Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉନ୍ନାଓ, ଦେଶର ଧର୍ଷଣ ଓ ବଳାତ୍କାର ରାଜଧାନୀ ହେବା ପଛରେ କାହାର ହାତ ରହିଛି? 
ବିଶେଷ ଖବର

ଉନ୍ନାଓ, ଦେଶର ଧର୍ଷଣ ଓ ବଳାତ୍କାର ରାଜଧାନୀ ହେବା ପଛରେ କାହାର ହାତ ରହିଛି? 

December 8, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ମାତ୍ର ୧୧ ମାସରେ ଗୋଟିଏ ଜିଲାରେ ଘଟିଛି ୮୬ ଟି ଧର୍ଷଣ ଓ ୧୮୫ ବଳାତ୍କାର ଘଟଣା। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ୬୩ କିଲୋମିଟର ଦୂରରେ ଅବସ୍ଥିତ ଉନ୍ନାଓ ଜିଲ୍ଲା ଏବେ ମହିଳାଙ୍କ ପାଇଁ ଏବେ ନିର୍ୟାତନାର ଯାତନା ଗୃହ ପାଲଟିଛି। ଯେଉଁ ଦିନ ପୋଲିସର ହାଇଦ୍ରାବାଦ ପୋଲିସର ଏନକାଉଣ୍ଟର ନ୍ୟାୟକୁ ନେଇ ସାରା ଦେଶ ବଡ ଖୁସି ରେ ନାଚୁଥିଲା, ସେଦିନ ଉନ୍ନାଓ ର ଆଉ ଏକ ଝିଅକୁ ତାର ଧର୍ଷଣକାରୀମାନେ ପୋଡି ମାରିଦେଲେ। ସେ ପୋଡି ମାରିବାର ଦୃଶ୍ୟ ବି କିଛି ଭୟାନକ ନଥିଲା। ୯୦ ଭାଗ ପୋଡିଯାଇଥିବା ଗୋଟେ ଆଦିବାସୀ ଝିଅ ଦଉଡି ଦଉଡି ଗୋଟେ କିଲୋମିଟର ପରେ ପୋଲିସ କୁ ଫୋନ କରି ପାରିଲା। ମାତ୍ର ୧୦ ଘଣ୍ଟା ଭିତରେ ଝିଅଟିର ଜୀବନ ଚାଲିଗଲା। କିଛିମାସ ଆଗରୁ ଝିଅଟିକୁ ଧର୍ଷଣ କରିଥିବା ଅପରାଧୀମାନେ ଜେଲରୁ ଜାମିନ ପାଇ ଫେରିଥିଲେ। ଅପରାଧୀର ପୂରା ପରିବାର ମିଶି ଝିଅଟିକୁ ମାରିଦେଲେ। ହରିଶଙ୍କର ତ୍ରିବେଦୀ, ରାମ ତ୍ରିବେଦୀ, ଶିବମ ତ୍ରିବେଦୀ, ଶୁଭମ ତ୍ରିବେଦୀ ଓ ଉମେଶ ବାଜପାୟୀ ନାମକ ଏ ପାଞ୍ଚଜଣ ଅପରାଧୀ ନିୟମିତ ପୋଲିସ ସୁରକ୍ଷା ପାଇ ଆସୁଥିଲେ। କେବଳ ଏଇ ଘଟଣା ନୁହେଁ, ଏହା ପୂର୍ବରୁ ଉନ୍ନାଓ ର ବିଧାୟକ କୁଳଦୀପ ସିଂ ସେଙ୍ଗର ସମାନ ଧର୍ଷଣ ଅଭିଯୋଗରେ ଜେଲରେ ଅଛି।

