Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏନ୍.ଆର୍.ସି. ସମ୍ବନ୍ଧରେ ନବୀନବାବୁଙ୍କୁ ୫ଟି ପ୍ରଶ୍ନ 
ବିଶେଷ ଖବର

ଏନ୍.ଆର୍.ସି. ସମ୍ବନ୍ଧରେ ନବୀନବାବୁଙ୍କୁ ୫ଟି ପ୍ରଶ୍ନ 

December 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ନବୀନବାବୁ କହିଲେ ଯେ ତାଙ୍କ ଦଳ ବିଜେଡି ନାଗରିକତା ସଂଶୋଧନ ଆଇନ (ସି.ଏ.ଏ)କୁ ସମର୍ଥନ କରୁଛି କିନ୍ତୁ ଜାତୀୟ ନାଗରିକ ରେଜିଷ୍ଟର (ଏନ୍.ଆର୍.ସି)କୁ ବିରୋଧ କରୁଛି। ଏହା ମାନେ ହେଲା ତାଙ୍କ ଦଳ ପାର୍ଲିଆମେଣ୍ଟରେ ନାଗରିକତା ସଂଶୋଧନ ବିଲ୍ କୁ ସମର୍ଥନ କରିଥିଲେ ହେଁ ଓଡିଶାରେ ଏନ୍.ଆର୍.ସି କାର୍ଯ୍ୟକାରୀ କରାଇଦେବେ ନାହିଁ। ସେ ଆହୁରି କହିଛନ୍ତି ଯେ ସି.ଏ.ଏ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ ଓ ତାହାର ଭାରତୀୟ ନାଗରିକଙ୍କ ସହ କୌଣସି ସମ୍ପର୍କ ନାହିଁ। ଏଠାରେ ନବୀନବାବୁଙ୍କ ପାଇଁ ୫ଟି ପ୍ରଶ୍ନ।

୧. ଗୄହମନ୍ତ୍ରୀ ଅମିତ୍ ଶାହ ପାର୍ଲିଆମେଣ୍ଟରେ ଜୋର ଦେଇ କହିଛନ୍ତି ଯେ ପାକିସ୍ଥାନ, ବଙ୍ଗଳାଦେଶ ଓ ଆଫଗାନିସ୍ଥାନରୁ ଯେଉଁ ଅଣମୁସଲମାନ ବିନା କୌଣସି ଆଇନଗତ ଡକୁମେଣ୍ଟରେ ଭାରତ ଆସିଥିବେ ସେମାନଙ୍କୁ ଭାରତରେ ନାଗରିକତା ଦିଆଯିବ। ନବୀନବାବୁ ଓଡିଶାରେ ସିନା ଏନ୍.ଆର୍.ସି ଲାଗୁ କରିବେନି ମାତ୍ର ଭାରତରେ ନୂତନଭାବେ ନାଗରିକତା ପାଇବାକୁ ଯାଉଥିବା ଏହି ଲୋକମାନଙ୍କୁ ଓଡିଶାରେ ଥଇଥାନ କରିବେ କି ନାହିଁ ? ସେମାନଙ୍କୁ ବାସସ୍ଥାନ, ରୋଜଗାର ଓ ଖାଦ୍ୟବସ୍ତ୍ର ଯୋଗାଇବେ କି ନାହିଁ ? ସେ କ’ଣ ଓଡିଶାରେ ସେମାନଙ୍କ ପ୍ରବେଶକୁ କଟକଣା କରିବେ ?

୨.ନବୀନବାବୁ ଏନ୍.ଆର୍.ସି ପ୍ରକ୍ରୀୟା ସିନା କାର୍ଯ୍ୟକାରୀ କରିବେ ନାହିଁ , କିନ୍ତୁ ତାହା କାର୍ଯ୍ୟକାରୀ ନକରି ମଧ୍ୟ ସି.ଏ.ଏର ନୂତନ ଧର୍ମୀୟ ବାଛବିଚାର ମୁଳକ ପ୍ରାବଧାନ ଅନୁଯାୟୀ ଓଡିଶାରେ ମୁସଲମାନମାନଙ୍କୁ ଚିହ୍ନଟ କରି ସେମାନକୁ ଅଣନାଗରିକ ଘୋଷଣା କରାଯାଇ ପାରିବ ନାହିଁ ? ସି.ଏ.ଏ ଲାଗୁ ହେବା ପୁର୍ବରୁ କ’ଣ ଚିହ୍ନଟ ହେଉ ନଥିଲା ଓ ସେମାନଙ୍କୁ ବିଦେଶକୁ ପଠାଯାଉ ନଥିଲା ? ଥରେ ସି.ଏ.ଏ ମାଧ୍ୟମରେ ଧର୍ମୀୟ ବାଛବିଚାରକୁ ସମର୍ଥନ ଦେଇ ଏବେ ପୁରୁଣା ପ୍ରକ୍ରିୟା ଅନୁଯାୟୀ  ଓଡିଶାର କେବଳ ମୁସଲମାନମାନଙ୍କଠାରୁ ନାଗରିକତା ଛଡାଇବାକୁ ନବୀନବାବୁ କେମିତି ରୋକିବେ?

