Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାତ ବର୍ଷ ପରେ ନିର୍ଭୟାଙ୍କୁ ମିଳିବ ନ୍ୟାୟ,  ଡିସେମ୍ବର ୧୬ରେ ନିର୍ଭୟା ଦୋଷୀଙ୍କୁ ହୋଇପାରେ ଫାଶୀ
ବିଶେଷ ଖବର

ସାତ ବର୍ଷ ପରେ ନିର୍ଭୟାଙ୍କୁ ମିଳିବ ନ୍ୟାୟ,  ଡିସେମ୍ବର ୧୬ରେ ନିର୍ଭୟା ଦୋଷୀଙ୍କୁ ହୋଇପାରେ ଫାଶୀ

December 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଆସନ୍ତା ୧୬ ତାରିଖ ଦିନ ଫାଶୀ ଦିଆଯିବା ନେଇ ସୂଚନା ମିଳୁଛି। ଠିକ୍‌ ସାତ ବର୍ଷ ତଳେ ୧୬ ଡିସେମ୍ବର ୨୦୧୨ ମସିହାରେ ଭାରତର ରାଜଧାନୀରେ ଲୋମହର୍ଷଣକାରୀ ଘଟଣା ଘଟିଯାଇଥିଲା। ୭ ବର୍ଷ ହେବ ନିର୍ଭୟା ନ୍ୟାୟ ପାଇଁ ଭିକ୍ଷା ମାଗୁଥିବାବେଳେ ପରିଶେଷରେ ତାକୁ ନ୍ୟାୟ ଦିଆଯିବା ନେଇ ପ୍ରସ୍ତୁତି ଚାଲିଛି।  ନିକଟରେ ଘଟିଯାଇଥିବା ହାଇଦ୍ରାବାଦ ଗଣ ଦୁଷ୍କର୍ମ ମାମଲା, ଏନକାଉଣ୍ଟର ପରେ ନିର୍ଭୟା ମାମଲାର ନ୍ୟାୟ ପାଇଁ ଜେଲ୍‌ ପ୍ରଶାସନ ସକ୍ରିୟ ହୋଇଛନ୍ତି। ରାଷ୍ଟ୍ରପତି କ୍ଷମା ଆବେଦନକୁ ଖାରଜ କରିସାରିବା ପରେ ଏହି ଘଟଣାରେ ପୀଡ଼ିତା ଜଣକ ନ୍ୟାୟ ପାଇବା ନେଇ ଆଲୋଚନା ହୋଇଛି।

ଡିସେମ୍ବର ୧୬ ତାରିଖ, ୨୦୧୨ :

ପୀଡ଼ିତା ଜଣକ ଫିଲ୍ମ ଦେଖି  ତାଙ୍କ ପୁରୁଷ ବନ୍ଧୁ ସହ ଏକ ବସରେ ଦକ୍ଷିଣ ଦିଲ୍ଲୀର ମୁନିରକାଠାରୁ ଦ୍ୱାରକାସ୍ଥ (ଦିଲ୍ଲୀର ଏକ ଅଞ୍ଚଳ) ଘରକୁ ଫେରୁଥିଲେ। ସେହି ସମୟରେ ବସଟିରେ ସେହି ବସର କର୍ମଚାରୀଙ୍କ ବ୍ୟତୀତ ପ୍ରାୟ ଅନ୍ୟ କେହି ନ ଥିଲେ। ଏହାର ସୁଯୋଗ ନେଇ ଛଅଜଣ ଅପରାଧୀ ପୀଡିତା ସହ ଦୁର୍ବ୍ୟବହାର କରିବାକୁ ଲାଗିଲେ। ଏଥିରେ ପୀଡିତାଙ୍କ ପୁରୁଷ ବନ୍ଧୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ ମଧ୍ୟ ମାରିଥିଲେ। ଏପରିକି ଚଳନ୍ତା ବସରେ ସେମାନେ ପୀଡିତାଙ୍କୁ ସାମୁହିକ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ। ନିର୍ଯ୍ୟାତନା ସହି ନ ପାରି ପୀଡିତା ଅଚେତ ହୋଇପଡିଲେ। ପରିଶେଷରେ ସେମାନେ ପୀଡିତା ଏବଂ ତାଙ୍କ ବନ୍ଧୁଙ୍କୁ ଦକ୍ଷିଣ ଦିଲ୍ଲୀସ୍ଥ ମହିପାଳପୁର ନିକଟସ୍ଥ ବସନ୍ତ ବିହାର ଅଞ୍ଚଳରେ ବସରୁ ତଳକୁ ଫୋପାଡିଦେଇଥିଲେ। ମୃତ୍ୟୁ ସହ ଲଢେଇ କରି କରି ଶେଷରେ ଡିସେମ୍ବର ୨୯ ତାରିଖ ଦିନ ପୀଡ଼ିତା ଜଣକ ଶେଷନିଃଶ୍ବାସ ତ୍ୟାଗ କରିିଥିଲେ।

