Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁର୍ନୀତି ହଟୁଛି ଯଦି ବ୍ୟାଙ୍କ ଠକେଇ ବଢୁଛି କେମିତି? 
ବିଶେଷ ଖବର

ଦୁର୍ନୀତି ହଟୁଛି ଯଦି ବ୍ୟାଙ୍କ ଠକେଇ ବଢୁଛି କେମିତି? 

December 5, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ନିକଟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ସମ୍ପର୍କରେ ସତର୍କ ଦୃଷ୍ଟି ରଖୁଥିବା ସଂସ୍ଥା ଟ୍ରାଂସପେରେନ୍ସି ଇଣ୍ଟରନେସନାଲ ଏକ ରିପୋର୍ଟ ଜାରି କରି କହିଛନ୍ତି ଯେ ଦେଶର ୫୧% ଲୋକ ଆଜି ମଧ୍ୟ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ଦେବାକୁ ବାଧ୍ୟ ହେଉଛନ୍ତି। ଯଦିଓ ୨୦୧୮ ତୁଳନାରେ ଲାଞ୍ଚର ମାତ୍ରା ସାମାନ୍ୟ କମିଛି, ତଥାପି ୫୧% କିଛି କମ ସଂଖ୍ୟା ନୁହେଁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଗୁଡିକରେ ଦୁର୍ନୀତି ଯଥା ପୂର୍ବମ ତଥା ପରଂ ରହିଛି। ଏହି ରିପୋର୍ଟରେ ଦିଲ୍ଲୀ, ଓଡିଶା, ଗୁଜରାଟ, କେରଳ, ଗୋଆ ଓ ହରିଆଣା ଭଳି ରାଜ୍ୟରେ ଲାଞ୍ଚ କାରବାର କମିଥିବା ବେଳେ ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ,ଝାଡଖଣ୍ଡ ଓ ପଞ୍ଜାବ ଭଳି ରାଜ୍ୟରେ ଦୁର୍ନୀତି ବଢିଛି। ମୋଟାମୋଟି ଦେଶରେ ଦୁର୍ନୀତିର ଧାରା ୨୦୧୪ ପୂର୍ବରୁ ଯାହାଥିଲା, ଆଜି ବି ତାହା ରହିଛି।

ସମାନ ଦୁର୍ନୀତି ଓ ଭ୍ରଷ୍ଟାଚାରର ଅଭିଯୋଗ ସତ୍ତ୍ୱେ ମୋଦୀ ସରକାର ନିଜକୁ ଦୁର୍ନୀତିମୁକ୍ତ ବୋଲି ଏକ ବିଜ୍ଞାପନ ବ୍ୟବସ୍ଥା କରୁଛନ୍ତି। ଦୁର୍ନୀତି ବିରୋଧୀ ସଂଶୋଧନ ଆଇନ-୨୦୧୮ ପରେ ଏହାର ସାମାନ୍ୟ ପ୍ରଭାବ ଲୋକଙ୍କ ଉପରେ ପଡିନାହିଁ। ଉପର ସ୍ତରରେ ଦୁର୍ନୀତିକୁ ନେଇ ଏକ ପ୍ରକାର ଚଳେଇ ନେବାର ବାତାବରଣ ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟରେ ବିଧାୟକଙ୍କ ଘୋଡା ବେପାର ଫଳରେ ଉଲଗ୍ନ ଚେହେରା ଆମକୁ ଆଉ ଆଗପରି ବ୍ୟତିବ୍ୟସ୍ତ କରୁନାହିଁ। କର୍ଣ୍ଣାଟକରେ ଜଣେ ବିଧାୟକ ଦଳ ବଦଳ କଲାପରେ ତାଙ୍କ ସମ୍ପତ୍ତି ୧୮୦ ଗୁଣ ବଢିଗଲା। ଏହାକୁ ଆଜି ଆଉ ଦୁର୍ନୀତି କୁହାଯାଉନି।  ଏତେ ସବୁ ଭ୍ରଷ୍ଟାଚାରର ପ୍ରମାଣ ସତ୍ତ୍ୱେ ମୋଦୀ ସରକାର ନିଜକୁ ସ୍ବଚ୍ଛ ବୋଲି କହି ହେବାରେ ସଫଳ ହୋଇଛନ୍ତି।

ଏକ ଦୁର୍ନୀତିମୁକ୍ତ ବ୍ୟବସ୍ଥାର ହାସ୍ୟାସ୍ପଦ ଚେହେରା ଆଉ ଏକ ତଥ୍ୟରୁ ଆମେ ପାଇପାରିବା। ନିକଟରେ ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ଗତ ଏପ୍ରିଲ ରୁ ନଭେମ୍ବର ପର୍ୟନ୍ତ ପ୍ରାୟ ୨୪,୭୫୭ କୋଟି ଟଙ୍କାର ହେରାଫେରି ହୋଇଛି। ଏହି ବ୍ୟାପକ ବ୍ୟାଙ୍କ ଠକେଇକୁ ସବୁଠୁ ବଡ କର୍ପୋରେଟ ହେରାଫେରି ବୋଲି କୁହାଯାଉଛି। ଏହି ରିପୋର୍ଟ କେବଳ ୧୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ହେରଫେର କଥା କହିଛି। ୮ ମାସ ରେ ଏତେ ପରିମାଣର ଟଙ୍କା କର୍ପୋରେଟ ଗୁଡିକ କେବଳ ଗୋଟିଏ ବ୍ୟାଙ୍କରୁ ଖାଇଯାଇଛନ୍ତି। ଅନ୍ୟ ବ୍ୟାଙ୍କ ଗୁଡିକର ଅବସ୍ଥା ମଧ୍ୟ ପାଖାପାଖି ସେଇଆ। ବିନା ଭୟ ଓ ଦ୍ଵିଧାରେ ବ୍ୟାଙ୍କ ଗୁଡିକରେ ରହିଥିବା ଲୋକଙ୍କ ଟଙ୍କା ଖାଇ ଯାଉଥିବା ଶିଲ୍ପପତି ଓ ବ୍ୟବସାୟୀଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବାରେ ସରକାରଙ୍କର ବିଶେଷ ଆଗ୍ରହ ନାହିଁ।କର୍ପୋରେଟ ଠକ ଓ ଦଲାଲମାନେ ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଚଳୁ କରି ରାତାରାତି ଫେରାର ହୋଇ ଯାଉଥିବା ବେଳେ ଏ ପ୍ରସଙ୍ଗରେ ସାଧାରଣ ଲୋକ ବିଶେଷ କିଛି ଜାଣିବାର ସୁଯୋଗ ନାହିଁ।