୩. ଆସନ୍ତା ଏପ୍ରିଲ୍ ମାସରୁ ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟର (ଏନ୍.ପି.ଆର୍)ତିଆରି ପ୍ରକ୍ରିୟା ଆରମ୍ଭ ହେବ। ସେଥିରେ ସରକାରୀ କର୍ମଚାରୀମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ, ଆଧାର କାର୍ଡ ଦେଖାଇବାକୁ କହିବେ ଓ ପିତାମାତାଙ୍କ ଜନ୍ମସ୍ଥାନ ବିଷୟରେ ପଚାରିବେ। ଏହି କର୍ମଚାରୀମାନେ ମନମୂଖୀଭାବେ କାହାକୁ ବି ସନ୍ଦେହାସ୍ପଦ-ନାଗରିକ ଘୋଷଣା କରିପାରିବେ। ଏନ୍.ଆର୍.ସି ଏହି ସନ୍ଦେହାସ୍ପଦ-ନାଗରିକମାନଙ୍କର ତାଲିକା ଏନ୍.ପି.ଆରରୁ ନେବ ଓ ମୁସଲମାନମାନେ ଏହାର ଶିକାର ହେବେ। କାରଣ ବିଜେଡି ସମର୍ଥନ କରିଥିବା ସି.ଏ.ଏ ଧର୍ମୀୟ ବାଛବିଚାରର ବାଟ ଖୋଲିଦେଇଛି। ତେଣୁ ଏନ୍.ପି.ଆର୍ ହେଉଛି ଏନ୍.ସି.ଆର୍ ର ପୂର୍ବ ପଦକ୍ଷେପ। ନବୀନବାବୁ ଓଡିଶାରେ ଏନ୍.ପି.ଆର ତିଆରି ପ୍ରକ୍ରୀୟା ବନ୍ଦ କରିପାରିବେ କି ?

୪. ଏନ୍.ସି.ଆର୍ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବେ ଏବଂ ଏଥିପାଇଁ ରାଜ୍ୟ ସରକାର ନିଜ କର୍ମଚାରୀ ଯୋଗାଇବେ। ନିର୍ବାଚନ ସମୟ ଭଳି ଏ ସମୟରେ ମଧ୍ୟ ଏହି କାମ କରୁଥିବା ରାଜ୍ୟ କର୍ମଚାରୀମାନେ ରାଜ୍ୟ ସରକାରଙ୍କ ଆଦେଶ କାର୍ଯ୍ୟକାରୀ କରିବେ ନାହିଁ। କ’ଣ ନବୀନବାବୁ ଏନ୍.ସି.ଆର୍ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ କର୍ମଚାରୀ ଯୋଗାଇବା ପାଇଁ ମନା କରିପାରିବେ ? ନିକଟରେ ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ଧମକ ଦେଇଛନ୍ତି ଯେ ଯେଉଁ ରାଜ୍ୟ ଏନ୍.ସି.ଆର୍ କାର୍ଯ୍ୟକାରୀ କରିବାକୁ ମନା କରିବ ସେଠାରେ ରାଷ୍ଟ୍ରପତି ଶାସନ ହେବ। କୌଣସି ବିଜେଡି ମୁଖପାତ୍ର ଏହାର କଡା ଜବାବ ଦେଇଛନ୍ତି କି ? ଯଦି କେନ୍ଦ୍ର ସରକାର ବିଧାନସଭା ନ ଭାଙ୍ଗି ଓ ମାତ୍ର ୬ ମାସ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରି ସେହି ସମୟରେ ଏନ୍.ସି.ଆର୍ ପ୍ରକ୍ରୀୟା ଶେଷ କରନ୍ତି ତାହେଲେ ନବୀନବାବୁ କ’ଣ କରିପାରିବେ ?

