Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଳାତକଙ୍କ ପ୍ରିୟ ସରକାର, ନୂଆ ଭାରତରେ ନୂଆ ବ୍ୟବସ୍ଥା-ଦେଶର ଅର୍ଥ ଲୁଟ କର ଓ ଦେଶ ଛାଡି ପଳାଅ!!
ବିଶେଷ ଖବର

ପଳାତକଙ୍କ ପ୍ରିୟ ସରକାର, ନୂଆ ଭାରତରେ ନୂଆ ବ୍ୟବସ୍ଥା-ଦେଶର ଅର୍ଥ ଲୁଟ କର ଓ ଦେଶ ଛାଡି ପଳାଅ!!

December 6, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପଳାତକଙ୍କ ପ୍ରିୟ ସରକାର, ନୂଆ ଭାରତରେ ନୂଆ ବ୍ୟବସ୍ଥା-ଦେଶର ଅର୍ଥ ଲୁଟ କର ଓ ଦେଶ ଛାଡି ପଳାଅ!!

କେଦାର ମିଶ୍ର

ଧର୍ଷଣ ଭଳି ଜଘନ୍ୟ ଅପରାଧରେ ଅଭିଯୁକ୍ତ ଥିବା ବାବା ନିତ୍ୟାନନ୍ଦକୁ ଗୁଜରାଟ ପୋଲିସ ଖୋଜିଲା ବେଳକୁ ଜଣା ପଡିଲା, ବାବା, କେବଠୁ ଦେଶ ଛାଡି ପଳାଇଲେଣି। ଏବେ ଗୋଟେ ଖବର ଆସିଛି, ବାବା କୁଆଡେ ଦକ୍ଷିଣ ଆମେରିକାରେ ଗୋଟେ ଦ୍ବୀପ କିଣି ସେଠାରେ ଏକ ସ୍ଵୟଂଭୂ ହିନ୍ଦୁ ରାଷ୍ଟ୍ର ନିର୍ମାଣ କଲେଣି। ଧର୍ଷଣକାରୀ ବାବା ଏବେ ସ୍ଵୟଂଭୂ ହିନ୍ଦୁ ରାଷ୍ଟ୍ର କୈଳାସର ମହାମହିମ ଏକଛତ୍ର ରାଷ୍ଟ୍ରପତି। ଏହା ସମ୍ଭବ ହେଲା କେମିତି? ଏ ଦେଶର ନିହାତି ସାଧାରଣ ଲୋକ ସରକାରଙ୍କ ବିନା ଅନୁମତିରେ ଦେଶ ଛାଡି ବୁଲିବାକୁ ଯାଇ ପାରୁନି। ଅଥଚ ଗୋଟେ ଧର୍ଷଣ ଅଭିଯୁକ୍ତ ଆସାମୀ ଖସି ଯାଉଛି କେମିତି? କେବଳ ଖସି ଯାଉନି, ନିଜକୁ ଏକ ସାର୍ବଭୌମ ରାଷ୍ଟ୍ରର ମାଲିକ ବୋଲି କହୁଛି। ଦେଶପ୍ରେମୀ ଭକ୍ତଙ୍କ ମୁହଁରେ ଏ କଥା ଶୁଣି ଲଜ୍ଜା ସରମ କିଛି ଆସୁଛି କି?

ନିତ୍ୟାନନ୍ଦକୁ ଦେଶରୁ ଖସି ଯିବାର ସୁଯୋଗ ଦେଲା କିଏ? ଆଉ ଏକ ସାର୍ବଭୌମ ରାଷ୍ଟ୍ର ଗଢିବାର ଅଧିକାର ଜଣେ ଭାରତୀୟ ନାଗରିକର ରହିଛି କି? ନା ଯେ କେହି, ଯେଉଁଠି ଚାହିଁଲେ ହିନ୍ଦୁ ରାଷ୍ଟ୍ର ଗଢି ପାରିବ? ଏ ସମ୍ପର୍କରେ ଭାରତ ସରକାରଙ୍କର ପ୍ରତିକ୍ରିୟା କଣ? କିଛି ଦିନ ତଳେ ମଣିପୁରର ଦୁଇଜଣ ବିଦ୍ରୋହୀ ନେତା ଆଉ ଏକ ସ୍ଵୟଂଭୂ ସରକାର ଗଢିଛୁ ବୋଲି ଇଂଲଣ୍ଡରେ ଘୋଷଣା କଲେ। ଦେଶର ସାର୍ବଭୌମତ୍ଵକୁ ନେଇ ଖେଳ ଖେଳୁଥିବା ଏ ପ୍ରକାର ଚରିତ୍ରଙ୍କ ବିରୋଧରେ ଭାରତ ସରକାର କି ପଦକ୍ଷେପ ନେଉଛନ୍ତି? ଏହା ପୂର୍ବରୁ ଜାକିର ନାୟକ ନାମକ ଜଣେ ଇସ୍ଲାମିକ ଧର୍ମ ପ୍ରଚାରକ ମଧ୍ୟ ଦେଶ ଛାଡି ପଳାୟନ କରିଛି। ଏ ପ୍ରକାର ଦେଶଦ୍ରୋହୀଙ୍କ ବିରୋଧରେ ଭାରତ ସରକାରଙ୍କ କାର୍ୟାନୁଷ୍ଠାନ କେବଳ ବିରାଟ ଶୂନ।