ଏହି ଘଟଣାର ପ୍ରାୟ ଦୁଇ ଦିନ ପରେ ଦିଲ୍ଲୀ ପୋଲିସ କମିଶନର ଦେଇଥିବା ତଥ୍ୟ ଅନୁସାରେ ଘଟଣାର ଚାରିଜଣ ଅଭିଯୁକ୍ତ ଧରାପଡିଥିଲେ । ପୀଡିତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ଆଧାରରେ “ଯାଦବ” ନାମକ ଏହି ବସକୁ ପୋଲିସ ଠାବ କରି ଉକ୍ତ ବସକୁ ଜବତ କରିବାରେ ସକ୍ଷମ ହୋଇଥିଲା। ଡ୍ରାଇଭର ପୋଲିସ ଆଗରେ ଦୋଷ ସ୍ୱୀକାର କରିବା ପରେ ତା’ର ବୟାନ ଆଧାରରେ ତାର ଭାଇ ମୁକେଶ, ବିନୟ ଗୁପ୍ତା, ପବନ ଗୁପ୍ତା ନାମକ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।

ମାମଲାର ଗମ୍ଭୀରତା ଦୃଷ୍ଟିରୁ ଉକ୍ତ ମାମଲାର ବିଚାର ସକାଶେ ଗଠିତ ସ୍ୱତନ୍ତ୍ର ଅଦାଲତ ୧୪ ସେପ୍ଟେମ୍ବର ୨୦୧୩ ଦିନ ଚାରିଜଣ ବୟସ୍କ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସମସ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କଲେ। ବୟସ୍କ ଅପରାଧୀମାନେ କରିଥିବା ଅପିଲ ତଥା ସଂପୃକ୍ତ ମୃତ୍ୟୁଦଣ୍ଡ ସଂଦର୍ଭ ମାମଲାର ଶୁଣାଣି କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ।ପରେ ଉଚ୍ଚତମ ନ୍ୟାୟାଳୟରେ ମଧ୍ୟ ସମସ୍ତ ଚାରି ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଆଦେଶ କାଏମ ରହିଲାା। ରାଷ୍ଟ୍ରପତି ଏହି ଚାରି ଦାେଷୀଙ୍କ କ୍ଷମା ଆବେଦନକୁ ଅଗ୍ରାହ୍ୟ କରିଦେବା ପରେ  ଏବେ ଫାଶୀ ଖୁଣ୍ଟରେ ଝୁଲାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ମାମଲାରେ ୬ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ରାମ ସିଂ ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସେହିପରି ଅନ୍ୟ ଜଣେ ନାବାଳକଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ ବକ୍ସର ଜେଲ୍‌ରେ ଏହି ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ନେଇ ରଶି ପ୍ରସ୍ତୁତ ଚାଲିଛି। ୨୦୧୩ରେ ଅଫଜଲ୍‌ଗୁରୁଙ୍କୁ ଏହି ଜେଲ୍‌ରେ ପ୍ରସ୍ତୁତ ରଶି ଜରିଆରେ ଫାଶୀ ଦିଆଯାଇଥିଲା। ଏହି ଜେଲ୍‌ରେ ଫାଶୀ ପାଇଁ ସ୍ବତନ୍ତ୍ର ଦଉଡ଼ିକୁ ପ୍ରସ୍ତୁତ କରାଯାଇଥାଏ। ସାତ ଜଣ କଏଦୀ ୩ରୁ ୪ ଦିନ ମଧ୍ୟରେ ଏହି ଦଉଡ଼ିକୁ ପ୍ରସ୍ତୁତ କରିଥା’ନ୍ତି। ଅଫ୍‌ଜଲ୍‌କୁ ଫାଶୀ ଦିଆଯାଇଥିବା ଦଉଡ଼ିର ଦାମ୍‌ ୧୭୨୫ ଟଙ୍କା ରହିଥିଲା।