ଯେତେବେଳେ କୁଲଦୀପ ସେଙ୍ଗର ଉନ୍ନାଓର ଆଉ ଜଣେ ମହିଳାଙ୍କୁ ଧର୍ଷଣ କରି ତାଙ୍କ ପରିବାରକୁ ନିପାତ କରିଦେଲା, ସେତେବେଳେ ଆମର କ୍ରୋଧ ପ୍ରାୟ ନଥିଲା। ଉନ୍ନାଓରେ ବିଧାୟକଙ୍କ ସମର୍ଥକମାନେ ଖୋଲାଖୋଲି ଅଭିଯୋଗକାରିଣୀଙ୍କ ବିରୋଧରେ ଶୋଭାଯାତ୍ରା ବାହାର କଲେ। ଧର୍ଷଣକାରୀ ବିଧାୟକଙ୍କ ସପକ୍ଷରେ ପୂରା ଉତ୍ତର ପ୍ରଦେଶର ବିଜେପି ଦଳ ସୁରକ୍ଷାଦାତାର ଭୂମିକା ତୁଲାଇଲା। ଥାନାରେ ଅଭିଯୋଗ କରିବାକୁ ଯାଇଥିବା ପୀଡ଼ିତାଙ୍କ ବାପାଙ୍କୁ ପୋଲିସ ପିଟି ପିଟି ମାରିଦେଲା। (ତାହାକୁ ଏନକାଉଣ୍ଟର, କଷ୍ଟଡିଆଲ ମର୍ଡର ନା ଆଉ କଣ କୁହାଯିବ କେଜାଣି) ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କୁ ଗାଡି ଚଢେଇ ମାରିଦେବାର ଉଦ୍ୟମ ହେଲା। ତାଙ୍କ ଓକିଲ ଓ ପରିବାରର ଅନ୍ୟ ଦୁଇ ଜଣ ସଦସ୍ୟ ଭୟଙ୍କର ଭାବେ ଆହତ ହେଲେ। ପରେ ପରିବାରର ଦୁଇ ସଦସ୍ୟ ପ୍ରାଣ ହରାଇଲେ। ମାସ ମାସ ଧରି ଚାଲିଥିବା ହତ୍ୟା ଓ ଧର୍ଷଣର ଏହି ବର୍ବରତା ଦେଖି ଆମର ବିବେକ ଜାଗ୍ରତ ହୋଇ ନଥିଲା।

ସେହି ଉତ୍ତର ପ୍ରଦେଶରେ ଆଉ ଜଣେ ଝିଅ ପୂର୍ବତନ ଗୃହମନ୍ତ୍ରୀ ଚିନ୍ମୟାନନ୍ଦ ବିରୋଧରେ ଧର୍ଷଣ ଅଭିଯୋଗ ଆଣିଲେ। ପରିଣତିରେ ହେଲା କଣ? ସୁପ୍ରିମ କୋର୍ଟ ପର୍ୟନ୍ତ ନ୍ୟାୟ ପାଇଁ ଲଢୁଥିବା ଏହି ଝିଅଟିକୁ ଖୋଦ ଉତ୍ତର ପ୍ରଦେଶ ପୋଲିସ ଗିରଫ କରି ଜେଲକୁ ପଠାଇଦେଲା। ତାକୁ ଦେଖି ଆମ ସମାଜର ପାଟି ଫିଟୁନଥିଲା। ବଡ ଲୋକଙ୍କ ନାଁରେ ଯେତେବେଳେ ଅଭିଯୋଗ ଆସେ ସେତେବେଳେ ଆମର ବିବେକ ଅନ୍ଧାରରେ ଶୋଇପଡେ। ଚିନ୍ମୟାନଦ ବା କୁଲଦୀପ ସେଙ୍ଗରକୁ ଫାଶୀ ଦେବାକୁ କିଏ କେତେଥର ଦାବି କରିଛି? ପୁରା ଗୋଟେ ଜିଲ୍ଲାରେ ଧର୍ଷଣ ଓ ବଳାତ୍କାରର ରାଜୁତି ଚାଲିଛି। ସେଥିରେ କାହାର ବିବେକ ଦଂଶିତ ହେଉନାହିଁ।

ହାଇଦ୍ରାବାଦ ପୋଲିସ ଯେତେବେଳେ ଦୁଇ ଦିନ ଧରି ପୀଡ଼ିତାଙ୍କ ପରିବାରର ଏତାଲା ରଖୁନଥିଲା, ତାକୁ ନେଇ ଆମେ ଚୁପ ଥିଲୁ। ହଠାତ ତୁରନ୍ତ ନ୍ୟାୟ ନାଁରେ ଆଜି ପୋଲିସର ବନ୍ଦନା ଚାଲିଛି। ହାଇଦ୍ରାବାଦ ହେଉ କି ଉନ୍ନାଓ, ପୁରୀ ହେଉ କି ମୁଙ୍ଗେର, ଆମ ଝିଅମାନଙ୍କୁ ସୁରକ୍ଷା ଦେବାରେ ଆମର ପୋଲିସ ବିଫଳ ହୋଇଛି।