ଇତି ମଧ୍ୟରେ ଗତ ମଙ୍ଗଳବାର ଦିନ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଆଉ ଏକ ତଥ୍ୟ ରଖିଛନ୍ତି। ଦେଶର ୧୭,୯୪୭.୧୧ କୋଟି ଟଙ୍କା ଖାଇ ଦେଇ ୫୧ ଜଣ ବ୍ୟବସାୟୀ ଦେଶ ଛାଡି ଚାଲି ଯାଇଛନ୍ତି। ସିବିଆଇ ସୂତ୍ରରୁ ଏକଥା ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଯେ ଏହି ୫୧ ଜଣ ପଳାତକ ବିଭିନ୍ନ ବ୍ୟାଙ୍କରୁ ପଇସା ଉଠାଇ ସବୁଦିନ ଲାଗି ଦେଶ ଛାଡି ଫେରାର ମାରିଛନ୍ତି। ବର୍ଷେ ତଳେ ଜାନୁଆରୀ ପ୍ରଥମ ସପ୍ତାହରେ ସଂସଦରେ ଉତ୍ତର ରଖି ତତ୍କାଳୀନ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଲା କହିଥିଲେ ଯେ, ଗତ ପାଞ୍ଚ ବର୍ଷରେ ଅର୍ଥନୈତିକ ଅପରାଧ ସହ ଜଡିତ ୨୭ ଜଣ ବ୍ୟକ୍ତି ଦେଶ ଛାଡି ପଳାଇଛନ୍ତି। ବର୍ଷେ ପରେ ଏହି ସଂଖ୍ୟା ୫୧ରେ ପହଞ୍ଚିଛି। ଅର୍ଥାତ ଗତ ବର୍ଷେ ଭିତରେ ୨୪ ଜଣ ଅର୍ଥନୈତିକ ଅପରାଧୀ ଦେଶରୁ ଖସି ଚାଲି ଯାଇଛନ୍ତି।

ଆମେ ହୁଏତ ନୀରବ ମୋଦୀ କିମ୍ବା ବିଜୟ ମାଲ୍ୟା ନାଁ ମାନେ ରଖିଛୁ। ହେଲେ ଏମିତି  କେତେ ଅପରାଧୀ ଦେଶରୁ ସମ୍ପତ୍ତି ଲୁଟ କରି ଫେରାର ହୋଇ ଯାଉଛନ୍ତି। ସରକାର ନ ଚାହିଁଲେ ଜଣେ ଦେଶ ଛାଡି ଯାଇପାରିବ, ଏକଥା କେବଳ ନିର୍ବୋଧମାନେ ବିଶ୍ଵାସ କରିବେ। ଗତ ଚାରି ମାସ ଭିତରେ କାଶ୍ମୀରର କୌଣସି ବ୍ୟକ୍ତିଙ୍କୁ ବିଦେଶ ଯିବାକୁ ଦିଆ ଯାଉନାହିଁ। ଅନେକଙ୍କୁ ବିମାନରୁ ଓହ୍ଲାଇ ଦିଆ ଯାଉଛି। ସରକାରଙ୍କ ଅପାରଗତା ବିରୋଧରେ କହୁଥିବା ଅନେକ ନାଗରିକ ଓ ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କୁ ଅପମାନଜନକ ଭାବରେ ବିଦେଶ ଯିବାକୁ ଅନୁମତି ଦିଆ ଯାଉନାହିଁ। ହେଲେ ଦେଶ ଲୁଟି ଭଦ୍ର ଡକାୟତମାନେ ଆରାମରେ ଖସି ଯାଉଛନ୍ତି।

କେବେ କେମିତି ନିର୍ବାଚନ ଆସିଲେ, ସରକାରଙ୍କ ଗୁଣ୍ଡା ବାହିନୀ ଭାବରେ କାମ କରୁଥିବା କିଛି ଟିଭି ଚାନେଲ ନୀରବ ମୋଦୀ କି ବିଜୟ ମାଲ୍ୟାଙ୍କୁ ଭାରତ ଅଣାଯାଉଛି ବୋଲି ଖବର ଚଳାଇ ଦିଅନ୍ତି। ତାପରେ ଆପେ ଆପେ ସେକଥା ଭୁଲି ହୋଇଯାଏ। ନୀରବ ମୋଦୀ, ବିଜୟ ମାଲ୍ୟା, ମେହୁଲ ଚୋକସି, ନିତ୍ୟାନନ୍ଦ, ଜାକିର ନାୟକ, ଦ୍ଵାରକାଦାସ ସେଠ ପରିବାର ଓ ଆହୁରି ଅନେକ ଏଇ ସରକାର ଅମଳରେ ହିଁ ଦେଶ ଛାଡିଛନ୍ତି। ଏମାନଙ୍କର ସଂଖ୍ୟା ବଢି ଚାଲିଛି। ହେଲେ ସରକାର ଏ ସମ୍ପର୍କରେ ନିଦାବିଷ୍ଣୁ। ସବୁ କଥାରେ ହିନ୍ଦୁ-ମୁସଲମାନ ଓ ସେନାବାହିନୀର ଆଲା ଦେଖାଇ ଦେଶର ମୌଳିକ ପ୍ରସଙ୍ଗ ଉପରେ ଆଲୋଚନା କରା ଯାଉନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଜଣେ ସମର୍ପିତ ଚୌକିଦାର ବୋଲି କହନ୍ତି। ହେଲେ ଜଣେ ଜାଗ୍ରତ ଚୌକିଦାର ଆଗରେ ଦେଶର ଲୁଟେରାମାନେ ଖସି ଯାଉଛନ୍ତି କେମିତି? ଆମେ ହୁଏତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭଳି ଚୌକିଦାରଙ୍କୁ ଚୋର ବୋଲି କହିବା ଠିକ ହେବନାହିଁ, ହେଲେ ଚୌକିଦାର ତାଙ୍କ କାମ ଠିକ କରୁଛନ୍ତି କି ନାହିଁ- ସେ ପ୍ରଶ୍ନ ତ ନିହାତି ପଚାରିବାକୁ ପଡିବ!!

NirabModi
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026
Latest News

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.