରେ ଗ୍ରାମୀଣ ମଜୁରି ବୃଦ୍ଧି ପାଇବାରେ ଏମଜିଏନଆରଇଜିଏର ବହୁତ ପ୍ରଭାବ ରହିଅଛି।କିନ୍ତୁ ଏନଡ଼ିଏ ସରକାର ଗଠନ ହେଲା ପାରେ ଏହାକୁ ପ୍ରଧାନମନ୍ତ୍ରୀ ମୋଦୀ ମୋନୁମେଣ୍ଟାଲ ବ୍ଲଣ୍ଡର ବା ସବୁଠୁ ବଡ ଭୁଲ କହିଥିଲେ। ତଥ୍ୟ ଅନୁସାରେ ୨୦୧୪- ୧୫ ରୁ ୨୦୧୭-୧୮ ମଧ୍ୟରେ ଆବଶ୍ୟକୀୟ ଅର୍ଥ ଏହି ଯୋଜନା ପାଇଁ ବ୍ୟବସ୍ଥାକରଯାଇ ନାହିଁଯାହାକି ବାର୍ଷିକ ହାରାହାରି ୫୦୦୦ କୋଟି ହେବ। ଏବଂଠିକ ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ପଇସା ପଠାଇନାହାନ୍ତି ଯାହା ଫଳରେ ଶ୍ରମିକଙ୍କୁ ମଜୁରି ଦେବାରେ କ୍ରମାଗତ ଭାବରେ ବିଳମ୍ବ ହେଇଛି।

ବିମୁନ୍ଦ୍ରିକରଣର ଗ୍ରାମୀଣ ଏବଂଅଣସଙ୍ଗଠିତ କ୍ଷେତ୍ରରେପଡିଥିବା ଭଯାବହ ପ୍ରଭାବର ଆଲୋଚନା କରିବା ଆଉ ଆବଶ୍ୟକତା ନାହିଁ।
ଦୁଖଃର ବିଷୟ ହେଲା କେନ୍ଦ୍ର ସରକାର ଏହି ରିପୋର୍ଟକୁ ସାଧାରଣ କରିବା ବଦଳରେ ଗୁଣାତ୍ମକ ତଥ୍ୟ ନଥିବା ଦର୍ଶାଇ ଗ୍ରହଣ କରି ନାହାନ୍ତି। ଏହାଛଡା ଚିନ୍ତାର ବିଷୟ ହେଲା ଗ୍ରାମୀଣ ଅର୍ଥନୀତି କେମିତି ସୁଦୃଢ ହେବ ସେ ଉପରେ ନିବେଶ ନକରି କମ୍ପାନୀ ଟିକସକୁ ୩୦ ପ୍ରତିଶତରୁ ୨୫ ପ୍ରତିଶତକୁ କମ କରିଦେଇଛନ୍ତି ଯେଉଁଥିରେ ସରକାର ରାଜସ୍ୱ ବାବଦରେ ୧.୪ ଲକ୍ଷ କୋଟି ଟଙ୍କାର ଟିକସ ହରେଇବେ। କିଛିଦିନ ପୂର୍ବରୁ ନୋବେଲ ବିଜେତା ଭାରତୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଥିଲେ କମ୍ପାନୀଙ୍କୁ ଟିକସ ଛାଡ ଦେଶର ଅର୍ଥନୀତି ସୁଧାରରେ କିଛି ସହାୟକ ହେବ ନାହିଁ। ତାଙ୍କ ହିସାବରେ ଅର୍ଥନୀତି ଠିକ ନହେଲା ଯାଏଁ ଏବଂ ଲୋକଙ୍କ କ୍ରୟ ଶକ୍ତି ନବଢିଲା ଯାଏଁ କମ୍ପାନୀମାନେ ନୂତନ ନିବେଶ କରିବେ ନାହିଁ। ଏହା କେବଳ ତେଲିଆ ମୁଣ୍ଡରେ ତେଲ ଭଳିଆ ନୀତି।

ଯଦି ସରକାର ଦେଶର ଅର୍ଥନୀତିରେ ସୁଧାର ଆଣିବାରେ ଚିନ୍ତିତ ଅଛନ୍ତି ଏବଂ ଦେଶରେ ଦାରିଦ୍ର‌୍ୟ ଏବଂ କୁପୋଷଣ ଯେମିତି ନବଢେ ଚାହୁଁଛନ୍ତି ତା’ହେଲେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବାକୁ ପଡିବ। ଏମଜିଏନଆରଇଜିଏ ଭଳିଆ ଯୋଜନାକୁ ସଶକ୍ତ ରୂପେ ଲାଗୁ କରିବାବୁ ପଡିବ। ତା’ସହିତ ଏହି ଯୋଜନା ଅନ୍ତର୍ଗତ ମଜୁରି ବଢେଇବା ଦରକାର। ଏହା ମୁଖ୍ୟତଃ ଜମି ମରାମତି, ଜଳ ସଂରକ୍ଷଣ ବ୍ୟବସ୍ଥାର ଉନ୍ନତି ପାଇଁ ବିନିଯୋଗ କରିବାର ଅବଶ୍ୟକତା ରହିଅଛି।ମୁଦ୍ରାସ୍ପୀତି ବୃଦ୍ଧିକୁ ନଡରି ଚାଷୀ ଯେମିତି ନିଜ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରିବେ ତା’ର ବ୍ୟବସ୍ଥା କରିବାକୁ ପଡିବ। କିନ୍ତୁ ସବୁଠୁ ବଡକଥା ହେଲା କେବଳ ସରକାରଙ୍କ ଛବି କୁ ନସୁହାଇଲେ ବି ସତ୍ୟକୁ ଗ୍ରହଣ କରିବା ଦରକାର ଏବଂ ପ୍ରକୃତ ତଥ୍ୟ ଜନସାଧାରଣଙ୍କସାମ୍ନାରେ ରଖିବା ଦରକାର। ଏହା ନହେଲା ଯାଏଁ ଦେଶର ଅର୍ଥନୀତି ସୁଧାରିବା ସମ୍ଭାବନା କ୍ଷୀଣ।

businessstandrad indianeconomy poverty
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ହେଲେ କାହିଁକି?

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ: ସି.ପି. ରାଧାକୃଷ୍ଣନ୍ ବନାମ ସୁଦର୍ଶନ ରେଡ୍ଡୀ, ଜାଣନ୍ତୁ କାହାର ପଲ୍ଲା ଭାରି?

August 19, 2025

ଭୁବନେଶ୍ବର ରିଙ୍ଗ ରୋଡ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ବ୍ୟୟ 8307 କୋଟି ଟଙ୍କା

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025

ପୁଣି ବାଣ ଫୁଟାଇଲେ ବିଧାୟକ ଜୟନାରାୟଣ ମିଶ୍ର, ନବୀନ ଏବଂ ପାଣ୍ଡିଆନଙ୍କୁ ନେଇ କହିଲେ….

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.