ଷ୍ଟେଟ ବ୍ୟାଙ୍କର ଏହି ଉଦବେଗଜନକ ରିପୋର୍ଟ ସମ୍ପର୍କରେ ଅର୍ଥନୀତି ଓ ବାଣିଜ୍ୟ ସମ୍ପର୍କିତ ଖବର କାଗଜ ଗୁଡିକ କିଛି ଲେଖିଥିବା ବେଳେ ସାଧାରଣ ଖବର କାଗଜ ଏହାକୁ ବିଶେଷ ଗୁରୁତ୍ଵ ଦେଇ ନାହାନ୍ତି। ଟେଲିଭିଜନରେ ଏହାକୁ ନେଇ କୌଣସି ଆଲୋଚନା ହୋଇନାହିଁ। ବାସ୍ତବରେ ବୁଝି ହେଉନାହିଁ ଯେ କର୍ପୋରେଟ ଘୋଟାଲା ସମ୍ପର୍କିତ ଏତେ ବଡ ଖବରକୁ ଚାପି ଦେବାର କାରଣ କଣ? ମାତ୍ର ୮ ମାସରେ କେବଳ ଗୋଟିଏ ବ୍ୟାଙ୍କରେ ୨୪,୭୫୭ କୋଟି ଟଙ୍କା ଖାଇ ଯାଇଥିବା କର୍ପୋରେଟ ଗୁଡିକୁ ସୁରକ୍ଷା ଦେଉଛି କିଏ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ଭାଷାରେ, ଏହି ଦୁର୍ନୀତିଖୋରଙ୍କୁ ଚାରାପାଣି ଖୁଆଉଛି କିଏ? ଆମେ ଜାଣିଛୁ, ଏହି ପ୍ରଶ୍ନର ଉତ୍ତର ମିଳିବ ନାହିଁ।

ବିଭିନ୍ନ ବ୍ୟାଙ୍କରେ ଉଚ୍ଚ ପଦବୀରେ ଥିବା କର୍ମକର୍ତ୍ତାମାନେ ଅବସର ପରେ କର୍ପୋରେଟ ଗୁଡିକରେ ମୋଟା ଅଙ୍କର ଦରମା ପାଇ ଥଇଥାନ ହେଉଛନ୍ତି। ଏହାର ବଡ ଉଦାହରଣ ହେଉଛନ୍ତି ପୂର୍ବତନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ଅରୁନ୍ଧତୀ ଭଟ୍ଟାଚାର୍ୟ। ଚାକିରିରୁ ଅବସର ନେବା ପରେ ଶ୍ରୀମତୀ ଭଟ୍ଟାଚାର୍ୟ ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ କମ୍ପାନୀରେ ନିର୍ଦ୍ଦେଶକ ପଦ ପାଇଛନ୍ତି। ଏମିତି ଅନେକ ବ୍ୟାଙ୍କର ବଡ ବାବୁ ଅଛନ୍ତି, ଯେଉଁମାନେ କର୍ପୋରେଟଙ୍କୁ ସାହାଯ୍ୟ କରି ବ୍ୟାଙ୍କକୁ ଖୋଳ କରିଦିଅନ୍ତି। ସେ ସମ୍ପର୍କରେ ଆମର କୌଣସି ଠୋସ ନୀତି ମଧ୍ୟ ନାହିଁ। ଯଦି କୌଣସି ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ ଅବସର ପରେ କର୍ପୋରେଟ ଚାକିରିରେ ଯୋଗ ଦିଅନ୍ତି, ତେବେ ସେ ପୂର୍ବରୁ ଦେଇଥିବା ଋଣ ଓ ଋଣ ଖିଲାପି ସମ୍ପର୍କରେ ବ୍ୟାପକ ତଦନ୍ତ ହେବା ଉଚିତ।

ବ୍ୟାଙ୍କ ଠକେଇ ର ଏହି ନୂଆ ଯୁଗ କୁ ଆମେ ମୋଦୀଙ୍କ ନୂଆ ଭାରତର ନୂଆ ନୈତିକତା ବୋଲି ଗ୍ରହଣ କରିନେବା ନା ଏହା ବିରୋଧରେ କିଛି କହିବା?

BankCorruption corruption kedarmishra କେଦାର ମିଶ୍ର ଦୁର୍ନିତି
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.