Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀଙ୍କ ଇଣ୍ଟରନେଟ ସାନ୍ତ୍ଵନା, ହେଲେ ଇଣ୍ଟରନେଟ କାହିଁ!!!
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଇଣ୍ଟରନେଟ ସାନ୍ତ୍ଵନା, ହେଲେ ଇଣ୍ଟରନେଟ କାହିଁ!!!

December 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଜ୍ୟୋତି ନନ୍ଦ

” ମୁଁ ଆସାମର ସମସ୍ତ ଭାଇ ଓ ଭଉଣୀଙ୍କୁ ଆଶ୍ୱସ୍ତ କରୁଅଛି ଯେ ସଂପ୍ରତି ନାଗରିକ ସଂଶୋଧନ ବିଧେୟକ ପାରିତ ହୋଇଥିବା କାରଣରୁ ସେମାନେ କୌଣସି ପ୍ରକାର ବିବ୍ରତ ହେବାର ଆବଶ୍ୟକତା ନାହିଁ I

ମୁଁ ସେମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହିଁବି,କେହି ସେମାନଙ୍କର ଅଧିକାର, ଅସ୍ମିତା ଏବଂ ସୁନ୍ଦର ସଂସ୍କୃତିକୁ ଛିନ୍ନ କରିବ ନାହିଁ।ଏହା ନିରନ୍ତର ବିକଶିତ ଓ ବର୍ଦ୍ଧିତ ହେଉଥିବ।”

ଏହି ନିବେଦନ ଟି ଭାରତର ମହାମାନ୍ୟ ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମାସ୍ତ୍ର ରେ ଅର୍ଥାତ୍ ଟ୍ୱିଟରରେ ଲିପିବଦ୍ଧ ହୋଇ ରହିଅଛି।ଏହି ଲିପିବଦ୍ଧ କଥାଟି ସର୍ବକାଳୀନ ସ୍ୱର୍ଣ୍ଣାକ୍ଷର ରେ ରହିଥାଉ ବୋଲି ଆମର ଏକାନ୍ତ କାମନା।ଆସାମବାସୀଙ୍କ ଉଦ୍ଦେଶ୍ୟରେ ମହାମହିମ  ନିବେଦନ କୁ ଆମର ପରମ ସୌଭାଗ୍ୟ ଆମେ ଏଠାରେ ପଢିପାରିବା କାରଣରୁ ସଂପୂର୍ଣ୍ଣ ଆଶ୍ୱସ୍ତ ରହିଛୁ।ଆମର ଏଠିକାର ଶାଗୁଆ ସମ୍ରାଟ ବି ଏହି ଲେଖାକୁ ପଢି ଆମ ଠାରୁ ଯଥେଷ୍ଟ ଖୁସି ଅଛନ୍ତି।ଶାଗୁଆ ସମ୍ରାଟଙ୍କର ସେହି ପ୍ରିୟ ଓ ପବିତ୍ର ଓ ପୂର୍ଣ୍ଣତଃ ଧର୍ମ ନିରପେକ୍ଷ ପ୍ରଶ୍ନ ର ଅପେକ୍ଷାରେ ଆମେ ସମସ୍ତେ ଉଦଗ୍ରୀବ ରହିଛୁ ଯାହାର ଉପସ୍ଥାପନ କେବଳ ପୁନରାବୃତ୍ତି ହେବ,
ଆପଣମାନେ ଖୁସି ତ ?

ଆଜିଠୁ ଆମର ଶାଗୁଆ ସମ୍ରାଟଙ୍କୁ ଆମେ ସଂପୂର୍ଣ୍ଣ ଧର୍ମ ନିରପେକ୍ଷ ବୋଲି କହିବାକୁ ଏକରକମ ବାଧ୍ୟ। ରାଜାଙ୍କର ଜୟ ହେଉ।ପାଞ୍ଚ “ଟି” ର ଜୟ ହେଉ । ରାଷ୍ଟ୍ର ହିତରେ ଆଉ ଜନହିତରେ ଆହା କେତେ କଷ୍ଟ ସେ ନକରୁଛନ୍ତି ! ସେଥିରେ ପୁଣି ଧର୍ମ ନିରପେକ୍ଷ ରହିବା ଭଳି ବୈଷ୍ଣବ ସୁଲଭ ବାଉଁଶରାଣୀ ର ଚାଲି ! ଆହା ସମ୍ରାଟଙ୍କ ଶ୍ରୀଅଙ୍ଗ କେତେ ଯାତନା ସହୁଚି ଖାସ୍ ଆମରି ପାଇଁ ?