୫. ନିଜ ରାଜ୍ୟରେ ଯଦି ବି ନବୀନବାବୁ ଏନ୍.ସି.ଆର୍ ପ୍ରକ୍ରୀୟା ରୋକିବାରେ ସଫଳ ହେବେ, ଅନ୍ୟ ରାଜ୍ୟରେ ଏହାର ଶିକାର ହେବାକୁ ଥିବା ପ୍ରକୄତ ଭାରତୀୟ ମୁସଲମାନଙ୍କ ପାଇଁ କ’ଣ ନବୀନବାବୁଙ୍କର ଦରଦ ନାହିଁ ?  ସଂଶୋଧନ ବିଲ୍ କୁ ସମର୍ଥନ କରି ବିଜେଡି ଏଥିପାଇଁ ରାସ୍ତା ଖୋଲିଦେଇ ନାହିଁ କି ? ସାରା ଦେଶରେ ଧର୍ମୀୟ ବାଛ ବିଚାରରେ କୋଟି କୋଟି ନାଗରିକତା ହରାଇଥିବା ଲୋକଙ୍କୁ ଅବରୁଦ୍ଧ ଶିବିରରେ ରଖିବାକୁ ନବୀନବାବୁ ଓ ତାଙ୍କ ଦଳ ସମର୍ଥନ କରୁନାହିଁ କି ? ଏହା ଦ୍ବାରା ଅନ୍ୟରାଜ୍ୟରେ ରହୁଥିବା ଓଡିଆ ମୁସଲମାନଙ୍କ ବନ୍ଧୁ ଓ ସମ୍ପର୍କୀୟ ନିର୍ଯ୍ୟାତିତ ହେବେ ନାହିଁ କି ?

ଏକଥା ସତ ଯେ ନବୀନବାବୁ ସାମ୍ବାଦିକମାନଙ୍କ ସହ ମାତ୍ର କେଇ ସେକେଣ୍ଡ କଥା ହୁଅନ୍ତି ଏବଂ ନିଜ କଥା କହି ଦେଇ ଚାଲି ଯାଆନ୍ତି। ସେଠାରେ ପ୍ରତିପ୍ରଶ୍ନର ସୁଯୋଗ ନଥାଏ। ଓଡିଶା ଗଣମାଧ୍ୟମର ମଧ୍ୟ ଏଥିରେ ପ୍ରତିବାଦ ନଥାଏ। ସେମାନେ ଏସବୁ ପ୍ରଶ୍ନରେ ଆଗ୍ରହୀ ନଥାନ୍ତି। ଯଦି ନବୀନବାବୁ କିମ୍ବା ତାଙ୍କ ଦଳର କୌଣସି ମୁଖପାତ୍ର ଏହି ୫ଟି ଗୁରୁତ୍ବପୂର୍ଣ ପ୍ରଶ୍ନର ଉତ୍ତର ନ ଦେବେ ତାହେଲେ ବୁଝାଯିବ ଯେ ସେମାନେ ଓଡିଶାବାସୀଙ୍କୁ ମିଛ କହୁଛନ୍ତି ଏବଂ ବିଜେପିର ସାଂପ୍ରଦାୟିକ ଏଜେଣ୍ଡାକୁ ସେମାନେ ନୀରବ ସମର୍ଥନ ଦେଉଛନ୍ତି।

 

ନବୀନ ପଟ୍ଟନାୟକ ସିଏଏ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ବାଲେଶ୍ବର ରାଜନୀତିରେ ହଲଚଲ, ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି, ଜୀବନ ପ୍ରଦୀପ ଦାସ

March 25, 2026

ବିଶ୍ୱ ସଙ୍କଟ ସମୟରେ କୃଷି କ୍ଷେତ୍ରରେ ସ୍ଥିରତା ପାଇଁ ଶିବରାଜ ସିଂହ ଚୌହାନଙ୍କ ଉଚ୍ଚସ୍ତରୀୟ ବୈଠକ

March 25, 2026

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ, କିନ୍ତୁ ଭାରତ ପାଇଁ କିଛି ଭଲ ଖବର: ଜାଣନ୍ତୁ…

March 25, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.