ତେବେ ଖାଲି ପୋଲିସ ନୁହଁ, ଏହି ସବୁ ଘଟଣାରେ ଆମ ସାମାଜିକ ବିବେକର ମୁଖା ମଧ୍ୟ ଖସି ପଡୁଛି। କିଛି ଲୋକ ପୋଲିସର ହତ୍ୟାକୁ ନେଇ ଏତେ ଉଲ୍ଲସିତ ଯେ, ଏ ସମ୍ପର୍କରେ ପ୍ରଶ୍ନ ପଚାରୁଥିବା ସାଧାରଣ ଲୋକଙ୍କୁ ଗାଳି ଗୁଲଜ କରୁଛନ୍ତି। କିଛି ମହିଳା ସାମ୍ବାଦିକ ଓ ମାନବାଧିକାର କର୍ମୀ ଯେତେବେଳେ ପୋଲିସର କାର୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରୁଛନ୍ତି, ସେମାନଙ୍କୁ ଖୋଲାଖୋଲି ହତ୍ୟା ଓ ଧର୍ଷଣର ଧମକ ଦିଆଯାଉଛି। ଏଠି ନ୍ୟାୟ ପାଇଁ ବା ପୀଡ଼ିତାଙ୍କର ପରିବାର ପ୍ରତି ସଂବେଦନା ନୁହଁ, ବରଂ ନିଜର ହିଂସ୍ର ପ୍ରାଣର କୁତ୍ସିତ ଭାବନା ବ୍ୟକ୍ତ କରିବାର ଗୋଟେ ନିର୍ଲଜ ନାଟକ ଚାଲିଛି। ଅପାରଗ ସରକାର ଓ ଅପରାଧୀଙ୍କ ବଡ ଭାଇ ସାଜିଥିବା ପୋଲିସକୁ ଏଠି ସାବାସି ଦେଇ ଅସଲ ସମସ୍ୟାକୁ ଘୋଡେଇ ଦିଆ ଯାଉଛି।

ପୁଣିଥରେ ସେ ଉନ୍ନାଓକୁ ଫେରିବା। ଏହି ଉନ୍ନାଓର ଲୋକସଭା ସଦସ୍ୟ ହେଉଛନ୍ତି ସାକ୍ଷୀ ମହାରାଜ। ଏହାଙ୍କ ନାଁରେ ଏକଦା ଧର୍ଷଣ ଅଭିଯୋଗ ରହିଥିଲା। ବିଧାୟକ ହେଉଛି କୁଲଦୀପ ସିଂ ସେଙ୍ଗର ଆଉ ଏହାଙ୍କ ରାଜୁତି ଜେଲ ଭିତରୁ ଚାଲିଛି। ଗୋଟେ ପରିବାରକୁ ଜେଲରେ ରହି ଏ ବାବୁ ନିପାତ କରି ଚାଲିଛନ୍ତି। ଏମାନେ କେଉଁ ଦଳର ସଦସ୍ୟ ଓ ଏମାନଙ୍କୁ କିଏ ସାହାଯ୍ୟ ଦେଉଛି, ସେକଥା ବୋଧହୁଏ ଆମକୁ ଜଣା ନାହିଁ!

ଧର୍ଷଣ ଓ ବଳାତ୍କାର ଭଳି ଅତ୍ୟନ୍ତ ଜଘନ୍ୟ ଅପରାଧରେ ସମ୍ପୃକ୍ତ ଲୋକଙ୍କୁ ଯେତେଦିନ ଯାଏ ପୋଲିସ ଓ ରାଜନୈତିକ ସୁରକ୍ଷା ମିଳୁଥିବ, ସେତେଦିନ ଯାଏ ଏହା କମିବ ନାହିଁ।

Unnao unnao rape victim
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନିତ ହେଲା ସୋଆ

March 30, 2026

ପିତାମାତାଙ୍କ ଯତ୍ନ ନନେଲେ କଟିବ ୧୫% ଦରମା: ଏକ କଠୋର ଆଇନ ଆଣିଲା ଏହି ରାଜ୍ୟ

March 30, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ମାମଲା: କଂଗ୍ରେସ ନେତାଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି

March 30, 2026

ଓଡିଶାରେ ଯୁଦ୍ଧର ପ୍ରଭାବ, ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଡାକିଲେ ଜିଲ୍ଲାପାଳମାନଙ୍କ ବୈଠକ

March 30, 2026
Latest News

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026

ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଚାରପତି ଶତ୍ରୁଘନ ପୂଜାହାରୀ 

March 30, 2026

ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନିତ ହେଲା ସୋଆ

March 30, 2026

ପାକିସ୍ତାନ ମାଧ୍ୟମରେ ଟ୍ରମ୍ପଙ୍କ ପ୍ରସ୍ତାବ ପାଇଲା ଇରାନ: କଡ଼ା ଜବାବ ଦେଲା ତେହରାନ

March 30, 2026

ଆଜିର IPL ମ୍ୟାଚ୍‌ରେ ବାଧା ସୃଷ୍ଟି କରିବ କି ବର୍ଷା: ଜାଣନ୍ତୁ ପିଚ୍ ଏବଂ ପାଣିପାଗ ରିପୋର୍ଟ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.