ଶାଗୁଆ ସମ୍ରାଟ ଙ୍କର ଜୟ ହେଉ।

ଏହି ଯେଉଁ ଐତିହାସିକ ଭୁଲ କୁ ସୁଧାରି ନିଆଯାଇପାରିଲା ସେଥିରେ ଆମ ଶାଗୁଆ ସମ୍ରାଟଙ୍କ ଧର୍ମ ନିରପେକ୍ଷ ତଥା ପରମ ରାଷ୍ଟ୍ରବାଦୀ ଦୃଷ୍ଟିଭଂଗୀକୁ ଯେତେ ପ୍ରଶଂସା କଲେ ତାହା କମ୍ ହେବ।ଆମର ଦୁଇ ମହାନୁଭବ ଶାହନଶାହ ଙ୍କର ଭୁମିକାର ତୁଳନାରେ ଆମର ସମ୍ରାଟଙ୍କ ଭୂମୀକାକୁ ସେତେ ନ୍ୟୁନ କରାଯାଇ ପାରିବ ନାହିଁ।ଆଜକୁ ହଜାର ବର୍ଷ ପରେ ଯଦି କେହି ଏହାକୁ ଇତିହାସର ଭୁଲ ଭାବେ ଦେଖେ(ଇତିହାସର ଭୁଲ କୁ ଦେଖିବା ଆଉ ସୁଧାରିବା ପାଇଁ ଇତିହାସ ପଢିବା ଆଦୌ ଦରକାର ହୁଏ ନାହିଁ ବୋଲି ଆମର ମନେ ରଖିବା ଉଚିତ।ଗୋଟିଏ ଧର୍ମଗ୍ରନ୍ଥ ଆଉ ଯଜ୍ଞାନୁଷ୍ଠାନ ପାଇଁ ଶ୍ରୁବ,ସ୍ରୂଚ ଆଉ କିଛି ସମିଧ କୁ ଏକାଠି ଗାମୁଛାକାନିରେ ବେଶ୍ ଭଲକରି ବୁଜୁଳୀ ବାନ୍ଧିଥିଲେ ଚଳିବ।ଆଉ ସେତିକି ହେଲେ ତମେ ଇତିହାସର ଭୁଲ ଦେଖିବା ପାଇଁ ପୁରା ପୁରି ଯୋଗ୍ୟ ହୋଇଗଲ।) ତେବେ ସେ ନିଶ୍ଚୟ ଆମର ଶାଗୁଆ ସମ୍ରାଟଙ୍କୁ ଭୁରି ଭୁରି ପ୍ରଶଂସା କରିବାରୁ ଜମା ବିରତ ରହିବ ନାହିଁ।

ସେ ଯାହା ହେଉ ମହାମହିମ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହି ବ୍ରହ୍ମାସ୍ତ୍ର ରୁ ଆମେ ସବୁକଥା ସଠିକ ଜାଣିପାରିଅଛୁ ଏବଂ ଆମର ଶାଗୁଆ ସମ୍ରାଟଙ୍କ ସହ ଆମେ ଏହାକୁ ଏଠାରେ ପଢିପାରିବା କାରଣରୁ ବେଶ୍ ଆଶ୍ୱସ୍ତ ବି ରହିଛୁ।

“ଆହା କି ଆନନ୍ଦଧାରା ବହିଛେ ଭୂବନେ”!

ଧର୍ମ ନିରପେକ୍ଷ ମହାନୁଭବ ମାନଙ୍କର ଜୟ ହେଉ।ସେମାନେ ଭାରତକୁ ଆହୁରି ଅନ୍ୟୁନ୍ୟ ଦୁଇ ଦଶନ୍ଧୀ ଶାସନ କରି ଆମର ଆନନ୍ଦ ବର୍ଦ୍ଧନ କରୁଥାଆନ୍ତୁ।

କେହି କେହି ଖଳ ପ୍ରକୃତିର ଲୋକେ କହି ପାରନ୍ତି ସେମାନଙ୍କର ଆସାମବାସୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏହି ପରମବିଶ୍ୱାସଯୋଗ୍ୟ ସ୍ୱର୍ଣ୍ଣାକ୍ଷର ମାନଙ୍କୁ ଯେଉଁମାନେ ପ୍ରକୃତରେ ଆସାମବାସୀ ସେମାନେ ପଢିପାରିବେ ନାହିଁ।କାରଣ ସେଠାରେ ଏବେ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି।

ଏହା ଠିକ୍ ନୁହଁ।

ଆସାମ ଏଠାରେ ଆସାମ ନୁହଁ।ଆମର ସମସ୍ତ ଶାହନଶାହ ମାନଙ୍କର ପ୍ରତୀକ ପ୍ରୀତି ଯଥେଷ୍ଟ।ତେଣୁ ଆସାମକୁ ଧର୍ମ ନିରପେକ୍ଷତା ର ଏକ କାବ୍ୟିକ ପ୍ରତୀକ ଆକାରରେ ଆମର ବୁଝିଯିବା ଦରକାର ଆଉ ଉଚିତ୍ ବି। ଏହାପରେ ଆଉ ଅଧିକ ପ୍ରଶ୍ନ କାହିଁକି ?

କାହାରି ହୃଦୟରେ ଆସାମ ବୋଲି ଜାଗାଖଣ୍ଡେ ନାହିଁ ଯେ ?ଆମେ ମାନେ ଅତୀତକାଳରେ ଯେତେବେଳେ “ଉଚ୍ଛନ୍ନ “ହେଉ ଥିଲୁ ସେତେବେଳେ ଆସାମ ଯାଉଥିଲୁ ବୋଲି କବି “ଛୋଟ ମୋର ଗାଆଁଟିରେ” କହିଛନ୍ତି।ଆମେ ପଢିପାରିଲୁ ମାନେ ଆସାମ ପଢିପାରୁଛି ବୋଲି ତେଣୁ ଧରି ନେବାକୁ ହେବ।

ମହାମହିମ ଙ୍କ ବ୍ରହ୍ମାସ୍ତ୍ରର ଜୟ ହେଉ।

ଏବଂ ଆଉ ଏଇମିତି ଆଗକୁ ଯେତେ ଯେତେ ବ୍ରହ୍ମାସ୍ତ୍ର ପ୍ରୟୋଗ ହେବାକୁ ଅଛି ସେଥି ପ୍ରତି ଆମେ ଏବେଠୁ ହୃଦପାତି ପ୍ରସ୍ତୁତ ରହିସାରିଛୁ ମହାଭାଗ !

Citizenship (Amendment) Bill narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.