ସମ୍ପ୍ରତି ଦେଶରେ ବଢି ଚାଲିଥିବା ଦୁଷ୍କର୍ମ ପରି ଅପରାଧକୁ ରୋକିବା ପାଇଁ ତ୍ବରିତ ନ୍ୟାୟ ବ୍ୟବସ୍ଥା ନେଇ ଦାବି ଚାଲିଛି। ନିକଟରେ ଘଟିଥିବା ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣା ଓ ପରବର୍ତ୍ତୀ ଏନକାଉଣ୍ଟରକୁ ନେଇ ସାରା ଦେଶରେ ଏକ ଭିନ୍ନ ମାହୋଲ୍‌ ଗଢି ଉଠିଛି। ନ୍ୟାୟ ପ୍ରଣାଳୀର ଶିଥିଳତା ପାଇଁ ସାଧାରଣ ଜନତା ଏନକାଉଣ୍ଟରକୁ ଏହାର ବିକଳ୍ପ ବୋଲି ଭାବିନେଇସାରିଲେଣି। ସେହିପରି ନ୍ୟାୟ ପ୍ରଦାନ ସମ୍ପର୍କିତ ସିଜେଆଇ ବୋବ୍‌ଡେଙ୍କ ମନ୍ତବ୍ୟକୁ ନେଇ ମଧ୍ୟ ଉପରାଷ୍ଟ୍ରପତି ଟିକେ ଭ୍ରୂକୁଞ୍ଚନ କରିଛନ୍ତି । କ୍ରମାଗତ ବିଳମ୍ବକୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି। ନ୍ୟାୟ ବ୍ୟବସ୍ଥା ସହ ସମ୍ପୃକ୍ତ ସମସ୍ତେ ଦକ୍ଷତାପୂର୍ବକ ସେମାନଙ୍କ କର୍ତ୍ତବ୍ୟ ନିର୍ବାହ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଦୁଷ୍କର୍ମ ପରି ମାମଲାଗୁଡିକୁ କ୍ରମାଗତ ଭାବେ ବିଳମ୍ବ ନ କରି ସେଗୁଡିକର ତ୍ୱରିତ ବିଚାର କରିବାକୁ ନାଇଡୁ ପରାମର୍ଶ ଦେଇଛନ୍ତି। ଯୌନ ଅପରାଧ ମାମଲାଗୁଡିକରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଛି।

ନିର୍ଭୟା ମାମଲା ପରେ ମହିଳାଙ୍କ ସୁରକ୍ଷା ପାଇଁ ଆଇନ୍‌ ମଧ୍ୟ ପ୍ରଣୟନ ହୋଇଛି । କିନ୍ତୁ ତାହାପରେ ବି ଦେଶରେ ଦୁଷ୍କର୍ମ, ନିର୍ଯ୍ୟାତନା ପରି ମାମଲାଗୁଡ଼ିକ କମିବା ବଦଳରେ ବଢି ବଢି ଚାଲିଛି । କେବଳ ଆଇନ୍‌ ଲାଗୁ କରାଗଲେ, ଯେ ଅପରାଧ ବନ୍ଦ ହୋଇଯିବ, ତାହା ନୁହେଁ, ଏଥିପାଇଁ ପ୍ରଶାସନିକ ଦକ୍ଷତାର ଆବଶ୍ୟକତା ମଧ୍ୟ ରହିଛି।

ଦୀର୍ଘ ସାତ ବର୍ଷ ପରେ ଠିକ୍‌ ସେଇଦିନ ଅପରାଧୀଙ୍କୁ ଫାଶୀ ଦଣ୍ଡରେ ଝୁଲାଇ ନିର୍ଭୟାକୁ ନ୍ୟାୟ ତ ଦିଆଯାଇପାରିବ, କିନ୍ତୁ ଦେଶରେ ରହିଥିବା ଅନ୍ୟ ସବୁ ନିର୍ଭୟାମାନଙ୍କୁ କେତେ ସୁରକ୍ଷା ଦିଆଯାଇପାରିବ, ତାହା ହେଉଛି ଆଜିର ସବୁଠୁ ବଡ଼ ପ୍ରଶ୍ନ।

nirbhaya case
Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭା ବେଳେ ସଚିବମାନେ କଣ ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଯୋଗାଉ ନାହିଁନ୍ତି କି ?

September 10, 2025

ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

September 10, 2025

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ… 

September 10, 2025

ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ କଲେ ଓଲିଉଡ଼ ପରିବାର

September 10, 2025
Latest News

ସୁରକ୍ଷା କାର୍ଯ୍ୟ ପାଇଁ ଟ୍ରେନ ସେବା ବାତିଲ

September 10, 2025

ଗାଡ଼ିରେ ବିକଟାଳ ଶବ୍ଦ କରୁଥିଲେ ହୋଇଯା’ନ୍ତୁ ସାବଧାନ: ଗଣିବେ ମୋଟା ଅଙ୍କର ଜରିମାନା

September 10, 2025

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.